Friday, May 1, 2026 01:59 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଷ୍ଣୁଙ୍କ ଚାକିରି ଯିବ !

by Our Correspondent
07 Nov, 2017- 09:51 AM
in Latest News, Politics
1 min read
0
ବିଷ୍ଣୁଙ୍କ ଚାକିରି ଯିବ !
ଭୁବନେଶ୍ୱର: ଯୋଜନାବୋର୍ଡ ଉପାଧ୍ୟକ୍ଷ ପଦରୁ ହଟିବେ ବିଷ୍ଣୁ ଦାସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବ୍ ଶୀଘ୍ର ତାଙ୍କୁ ବିଦା କରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ବିଷ୍ଣୁଙ୍କ ହାବଭାବ, କଥା, କାର୍ଯ୍ୟଶୈଳୀ ମୁଖ୍ୟମନ୍ତ୍ରୀଙ୍କୁ ବିରକ୍ତ କରିଛି । ତାଙ୍କ ହାତରୁ ପଦପଦବୀ କାଢ଼ି ପକ୍ଷଚ୍ଛେଦନ କରିବାକୁ ମୁଖ୍ୟମନ୍ତ୍ରୀ ଏକରକମ ମନସ୍ଥ କରିଥିବା ଏହି ସୂତ୍ରରୁ ଜଣାପଡ଼ିଛି । ଗତକାଲି ନବୀନ ନିବାସରେ ବିଷ୍ଣୁଙ୍କୁ ଦେଖି ମୁଖ୍ୟମନ୍ତ୍ରୀ ଭୀଷଣ ଚିଡ଼ିଯାଇଥିଲେ । ବିଷ୍ଣୁଙ୍କ ଉପରେ ତାଙ୍କ ମନର କ୍ରୋଧ ଟିଭି କ୍ୟାମେରାକୁ ମାନି ନ ଥିଲା । ରାଗ ଏତେ ଭୟଙ୍କର ଥିଲା ଯେ ବିଷ୍ଣୁଙ୍କ ଦେହରୁ ଝାଳ ବୁହାଇ ଦେଇଥିଲା । ବିଷ୍ଣୁ ବାହାରକୁ ଆସି ସାମ୍ବାଦିକମାନଙ୍କ ଘେରିରେ ପଡ଼ିଲା ବେଳେ ପାଟି ତାଙ୍କର ଖନି ମାରିଥିଲା ।
ବିଷ୍ଣୁଙ୍କ ରାଜନୈତିକ କାର୍ଯ୍ୟକଳାପରେ ମୁଖ୍ୟମନ୍ତ୍ରୀ ଆଦୌ ସନ୍ତୁଷ୍ଟ ନାହାନ୍ତି । ଦାମଙ୍କ ସହ କଳିଝଗଡ଼ା ନ କରିବାକୁ ତାଙ୍କୁ ବାରମ୍ବାର ତାଗିଦ୍ କରାଯାଉଥିଲେ ମଧ୍ୟ ସେ ତାହାକୁ ଭୃକ୍ଷେପ କରୁନାହାନ୍ତି । ଦଳର ଜିଲ୍ଲା ସଭାପତି ହୋଇଥିଲେ ମଧ୍ୟ ଜଗତସିଂହପୁରରେ ଦଳୀୟ ବିଧାୟକମାନଙ୍କ ସହ ତାଙ୍କର ତାଳମେଳ ନାହିଁ । ଦଳକୁ ଏକାଠି କରି ଚାଲିବା ବଦଳରେ ଗୋଛିକଟା ରାଜନୀତିରେ ତାଙ୍କର ସମୟ ଯାଉଛି । ମୁଖ୍ୟମନ୍ତ୍ରୀଙ୍କ ନଜରକୁ ସବୁକଥା ଯେ ଆସୁନାହିଁ ତାହା ଭୁଲ୍ । ପାରାଦ୍ୱୀପରେ କଳିଙ୍ଗ ବାଲିଯାତ୍ରା ଉତ୍ସବରୁ ତାଙ୍କୁ ଦୂରେଇ ରଖିବା ପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଥିଲା ବୋଲି ଜଣାପଡ଼ିଛି ।
ବିଷ୍ଣୁଙ୍କ ରାଜନୈତିକ ଆଚରଣ ନେଇ ଖପ୍ପା ଥିବା ମୁଖ୍ୟମନ୍ତ୍ରୀଙ୍କୁ ବେଶୀ ରଗାଇଛି ତାଙ୍କ କୁନ୍ଦୁଲି ବୟାନ । ବିଜେଡ଼ି ଦଳିତ ସେଲ୍ ମୁଖ୍ୟ ହୋଇ ବିଷ୍ଣୁ କୁନ୍ଦୁଲି ଘଟଣା ଉପରେ ଯେଭଳି ବୟାନ ଦେଲେ ତାହା ଦଳକୁ ଅଡୁଆରେ ପକାଇଛି । ବିଷ୍ଣୁ କହିଥିଲେ, କୁନ୍ଦୁଲି ଘଟଣାେରେ ଏସଓଜି ଜବାନଙ୍କ ସଂପୃକ୍ତି ଅଛି । ଖାଲି ସେତିକି ନୁହେଁ, କୋରାପୁଟ ଏସପି ଓ ସ୍ଥାନୀୟ ପୁଲିସ ଉପରୁ ଗଣମାଧ୍ୟମ ଆଗରେ ସେ ବିଶ୍ୱାସ ହରାଇଥିଲେ । ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କରିଥିଲେ । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ତାଙ୍କ ମନର ଭାବକୁ ସେ ବ୍ୟକ୍ତ କରିଥିଲେ ମଧ୍ୟ ଦଳ ଓ ସରକାରକୁ ତାହା ଅକଳରେ ପକାଇଛି । ଗୃହ ବିଭାଗ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବାରୁ ବିଷ୍ଣୁ ପରୋକ୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଥିବା ଦଳ ମଧ୍ୟରେ ଧାରଣା ସୃଷ୍ଟି ହୋଇଛି । ଅଭିଜ୍ଞ ବିଷ୍ଣୁ ଦଳୀୟ ହିତାହିତ ଜ୍ଞାନ ଭୁଲି ମୁଖ୍ୟମନ୍ତ୍ରୀଙ୍କ ପାଖରେ କୁନ୍ଦୁଲି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି ଧରିବା ତାଙ୍କ ପାଇଁ ବିପଦ ଘନେଇଛି ।
ଏକଦା ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ଏକାନ୍ତ ଅନୁଗତ ଥିଲେ ବିଷ୍ଣୁ । ପ୍ୟାରୀଙ୍କ ଆର୍ଶିବାଦରେ ସେ ନିଜ ରାଜନୈତିକ ସୋପାନର ଶୀର୍ଷକୁ ଛୁଇଁଥିଲେ । ପରବର୍ତ୍ତୀ ସମୟରେ ନବୀନଙ୍କ ଆର୍ଶିବାଦରୁ ମଧ୍ୟ ସେ ବଂଚିତ ହୋଇନାହାନ୍ତି । ଜୁନ୍,୨୦୧୬ରେ ନବୀନ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲେ । ୨୦୧୭ ମାର୍ଚ୍ଚରେ ତାଙ୍କୁ ରାଜ୍ୟସଭାରୁ ଅକାଳେ ଅପସାରଣ କରାଯାଇଥିଲେ ମଧ୍ୟ ନବୀନ ତାଙ୍କୁ ଯୋଜନାବୋର୍ଡର ଉପାଧ୍ୟକ୍ଷ ଏବଂ ବିଜେଡ଼ି ଦଳିତ ସେଲ୍ ର ଆବାହକ ପଦରେ ଥଇଥାନ କରି ସନ୍ତୁଷ୍ଟ କରାଇଥିଲେ । ହେଲେ ନବୀନଙ୍କ ଭଲପାଇବାର ଟେକ ବିଷ୍ଣୁ ରଖିପାରିନାହାନ୍ତି ବୋଲି ବିଜେଡ଼ିର ଜଣେ ବରିଷ୍ଠ ନେତା କହିଛନ୍ତି । ଯେ କୌଣସି ସମୟରେ ତାଙ୍କ ହାତରୁ ପଦପଦବୀ କାଢ଼ି ନିିଆଗଲେ ସେଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି ସେ କହିଛନ୍ତି ।
Previous Post

କୃଷ୍ଣ-ଗୋଲକ ଲିଙ୍କ୍: ଆଉ ଏକ ଖୁଲାସା

Next Post

ରେପ୍ ହୋଇନି..???

Next Post
ରେପ୍ ହୋଇନି..???

ରେପ୍ ହୋଇନି..???

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA