Tuesday, May 26, 2026 07:54 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସକାଳେ ପୁରୀରେ ଲ୍ୟାଣ୍ଡଫଲ୍, ୪ ଘଣ୍ଟା ଧରି ତାଣ୍ଡବ କରିବ ‘ଫନି’

by Our Correspondent
02 May, 2019- 09:15 PM
in Latest News, News
1 min read
0
ସକାଳେ ପୁରୀରେ ଲ୍ୟାଣ୍ଡଫଲ୍, ୪ ଘଣ୍ଟା ଧରି ତାଣ୍ଡବ କରିବ ‘ଫନି’

ଭୁବନେଶ୍ୱର: ଉଗ୍ର ରୂପଧରି ଓଡ଼ିଶାକୁ ମାଡ଼ି ଆସୁଛି ‘ଫନି’ । ଯେତିକି ପାଖୋଉଛି ଅଧିକ ଉଗ୍ର ହେଉଛି, ବେଗ ବଢ଼ୁଛି । ସଂଧ୍ୟା ସାଢ଼େ ସାତଟା ସୁଦ୍ଧା ପୁରୀଠାରୁ ୨୭୫ କିଲୋମିଟର ଦୂର ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଦିଗରେ ଅଛି ‘ଫନି’ । ଘଣ୍ଟାକୁ ୧୭ କିଲୋମିଟର ବେଗରେ ଆଗକୁ ମାଡୁଛି । ପାଣିପାଗ ବିଭାଗର ନଗଦ ସୂଚନା ଅନୁଯାୟୀ, ଆସନ୍ତାକାଲି ସକାଳ ୮ଟାରୁ ୧୦ଟା ମଧ୍ୟରେ ‘ଫନି’ ପୁରୀ ଆଖପାଖରେ ସ୍ଥଳଭାଗ ଛୁଇଁବ । ସ୍ଥଳଭାଗ ଛୁଇଁଲା ବେଳକୁ ଝଡ଼ର ବେଗ ୨୦୦ କିଲୋମିଟର ଛୁଇଁପାରେ । ସ୍ଥଳଭାଗ ଛୁଇଁଲା ପରେ ଦୀର୍ଘ ୪ ଘଣ୍ଟା ଧରି ତାଣ୍ଡବ ରଚିବ ‘ଫନି’ । ୧୭୦ରୁ ୧୮୦ କିିମି ବେଗରେ ପବନ ଥରହର କରିବ । ସାଙ୍ଗରେ ପ୍ରବଳରୁ ଅତି ପ୍ରବଳ ବର୍ଷା ବି କାଚିବ ।

‘ଫନି’ ର ତାଣ୍ଡବ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ୱର ଓ ଗଞ୍ଜାମ ଜିଲ୍ଲାର ଉତ୍ତରାଞ୍ଚଳରେ ଅଧିକ ଦେଖିବାକୁ ମିଳିବ । କଟକ, ଯାଜପୁର, ନୟାଗଡ଼, ମୟୁରଭଞ୍ଜ, କେନ୍ଦୁଝର ଓ ଢ଼େଙ୍କାନାଳ ଜିଲ୍ଲା ବି ଭୋଗିବ ‘ଫନି’ ର ପ୍ରଭାବ । ‘ଫନି’ ର ଲ୍ୟାଣ୍ଡଫଲ୍ ସମୟକୁ ଦେଖି କାଲି ସକାଳେ କେହି ଘରୁ ନ ବାହାରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି । ଦୋକାନ, ବଜାର, ଅଫିସ୍, ଗାଡ଼ି ମଟର ଚଳାଚଳ ସବୁ ବନ୍ଦ ରଖି ବାତ୍ୟା ଅତିକ୍ରମ ନକରିବା ପର୍ଯ୍ୟନ୍ତ ସମସ୍ତେ ଘର ଭିତରେ ନିରାପଦରେ ରହିବାକୁ କୁହାଯାଇଛି ।
ଇତିମଧ୍ୟରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପର୍ବ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି । ଆଜି ଅପରାହ୍ନ ସୁଦ୍ଧା ସାଢ଼େ ୪ ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । ଆଜି ରାତି ସୁଦ୍ଧା ୧୫ ଟି ଜିଲ୍ଲାରୁ ୧୧ ଲକ୍ଷ ୫୪ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ ରଖାଯାଇଥିବା ସେ କହିଛନ୍ତି । ପ୍ରସ୍ତୁତି କାର୍ଯ୍ୟର ତ୍ୱରାନ୍ୱତି ନେଇ ବୈଠକ ପରେ ବୈଠକ କରୁଛନ୍ତି ଏସଆରସି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ସମୀକ୍ଷା ବୈଠକ କରି ପ୍ରସ୍ତୁତି ଓ ପୁରୁଦ୍ଧାର କାର୍ଯ୍ୟ ପାଇଁ ବିଭିନ୍ନ ବିଭାଗର ସଚିବମାନଙ୍କୁ ସତର୍କ କରାଇଛନ୍ତି । ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଗଞ୍ଜାମ, ଗଜପତି ଏବଂ କଟକ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଟେଲିଫୋନ୍ ରେ କଥା ହୋଇ ତଳିଆ ଅଞ୍ଚଳର ଲୋକଙ୍କୁ ନିରାପଦ ଜାଗାକୁ ତୁରନ୍ତ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଟେଲି ଯୋଗାଯୋଗ ଅବ୍ୟାହତ ରଖିବା ପାଇଁ ଟେଲିକମ୍ ସର୍ଭିସ୍ ପ୍ରୋଭାଇଡରମାନଙ୍କ ସହିତ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ।
ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ଇତିମଧ୍ୟରେ ଭୁବନେଶ୍ୱର ସମେତ ୧୪ ଟି ଜିଲ୍ଲାରେ ୨୫ ଟି ଏନଡିଆରଏଫ୍ ଟିମ୍, ୧୮ ଓଡ୍ରାଫ୍ ଟିମ୍ ଏବଂ ୫୨୫ ଟି ଅଗ୍ନିଶମ ଟିମ୍ ମୁତୟନ ରହିଛନ୍ତି । ଲୋକଙ୍କୁ ବିପଦରୁ ରକ୍ଷା କରି ଆବଶ୍ୟକ ସହାୟତା ଯୋଗାଇବାପାଇଁ ସବୁ ବନେ୍ଦାବସ୍ତ କରାଯାଇଛି ।
ଆସନ୍ତାକାଲି ଭୁବନେଶ୍ୱରରୁ ସବୁ ବିମାନ ଓ ଟ୍ରେନ୍ ଚଳାଚଳ ବାତିଲ କରାଯାଇଛି । ପ୍ରଭାବି ଜିଲ୍ଲାମାନଙ୍କରେ ବସ୍ ଚଳାଚଳ ବି ବନ୍ଦ ରହିବ । ୫୦ କିଲୋମିଟରରୁ ଅଧିକ ବେଗରେ ପବନ ବହିବା ମାତ୍ରେ ବିଦୁ୍ୟତ ଲାଇନ୍ କାଟି ଦିଆଯିବ । ପବନ ବେଗ କମିଲା ପରେ ବିଦୁ୍ୟତ ଲାଇନର ତଦାରଖ ହେଲା ପରେ ଯାଇ ବିଜୁଳି ଆସିବ । ଶକ୍ତି ବିଭାଗ ପକ୍ଷରୁ ଏ ନେଇ ଲୋକଙ୍କୁ ସାବଧାନ କରିଦିଆଯାଇଛି । ଜନସାଧାରଣ ସେମାନଙ୍କ ମୋବାଇଲ୍ ଚାର୍ଜ କରି ରଖିବାକୁ କୁହାଯାଇଛି ।
ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ରାଜ୍ୟବାସୀ ଆତଙ୍କିତ ନ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ।
Previous Post

ପାଖେଇ ଆସୁଛି ‘ଫନି’; କାଲିଠୁ ପ୍ରଭାବ, ଶୁକ୍ରବାର ତାଣ୍ଡବ

Next Post

‘ଫନି’ ମୁକାବିଲା: ଭୁବନେଶ୍ୱର ପାଇଁ ମଲ୍ଟି ଏଜେନ୍ସୀ ଟିମ୍

Next Post
‘ଫନି’ ମୁକାବିଲା: ଭୁବନେଶ୍ୱର ପାଇଁ ମଲ୍ଟି ଏଜେନ୍ସୀ ଟିମ୍

‘ଫନି’ ମୁକାବିଲା: ଭୁବନେଶ୍ୱର ପାଇଁ ମଲ୍ଟି ଏଜେନ୍ସୀ ଟିମ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA