Friday, May 1, 2026 12:49 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସାମ୍ବାଦିକତା ନା ଦଲାଲି ?

by Our Correspondent
17 Oct, 2017- 05:10 PM
in Latest News, News
1 min read
0
ସାମ୍ବାଦିକତା ନା ଦଲାଲି ?
ଭୁବନେଶ୍ୱର: ଗତ ୧୨ ତାରିଖ ଦିନ ସଚିବାଳୟରେ ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତଙ୍କ ପ୍ରେସ୍ ମିଟ୍ ରେ ଜଣେ ଟିଭି ସାମ୍ବାଦିକଙ୍କର ଅବିକଳ ଏଇ ପ୍ରଶ୍ନ ଥିଲା.. ‘ଆପଣଙ୍କର ଅମୁକ ନେତା(ସୌଜନ୍ୟତା ଦୃଷ୍ଟିରୁ ନାଁ ଲେଖିବାକୁ ସଙ୍କୋଚ କରୁଛୁ) ଦିନକୁ ୮ ହଜାର ଟଙ୍କାର ମଦ ପିଉଥିବା ଆମ ପାଖରେ ଖବର ଅଛି । ହଁ, ସେ ପିଉଛନ୍ତି । ଦିନକୁ କେତେ ଟଙ୍କାର ମଦ ପିଉଛନ୍ତି ଆପଣ କହନ୍ତୁ । ସେଥିପାଇଁ କେଉଁଠୁ ଟଙ୍କା ଆଣୁଛନ୍ତି ତାହା ବି କହନ୍ତୁ ’ । ସଂପୃକ୍ତ ସାମ୍ବାଦିକଙ୍କର ଏଭଳି ପ୍ରଶ୍ନ ଦାମବାବୁଙ୍କୁ ପ୍ରବଳ ଉତକ୍ଷିପ୍ତ କରିଥିଲା ।ସୌଜନ୍ୟତା ଶିଖି ପ୍ରଶ୍ନ ପଚାର ବୋଲି ଦାମବାବୁ ଚିଲେଇଥିଲେ । ତେବେ କଥା ସେତିକିରେ ସରିଲାନି । ଦାମବାବୁ ହିତାହତ ଜ୍ଞାନ ଭୁଲି ଯାଇ ସେହି ଅସୌଜନ୍ୟ ପ୍ରଶ୍ନର କିଛି ଜବାବ ରଖିଥିଲେ । ଯାହା ସୋସିଆଲ୍ ମିଡ଼ିଆରେ ଏବେ ଭାଇରାଲ୍ ହୋଇଛି । ଛାତି ବାଡ଼େଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଏଜେନ୍ସି ତାହାକୁ ସୋସିଆଲ୍ ମିଡ଼ିଆରେ ଖୁଲମ୍ ଖୁଲା ଭାଇରାଲ୍ କରୁଛନ୍ତି ।
ଦାମବାବୁଙ୍କୁ ପ୍ରଶ୍ନ କରିଥିବା ସାମ୍ବାଦିକଜଣଙ୍କ ଏକ ପ୍ରମୁଖ ଚାନେଲରେ କାମ କରୁଛନ୍ତି । ଏଭଳିଆ ଅବାନ୍ତର ଓ ଅସୌଜନ୍ୟ ପ୍ରଶ୍ନ ତାଙ୍କ ମୁହଁରେ ନୂଆ ନୁହଁ । ସଂପୃକ୍ତ ଚାନେଲ୍ କର୍ତ୍ତୃପକ୍ଷଙ୍କୁ ଏକଥା ଯେ ଅଜଣା ତାହା ନୁହେଁ । ତେବେ ସବୁ ଜାଣି ବି ଚାନେଲ କର୍ତ୍ତୃପକ୍ଷଙ୍କ ପାଇଁ ସେ କୁଆଡେ ଟିଆରପି ମ୍ୟାଟେରିଆଲ୍ । ଦାମଙ୍କ ମୁହଁରୁ ଏଭଳି ପ୍ରଶ୍ନର ଉତ୍ତର ତାଙ୍କ ଚାନେଲ୍ ପାଇଁ ଖୋରାକି ହେବ ବୋଲି ସାମ୍ବାଦିକ ଅନୁଭବ କରିଥାଇପାରନ୍ତି । ପ୍ରତିପକ୍ଷ ନେତାଙ୍କୁ ଖୁସି କରାଇବା ପାଇଁ ଏହା ଚାଲ୍ ବି ହୋଇଥାଇପାରେ । ତେଣୁ ଏଭଳି ପ୍ରଶ୍ନ ପ୍ରରୋଚିତ ବୋଲି ସନ୍ଦେହ ଉଠିଛି । ତେବେ ପ୍ରତିପକ୍ଷ ନେତାଙ୍କୁ ଖୁସି କରାଇବା ହଉ ବା ଟିଆରପି ଚକ୍କର ହେଉ, ସାମ୍ବାଦିକତାର ଧର୍ମ ଭୁଲିଯିବା ବୁଦ୍ଧିଜୀବୀମହଲକୁ ବିବ୍ରତ କରିଛି । ପ୍ରଶ୍ନ ପଚାରିବା ଆଳରେ ଜଣେ ସାମ୍ବାଦିକ ସୌଜନ୍ୟତା ଓ ଶାଳୀନତା ବାହାରକୁ ଯିବା ଠିକ୍ ନୁହେଁ । ସର୍ବୋପରି ସାମ୍ବାଦିକତାର ଲକ୍ଷ୍ମଣରେଖା ପାର୍ କରି ଜଣଙ୍କ ବ୍ୟକ୍ତିଗତ ପରିଧି ଭିତରକୁ ପଶିବା ଏକ ଗୁରୁତର ଅପରାଧ ବୋଲି ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି ।
ଉପରୋକ୍ତ ପ୍ରସଙ୍ଗ ଗରମ ଥିବା ବେଳେ ସାମ୍ବାଦିକତା ନାଁରେ ଆଉ ଏକ ଅଭଦ୍ରାମୀ ଦେଖିବାକୁ ମିଳିଛି । ଗତକାଲି ମୁଖ୍ୟମନ୍ତ୍ରୀଙ୍କର ଜନ୍ମଦିନ ଥିଲା । ଜଣେ ଟିଭି ସାମ୍ବାଦିକ ଫେସବୁକ୍ ଏବଂ ବିଭିନ୍ନ ହ୍ୱାଟସ୍ ଆପ୍ ଗ୍ରୁପରେ ଗୋଟିଏ ବାକ୍ୟର ଏକ ଲେଖା ପୋଷ୍ଟିଂ କରିଥିଲେ । ‘ଆଜି ରାତିରେ ନବୀନ ତାଙ୍କ ବାର୍ଥ ଡେ ସେଲିବ୍ରେସନ୍ ରେ କେଉଁ ହ୍ୱିସ୍କି ନେବେ’ ବୋଲି ପ୍ରଶ୍ନ କରିଥିଲେ । ସୋସିଆଲ୍ ମିଡ଼ିଆରେ ସକ୍ରିୟ ଥିବା ଅନେକ ବରିଷ୍ଠ ସାମ୍ବାଦିକଙ୍କୁ ଏଭଳି ଆଚରଣ ବିବ୍ରତ କରିଛି । କେତେ ସାହାସ ସେହି ସାମ୍ବାଦିକର ? କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳ କିମ୍ବା ନେତାଙ୍କ ପ୍ରତି ଆନୁଗତ୍ୟ ରଖିବା କିମ୍ବା ଚାମଚାଗିରି କରିବାରେ ମନା ନାହିଁ । ମାତ୍ର ଏକ ଚାନେଲରେ ଚାକିରି କରି ରାଜନୈତିକ ଦଳର ଏଜେଣ୍ଟ ସାଜିବା ଏବଂ ସୋସିଆଲ୍ ମିଡ଼ିଆରେ ଅଭଦ୍ରାମି ଦେଖାଇବା ସେମାନଙ୍କୁ ବିବ୍ରତ କରିଛି । ସାମ୍ବାଦିକତାର ଗାରିମାକୁ ଏଭଳି କିଛି ଅନାମଧ୍ୟେୟ ସାମ୍ବାଦିକ ଧୂଳିଷାତ କରୁଛନ୍ତି ବୋଲି ଅନେକ କ୍ଷୋଭ ପ୍ରକାଶ କରିଛନ୍ତି ।
‘ସାମ୍ବାଦିକମାନେ କ’ଣ ରାଜନୀତି ଓ ସାମାଜିକ ଜୀବନରେ ଥିବା ଲୋକଙ୍କୁ କିଏ ମଦ ପିଇଲା, ରାତିରେ ନିଜ ପତ୍ନୀଙ୍କ ସହ କ’ଣ କରୁଥିଲ ଏକଥା ବି ପଚାରିପାରିବେ କି ’ ବୋଲି ସୋସିଆଲ୍ ମିଡ଼ିଆରେ ପ୍ରଦୀପ କୁମାର ସାହୁ ନାମକ ଜଣେ ଭଦ୍ରବ୍ୟକ୍ତି ପ୍ରଶ୍ନ ପଚାରିଛନ୍ତି । ଏହା କେତେ ସାଂଘାତିକ ଏବଂ ସାମ୍ବାଦିକତାର ମାନ ଓ ମୂଲ୍ୟବୋଧ କେଉଁ ଦିଗକୁ ନେଉଛି ତାହା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ।
Previous Post

ନବୀନଙ୍କୁ ଜନ୍ମଦିନ ଶୁଭେଚ୍ଛାର ସୁଅ

Next Post

‘ସମ୍’ ନିଆଁକୁ ବର୍ଷେ, ମିଳିମିଶି ଭୁଲିଗଲେ

Next Post
‘ସମ୍’ ନିଆଁକୁ ବର୍ଷେ, ମିଳିମିଶି ଭୁଲିଗଲେ

‘ସମ୍’ ନିଆଁକୁ ବର୍ଷେ, ମିଳିମିଶି ଭୁଲିଗଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA