Tuesday, May 26, 2026 11:44 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସାଇତି ରଖାଯିବ ମହାପ୍ରଭୁଙ୍କ ଏବର୍ଷର ରଥ

by Our Correspondent
22 Jul, 2020- 08:44 PM
in Latest News, News
1 min read
0
ସାଇତି ରଖାଯିବ ମହାପ୍ରଭୁଙ୍କ ଏବର୍ଷର ରଥ
ପୁରୀ: ମହାପ୍ରଭୁଙ୍କ ଏବର୍ଷର ରଥକୁ ଭଙ୍ଗାଯିବ ନାହିଁ । ତିନୋଟି ଯାକ ରଥକୁ ସଂରକ୍ଷଣ କରି ରଖାଯିବ । ଗତ ପରିଚାଳନା କମିଟି ଓ ଛତିଶା ନିଯୋଗର ମିଳିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ସମ୍ପର୍କରେ ଆଜି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର । ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ତିନି ରଥକୁ ସାଇତି ରଖିବା ପାଇଁ ପ୍ରାଥମିକ ନିଷ୍ପତ୍ତି ହୋଇଛି । ତେବେ କିଭଳି ରଖାଯିବ ତାହା ଉପରେ ତର୍ଜମା ଚାଲିଥିବା ସେ କହିଛନ୍ତି ।

ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହା ଉପରେ ଆଲୋଚନା ହୋଇଥିଲା । ମହାରଣା, ଭୋଇ ସେବାୟତମାନଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟିର ସଦସ୍ୟମାନେ ବ୍ୟାପକ ବିଚାର ବିମର୍ଷ କରିଥିଲେ । ବୈଠକ ପରେ ଡ. କ୍ରିଷନ୍ କୁମାର ଗଣମାଧ୍ୟମକୁ କହିଛନ୍ତି, ବିଧି ମୁତାବକ ତିନି ରଥକୁ ଭଙ୍ଗାଯିବ । ଭଙ୍ଗାଯିବା ପରେ ଯେତିକି ଅଂଶ ସଂରକ୍ଷିତ ରଖିହେବ ସେହି ଅଂଶକୁ ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ନିଆଯିବ । ପୂର୍ବରୁ ପ୍ରସ୍ତୁତ ହୋଇଥିବା ଶ୍ରୀଜଗନ୍ନାଥ ବଲ୍ଲଭ ଉନ୍ନୟନ ପ୍ରକଳ୍ପ ମାଷ୍ଟର୍ ପ୍ଲାନ୍ ଅନୁଯାୟୀ ପ୍ରତୀକାତ୍ମକ ରଥ ନିର୍ମାଣ ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯିବ । ସଂରକ୍ଷିତ ଅଂଶ ଓ ଅନ୍ୟ ଅଂଶକୁ ସେଠାରେ ନିର୍ମାଣ କରାଯାଇ ସାଇତି ରଖାଯିବ ।
ତେବେ ଏଗୁଡ଼ିକୁ କିଭଳି ରଖାଯିବ ସେ ନେଇ ଆଜି ଆଲୋଚନା ହୋଇଥିଲା । ପରବର୍ତ୍ତୀ ସମୟରେ ଏହା ଉପରେ ଅଧିକ ଆଲୋଚନା, ଜର୍ତମା କରାଯାଇ ନିଷ୍ପତ୍ତି ନିଆଯିବାକୁ ସ୍ଥିର ହୋଇଛି । ଏଥିପାଇଁ ଏକ ଟେକ୍ନିକାଲ୍ ଟିମ୍ ର ସହାୟତା ନିଆଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।
କୋଭିଡ୍ ହସ୍ପିଟାଲ୍, କେୟାର ସେଣ୍ଟର୍ ହେବ
ଶ୍ରୀମନ୍ଦିର ସେବାୟତ,ଶ୍ରୀମନ୍ଦିର କାର୍ଯ୍ୟାଳୟ ଅଧିକାରୀ ଓ କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀରେ ଏକ କୋଭିଡ୍ ହସ୍ପିଟାଲ୍ ଓ କୋଭିଡ୍ କେୟାର ସେଣ୍ଟର୍ ସ୍ଥାପନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ପୁରୀର ଏକ ହୋଟେଲ୍ ରେ ୧୫ ଶଯ୍ୟାର ହସ୍ପିଟାଲ୍ ଏବଂ ୩୦ ଶଯ୍ୟାର କୋଭିଡ୍ କେୟାର୍ ସେଣ୍ଟର୍ ହେବ । ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତ ପ୍ରତିନିଧିଙ୍କ ଏକ ଟିମ୍ କୁ ଏହାର ଦାୟିତ୍ୱ ଦିଆଯାଇଛି । ଶ୍ରୀମନ୍ଦିର ସେବାୟତ, ଶ୍ରୀମନ୍ଦିର କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ବ୍ୟବସ୍ଥା କରାଯାଉଥିବା ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର ସୂଚନା ଦେଇଛନ୍ତି ।
Previous Post

ନଭେମ୍ବର ସୁଦ୍ଧା କରୋନା ଟୀକା, ଆଗ ପାଇପାରେ ଓଡ଼ିଶା

Next Post

ଆର୍ଥିକ ସଙ୍କଟରେ କରୋନା ଚାଲେଞ୍ଜ୍

Next Post
ଆର୍ଥିକ ସଙ୍କଟରେ କରୋନା ଚାଲେଞ୍ଜ୍

ଆର୍ଥିକ ସଙ୍କଟରେ କରୋନା ଚାଲେଞ୍ଜ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA