Tuesday, May 26, 2026 03:41 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିିପଦରେ ପୁଲିସ କମିଶନର୍ ସୁଧାଂଶୁ ଷଡ଼ଙ୍ଗୀ

by Our Correspondent
03 Jan, 2020- 07:03 PM
in Latest News, News
1 min read
0
ବିିପଦରେ ପୁଲିସ କମିଶନର୍ ସୁଧାଂଶୁ ଷଡ଼ଙ୍ଗୀ
ଭୁବନେଶ୍ୱର: ଖଣ୍ଡାଧାରରେ ଝୁଲିଲା ପୁଲିସ କମିଶନର୍ ସୁଧାଂଶୁ ଷଡ଼ଙ୍ଗୀଙ୍କ ଚାକିରି । କୌଣସି ମୁହୁର୍ତ୍ତରେ ତାଙ୍କ ପଦବୀ ଚାଲିଯାଇପାରେ ବୋଲି ସଙ୍କେତ ମିଳିଲାଣି । ଜଣେ ଦାୟିତ୍ୱବାନ ପୁଲିସ ଅଫିସର ଭାବେ ଷଡ଼ଙ୍ଗୀ ସାହେବ ଯେଉଁଭଳି କାର୍ଯ୍ୟ କରିବା କଥା କରୁନାହାନ୍ତି । ଯେଉଁ ତୁଣ୍ଡ ରଖିବା କଥା ରଖୁନାହାନ୍ତି । ସୁତରାଂ କମିଶନର୍ ପଦବୀ ପାଇଁ ସେ ଅନୁପଯୁକ୍ତ । ଏକଥା ଆମେ କହୁନୁ । ଖୋଦ୍ ଶାସକ ଦଳର ଆଭିମୁଖ୍ୟରୁ ବାରି ହୋଇଯାଇଛି ।
ରୋଡ ରୋମିଓଙ୍କୁ ସାବାଡ଼ କରିବାକୁ ଗତକାଲି କମିଶନରେଟ୍ ପୁଲିସ ପକ୍ଷରୁ ରାଜଧାନୀର ୩୦ ଅନୁଷ୍ଠାନରୁ ୨୪୬ ଜଣ ଯୁବତୀଙ୍କୁ ଏସପିଓ(ସ୍ୱତନ୍ତ୍ର ପୁଲିସ ଅଫିସର) ଭାବେ ନିଯୁକ୍ତି ଦିଆଗଲା । ସ୍କୁଲ, କଲେଜ ଏବଂ କର୍ମକ୍ଷେତ୍ରରେ ମହିଳାମାନେ ସାମନା କରୁଥିବା ଯାବତୀୟ ଅତ୍ୟାଚାରର ଦମନ ପାଇଁ ସେମାନଙ୍କୁ ପୁଲିସ କ୍ଷମତା ଦିଆଗଲା । ‘ୱିମେନ୍ ଏମପାୱାରମେଣ୍ଟ ଫର୍ ଜେଣ୍ଡର ସେନସିଟିଭି ପୁଲିସିଂ’ କାର୍ଯ୍ୟକ୍ରମ ଜରିଆରେ ଏହି ବ୍ୟବସ୍ଥା ହୋଇଥିବା କୁହାଗଲା । କମିଶନରେଟ୍ ପୁଲିସର ଆଖି ଓ କାନ ଭାବେ ସେମାନେ କାମ କରିବେ ବୋଲି କମିଶନର୍ ସୁଧାଂଶୁ ଷଡ଼ଙ୍ଗୀ କହିଥିଲେ ।
ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ନବନିଯୁକ୍ତ ଏସପିଓମାନଙ୍କ ଆଗରେ ରେଭେନ୍ସା କଲେଜ ଛାତ୍ର ଜୀବନର ସ୍ମୃତି ରୋମନ୍ଥନ କରି କମିଶନର୍ ଷଡ଼ଙ୍ଗୀ ସେ କାଳ ଓ ଏ କାଳର କଥା ବଖାଣିଥିଲେ । ଏବେ ପୁଅ ଯଦି ରୋଷେଇ ଶିଖିନି, ତେବେ ତୁମେ ତାକୁ ବାହା ହୁଅନି  ବୋଲି ଝିଅମାନଙ୍କୁ ପରାମର୍ଶ ଦେଲେ । ତେବେ କମିଶନରଙ୍କ ବକ୍ତବ୍ୟର ଭିଡ଼ିଓ ଭାଇରାଲ୍ ହେବା ପରେ ଭୀଷଣ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ସୋସିଆଲ୍ ମିଡ଼ିଆରେ ତାଙ୍କୁ କଡ଼ା ଭାଷାରେ ସମାଲୋଚନା କରାଯାଉଛି ।
ଖୋଦ୍ ଶାସକ ଦଳ ବିଜେଡ଼ି ମଧ୍ୟ କମିଶନରଙ୍କ ଆଚରଣ ଓ ଉଚ୍ଚାରଣକୁ ପସନ୍ଦ କରିନାହିଁ । ଦଳ ପକ୍ଷରୁ କମିଶନରଙ୍କ କାର୍ଯ୍ୟକୁ ଭର୍ତ୍ସନା କରାଯାଇଛି ।
ବିଜେଡ଼ି ମୁଖପାତ୍ର ଡ. ଲେନିନ୍ ମହାନ୍ତି ମହିଳା ଏସପିଓ ନିଯୁକ୍ତି ଏବଂ କମିଶନରଙ୍କ ରୋଷେଇ ଉକ୍ତିକୁ ସମାଲୋଚନା କରିବା ସହ କାହିଁକି ଖାଲି ମହିଳା ଏସପିଓ ନିଯୁକ୍ତି ବୋଲି ପ୍ରଶ୍ନ କରିଛନ୍ତି । ଲିଙ୍ଗଗତ ସମାନତା କୁହାଯାଉଥିବା ବେଳେ କମିଶନରଙ୍କ ପଦକ୍ଷେପକୁ ନାପସନ୍ଦ କରିଛନ୍ତି । କମିଶନରଙ୍କ ରୋଷେଇ ଉକ୍ତିକୁ ସମାଲୋଚନା କରି କହିଛନ୍ତି, ଯେଉଁ ପୁରୁଷ ରୋଷେଇ ଶିଖିନି, ତା ମାନେ ସିଏ ମହିଳାଙ୍କୁ କ’ଣ ସମ୍ମାନ ଦିଏନି? ଏହି ବାର୍ତ୍ତା ସମାଜକୁ ସଂଗଠିତ କରିବନି, ପରନ୍ତୁ ଭାଙ୍ଗିଦେବ ବୋଲି ସତର୍କ କରାଇ ଦେଇଛନ୍ତି ବିଜେଡ଼ି ମୁଖପାତ୍ର ।
ବିଜେଡ଼ି ମୁଖପାତ୍ରଙ୍କ ଏହି ବୟାନରୁ ଏତିକି ସ୍ପଷ୍ଟ ଯେ କମିଶନରଙ୍କ କାର୍ଯ୍ୟକଳାପକୁ ନେଇ ଖୋଦ୍ ମୁଖ୍ୟମନ୍ତ୍ରୀ ଭୀଷଣ କ୍ଷୁବ୍ଧ । ତେଣୁ କମିଶନରଙ୍କ ଚାକିରି ଯେ ଚାଲିଯାଇପାରେ ତାହାର ଏହା ଇଙ୍ଗିତ ମାତ୍ର । ଅବଶ୍ୟ କମିଶନର୍ ଟୁଇଟରରେ ତାଙ୍କ ଉକ୍ତିର ସଫେଇ ଦେଇଛନ୍ତି ।
ଏମିତିରେ ସୁଧାଂଶୁ ଷଡ଼ଙ୍ଗୀଙ୍କ କାର୍ଯ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ଖୁସି ନ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ କମିଶନରେଟ୍ ପୁଲିସର ମାତ୍ରାଧିକ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ନାପସନ୍ଦ କରିଥିଲେ । ରାଜମହଲ ଛକରେ ସାଧାରଣ ଜନତା-ପୁଲିସ ସଂଘର୍ଷ ପାଇଁ ସିଧାସଳଖ କମିଶନରଙ୍କୁ ଦାୟୀ କରିଥିଲେ । ତାଙ୍କୁ ଡକାଇ ବିରକ୍ତି ପ୍ରକାଶ କରିବା ସହ ସତର୍କ କରି ଦେଇଥିଲେ ମୁଖ୍ୟମନ୍ତ୍ରୀ ।
Previous Post

ଶରଣ ପରେ ମାରଣ!!

Next Post

ଆପେ ବଞ୍ଚିଲେ ବାପର ନାଁ

Next Post
ଆପେ ବଞ୍ଚିଲେ ବାପର ନାଁ

ଆପେ ବଞ୍ଚିଲେ ବାପର ନାଁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA