Wednesday, April 29, 2026 03:52 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଶୀଲା ଦୀକ୍ଷିତଙ୍କ ପରଲୋକ

by Our Correspondent
20 Jul, 2019- 07:57 PM
in Latest News, National, News
1 min read
0
ଶୀଲା ଦୀକ୍ଷିତଙ୍କ ପରଲୋକ
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତ୍ରୀ ତଥାର ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ ଆଉ ନାହାନ୍ତି । ଦିଲ୍ଲୀର ଫୋର୍ଟିସ୍ ଏସକର୍ଟସ୍ ହସ୍ପିଟାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତୁ୍ୟ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । କ୍ରମାଗତ ଭାବେ ୧୫ ବର୍ଷ ଧରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିବା କଂଗ୍ରେସର ଏହି ବରିଷ୍ଠ ନେତ୍ରୀଙ୍କ ମୃତ୍ୟୁରେ ସବୁ ମହଲରୁ ଶୋକ ପ୍ରକାଶ ପାଇଛି ।
୮୧ ବର୍ଷ ବୟସରେ ବେଶ୍ ଚଳଚଞ୍ଚଳ ଥିଲେ ଶୀଲା ଦୀକ୍ଷିତ । ତେବେ ହୃଦଯନ୍ତ୍ରରେ ସମସ୍ୟା ଯୋଗୁଁ ଆଜି ସକାଳ ୧୦ଟା ବେଳେ ଫୋର୍ଟିସ୍ ଏସକର୍ଟସ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଚିକିତ୍ସା ପରେ ତାଙ୍କ ଅବସ୍ଥା ସ୍ଥିର ହୋଇ ଆସୁଥିଲା । ମାତ୍ର ଅପରାହ୍ନ ୩.୧୫ରେ ସେ ପୁଣି ହୃଦଘାତର ଶିକାର ହୋଇଥିଲେ । ତାଙ୍କୁ ତୁରନ୍ତ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଇଥିଲା । ହସ୍ପିଟାଲ୍ ର ନିର୍ଦ୍ଦେଶକ ଡାକ୍ତର ଅଶୋକ ସେଠ୍ ଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ତାଙ୍କର ଜୀବନ ବଞ୍ଚାଇବା ପାଇଁ ଶତ ଚେଷ୍ଟା କରିଥିଲେ ମଧ୍ୟ ତାହା ସଫଳ ହୋଇ ନ ଥିଲା । ଅପରାହ୍ନ ୩.୫୫ରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା ।
ବରିଷ୍ଠ କଂଗ୍ରେସ ନେତା ତଥା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଉମାଶଙ୍କର ଦୀକ୍ଷିତଙ୍କର ବୋହୁ ଶୀଲା ଦୀକ୍ଷିତ କଂଗ୍ରେସ ରାଜନୀତିରେ ଜଣେ ସଫଳ ଚେହେରା । ତାଙ୍କର ଉଚ୍ଚ ବ୍ୟକ୍ତିତ୍ୱ, ଦୃଢ଼ମନା ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଥିଲା । ୧୯୯୮ ମସିହାରୁ ୨୦୧୩ ମସିହା ପର୍ଯ୍ୟନ୍ତ ଲଗାତର ତିନି ତିନି ଥର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ । ଜଣେ ମହିଳା ଭାବେ କ୍ରମାଗତ ୧୫ ବର୍ଷ ଧରି ମୁଖ୍ୟମନ୍ତ୍ରୀ ହେବା ତାଙ୍କୁ ବିରଳ ରେକର୍ଡର ଅଧିକାରୀ କରିଥିଲା । ୨୦୧୪ ମସିହା ମାର୍ଚ୍ଚ ମାସରେ କେରଳର ରାଜ୍ୟପାଳ ନିଯୁକ୍ତି ପାଇଥିଲେ ମଧ୍ୟ ୬ ମାସ ପରେ ଇସ୍ତଫା ଦେଇ ପୁଣି ପ୍ରତ୍ୟକ୍ଷ ରାଜନୀତିକୁ ଫେରି ଆସିଥିଲେ । ଦିଲ୍ଲୀ କଂଗ୍ରେସର ସଭାନେତ୍ରୀ ଭାବେ ଦଳ ପାଇଁ ତାଙ୍କର ଲଢ଼େଇ ଜାରି ରହିଥିଲା । ତାଙ୍କର ମୃତ୍ୟୁ କେବଳ କଂଗ୍ରେସ ନୁହେଁ, ସମଗ୍ର ଦେଶ ପାଇଁ ଅପୂରଣୀୟ କ୍ଷତି ଆଣିଛି ।
ଶ୍ରୀମତୀ ଦୀକ୍ଷିତଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି । ଗାନ୍ଧୀ ପରିବାରର ଏହି ଘନିଷ୍ଠ ନେତ୍ରୀଙ୍କ ମୃତ୍ୟୁରେ ବେଶୀ ମର୍ମାହତ ହୋଇଛନ୍ତି ସୋନିଆ ଓ ରାହୁଲ ଗାନ୍ଧୀ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରମୁଖ ଶୋକପ୍ରକାଶ କରିଛନ୍ତି । ଦିଲ୍ଲୀର ନିଜାମୁଦ୍ଦିନସ୍ଥିତ ବାସଭବନଠାରେ ତାଙ୍କର ମରଶରୀରକୁ ଅନ୍ତିମଦର୍ଶନ ପାଇଁ ରଖାଯାଇଛି । ଆସନ୍ତାକାଲି ସାଢ଼େ ଦୁଇଟା ବେଳେ ନିଗମ ବୋଧ ଘାଟରେ ଶେଷକୃତ୍ୟ ସମ୍ପନ୍ନ ହେବ ।
Previous Post

ନମ୍ବର ଟୁ ମନ୍ତ୍ରୀଙ୍କ ନମ୍ବର ୱାନ୍ ଅହଂକାର !

Next Post

ସରିଲା ପାଟକୁରା ନିର୍ବାଚନ, ଅପରାହ୍ନ ୫ଟା ସୁଦ୍ଧା ୬୭% ଭୋଟ

Next Post
ସରିଲା ପାଟକୁରା ନିର୍ବାଚନ, ଅପରାହ୍ନ ୫ଟା ସୁଦ୍ଧା ୬୭% ଭୋଟ

ସରିଲା ପାଟକୁରା ନିର୍ବାଚନ, ଅପରାହ୍ନ ୫ଟା ସୁଦ୍ଧା ୬୭% ଭୋଟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA