ଭୁବନେଶ୍ୱର: ବିଜୁ ଜନତା ଦଳ ମୁଖପାତ୍ରମଣ୍ଡଳୀର ପୁର୍ନଗଠନ ହୋଇଛି । ପୂର୍ବ ତାଲିକାରୁ ଦୁଇଜଣଙ୍କୁ ବାଦ ଦିଆଯାଇଥିବା ବେଳେ ନୂଆ ତାଲିକାରେ ୪ ଜଣଙ୍କୁ ସାମିଲ କରାଯାଇଛି । ମୁଖପାତ୍ର ପଦରୁ ବାଦ୍ ପଡ଼ିଥିବା ଦୁଇ ନେତା ହେଲେ ଅମର ଶତପଥୀ ଏବଂ ଅସୀମ ଅମିତାଭ ଦାସ । ସେହିଭଳି ତାଲିକାରେ ଯୋଡି ହୋଇଥିବା ନୂଆ ନେତାମାନେ ହେଲେ ଅତନୁ ସବ୍ୟସାଚୀ ନାୟକ, ପୁଷ୍ପେନ୍ଦ୍ର ସିଂହଦେଓ, ଡ. ଅମର ପଟ୍ଟନାୟକ ଏବଂ ଡ. ଦେବାଶିଷ ମାରାଣ୍ଡି । ଏହି ନୂଆ ଓ ପୁରୁଣାଙ୍କୁ ମିଶାଇ ଆଜି ୧୪ ଜଣଙ୍କୁ ମୁଖପାତ୍ର ଭାବେ ନୂଆ ନିଯୁକ୍ତି ଦେଇଛନ୍ତି ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ।
ଚୂଡ଼ାନ୍ତ ତାଲିକା ସହ ଦଳର ଏହି ମୁଖପାତ୍ର ମାନେ ହେଲେ ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ପ୍ରତାପ କେଶରୀ ଦେବ, ପ୍ରଶାନ୍ତ ନନ୍ଦ, ଦେବାଶିଷ ସାମନ୍ତରାୟ, ଅତନୁ ସବ୍ୟସାଚୀ ନାୟକ, ଡ. ଅରୁଣ କୁମାର ସାହୁ, ରବି ନାରାୟଣ ନନ୍ଦ, ପୁଷ୍ପେନ୍ଦ୍ର ସିଂହଦେଓ, ସମୀର ରଂଜନ ଦାଶ, ଡ. ଅମର ପଟ୍ଟନାୟକ, ଡ. ସସ୍ମିତ୍ ପାତ୍ର, ଶ୍ରୀମତୀ ସୁଲୋଚନା ଦାସ ଏବଂ ଡ. ଦେବାଶିଷ ମାରାଣ୍ଡି । ବିଜେଡ଼ିର ଏହି ନୂଆ ନିଯୁକ୍ତି ସଂକ୍ରାନ୍ତରେ ଦଳର ରାଜ୍ୟ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ୍ ବିବୃତି ଦେଇଛନ୍ତି ।