Wednesday, April 29, 2026 07:13 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସାମ୍ବାଦିକଙ୍କ ଉପରକୁ ଚିହିଁକି ଗଲେ, ହାତ ଉଠାଇଲେ କେନ୍ଦ୍ରାପଡ଼ା ଏସପି

by Our Correspondent
18 Jul, 2019- 12:58 AM
in Latest News, News
1 min read
0
ସାମ୍ବାଦିକଙ୍କ ଉପରକୁ ଚିହିଁକି ଗଲେ, ହାତ ଉଠାଇଲେ କେନ୍ଦ୍ରାପଡ଼ା ଏସପି
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଟକୁରା ନିର୍ବାଚନ ପ୍ରଚାର ଆଗମନ ପରିପ୍ରେକ୍ଷୀରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଚିହିଁକି ଯାଇ ହାତ ଉଠାଇଛନ୍ତି କେନ୍ଦ୍ରାପଡ଼ା ଏସପି ନୀତି ଶେଖର । ତାହା ପୁଣି ବିଜେଡ଼ିର ଦୁଇ ହେଭିୱେଟ୍ ଙ୍କ ଉପସ୍ଥିତିରେ । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଆଳରେ ଏସପିଙ୍କର ଏଭଳି ଆଚରଣର ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବା ପରେ ହଟଚମଟ ସୃଷ୍ଟି ହୋଇଛି । ବିଭିନ୍ନ ମହଲରେ ଏହା ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିବା ପରେ ଏସପି କ୍ଷମା ମାଗିଛନ୍ତି ।
କେନ୍ଦ୍ରାପଡ଼ାର ବାରିମୂଳଠାରେ ଏହି ଅଘଟଣ ଘଟିଥିଲା । ବୁଧବାର ଦିନ ଭୁବନେଶ୍ୱରରୁ ହେଲିକପ୍ଟରରେ ଯାଇଥିବା ମୁଖ୍ୟମନ୍ତ୍ରୀ ବାରିମୂଳରେ ପହଞ୍ଚି ପାଟକୁରା ନିର୍ବାଚନମଣ୍ଡଳୀରେ ପ୍ରଚାର ପାଇଁ ଯିବାକୁ ଥିବାରୁ ହେଲିପ୍ୟାଡ଼ ନିକଟରେ ବିଜେଡ଼ି କର୍ମୀଙ୍କ ସହ ଗଣମାଧ୍ୟମ ପ୍ରତିନିଧିଙ୍କ ଭିଡ଼ ଜମିଥିଲା । ସୁରକ୍ଷା କର୍ଡନ ବାହାରେ ସମସ୍ତେ ଛିଡ଼ା ହେବାର ବ୍ୟବସ୍ଥା ହୋଇଥିଲା । ନିଜେ ଏସପି ସେଠାରେ ଉପସ୍ଥିତ ରହି ଭିଡ଼ ନିୟନ୍ତ୍ରଣ କରୁଥିଲା ବେଳେ କିଛି ବିଜେଡ଼ି କର୍ମୀ କର୍ଡନ ଭିତରକୁ ପଳାଇ ଯାଇଥିଲେ । ଏସପି ସେମାନଙ୍କୁ ଠେଲି ଠେଲି ବାହାରକୁ ଆଣିବା ଭିତରେ ନିର୍ଦ୍ଧାରିତ ଜାଗାରେ ଛିଡ଼ା ହୋଇଥିବା ସାମ୍ବାଦିକମାନଙ୍କୁ ବି ଛାଡ଼ି ନ ଥିଲେ । ଏହି ଗହଳି ଭିତରେ ଏସପିଙ୍କ ଧକ୍କାର ଶିକାର ହୋଇଥିଲେ ନ୍ୟଜ୍ ୧୮ ଓଡ଼ିଆ ଚାନେଲ୍ ର ଭୁବନେଶ୍ୱର ପ୍ରତିନିଧି ଅଜେଶ ମଲ୍ଲିକ । ସେ ନିଜକୁ ସାମ୍ବାଦିକର ପରିଚୟ ଦେଇଥିଲେ ମଧ୍ୟ ଏସପି ତାହା ଶୁଣିବା ପରିବର୍ତ୍ତେ ଅଧିକ ଚିହିଁକି ଉଠିଥିଲେ । ରାଗ ତମ ତମ ଏସପି ତାଙ୍କ ଉପରକୁ ହାତ ଉଠାଇଥିଲେ । ଏହି ଘଟଣା ବେଳେ ନିକଟରେ ଉପସ୍ଥିତ ଥିଲେ ବିଜେଡ଼ି ହେଭିୱେଟ୍ ପ୍ରଣବ ପ୍ରକାଶ ଦାସ ଏବଂ ସଞ୍ଜୟ ଦାସବର୍ମା । ଏସପିଙ୍କ ଏଭଳି କାର୍ଯ୍ୟକୁ ସେଠି ଉପସ୍ଥିତ ସାମ୍ବାଦିକମାନେ ବିରୋଧ କରିବା ପରେ ବିଜେଡ଼ି ନେତାମାନେ ବୁଝାସୁଝା କରି ପରିସ୍ଥିତି ଶାନ୍ତ କରାଇଥିଲେ ।

ତେବେ ସୋସିଆଲ୍ ମିଡ଼ିଆରେ ଏହି ଦୃଶ୍ୟ ଭାଇରାଲ୍ ହୋଇଯିବାରୁ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ସାମ୍ବାଦିକମାନେ ଏହାର ପ୍ରତିବାଦ କରିଛନ୍ତି । ବିରୋଧ ଓ ପ୍ରତିବାଦର ସ୍ୱର ଜୋର ହେଉଥିବା ବେଳେ ଏସପି ଶ୍ରୀ ଶେଖର କ୍ଷମା ମାଗିଛନ୍ତି । କହିଛନ୍ତି, ମୁଁ କୌଣସି ଉଦ୍ଦେଶ୍ୟ ରଖି ସାମ୍ବାଦିକଙ୍କୁ ଏଭଳି ବ୍ୟବହାର କରିନାହିଁ । ସେଠାରେ କେବଳ ଗହଳି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିଲି ଏବଂ ପ୍ରବଳ ପାଟିତୁଣ୍ଡ ଭିତରେ ଉଚ୍ଚ ସ୍ୱରରେ କଥା କହିବାକୁ ପଡୁଥିଲା । ସାମ୍ବାଦିକମାନଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି ଏବଂ କେବେ ବି କୌଣସି ସାମ୍ବାଦିକଙ୍କ ପ୍ରତି ଖରାପ ବ୍ୟବହାର କରିନାହିଁ । ମୋ ବ୍ୟବହାର କ’ଣ ସ୍ଥାନୀୟ ସାମ୍ବାଦିକମାନେ ଭଲଭାବେ କହିପାରିବେ । ତେବେ ଯାହା ବି ହେଉ, ଏହା ଯଦି କାହାରିକୁ ଆଘାତ ଦେଇଥାଏ ତେବେ ମୁଁ କ୍ଷମା ମାଗୁଛି ଏବଂ ସାଧାରଣ ସେବା କାର୍ଯ୍ୟରେ ସମସ୍ତଙ୍କ ସହଯୋଗ ଚାହୁଁଛି ।

ତେବେ ଏସପିଙ୍କୁ କିନ୍ତୁ କ୍ଷମା କରିନାହାନ୍ତି ସାମ୍ବାଦିକ ସମାଜ । ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ସେପଟେ ଏହି ମାମଲା ଦିଲ୍ଲୀକୁ ଗଲାଣି । ତାଙ୍କ ବିରୋଧରେ ଜାତୀୟ ମାନବାଧିକାର କମିଶନଙ୍କ ଠାରେ ମାମଲା ଦାଏର ହୋଇଛି । ଅନୁଗୁଳର ସୁଜିତ୍ ସାହୁ ନାମକ ଜଣେ ବ୍ୟକ୍ତି ସାମ୍ବାଦିକ ଅଜେଶ ମଲ୍ଲିକଙ୍କ ପକ୍ଷ ନେଇ ଏସପିଙ୍କ ଦୁର୍ବ୍ୟବହାର ଏବଂ କ୍ଷମତାର ଦୁରୁପଯୋଗ ଅଭିଯୋଗ ଆଣିଛନ୍ତି । କମିଶନ ଏହି ଅଭିଯୋଗକୁ ଗ୍ରହଣ କରିଛନ୍ତି ।
Previous Post

ରମ୍ ମନ୍ଦିର ଭରସା !

Next Post

ନମ୍ବର ଟୁ ମନ୍ତ୍ରୀଙ୍କ ନମ୍ବର ୱାନ୍ ଅହଂକାର !

Next Post
ନମ୍ବର ଟୁ ମନ୍ତ୍ରୀଙ୍କ ନମ୍ବର ୱାନ୍ ଅହଂକାର !

ନମ୍ବର ଟୁ ମନ୍ତ୍ରୀଙ୍କ ନମ୍ବର ୱାନ୍ ଅହଂକାର !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA