Sunday, September 27, 2026 02:03 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୩୦ରୁ ଖୋଲିବ ଗୁଣ୍ଡିଚା ମନ୍ଦିର

by Our Correspondent
27 Sep, 2026- 12:08 AM
in Latest News, News
1 min read
0
୩୦ରୁ ଖୋଲିବ ଗୁଣ୍ଡିଚା ମନ୍ଦିର

ପୁରୀ : ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀମନ୍ଦିରର ବିଭିନ୍ନ ନୀତି ନିର୍ଦ୍ଧାରଣ ସହ ଏକାଧିକ ପ୍ରସ୍ତାବ ଉପରେ ଆଲୋଚନା ଓ ନିଷ୍ପତ୍ତି ହୋଇଛି। ଆସନ୍ତା ସେପ୍ଟେମ୍ବର ୩୦ ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର।

 ଏନେଇ ପରିଚାଳନା କମିଟି ପକ୍ଷରୁ ସବୁଜ ସଙ୍କେତ ମିଳିଛି । ସୁରକ୍ଷା ବ୍ୟବସ୍ଥା, ଟିକେଟ୍ କାଉଣ୍ଟର ଓ ପାନୀୟ ଜଳ ଯୋଗାଣ ଭଳି ମୌଳିକ ବ୍ୟବସ୍ଥା ଶେଷ ହୋଇଥିବା କୁହାଯାଇଛି । ପ୍ରବେଶ ଶୁଳ୍କ ମାତ୍ର ୧୦ ଟଙ୍କା ରହିବ। ଗୁଣ୍ଡିଚା ମନ୍ଦିର ଖୋଲିବାର ପ୍ରଥମ ତିନିଦିନ ଭକ୍ତଙ୍କ ପ୍ରବେଶ ପାଇଁ ସମ୍ପୂର୍ଣ୍ଣ ନିଃଶୁଳ୍କ ରହିବ। ତେବେ ପ୍ରବେଶ ଶୁଳ୍କ ୧୦ ଟଙ୍କା ରଖାଯାଇଥିବା ବେଳେ ୮୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ, ଛୋଟପିଲା, ଦିଵ୍ୟାଙ୍ଗଙ୍କ ପାଇଁ ପ୍ରବେଶ ଶୁଳ୍କ ଲାଗୁ ହେବ ନାହିଁ। ଶ୍ରଦ୍ଧାଳୁଙ୍କ ପାଇଁ ଜୋତା ଓ ମୋବାଇଲ୍ ଷ୍ଟାଣ୍ଡ ମାଗଣା ବ୍ୟବସ୍ଥା କରାଯିବ ।

ବୈଠକରେ ମହାପ୍ରଭୁଙ୍କ ପାଇଁ ଆଉ ଏକ ସୁନାବେଶ ଅଳଙ୍କାର ସେଟ୍‌ ନିର୍ମାଣକୁ ଅନୁମୋଦନ ମିଳିଛି। ଶ୍ରୀମନ୍ଦିର ପ୍ରଶାସନ ନିଜସ୍ୱ ଅର୍ଥରେ ଏହି ଅଳଙ୍କାର ପ୍ରସ୍ତୁତ କରିବ। ତେବେ ଇଚ୍ଛୁକ ଭକ୍ତ ଓ ଶ୍ରଦ୍ଧାଳୁ ସ୍ୱଇଚ୍ଛାରେ ଏଥିପାଇଁ ଦାନ ଦେଇପାରିବେ। ପ୍ରସ୍ତୁତ ହେବାକୁ ଥିବା ନୂଆ ଅଳଙ୍କାର ରତ୍ନଭଣ୍ଡାରର ବାହାର ଭଣ୍ଡାରରେ ସୁରକ୍ଷିତ ଭାବେ ରଖାଯିବ।

ରତ୍ନଭଣ୍ଡାର ଗଣତି ସମୟରେ କରାଯାଇଥିବା ଭିଡିଓ, ଫଟୋ ଓ ଡିଜିଟାଲ ଡକ୍ୟୁମେଣ୍ଟେସନକୁ ଆଧାର କରି ନୂଆ ଅଳଙ୍କାରର ଆକୃତି ଓ ନିର୍ମାଣ କରାଯିବ। ଏଥିରେ ସୁରକ୍ଷା ପ୍ରୋଟୋକଲ ସହ ବୈଷୟିକ ଆକଳନ, ପାରମ୍ପରିକ ଆକୃତି, ଓଜନ ଓ ଧାର୍ମିକ ପ୍ରାମାଣିକତାକୁ ଗୁରୁତ୍ୱ ଦିଆଯିବ। ଭଣ୍ଡାର ମେକାପ, ତଢ଼ାଉ କରଣ ଓ ଦେଉଳ କରଣ ଏହାର ଅନୁଧ୍ୟାନ କରିବେ। ଏଥିପାଇଁ ଏକ ଟେକ୍ନିକାଲ କମିଟି ଗଠନ ହେବ ଏବଂ ଅନୁଭବୀ ସଂସ୍ଥାକୁ ଅଳଙ୍କାର ନିର୍ମାଣ ଦାୟିତ୍ୱ ଦିଆଯିବ।

ଅନ୍ୟପଟେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଖୁବଶୀଘ୍ର ଶ୍ରୀମନ୍ଦିରର ଉତ୍ତର ଦ୍ୱାର ଦେଇ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯିବ । ଏଥିପାଇଁ ସ୍ୱତନ୍ତ୍ର ସ୍ଲଟ୍ ନିର୍ଦ୍ଧାରଣ ହେବ ଏବଂ ଶ୍ରୀମନ୍ଦିର ପ୍ରଶାସନର ସ୍ୱତନ୍ତ୍ର ସ୍ୱେଚ୍ଛାସେବୀ ନିୟୋଜିତ ହେବେ । ପୁରୀବାସୀଙ୍କ ଦର୍ଶନ ବ୍ୟବସ୍ଥା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ଆଧାର କାର୍ଡ ଯାଞ୍ଚ, ସ୍ଲଟ୍ ବୁକିଂ ମାଧ୍ୟମରେ ଦର୍ଶନ ସୁବିଧା ଦେବା ନେଇ ବିଚାର କରାଯାଇଛି । ଦିନକୁ କେତେ ସଂଖ୍ୟକ ପୁରୀବାସୀ ଦର୍ଶନ କରିପାରିବେ ଏବଂ ସମୟ ନିର୍ଦ୍ଧାରଣ ନେଇ ପରବର୍ତ୍ତୀ ପର୍ଯ୍ୟାୟରେ ନିଷ୍ପତ୍ତି ହେବ । ଉତ୍ତର ଦ୍ୱାର ଦେଇ ପ୍ରବେଶ ପାଇଁ ସେବାୟତମାନେ ପ୍ରସ୍ତାବ ଦେଇଥିବା ବେଳେ ପୂର୍ଣ୍ଣାଙ୍ଗ ଆଲୋଚନା ପରେ ଚୂଡ଼ାନ୍ତ ନିଷ୍ପତ୍ତି ହେବ ।

ସେପଟେ ଆସନ୍ତା ନଭେମ୍ବର ମାସରେ ଶ୍ରୀମନ୍ଦିର ସେବାୟତ ଗୁରୁକୂଳର ଭୂମି ପୂଜନ କାର୍ଯ୍ୟକ୍ରମ କରାଯିବ। ସେବାୟତ ଗୁରୁକୂଳରେ ଅତ୍ୟାଧୁନିକ ଖେଳ ପଡିଆ, ଅଡିଟୋରିୟମ, ଶ୍ରେଣୀ କକ୍ଷ, ମନ୍ଦିର ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଓବିସିସି ମାଧ୍ୟମରେ କରାଯିବ। ଶ୍ରୀମନ୍ଦିର ପ୍ରମୋଦ ଉଦ୍ୟାନର ଉନ୍ନତି କରଣ କାର୍ଯ୍ୟ କରାଯିବ। ରଘୁନନ୍ଦନ ଲାଇବ୍ରେରୀ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ଓବିସିସିକୁ ପରିଚାଳନା କମିଟି ବୈଠକରେ କୁହାଯାଇଛି। ଶ୍ରୀଜଗନ୍ନାଥ ଭୂମି ପରିଚାଳନା ଅଧିନିୟମ ୨୦୨୬କୁ ସରକାର ଅନୁମୋଦନ କରିଛନ୍ତି। ତେବେ ଏ ସମ୍ପର୍କରେ ଲୋକଙ୍କୁ ସଠିକ୍ ସୂଚନା ଦେବାପାଇଁ ଏକ ସ୍ବତନ୍ତ୍ର ସେଲ୍ ଶ୍ରୀମନ୍ଦିର କାର୍ଯ୍ୟାଳୟରେ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

Previous Post

୨ ବର୍ଷ ୩ ମାସରେ ୪୬,୫୭୫ ସରକାରୀ ନିଯୁକ୍ତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA