ରାଜ୍ୟରୁ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା
ଭୁୁବନେଶ୍ୱର: ଅସମ୍ଭାଳ ହୋଇପଡ଼ିଥିବା ଗଞ୍ଜାମରେ କରୋନା ସଂକ୍ରମଣ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ତେବେ ଖୋର୍ଦ୍ଧା ଜିଲ୍ଲାରେ ବିଶେଷକରି ଭୁବନେଶ୍ୱର ସ୍ଥିତି ସୁଧୁରିନାହିଁ । ଆଜି ଚିହ୍ନଟ ୧୨୦୩ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୫୦ ଆକ୍ରାନ୍ତ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ଅଛନ୍ତି ୨୨୦ ଆକ୍ରାନ୍ତ ।
ଜୁଲାଇ ୨୩ ତାରିଖରେ ଗଞ୍ଜାମରୁ ୫୪୦ ଓ ଖୋର୍ଦ୍ଧାରୁ ୧୩୭, ୨୪ ତାରିଖରେ ଗଞ୍ଜାମରୁ ୭୩୨ ଓ ଖୋର୍ଦ୍ଧାରୁ ୩୨୦, ୨୫ ତାରିଖରେ ଗଞ୍ଜାମରୁ ୫୬୦ ଓ ଖୋର୍ଦ୍ଧାରୁ ୧୭୪, ୨୬ ତାରିଖରେ ଗଞ୍ଜାମରୁ ୪୮୪ ଓ ଖୋର୍ଦ୍ଧାରୁ ୧୮୭, ୨୭ ତାରିଖରେ ଗଞ୍ଜାମରୁ ୪୯୧ ଓ ଖୋର୍ଦ୍ଧାରୁ ୨୨୩, ୨୮ ତାରିଖରେ ଗଞ୍ଜାମରୁ ୩୩୨ ଓ ଖୋର୍ଦ୍ଧାରୁ ୩୧୨ ଏବଂ ଜୁଲାଇ ୨୯ ତାରିଖରେ ଗଞ୍ଜାମରୁ ୨୪୫ ଓ ଖୋର୍ଦ୍ଧାରୁ ୧୯୪ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।
ଆଜି ଚିହ୍ନଟ ୧୨୦୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୫୮ କ୍ୱାରେଣ୍ଟାଇନ୍ ଏବଂ ୪୪୫ ଲୋକାଲ୍ କଣ୍ଟାକ୍ଟ କେସ୍ । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ପାର୍ କରିଛି । ମୋଟ ୩୦, ୩୭୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୮, ୯୩୮ ସୁସ୍ଥ ହୋଇସାରିଛନ୍ତି । ଏବେ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୨୩୫ ।
ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ବି ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ଆଉ ୧୦ ଜଣଙ୍କ ଜୀବନ ନେଇଛି କରୋନା । ଗଞ୍ଜାମ ଜିଲ୍ଲାରୁ ୪, ଖୋର୍ଦ୍ଧା ଜିଲ୍ଲାରୁ ୨ ଏବଂ ନୟାଗଡ଼, ରାୟଗଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୬୯ କୁ ବୃଦ୍ଧି ପାଇଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୯୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୨୧ ଜଣଙ୍କର ମୃତ୍ୟୁ ହେଲାଣି ।
ଆଜି କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ
ଅନୁଗୁଳ-୧୫, ବାଲେଶ୍ୱର-୨୦, ବରଗଡ଼-୧୨, ଭଦ୍ରକ-୫୩, ବଲାଙ୍ଗୀର-୬, କଟକ-୯୭, ଦେବଗଡ଼-୮, ଢ଼େଙ୍କାନାଳ-୩, ଗଜପତି-୭୨, ଗଞ୍ଜାମ-୨୫୦, ଜଗତସିଂହପୁର-୮, ଯାଜପୁର-୪୬, କଳାହାଣ୍ଡି-୪, କନ୍ଧମାଳ-୧୪, କେନ୍ଦ୍ରାପଡ଼ା-୧୪, କେଉଁଝର-୧୧, ଖୋର୍ଦ୍ଧା-୨୨୦, କୋରାପୁଟ-୬୬, ମାଲକାନଗିରି-୬୫, ମୟୁରଭଞ୍ଜ-୧୬, ନବରଙ୍ଗପୁର-୪, ନୟାଗଡ଼-୨୪, ପୁରୀ-୯, ରାୟଗଡ଼ା-୪୫, ସମ୍ବଲପୁର-୪୦, ସୋନପୁର-୪, ସୁନ୍ଦରଗଡ଼-୭୪ ।