Friday, May 8, 2026 09:58 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଭାଗ ଛାଡ଼ିବାକୁ ନାରାଜ, କୋଠପୁଅ ସଚିବାଳୟ ବାବୁ

by Our Correspondent
10 Jan, 2016- 02:06 PM
in News
1 min read
0
ବିଭାଗ ଛାଡ଼ିବାକୁ ନାରାଜ, କୋଠପୁଅ ସଚିବାଳୟ ବାବୁ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା) ସାଧାରଣ ସରକାରୀ ଚାକିରିଆ ଜଣେ ନ୍ୟାଯ୍ୟ ବଦଳିଟିଏ ପାଇଁ କିଭଳି ହୀନସ୍ତା ହେବାକୁ ପଡ଼େ ତାହା ଅଙ୍ଗେଲିଭା ଲୋକ ଜାଣେ । ହାକିମଙ୍କ ପାଖକୁ ଦଉଡ଼ି ଦଉଡ଼ି କାକୁତୀମିନତୀ ହେଲେ ବି କେହି ଶୁଣନ୍ତିନି । ମାତ୍ର ଆମ ସଚିବାଳୟର ବଡ଼ବାବୁମାନଙ୍କ ପାଇଁ ଏହା ବାଏଁ ହାତକା ଖେଲ୍‍ । ୧୦/୧୫ ବର୍ଷ ଗୋଟିଏ ବିଭାଗରେ ରହି ପ୍ରମୋସନ ସହ ବଦଳି ହୋଇଥିଲେ ବି ମାତ୍ର ଦୁଇମାସ ଲାଗୁନି ପୁରୁଣା ଜାଗା ଫେରିବାକୁ । ସତେ ଯେମିତି ସରକାରଙ୍କ ସେମାନେ କୋଠପୁଅ ।

ଗତ ନଭେମ୍ବର ୪ ତାରିଖରେ ଗୃହ ବିଭାଗ ପକ୍ଷରୁ ଏକ ବଦଳି ଅର୍ଡର ବାହାରିଥିଲା । ଅର୍ଡର ନମ୍ବର ଥିଲା ୩୭୧୮୧ । ସେଥିରେ ୮୬ ଜଣ ଆସିଷ୍ଟାଣ୍ଟ ସେକ୍ସନ୍‍ ଅଫିସରଙ୍କର ପଦୋନ୍ନତି ହୋଇଥିଲା ସେକ୍ସନ୍‍ ଅଫିସରକୁ । ପଦୋନ୍ନତି ସହ ସେମାନଙ୍କର ଆନ୍ତଃ ବିଭାଗ ବଦଳି ହୋଇଥିଲା । ଆସିଷ୍ଟାଣ୍ଟ ସେକ୍ସନ୍‍ ଅଫିସର ଭାବେ ଅଧିକାଂଶ ଗୋଟେ ଗୋଟେ ବିଭାଗରେ ୧୦ ରୁ ୧୫ ବର୍ଷ ଧରି ଆସ୍ଥାନ ଜମାଇ ରହିଥିଲେ । ବିଭାଗରେ ମାଲ୍‍ କମେଇବାର ଚାତୁରତାକୁ ହାତେଇ ରଖିଥିଲେ । ତେଣୁ ପ୍ରମୋସନ୍‍ ନେଇ ବଦଳି ହେବା ଅପେକ୍ଷା ବିଭାଗରେ ସେଇ ଆସିଷ୍ଟାଣ୍ଟ ସେକ୍ସନ୍‍ ଅଫିସର ହୋଇ ରହିିବାକୁ ଚାହୁଁଥିଲେ । ଅବଶ୍ୟ ଅନେକ ଚାହୁଁଥିଲେ ପ୍ରମୋସନ୍‍ ହେଉ, ହେଲେ ସେଇ ପୁରୁଣା ବିଭାଗ ରହୁ । ଏହି ଉଦ୍ୟମରେ ସଂପୃକ୍ତ ଅଧିକାଂଶ ବାବୁ ପୁରୁଣା ଜାଗା ଛାଡ଼ି ନୂଆ ଜାଗାରେ ଏ ଯାଏଁ ବି ଜଏନ୍‍ କରୁନାହାନ୍ତି । ଅର୍ଥ ବିଭାଗର କୋ÷ଣସି ବାବୁ ସିଟ୍‍ ଛାଡି ନ ଥିଲା ବେଳେ ଦୁଧିଆଳି ବିଭାଗର ବାବୁମାନେ ବି କୌଣସି ହାଲତ୍‍ ରେ ସିଟ୍‍ ଛାଡ଼ିବାକୁ ନାରାଜ । ସେପଟେ ମୁଖ୍ୟ ଶାସନସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ମିଟିଂର କଡ଼ା ନିଷ୍ପତି ବଦଳି କର୍ମଚାରୀମାନେ ଅବିଳମ୍ବେ ସେମାନଙ୍କ ନୂଆ ଜାଗାରେ ଜଏନ୍‍ କରିବାକୁ ବାଧ୍ୟ । ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଗୃହ ବିଭାଗ ଏହାକୁ କାର୍ଯ୍ୟକାରୀ କରିବାରେ ସତେ ଯେମିତି ନାଚାର ।

ଏହା ଭିତରେ ଆଉ ଏକ ଚମକପ୍ରଦ ଖବରଟି ହେଲା, ପ୍ରମୋସନ୍‍ ନେଇ ବଦଳି ହୋଇଥିବା କିଛି କରିତ୍‍କର୍ମା ବାବୁ ସେମାନଙ୍କ ଉଦ୍ୟମରେ ସଫଳ ହୋଇଛନ୍ତି । ଦୁଇମାସ ତଳେ ଯେଉଁ ଗୃହ ବିଭାଗ ସେମାନଙ୍କୁ ବଦଳି କରିଥିଲା ସେଇ ବିଭାଗ ଗତ ଜାନୁଆରୀ ୮ ତାରିଖରେ ଆଉ ଏକ ଅର୍ଡର(ନଂ ୧୦୨୧) ଜାରି କରି ୪ ଜଣଙ୍କୁ ସେମାନଙ୍କ ପୁରୁଣା ଜାଗାରେ କାମ କରିବାକୁ ନିଦେ୍ର୍ଧଶ ଦେଇଛି । ଅର୍ଥାତ୍‍ ପ୍ରମୋସନ୍‍କୁ ପ୍ରମୋସନ୍‍ ପାଇଲେ ଆଉ ପୁରୁଣା ଜାଗାରେ କାମ କରିବେ । ସେମାନେ ହେଲେ ସରୋଜ କୁମାର ବିଶ୍ୱାଳ(ଗୃହ ବିଭାଗ), ବିଚିତ୍ରାନନ୍ଦ ପୃଷ୍ଟି(ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା), ସୂର୍ଯ୍ୟନାରାୟଣ କର(ବାଣିଜ୍ୟ ଓ ପରିବହନ) ଏବଂ ଅନନ୍ତ କିଶୋର ମାଝୀ(ଅବକାରୀ) । ଏହି ପୁର୍ନବିଚାର ଅର୍ଡର ପାଇଲା ପରେ ବର୍ତ୍ତମାନ ସମସ୍ତଙ୍କ ମନରେ ଆଶା ସଞ୍ଚାର ହୋଇଛି । ପ୍ରଭାବ ଓ ମାଲ୍‍ ଖଟେଇ ଆଗକୁ ସେମାନେ ବି ଏଥିରେ ସଫଳ ହେବେ ଏବଂ ମଞ୍ଜି ପୋତିଥିବା ବିଭାଗରୁ ହଲିବେ ନାହିଁ ବୋଲି ଧରିନେଇଛନ୍ତି । ସେଥିପାଇଁ ଅଫିସ୍‍ କାମଦାମ ଛାଡ଼ି ଅଧିକାଂଶ ହାକିମଙ୍କ ପାଖରେ ବାଜି ଲଗାଇଛନ୍ତି ।

Previous Post

ରତ୍ନର ମାୟା, ସବୁ ଜାଣି ବି ବାୟା

Next Post

ନବୀନ ଡଙ୍ଗାରେ ଦାଗୀ ପିଟ୍ରୋଡା

Next Post
ନବୀନ ଡଙ୍ଗାରେ ଦାଗୀ ପିଟ୍ରୋଡା

ନବୀନ ଡଙ୍ଗାରେ ଦାଗୀ ପିଟ୍ରୋଡା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA