Thursday, April 30, 2026 09:27 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମାସ୍କ ନ ପିନ୍ଧି ଗଣିଲେଣି ୧ କୋଟି ୨୫ ଲକ୍ଷ ତଣ୍ଡ

by Our Correspondent
12 Jun, 2020- 07:35 PM
in Latest News, News
1 min read
0
ମାସ୍କ ନ ପିନ୍ଧି ଗଣିଲେଣି ୧ କୋଟି ୨୫ ଲକ୍ଷ ତଣ୍ଡ

ଲକ୍ ଡାଉନ୍ ରେ ପୁଲିସ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚପ୍ରଶଂସା

ଭୁୁବନେଶ୍ୱର: କୋଭିଡ୍ ନିୟମ ଉଲ୍ଲଂଘନରୁ ପୁଲିସ ଆଦାୟ କଲାଣି ପାଖାପାଖି ୧ କୋଟି ୪୦ ଲକ୍ଷ ଟଙ୍କା । କେବଳ ମାସ୍କ ବ୍ୟବହାର ଉଲ୍ଲଂଘନରୁ ଆଦାୟ ହୋଇଛି ୧ କୋଟି ୨୫ ଲକ୍ଷ ୮୪ ହଜାର ୧୮୦ ଟଙ୍କା ତଣ୍ଡ । ସାମାଜିକ ଦୂରତ୍ତ୍ୱ ଉଲ୍ଲଂଘନରେ ୧୧ ଲକ୍ଷ ୭୪ ହଜାର ୩୫୦ ଟଙ୍କା, ସାପ୍ତାହିକ ଲକ୍ ଡାଉନ୍ ଉଲ୍ଲଂଘନରେ ୩ ହଜାର ଟଙ୍କା ଏବଂ ରାତ୍ରୀକାଳୀନ କର୍ଫ୍ୟୁ ଉଲ୍ଲଂଘନ ପାଇଁ ୧ ଲକ୍ଷ ୩ ହଜାର ୮୦୦ ଟଙ୍କା ଆଦାୟ କରାଯାଇଛି ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡ଼ିଓ କନଫରେନ୍ସିଂ ବୈଠକରେ ପୁଲିସ ଡିଜି ଶ୍ରୀ ଅଭୟ ଏହି ସୂଚନା ଦେଇଛନ୍ତି । ଡିଜି କହିଛନ୍ତି ଲକ୍ ଡାଉନ୍ ସମୟରେ ଘରୋଇ ହିଂସା ଅଭିଯୋଗକ୍ରମେ ୯୨୦୫ ମହିଳାଙ୍କ ସହିତ ଫୋନ୍ ରେ ଯୋଗାଯୋଗ କରାଯାଇଛି । ୫୩ଟି କେସ୍ ରେ ଘରୋଇ ହିଂସାର ସୂଚନା ମିଳିଛି । ସାମଗ୍ରିକ ଭାବେ ପୁଲିସ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ସଚେତନତା କାର୍ଯ୍ୟକ୍ରମ, ବିଶେଷ କରି ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ପାଳନ ପାଇଁ ଲୋକମାନଙ୍କୁ ସଚେତନ କରାଯାଉଛି ବୋଲି ଡିଜି କହିଛନ୍ତି ।
ଲକ୍ ଡାଉନ୍ ସମୟରେ ଓଡ଼ିଶା ପୁଲିସ ଉଚ୍ଚମାନର ସଂଯମତା ସହିତ ମର୍ଯ୍ୟାଦା ଓ ମାନବିକତା ପ୍ରଦର୍ଶନ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାରିଫ୍ କରିଛନ୍ତି । ପୁଲିସ ବିଭାଗର ବରିଷ୍ଠ ଅଧିକାରୀ, ବିଭିନ୍ନ ରେଂଜର ଡିଆଇଜି, ଜିଲ୍ଲାର ଡିସିପି ତଥା ଏସପିମାନଙ୍କ ସହିତ ଭିଡ଼ିଓ କନଫରେନ୍ସିଂ ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ଏଥିପାଇଁ ଓଡ଼ିଶା ପୁଲିସ ବାହିନୀକୁ ଉଚ୍ଚପ୍ରଶଂସା କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଲକ୍ ଡାଉନ୍ ସମୟରେ ଅନ୍ୟ ରାଜ୍ୟଗୁଡ଼ିକର ପ୍ରବାସୀ ଶ୍ରମିକମାନେ ଓଡ଼ିଶା ମଧ୍ୟ ଦେଇ ଯିବା ସମୟରେ ସେମାନଙ୍କୁ ସହାୟତା ଯୋଗାଇବା ପାଇଁ ଆମେ ଜିରୋ ୱାକିଂ ଇନସାଇଡ୍ ଓଡ଼ିଶା ନୀତି କାର୍ଯ୍ୟକାରୀ କରିଥିଲୁ । ଏହି ନୀତିକୁ ପୁଲିସ ବାହିନୀ ଉତ୍ତମ ସମନ୍ୱୟ ରଖି ସଫଳତାର ସହ କାର୍ଯ୍ୟ କରିଛନ୍ତି । ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମିକମାନଙ୍କୁ ମାନବୀୟ ସେବା ଯୋଗାଇ ଓଡ଼ିଶା ପୁଲିସର ଦକ୍ଷତା ଓ ବୃତ୍ତିଗତ ଉତ୍କର୍ଷତାର ନିଦର୍ଶନ କରିଛନ୍ତି ।
ବାତ୍ୟା ଅମ୍ଫନ୍ ସମୟରେ ଓଡ୍ରାଫ୍ ଓ ଅଗ୍ନିଶମ ସେବାର କର୍ମଚାରୀମାନେ ପଶ୍ଚିମବଙ୍ଗ ଯାଇ ରିଲିଫ ଓ ପୁରୁଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । କରୋନା ଭୟ ସତ୍ତ୍ୱେ ସେମାନେ କୋଲକତାରେ ସାହାସ ଓ ମାନବିକତାର ସହ ବିପନ୍ନ ଲୋକଙ୍କୁ ସେବା ଯୋଗାଇ ଦେଲେ । କୋଲକତାକୁ ସହାୟତା ଯୋଗାଇ ଦେବାକୁ ଯାଇଥିବା ଆମର ଓଡ୍ରାଫ୍ ଓ ଅଗ୍ନିଶମ ସେବାର କର୍ମଚାରୀମାନେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
କରୋନା ଯୁଦ୍ଧ ସରିନାହିଁ । ତେଣୁ ଆମକୁ ଅଧିକ ସତର୍କ ହେବା ସହିତ ବୃତ୍ତିଗତ ଦକ୍ଷତାର ସହ କାମ କରିବାକୁ ପଡ଼ିବ । ଆଗାମୀ ଦିନରେ ସମାନ ମନୋଭାବ ନେଇ ସେବା ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ ।
ଓଡ଼ିଶା ପୁଲିସରେ ମାନବ ସମ୍ବଳର ଯୁକ୍ତିସଙ୍ଗତ ପରିଚାଳନା କରି ଥାନାମାନଙ୍କରେ ଅଧିକ କର୍ମଚାରୀ ମୁତୟନ ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏଥିପାଇଁ ୧୫ ଦିନ ମଧ୍ୟରେ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବାକୁ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।
ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ, ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ମଧ୍ୟ ବର୍ତ୍ତମାନ ସମୟରେ ପୁଲିସର ବୃତ୍ତିଗତ ଦକ୍ଷତା ଓ ମାନବୀୟ ମୂଲ୍ୟବୋଧର ଉଚ୍ଚପ୍ରଶଂସା କରିଥିଲେ । ଏହି ଦୁଇ ମଧ୍ୟରେ ଉତ୍ତମ ସମନ୍ୱୟ ରଖିବାରେ ପୁଲିସ ସଫଳ ହୋଇଥିବା କହିଥିଲେ ।
Previous Post

ସମୀର ମହାନ୍ତିଙ୍କ ନୂଆ ଟିମ୍

Next Post

ଚୂଡ଼ାନ୍ତ ସୋପାନରେ ରଥ ନିର୍ମାଣ

Next Post
ଚୂଡ଼ାନ୍ତ ସୋପାନରେ ରଥ ନିର୍ମାଣ

ଚୂଡ଼ାନ୍ତ ସୋପାନରେ ରଥ ନିର୍ମାଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA