Thursday, April 30, 2026 03:23 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୭ ଦିନରେ ଛିଡ଼ା ହେଲା ୬୫୦ ଶଯ୍ୟାର ଦୁଇ କୋଭିଡ୍ ହସ୍ପିଟାଲ୍

by Our Correspondent
02 Apr, 2020- 01:45 PM
in Latest News, News
1 min read
0
୭ ଦିନରେ ଛିଡ଼ା ହେଲା ୬୫୦ ଶଯ୍ୟାର ଦୁଇ କୋଭିଡ୍ ହସ୍ପିଟାଲ୍

– କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କ ବଡ଼ ସଫଳତା
– ଦେଶର ସର୍ବବୃହତ୍ତ କୋଭିଡ୍ ହସ୍ପିଟାଲ୍ ଓଡ଼ିଶାରେ
– କିମସ୍ ରେ ୫୦୦, ଅଶ୍ୱିନୀରେ ୧୫୦ ଶଯ୍ୟା
– ୩ ଦିନ ମଧ୍ୟରେ ପ୍ରସ୍ତୁତ ହେବ ସମ୍

ଭୁବନେଶ୍ୱର: କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କ ଅକ୍ଲାନ୍ତ ଉଦ୍ୟମକୁ ଏକ ବଡ଼ ସଫଳତା ମିଳିଛି । ମାତ୍ର ୭ ଦିନରେ ଛିଡ଼ା ହୋଇଛି ୬୫୦ ଶଯ୍ୟାର ଦୁଇଟି କୋଭିଡ୍ ହସ୍ପିଟାଲ୍ । ଦେଶର ଏହା ସର୍ବବୃହତ୍ତ କୋଭିଡ୍ ହସ୍ପିଟାଲ୍ ର ମାନ୍ୟତା ଆଣିଛି । ଓଡ଼ିଶା ମାଇନିଂ କର୍ପୋରେସନ୍(ଓଏମସି) ପ୍ରାୟୋଜନରେ ଭୁବନେଶ୍ୱର କିମସ୍ ରେ ୫୦୦ ଶଯ୍ୟା ଓ କଟକର ଅଶ୍ୱିନୀରେ ୧୫୦ ଶଯ୍ୟାର ଦୁଇଟି ଯାକ କୋଭିଡ୍ ହସ୍ପିଟାଲ୍ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି । ଏଣିକି କରୋନା ରୋଗୀମାନଙ୍କୁ ଏହି ଦୁଇଟି ସ୍ୱତନ୍ତ୍ର ହସ୍ପିଟାଲ୍ ରେ ଚିକିତ୍ସା ସୁବିଧା ମିଳିବ । ତାହା ପୁଣି ମାଗଣାରେ । ରୋଗୀଙ୍କ ଚିକିତ୍ସା, ରହିବା ଓ ଖାଇବା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିସାରିଛନ୍ତି ।

ରେକର୍ଡ ସମୟ ମଧ୍ୟରେ ଦୁଇଟି ଯାକ ସ୍ୱତନ୍ତ୍ର ହସ୍ପିଟାଲ୍ ରୋଗୀମାନଙ୍କ ପାଇଁ ପ୍ରସ୍ତୁତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ପ୍ରକଟ କରି କିମସ୍ ଏବଂ ଅଶ୍ୱିନୀ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ ଜଣାଇଛନ୍ତି । ସେମାନଙ୍କ ସହଯୋଗ ପାଇଁ ମାତ୍ର ସପ୍ତାହକ ମଧ୍ୟରେ ଏହା ପ୍ରସ୍ତୁତ ହୋଇପାରିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହ ଡାକ୍ତର ଓ ପାରାମେଡ଼ିକାଲ୍ କର୍ମଚାରୀଙ୍କ ସହ କଥାବାର୍ତ୍ତା କରିଥିଲେ ମୁଖ୍ୟମନ୍ତ୍ରୀ । କରୋନା ବିରୋଧୀ ସଂଗ୍ରାମରେ ସେମାନଙ୍କ ଅବଦାନକୁ ମୁଖ୍ୟମନ୍ତ୍ରୀ ଭୂୟସୀ ପ୍ରଶଂସା କରିଥିଲେ ।
ଏହି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍ ରେ କରୋନା ରୋଗୀଙ୍କ ଉତ୍ତମ ଚିକିତ୍ସା ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ସାମାଜିକ ଦୂରତ୍ୱ ଏବଂ ଲକ୍ ଡାଉନ୍ ଗାଇଡଲାଇନ୍ କୁ କଡ଼ାକଡ଼ି ପାଳନ କଲେ ଯାଇ ଆମେ କରୋନା ଯୁଦ୍ଧକୁ ଜିତିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୂଚନାଥାଉକି, କିମସ୍ ଓ ସମ୍ ରେ ୫୦୦ ଲେଖାଏଁ ବିଶିଷ୍ଟ ଓଡ଼ିଶା କୋଭିଡ୍ ହସ୍ପିଟାଲ୍ ସ୍ଥାପନ ପାଇଁ ମାର୍ଚ୍ଚ ୨୬ ତାରିଖରେ ତ୍ରିପାକ୍ଷିକ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା । ୧୫ ଦିନ ମଧ୍ୟରେ ହସ୍ପିଟାଲ୍ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସେହିଭଳି କଟକର ଅଶ୍ୱିନୀ ହସ୍ପିଟାଲ୍ ରେ ଓଡ଼ିଶା କୋଭିଡ୍ ହସ୍ପିଟାଲ୍ ସ୍ଥାପନ ପାଇଁ ରାଜ୍ୟ ସରକାର କଥାବାର୍ତ୍ତା କରିଥିଲେ । ୨୮ ତାରିଖରେ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ, ୫-ଟି ସଚିବ ଭି.କେ.ପାଣ୍ଡିଆନ୍, ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ କିମସ୍ ଯାଇ କୋଭିଡ୍ ହସ୍ପିଟାଲ୍ ଭିତ୍ତିଭୂମି ଅନୁଧ୍ୟାନ କରି କାର୍ଯ୍ୟ ତ୍ୱରାନ୍ୱିତ କରିଥିଲେ ।
୨୯ ତାରିଖରେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍ ଏବଂ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଅନୁଧ୍ୟାନ ପାଇଁ ସମ୍ ଯାଇଥିଲେ । ସେପଟେ କଟକ ଅଶ୍ୱିନୀ ହସ୍ପିଟାଲ୍ କୁ ଅନୁଧ୍ୟାନ ପାଇଁ ଯାଇଥିଲେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର.ବାଲକ୍ରିଷ୍ଣନ୍ ଏବଂ ପୂର୍ତ୍ତ ସଚିବ ଡ. କ୍ରିଷନ୍ କୁମାର ।
କିମସ୍ ଓ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍ ୧୫ ଦିନ ଜାଗାରେ ୭ ଦିନରେ ପ୍ରସ୍ତୁତ ହୋଇଥିବା ବେଳେ ସମ୍ କୋଭିଡ୍ ହସ୍ପିଟାଲ୍ ଆଉ ୩ ଦିନ ମଧ୍ୟରେ ପ୍ରସ୍ତୁତ ହୋଇଯିବ ବୋଲି କୁହାଯାଇଛି ।
Previous Post

ମିଡ଼ିଆ ଉପରେ କରୋନା ମାଡ଼ !

Next Post

ପଞ୍ଚମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୨୧ ଚିହ୍ନଟ

Next Post
ପଞ୍ଚମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୨୧ ଚିହ୍ନଟ

ପଞ୍ଚମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୨୧ ଚିହ୍ନଟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA