ଭୁବନେଶ୍ୱର: ଗତକାଲି ଅନୁଷ୍ଠିତ ୪ଟି ଜିଲ୍ଲା ପରିଷଦ ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ସବୁତକ ଆସନ ବିଜେଡ଼ି ଖାତାକୁ ଯାଇଛି । ବିଜେଡ଼ି ପ୍ରାର୍ଥୀମାନେ ବହୁ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । କୋରାପୁଟ ଜିଲ୍ଲା ୧୫ ନମ୍ବର ଜିଲ୍ଲା ପରିଷଦ ଜୋନ୍ ପଟ୍ଟାଙ୍ଗୀରେ ବିଜେଡ଼ି ପ୍ରାର୍ଥୀ ୨୭୩୮ ଭୋଟ ବ୍ୟବଧାନରେ ଜିତିଥିବା ବେଳେ ଜିଲ୍ଲାର ୧୦ ନମ୍ବର ଜୋନ୍ ଦଶମନ୍ତପୁରରେ ବିଜେଡ଼ି ପ୍ରାର୍ଥୀଙ୍କ ଭୋଟ ବ୍ୟବଧାନ ରହିଛି ୪୪୪୧ । ଗଞ୍ଜାମ ଜିଲ୍ଲାର ୧୯ ନମ୍ବର ଜିଲ୍ଲା ପରିଷଦ ଜୋନ୍ ଛତ୍ରପୁରରେ ବିଜେଡ଼ି ପ୍ରାର୍ଥୀ ତାଙ୍କ ନିକଟତମ ପ୍ରାର୍ଥୀଙ୍କଠାରୁ ୮୭୭୨ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୮ ନମ୍ବର ଜିଲ୍ଲା ପରିଷଦ ଜୋନ୍ ଦାନଗଦିରେ ବିଜେଡ଼ି ପ୍ରାର୍ଥୀ ୨୬୨୫ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି ।