Thursday, May 7, 2026 01:22 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରହସ୍ୟରେ ଡିଏଭି ଛାତ୍ରୀ ମୃତ୍ୟୁ

by Our Correspondent
28 Nov, 2017- 11:47 PM
in Latest News, News
1 min read
0
ରହସ୍ୟରେ ଡିଏଭି ଛାତ୍ରୀ ମୃତ୍ୟୁ
ଭୁବନେଶ୍ୱର: ଭୁବନେଶ୍ୱର ୮ ନମ୍ବର ଡିଏଭି ବିଜିନେସ୍ ମ୍ୟାନେଜମେଣ୍ଟ ସ୍କୁଲର ଦ୍ୱିତୀୟ ବର୍ଷ ବି.କମ୍ ଛାତ୍ରୀ ତାନିଆ ବାନାର୍ଜୀଙ୍କ ମୃତ୍ୟୁ ରହସ୍ୟ ଘେରକୁ ଚାଲିଯାଇଛି । ଆଜି ସକାଳୁ ତାନିଆଙ୍କ ମୃତଦେହ ତାଙ୍କ ହଷ୍ଟେଲ୍ ରୁମ୍ ଫ୍ୟାନରେ ଝୁଲିଥିବା ଦେଖିବାକୁ ମିଳିଥିଲା । ସେ ଆତ୍ମହତ୍ୟା କରିଥିବା କୁହାଯାଉଥିଲେ ମଧ୍ୟ ତାଙ୍କୁ ସାଙ୍ଗମାନେ ହତ୍ୟା କରିଥିବା ତାନିଆଙ୍କ ବାପାମାଆ ଅଭିଯୋଗ କରିଛନ୍ତି । ଭୁବନେଶ୍ୱରର ଏହି ନାମୀ ଡିଏଭି ମ୍ୟାନେଜମେଣ୍ଟ ସ୍କୁଲ ଛାତ୍ରୀ ମୃତ୍ୟୁ ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । କମିଶନରେଟ୍ ପୁଲିସ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରି ମାମଲାର ଛାନଭିନ୍ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ତାନିଆ ରହୁଥିବା ହଷ୍ଟେଲରୁ ଗତକାଲି ଜଣେ ସହପାଠିନୀଙ୍କର କସମେଟିକ୍ସ ଜିନିଷ ଚୋରି ହୋଇଥିଲା । ସାଙ୍ଗମାନେ ଏଥିପାଇଁ ତାନିଆଙ୍କୁ ସନ୍ଦେହ କରିଥିଲେ । ତାଳଚେର ବାସିନ୍ଦା ତାନିଆଙ୍କ ମାଆ କେୟାଙ୍କ କହିବାନୁଯାୟୀ, ଗତକାଲି ରାତିରେ ଝିଅ ତାଙ୍କୁ ଫୋନ୍ କରି ଏ ବିଷୟରେ ଜଣାଇଥିଲେ । ତାଙ୍କୁ ଚୋରଣୀ କହି ସାଙ୍ଗମାନେ ପ୍ରବଳ ନିର୍ଯାତନା ଦେଉଛନ୍ତି । ପୁଲିସରେ ଦେବାକୁ କହି ଧମକୋଉଥିବା ଜଣାଇଥିଲେ । ସେମାନଙ୍କ ନିର୍ଯାତନା ଅସହ୍ୟ ହୋଇଛି କହି ତାନିଆ ଭୋ ଭୋ କାନ୍ଦିଥିଲେ । କ’ଣ ହୋଇଛି କାଲି ସକାଳୁ ବୁଝିବା ବୋଲି ତାଙ୍କୁ ବୁଝାଇଥିବା କେୟା କହିଛନ୍ତି । ତାନିଆଙ୍କ ବାପା ତନ୍ମୟ ବାନାର୍ଜୀ ମଧ୍ୟ ଝିଅକୁ ବୁଝାସୁଝା କରିଥିବା କହିଛନ୍ତି । ତେବେ ଆଜି ସକାଳୁ ଏକମାତ୍ର ଝିଅର ମୃତ ଦେହ ଫ୍ୟାନରେ ଝୁଲୁଥିବା ସେମାନେ ଖବର ପାଇଥିଲେ ବୋଲି ବାପା-ମାଆ କହିଛନ୍ତି ।
ତାନିଆ ଓ ତାଙ୍କର ଆଉ ଜଣେ ସହପାଠୀ ହଷ୍ଟେଲ୍ ର ଗୋଟିଏ ରୁମ୍ ରେ ରହୁଥିଲେ । ମାତ୍ର ଗତକାଲି ରାତିରେ ତାନିଆଙ୍କୁ ଛାଡ଼ି ରୁମମେଟ୍ ଅନ୍ୟ ଜଣେ ସାଙ୍ଗଙ୍କ ରୁମ୍ ରେ ଶୋଇଥିଲେ । ତାନିଆଙ୍କୁ ଜବରଦସ୍ତ ଏକାରଖି ରୁମମେଟ୍ କୁ ଅନ୍ୟତ୍ର ରହିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି । ୬ ଜଣ ଜୁନିୟର୍ କିଛି ସିନିୟର୍ ଙ୍କୁ ସାଙ୍ଗ କରି ତାନିଆଙ୍କୁ ପ୍ରବଳ ନିର୍ଯାତନା ଦେଇଥିଲେ ଏବଂ ସେମାନେ ହିଁ ତାଙ୍କୁ ହତ୍ୟା କରିଛନ୍ତି ବୋଲି ତାଙ୍କ ବାପା ମାଆ ଅଭିଯୋଗ କରିଛନ୍ତି । ଝିଅର ମୃତ୍ୟୁ ପାଇଁ ହଷ୍ଟେଲ୍ ୱାର୍ଡେନ୍ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ସେମାନେ ଦାୟୀ କରିଛନ୍ତି । ଡିଏଭି ସ୍କୁଲ ଅଭିଭାବକ ସଂଘ ମଧ୍ୟ ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତର ସହ ନେଇଛନ୍ତି । ହଷ୍ଟେଲ୍ ୱାର୍ଡେନ୍ ଓ ଅଧ୍ୟକ୍ଷଙ୍କ ବହିଷ୍କାର ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ସ୍କୁଲ୍ ଅଧ୍ୟକ୍ଷ ଦ୍ୱାରିକାନାଥ ମିଶ୍ର ତାନିଆର ମୃତ୍ୟୁ ପଛର କାରଣ ଉପରେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନାହାନ୍ତି । ହଷ୍ଟେଲ୍ ୱାର୍ଡେନ୍ ଶକୁନ୍ତଳା ମହାପାତ୍ର ନିଜ ମୁଣ୍ଡରୁ ଦୋଷ ଛଡ଼ାଇବାକୁ ଉଦ୍ୟମ କରିଛନ୍ତି । ହଷ୍ଟେଲ୍ ରେ କାହା ରୁମ୍ ରୁ ଚୋରି ହୋଇଥିବା ସମ୍ପର୍କରେ ତାଙ୍କୁ କେହି ଜଣାଇ ନ ଥିଲେ ଏବଂ ରାତି ୧୧ଟା ପର୍ଯ୍ୟନ୍ତ ତାଙ୍କ ପାଖରେ କୌଣସି ଖବର ନ ଥିଲା । ହଷ୍ଟେଲ୍ ରେ ସବୁ ଠିକଠାକ୍ ତଦାରଖ ସାରି ୧୧ଟା ବେଳେ ସେ ଶୋଇବାକୁ ଯାଇଥିଲେ ବୋଲି କହିଛନ୍ତି । ତେବେ ତାନିଆଙ୍କୁ ଏକା ଛାଡ଼ି ରୁମମେଟ୍ କାହିଁକି ଅଲଗା ଶୋଇଥିଲେ ତାହାର ଜବାବ ଦେଇପାରିନାହାନ୍ତି ୱାର୍ଡେନ୍।
ବାପା-ମାଆଙ୍କ ଅଭିଯୋଗ ପରେ ତାନିଆଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା ତାହାକୁ ନେଇ ସନ୍ଦେହ ଉଠିଛି । ତାନିଆ ଯଦି ବି ଆତ୍ମହତ୍ୟା କରିଛନ୍ତି ତେବେ କେଉଁ ପରିସ୍ଥିିତି ତାଙ୍କୁ ବାଧ୍ୟ କରିଛି ? କସମେଟିକ୍ସ ଜିନିଷ ଚୋରିକୁ ନେଇ ତାଙ୍କ ଉପରେ ଆରୋପ ଲଗାଇବା ଏବଂ ସାଂଘାତିକ ନିର୍ଯାତନା ଦିଆଯିବା ଯଦି ସତ ତେବେ କେଉଁମାନେ ସେଥିରେ ସଂପୃକ୍ତ ? ସେମାନେ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିନାହାନ୍ତି କି ? ଆଉ ଯଦି ହତ୍ୟା ଅଭିଯୋଗ ସତ ହୋଇଥାଏ ତାହା ହେଲେ ତ ଆହୁରି ସାଂଘାତିକ । ପୋଷ୍ଟମର୍ଟମ୍ ରିପୋର୍ଟ ହିଁ କହିବ ତାନିଆଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା ? ତେବେ କର୍ତ୍ତୃପକ୍ଷ ନିଜକୁ ଯେତେ ନିର୍ଦୋଷ ସଫେଇ ଦେଲେ ବି ତାଙ୍କ ଅବହେଳାକୁ ଲୁଚାଇପାରିବେ ନାହିଁ । ହଷ୍ଟେଲରେ ସାମାନ୍ୟ ଏକ ଚୋରି ଘଟଣାକୁ ନେଇ ଏତେବଡ଼ ପରିସ୍ଥିତି ସୃଷ୍ଟି ହେଲା ଅଥଚ କର୍ତ୍ତୃପକ୍ଷ ଜାଣିପାରିଲେନି ଅଭିଭାବକମାନେ ତାହା ବିଶ୍ୱାସ କରିପାରୁନାହାନ୍ତି । ଯଦି ସେମାନେ ଜାଣି ତାକୁ ଅଣଦେଖା କରିଥାଆନ୍ତି ତାହାହେଲେ ତାନିଆଙ୍କ ମୃତ୍ୟୁ ପାଇଁ ସେମାନେ ସମ୍ପୂର୍ଣ୍ଣ ଦାୟୀ ବୋଲି କୁହାଯିବ ।
Previous Post

ବିଜେପି ମୋହ ଛାଡ଼ିଲେ ଦିଲ୍ଲୀପ !

Next Post

ବିଧାନସଭାରେ ବିଜେପି ଏକଘରିକିଆ

Next Post
ବିଧାନସଭାରେ ବିଜେପି ଏକଘରିକିଆ

ବିଧାନସଭାରେ ବିଜେପି ଏକଘରିକିଆ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA