Monday, May 25, 2026 03:07 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବୈଜୟନ୍ତ ବାଟବଣା! ନିଶ୍ଚିନ୍ତକୋଇଲିରୁ ତୃତୀୟ ମହଲା

by Our Correspondent
09 Jan, 2018- 10:29 PM
in Latest News, Politics
1 min read
0
ବୈଜୟନ୍ତ ବାଟବଣା! ନିଶ୍ଚିନ୍ତକୋଇଲିରୁ ତୃତୀୟ ମହଲା
– ଅଞ୍ଚଳ ନେତାଙ୍କ ବିରୋଧ ଯୋଗୁଁ ସାଂସଦ ଘାଇଲା
– ବିଜେପିର ଉଧାରି ଡାଇଲଗ୍ ଖାପିଲେ
– ନିର୍ଦ୍ଦିଷ୍ଟ ଟିଭିର ଅହେତୁକ ଆଗ୍ରହ
ଭୁବନେଶ୍ୱର: ନଈ ନ ଦେଖୁଣୁ ଲଙ୍ଗଳା । ସାମାନ୍ୟ ଜଣେ ସାଂସଦଙ୍କ ପାଣିଟାଙ୍କି ଉଦଘାଟନ ପୂର୍ବର ରାଜନୈତିକ ପାଣିପାଗ ପ୍ରମୁଖ ଟିଭି ଚାନେଲ୍ ରେ ଆଜିର ହେଡ଼ଲାଇନ୍ । ସାଂସଦଙ୍କୁ ଅତ୍ୟଧିକ ଭଲପାଇ ବସିଥିବା ନିର୍ଦ୍ଦିଷ୍ଟ ଚାନେଲ୍ ଏହି ଖବରକୁ ହାଇପ୍ କରିବାରେ ସାଂସଦଙ୍କ ନିଜ ଚାନେଲ୍ କୁ ବି ପଛରେ ପକେଇଦେଇଛି । ଯାହା ବି ହେଉ, ସାଂସଦଙ୍କ ଗସ୍ତର ପୂର୍ବ ଆକଳନ ଖବରକୁ ଅତିରଂଜିତ କରି ଜନସାଧାରଣଙ୍କ ଫୋକସ୍ କୁ ସେୟାଡ଼କୁ ଟାଣିବାକୁ ଉଦ୍ୟମ ହୋଇଛି । ଏହି ମୌକାରେ ବିଜେପିଠାରୁ ସାଂସଦଙ୍କ ଉଧାରି ‘ତୃତୀୟ ମହଲାର ଅଣଓଡ଼ିଆ ଅଫିସର’ ଡାଇଲଗ୍ କୁ ଅତି ସୁନ୍ଦର ଭାବେ ହାଇଲାଇଟ୍ କରାଯାଇଛି ।
କେନ୍ଦ୍ରାପଡ଼ା ବିଜେଡ଼ି ସାଂସଦ ବୈଜୟନ୍ତ ପଣ୍ଡା ଆସନ୍ତା ୧୧ ତାରିଖରେ ଏକ ପାଣିଟାଙ୍କି ଉଦଘାଟନ କରିବାକୁ ନିଶ୍ଚିନ୍ତକୋଇଲି ବ୍ଲକ୍ ବୁହୋଳ ଗାଁ ଯିବେ । ବ୍ଲକ୍ ର ବିଜେଡ଼ି ଅଧ୍ୟକ୍ଷା ସବିତା ଓଝା, ବ୍ଲକ୍ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତିଙ୍କ ସମେତ ଦଳର ପ୍ରାୟ ସମସ୍ତ କର୍ମକର୍ତ୍ତା ଏବଂ ଖୋଦ୍ ସାଂସଦଙ୍କ ପ୍ରତିନିଧି ଦେବେନ୍ଦ୍ର କୁମାର ସାହୁ ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ତାଙ୍କ ଗସ୍ତକୁ ବିରୋଧ କରୁଛନ୍ତି । ଏ ନେଇ ଗତକାଲି ସେମାନେ ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ ଏବଂ ଏସପିଙ୍କୁ ଚିଠି ଲେଖିଛନ୍ତି । ନିଶ୍ଚିନ୍ତକୋଇଲି ବିଜେଡ଼ି ନେତାଙ୍କ କହିବା କଥା, ସାଂସଦଙ୍କୁ ଅଞ୍ଚଳରେ ପ୍ରବଳମାତ୍ରାରେ ବିରୋଧ ହେଉଛି । ଦଳରେ କାହାକୁ ସାଙ୍ଗରେ ନେଉ ନ ଥିବାରୁ କେହି ତାଙ୍କ ସାଙ୍ଗରେ ନାହାନ୍ତି । ଓଲଟି ବିଜେଡ଼ି ବିରୋଧୀ ଲୋକଙ୍କୁ ସେ ଗୁରୁତ୍ୱ ଦେଉଛନ୍ତି । ଦଳୀୟ ନେତା ଓ ଜନସାଧାରଣଙ୍କ ବିରୋଧ ଦୃଷ୍ଟିରୁ ସାଂସଦ ପ୍ରତିହିଂସାପରାୟଣ ହୋଇଛନ୍ତି । ନିଜର ପତିଆରା ଦେଖାଇବାକୁ ବିଭିନ୍ନ ଚାଲ୍ ଖେଳିଛନ୍ତି । ଏଥିପାଇଁ ତାଙ୍କର ମୋହରା ହୋଇଛି ସାଂସଦ ପାଣ୍ଠିରେ ନିର୍ମିତ ପ୍ରକଳ୍ପ । ନିଶ୍ଚିନ୍ତକୋଇଲି ପ୍ରସ୍ତାବିତ ଗସ୍ତକୁ ସେ ଦଳୀୟ ନେତାଙ୍କୁ ଲୋଡିନାହାନ୍ତି । ତେଣୁ ବିରୋଧ ତାଙ୍କ ପାଇଁ ନୂଆ ଖବର ନୁହେଁ । ମାତ୍ର ଜିଦ୍ ରେ ସେ ଏହି କାର୍ଯ୍ୟକ୍ରମ ରଖିଛନ୍ତି । ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି କରି ଲୋକଙ୍କ ସହାନୁଭୂତି ଗୋଟାଇବା ସହ ସରକାରଙ୍କୁ ବଦନାମ କରିବା ତାଙ୍କର ଉଦ୍ଦେଶ୍ୟ। ତେଣୁ ତାଙ୍କ ଗସ୍ତକୁ ବିରୋଧ କରି ବ୍ଲକ୍ ଅଧ୍ୟକ୍ଷା ଓ ବ୍ଲକ୍ ବିଜେଡ଼ି ସଭାପତି ଜିଲ୍ଲା ପ୍ରଶାସନ ଓ ସରକାରଙ୍କୁ ଚିଠି ଲେଖିବା ପରେ ବୈଜୟନ୍ତ ନିଜର ଖେଳ ଆରମ୍ଭ କରିଛନ୍ତି । ଏଥିପାଇଁ ଆୟୁଧ ହୋଇଛି ଗଣମାଧ୍ୟମ ।
ସେପଟେ ଚତୁର ବୈଜୟନ୍ତ ନିଜେ ସାମନାକୁ ନ ଆସି ନିଜ ରାଜନୈତିକ ସଚିବଙ୍କୁ କାମରେ ଲଗାଇଛନ୍ତି । ନିଜ ଭାଷାକୁ ଲେଖି ପଢ଼ାଇଛନ୍ତି ସଚିବଙ୍କ ମୁହଁରେ । ନିଶ୍ଚିନ୍ତକୋଇଲି ପାଣିଟାଙ୍କି ଉଦଘାଟନ ଭଳି ଏକ ଛୋଟିଆ କାର୍ଯ୍ୟକ୍ରମକୁ ଦଳୀୟ ନେତାଙ୍କ ବିରୋଧ ମାମଲାରେ ତୃତୀୟ ମହଲାକୁ ଭିଡ଼ି ଓଟାରି ଟାଣିଛନ୍ତି । ବିଜେପିର ନିଶାନା ପାଲଟିଥିବା ତୃତୀୟ ମହଲାର ଅଣଓଡ଼ିଆ ଅଫିସରଙ୍କ ଆଡକୁ ତାଙ୍କର ଇଙ୍ଗିତ ପୁଣିଥରେ ହାତଉଧାରି ଆଣିଛନ୍ତି । ମୋଟାମୋଟି ଭାବେ ମୂଳ ମାମଲାରୁ ଗୁରୁତ୍ୱ ହଟାଇ ତୃତୀୟ ମହଲା ଅଣଓଡ଼ିଆ ଅଫିସର ପଛରେ ପଡ଼ିଛନ୍ତି ବୈଜୟନ୍ତ । ପ୍ରଶ୍ନ ହେଉଛି, ବୈଜୟନ୍ତଙ୍କ ଯଦି ସେଭଳି କିଛି ଅଭିଯୋଗ ଅଛି ତାହା ମୁଖ୍ୟମନ୍ତ୍ରୀଙ୍କ କାନରେ କହିବାକୁ କିଏ ତାଙ୍କୁ ମନା କରିଛି ? ବିଜେଡ଼ିର ଜଣେ ସାଂସଦ ହୋଇ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ପରିଚାଳିତ ତୃତୀୟ ମହଲା ଆଡକୁ ଇଙ୍ଗିତ ଉଠାଇବା ପଛରେ ତାଙ୍କର କି ଉଦ୍ଦେଶ୍ୟ ଅଛି ?
ଅନ୍ୟପକ୍ଷରେ ସାଂସଦଙ୍କ ସଚିବ ଦାବି କରିଛନ୍ତି ଯେ ସାଂସଦଙ୍କ ୧୧ ତାରିଖ କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ବିଧାୟକ ଓ ନେତାଙ୍କୁ ଆମନ୍ତ୍ରିତ କରାଯାଇଛି । ତାହା ସତ୍ତ୍ୱେ କାର୍ଯ୍ୟକ୍ରମ ଭଣ୍ଡୁର କରିବାକୁ ଚକ୍ରାନ୍ତ ହୋଇଛି । ମାତ୍ର ସାଂସଦ ଅଲବତ୍ ସେଠାକୁ ଯିବେ ଏବଂ ପାଣିଟାଙ୍କି ଉଦଘାଟନ ହେବ । ସାଂସଦଙ୍କୁ ସ୍ୱାଗତ କରିବା ପାଇଁ ସେଠା ଲୋକେ କୁଆଡ଼େ ଚାହିଁ ବସିଛନ୍ତି । ଅବଶ୍ୟ ଏକଥା ସ୍ଥାନୀୟ କୌଣସି ବଡ଼ ବିଜେଡ଼ି ନେତାଙ୍କ ମୁହଁରେ କୁହାଇ ପାରିନାହାନ୍ତି ବୈଜୟନ୍ତ କ୍ୟାମ୍ପ । ବୁହାଳ ସରପଞ୍ଚଙ୍କ ପ୍ରତିନିଧିଙ୍କ ମୁହଁରେ ବୈଜୟନ୍ତଙ୍କ ସମର୍ଥନରେ ଦି ପଦ କୁହାଇ ଛାତି ଫୁଲାଇଛନ୍ତି ।
ଯାହା ବି ହେଉ, ସାଂସଦଙ୍କ ଏହି ଖବରକୁ ତାଙ୍କ ଚାନେଲ ଛଡ଼ା ଆଉ ଏକ ନିର୍ଦ୍ଦିଷ୍ଟ ଚାନେଲର ଅହେତୁକ ଆଗ୍ରହ ଜନସାଧାରଣଙ୍କ ମନରେ କୌତୁହଳ ସୃଷ୍ଟି କରିଛି । ଏହି ସାମାନ୍ୟ ଖବରକୁ ହେଡଲାଇନ୍ ଷ୍ଟୋରି ଏବଂ ବିଗ୍ ଡିବେଟ୍ ବନାଇ ହାଇପ୍ କରିବାର ପଛରେ ପଡ଼ିନାହିଁ ସଂପୃକ୍ତ ଚାନେଲ୍ । ବୈଜୟନ୍ତଙ୍କ ପ୍ରତିଟି ଟୁଇଟ୍ କୁ ବ୍ରେକିଂ ଖବର ବନାଇବାରେ ଝୁଙ୍କ୍ ରଖିଥିବା ଏହି ଟିଭି ଚାନେଲ୍ ତାଙ୍କ ନିଶ୍ଚିତକୋଇଲି ଗସ୍ତର ଗୋଳିଆପାଣିରୁ ବୈଜୟନ୍ତଙ୍କୁ ଭରପୁର ଫାଇଦା ଦେବାକୁ ଉଦ୍ୟମ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି । ଗତବର୍ଷ ମେ ୩୦ରେ ମାହାଙ୍ଗା ରାହାଣିଆ ଜାତିପୋରିଲୋ ଗାଁରେ ବୈଜୟନ୍ତଙ୍କ ପାଣିଟାଙ୍କି ଉଦଘାଟନ ବେଳେ ଗଣ୍ଡଗୋଳ ସୂଚନା କେହି ପାଆନ୍ତୁ ନ ପାଆନ୍ତୁ ସଂପୃକ୍ତ ଚାନେଲ୍ ପାଇଥିଲା । ଲାଇଭ୍ କ୍ୟାଟ୍ ଧରି ସେଠାରେ ଆଗୁଆ ହାଜର ହୋଇଯାଇଥିଲା । ବୈଜୟନ୍ତଙ୍କ ଉପରେ ଅଣ୍ଡାମାଡ଼ର ଭିଜୁଆଲ୍ ଆଣି ନିଜ ମିସନ୍ ରେ ସଫଳ ବି ହୋଇଥିଲା । ଆମ ସୂଚନା ଅନୁଯାୟୀ ଗତଥର ଏହା ପ୍ରାୟୋଜିତ ଥିଲା । ଆଉ ଏଥର ବି କୁଆଡ଼େ ସମାନ ଅବସ୍ଥା ।
Previous Post

ବିଜେପୁର ଫାୟାରିଂ: ବିଜେଡ଼ି-ବିଜେପି ନିର୍ବାଚନୀ ନାଟ

Next Post

ବାଟ ହୁଡ଼ିଲେଣି ଆନ୍ନା !

Next Post
ବାଟ ହୁଡ଼ିଲେଣି ଆନ୍ନା !

ବାଟ ହୁଡ଼ିଲେଣି ଆନ୍ନା !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA