Monday, May 25, 2026 09:39 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମନ ପାଇଲେନି ମୁଖ୍ୟମନ୍ତ୍ରୀ

by Our Correspondent
24 Jan, 2018- 05:31 PM
in Latest News, Politics
1 min read
0
ମନ ପାଇଲେନି ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ବୈଜୟନ୍ତ ପଣ୍ଡାଙ୍କ ଟିଭିରେ ଆଉ ଆସିବନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ । ମାଇଲେଜ୍ ଦେଲା ଭଳି ଗୁରୁତ୍ୱପୂର୍ଣ୍ଣ ଖବରରେ ମୁଖ୍ୟମନ୍ତ୍ରୀଙ୍କର ଭିଜୁଆଲ୍ ଚାଲିବ ହେଲେ ପାଟିରେ ନାଁ ଧରାଯିବନି । ସେହି ଭିଜୁଆଲ୍ ଉପରେ ଅନ୍ୟ କେଉଁ ନେତା କି ଅଫିସରଙ୍କ ନାଁ ପଢ଼ି ଦିଆଯିବ । ଅବଶ୍ୟ, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଖବରଟି ଥିଲେ ତାଙ୍କ ନାଁ କୁହାଯିବ । ଆଜି ଦିନତମାମ ବୈଜୟନ୍ତଙ୍କ ଟିଭିର ବୁଲେଟିନ୍ ଗୁଡ଼ିକୁ ଦେଖିଲା ପରେ ସମସ୍ତଙ୍କ ମନରେ ଏହି ଧାରଣା ସୃଷ୍ଟି ହୋଇଛି ।
ଆଜି କଂଗ୍ରେସ ଓ ବିଜେପି ପକ୍ଷରୁ ପୃଥକ୍ ଭାବେ ଭାବେ ଓଡ଼ିଶା ବନ୍ଦ/ହରତାଳ ଡାକରା ଦିଆଯାଇଥିଲା । ଟିଭି ଚାନେଲଗୁଡ଼ିକରେ ନିଶ୍ଚିତ ଭାବେ ଏହା ହିଁ ଆଜିର ମୁଖ୍ୟ ଖବର । ସକାଳୁ ସକାଳୁ ଟିଭିରେ ଚାଲିଛି ଲାଇଭ୍ । ଖାଲି ଭୁବନେଶ୍ୱର ନୁହେଁ, ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଆସୁଛି ଲାଇଭ୍ ଫିଡ୍ । କଡ଼ା ସୁରକ୍ଷା ବଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଚିବାଳୟ ଆସିବାକୁ କେହି କେହି ଲାଇଭ୍ କରୁଥିଲା ବେଳେ ଅନ୍ୟମାନେ ଭିଜୁଆଲ୍ ନେଇ ଖବର ଚଲାଇଥିଲେ । ମାତ୍ର ବୈଜୟନ୍ତଙ୍କ ଟିଭିରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ବୁଲେଟିନ୍ ରେ ମୁଖ୍ୟମନ୍ତ୍ରୀଙ୍କ କାରିକେଡ୍ ର ଭିଜୁଆଲ୍ ଆସୁଥିଲେ ମଧ୍ୟ ନିଉଜ୍ ରିଡ଼ର୍ ମୁଖ୍ୟମନ୍ତ୍ରୀଙ୍କ ନାଁ ଧରି ନ ଥିଲେ ।
ଟିଭି ସ୍କ୍ରିନ୍ ରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ କାରିକେଡ୍ ଭିଜୁଆଲ୍ ଦେଖାଇ କୁହାଯାଉଥିଲା କି କଡ଼ା ସୁରକ୍ଷାରେ ମୁଖ୍ୟ ଶାସନ ସଚିବ ସଚିବାଳୟ ଆସୁଛନ୍ତି । ଥରେ ଅଧେ ବୁଲେଟିନ୍ ରେ ଏହା ହୋଇଥିଲେ ଆଙ୍କର୍ ଭୁଲ୍ ରେ ମୁଖ୍ୟମନ୍ତ୍ରୀଙ୍କ ଜାଗାରେ ମୁଖ୍ୟ ଶାସନ ସଚିବ ପଢ଼ୁଥିବା କୁହାଯାଇଥାଆନ୍ତା । ମାତ୍ର ସବୁ ବୁଲେଟିନ୍ ରେ ବରାବର ସେହି ସ୍କ୍ରିପଟ୍ ପଢ଼ାଯାଉଥିବାରୁ ତାହା ଉଦ୍ଦେଶ୍ୟମୂଳକ ବୋଲି କୁହାଯାଉଛି ।.
ନିର୍ଦ୍ଦିଷ୍ଟ ଭାବେ ମୁଖ୍ୟମନ୍ତ୍ରୀଙ୍କ କାରିକେଡ୍ ଭିଜୁଆଲ୍ ଉପରେ ମୁଖ୍ୟ ଶାସନ ସଚିବଙ୍କ ନାଁ କୁହାଯାଉଥିବା ବେଳେ ମନ୍ତ୍ରୀ ଅଶୋକ ପଣ୍ଡା ଓ ପ୍ରଫୁଲ ମଲ୍ଲିକଙ୍କ ସଚିବାଳୟ ଆଗମନର ଖବର ଭିଜୁଆଲ୍ ସହ ସ୍ଥାନିତ ହୋଇଛି । ମଜ୍ଜାର କଥା, ପରବର୍ତ୍ତୀ ଖବରରେ ମାଷ୍ଟରକ୍ୟାଣ୍ଟିନ୍ ରେ ଲାଗିଥିବା ମୁଖ୍ୟମନ୍ତ୍ରୀଙ୍କ ବଡ଼ ପୋଷ୍ଟରକୁ କଂଗ୍ରେସ କର୍ମୀମାନେ ଚିରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିବା ଦୃଶ୍ୟକୁ ବେଶ୍ ଭଲ କରି ଦେଖାଯାଉଥିଲା । ଆଉ ସେଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ଚଢ଼ାସ୍ୱରରେ କହୁଥିଲେ ଆଙ୍କର୍ ।
ସୁତରାଂ ନବୀନ ପଟ୍ଟନାୟକଙ୍କ ନାଁ ନେବାରେ ବୈଜୟନ୍ତଙ୍କ ଟିଭିକୁ ବିତୃଷ୍ଣା ଆସିଥିବା କୁହାଯାଉଛି । ଯେଉଁଥିପାଇଁ ବିଜେଡ଼ି ଓ ନବୀନ ସରକାର ବିରୋଧରେ ଗଦା ହୋଇଯାଉଛି ଖବର । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ନାଁ ନ ଧରି ତାଙ୍କର ଭିଜୁଆଲ୍ ସହ ଯେମିତି ହେଲେ ଗୋଟେ ଖବର ତ କମ୍ପଲସରି ହୋଇଯାଇଛି । ମୋଟାମୋଟି ଭାବେ ବିଜେଡ଼ି ଓ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ମଳିନ କରିବାକୁ ବୈଜୟନ୍ତ ଏକ ମିସନ୍ କରିଦେଇଥିବା ସାଧାରଣରେ ଆଲୋଚନା ହେଉଛି । ବୋଧହୁଏ ବୈଜୟନ୍ତଙ୍କ ସୌଭାଗ୍ୟକୁ ଏମିତିବେଳେ ଆସିଛି ସମ୍ବେଦନଶୀଳ କୁନ୍ଦୁଲି ପ୍ରସଙ୍ଗ । ବୈଜୟନ୍ତଙ୍କ ଆଖିରୁ କୁନ୍ଦୁଲି ଲୁହ ଝରୁଛି ଆଉ ତାଙ୍କ ଟିଭିରେ କୁନ୍ଦୁଲି ନିଆଁ ଲାଗିଛି । ବିଜେଡ଼ି ପାଇଁ ଏହା କଷ୍ଟକର ହୋଇଥିଲେ ମଧ୍ୟ ବିଜେପି ନେତାମାନେ ଖୁସିରେ ବୈଜୟନ୍ତଙ୍କ ପରି ଆକାଶରେ ଉଡ଼ିଲା ଭଳି ହେଉଛନ୍ତି । ଆଗରୁ ବୈଜୟନ୍ତଙ୍କ ଟିଭିକୁ ଆମ ଟିଭି କହି ବିଜେଡ଼ିବାଲା ଛାତି ଫୁଲାଉଥିଲେ । ସେହି ଟିଭି ନ ଆସିଲେ ବିଜେଡ଼ିବାଲାଙ୍କ ପାଟିରୁ କଥା ଖସୁ ନ ଥିଲା । ଆଉ ଏବେ ସମାନ ରୋଗ ଆସିଛି ବିଜେପି ନେତାଙ୍କୁ । ବୈଜୟନ୍ତଙ୍କ ଟିଭିକୁ ସେମାନେ ଜ୍ୱାଇଁପୁଅଠାରୁ ବି ଅଧିକ ଭଲ ପାଇଯାଇଛନ୍ତି । ସେହି ଟିଭିରେ ବିଜେପି ନେତା/ନେତ୍ରୀମାନେ ଭାରି କମ୍ଫଟ୍ ଫିଲ୍ କରୁଛନ୍ତି ।
Previous Post

ଔକାତ୍ ଭୁଲିଗଲେ ସାଂସଦ

Next Post

ଖେଳ ଖତମ୍, ବୈଜୟନ୍ତ ଆଉଟ୍

Next Post
ଖେଳ ଖତମ୍, ବୈଜୟନ୍ତ ଆଉଟ୍

ଖେଳ ଖତମ୍, ବୈଜୟନ୍ତ ଆଉଟ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA