Friday, June 5, 2026 04:50 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୭ଟି ବିଭାଗରେ ୧୨୯୪ ଜଣଙ୍କୁ ନିଯୁକ୍ତି

ବର୍ଷ ମଧ୍ୟରେ ନିଯୁକ୍ତି ମେଳା ମାଧ୍ୟମରେ ୨୭,୪୨୮ଟି ସରକାରୀ ପଦବୀ ପୂରଣ

by Our Correspondent
06 Jun, 2025- 11:16 PM
in Latest News, News
1 min read
0
୭ଟି ବିଭାଗରେ ୧୨୯୪ ଜଣଙ୍କୁ ନିଯୁକ୍ତି
Spread the love

ଭୁବନେଶ୍ୱର: ବାପା ମାଆଙ୍କ ଆଶୀର୍ବାଦରେ ଆପଣ ମାନେ ଏହି ଚାକିରୀ ପାଇଛନ୍ତି। ତାଙ୍କ ସେବା ସବୁବେଳେ କରୁଥିବେ। ପରିବାର ଲୋକଙ୍କ ମନରେ କେବେହେଲେ କଷ୍ଟ ଦେବେ ନାହିଁ। ଆମ ସମାଜରେ ଗରିବ ଲୋକମାନେ ବହୁ କଷ୍ଟରେ ଅଛନ୍ତି, ସେମାନଙ୍କୁ ଠିକ୍ ସମୟରେ ନ୍ୟାୟ ଦେବାକୁ କେବେ ଭୁଲିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଭିନ୍ନ ବିଭାଗର ନବନିଯୁକ୍ତ ୧,୨୯୪ ଜଣ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଏହି ଦୁଇଟି ମହତ୍ତ୍ୱପୂର୍ଣ୍ଣ ଉପଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଆଜି ଭୁବନେଶ୍ୱର ରେଳ ଅଡିଟୋରିୟମ ଠାରେ ୭ଟି ବିଭାଗରେ ୧୨୯୪ଟି ପଦବୀ ପୂରଣ ପାଇଁ ନିଯୁକ୍ତି ମେଳାର ଆୟୋଜନ କରାଯାଇଥିଲା। ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୮୨୬ଟି ସ୍ନାତକତ୍ତୋର ଶିକ୍ଷକ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସହକାରୀ ପ୍ରାଧ୍ୟାପକ, କ୍ଲିନିକାଲ ମନୋବିଜ୍ଞାନୀ, ମନସ୍ତତ୍ୱ ସାମାଜିକ କର୍ମୀ, ନର୍ସିଂ ଅଫିସର ଏବଂ ଡ୍ରଗ ଇନସପେକ୍ଟର ପଦବୀକୁ ମିଶାଇ ସମୁଦାୟ ୨୨୪ଟି ପଦବୀ, ବାଣିଜ୍ୟ ଓ ପରିବହନ ବିଭାଗରେ ମୋଟର ଯାନ କନିଷ୍ଠ ନୀରିକ୍ଷକ ଓ ଟ୍ରାଫିକ କନେଷ୍ଟବଳଙ୍କୁ ମିଶାଇ ସମୁଦାୟ ୬୩ଟି ପଦବୀ, ଦକ୍ଷତା ବିକାଶ ବିଭାଗର ୮୧ଟି ଅଧ୍ୟାପକ ପଦବୀ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ୪୯ଟି ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ପଦବୀ, ଅବକାରୀ ବିଭାଗର ୩୨ଟି ଅବକାରୀ ଉପନିରୀକ୍ଷକ ପଦବୀ, ଶ୍ରମ ବିଭାଗର ୧୯ଟି ବିଭିନ୍ନ ପଦବୀରେ ନିଯୁକ୍ତି ଦିଆଯାଇଛି।

ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବନିଯୁକ୍ତଙ୍କୁ ଉଦବୋଧନ ଦେଇ କହିଲେ ଯେ, ଆମ ସରକାର ଆସିବା ଦିନଠାରୁ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ରୋଜଗାର ସୃଷ୍ଟିକୁ ଗୁରୁତ୍ୱ ଦେଉଛି। ପାଞ୍ଚବର୍ଷ ମଧ୍ୟରେ ଦେଢ ଲକ୍ଷ ସରକାରୀ ପଦବୀ ପୂରଣ କରିବା ଆମର ଲକ୍ଷ୍ୟ ରହିଛି। ପ୍ରଥମ ଦୁଇ ବର୍ଷରେ ୬୫ ହଜାର ପଦବୀ ପୂରଣ ହେବ। ଏହି କ୍ରମରେ ଆଜିକୁ ମିଶାଇ ୨୭,୪୨୮ଟି ସରକାରୀ ପଦବୀ ପୂରଣ କରାଗଲା। ଏହି ସବୁ ପଦକ୍ଷେପରେ ଆମ ସରକାରଙ୍କ ବିଚାରଧାରା ପ୍ରତିଫଳିତ ହେଉଛି। ଆଗାମୀ ଦିନରେ ଆହୁରି ନିଯୁକ୍ତି ଆସିବ ସେଥିପାଇଁ ଆମର ପ୍ରକ୍ରିୟା ଜାରି ରହିଛି। ନିଯୁକ୍ତି ପ୍ରକ୍ରିଆରେ ସ୍ୱଚ୍ଛତା ପାଇଁ ବିଧାନସଭାରେ ବିଲ ପାରିତ କରି ଆମେ ଆକ୍ଟ ପ୍ରଣୟନ କରିଛୁ। ନିଯୁକ୍ତି କ୍ଷେତ୍ରରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯାଉଛି। ଚାକିରୀ ବୟସ ସୀମାକୁ ମଧ୍ୟ ଆମେ ୪୨ ବର୍ଷକୁ ବୃଦ୍ଧି କରିଛୁ।

ସେ ପୁଣି କହିଥିଲେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମାର୍ଗଦର୍ଶନରେ ଆମେ କ୍ରମାଗତ ନିଯୁକ୍ତି ମେଳା ଆୟୋଜନ କରୁଛୁ। ଦାୟିତ୍ୱ ନେବା ପରଠାରୁ ଯୁବଶକ୍ତିକୁ ନିଯୁକ୍ତି ଦେବା ଓ ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଅଭିଯାନ ଜାରି ରହିଛି।

ସେ ଆହୁରି କହିଥିଲେ ଆମ ରାଜ୍ୟରେ ଯେତେସବୁ ନିଯୁକ୍ତି ଅଛି, ସେଥିରୁ ମାତ୍ର ୨ ପ୍ରତିଶତ ସରକାରୀ ସ୍ତରରେ ହୋଇଥାଏ, ବାକି ସବୁ ବେସରକାରୀ ଓ ଶିଳ୍ପକ୍ଷେତ୍ରରେ ସୃଷ୍ଟି ହୋଇଥାଏ। ଆଗାମୀ ଦିନରେ ଆମ ରାଜ୍ୟରେ ଅତି କମରେ ୧୩ ଲକ୍ଷ ନିଯୁକ୍ତି ସୃଷ୍ଟି ହେବାକୁ ଯାଉଛି କେବଳ ଶିଳ୍ପ କ୍ଷେତ୍ରରେ। ଏଥିପାଇଁ ଆମ ଯୁବପିଢିଙ୍କୁ ଇଣ୍ଡଷ୍ଟ୍ରି ରେଡି ହେବାପାଇଁ ପଡିବ। ଉତ୍କର୍ଷ ଓଡିଶା ଆୟୋଜନର ମାତ୍ର ୪ ମାସ ମଧ୍ୟରେ ଏବେ ଶିଳ୍ପକ୍ଷେତ୍ରରେ ୯୦ ହଜାର ନିଯୁକ୍ତି ପାଇଁ ବାଟ ଖୋଲିଛି।

ମୁଖ୍ୟମନ୍ତ୍ରୀ କହିଥିଲେ, ଆଜିଠାରୁ ଆପଣ ମାନେ ସରକାରଙ୍କ ଅଙ୍ଗଭାବେ ଓଡିଶାର ଜନସାଧାରଣଙ୍କ ସେବା କରିବାର ସୁଯୋଗ ପାଇବେ। ଆପଣ ମାନେ ଉତ୍ସର୍ଗୀକୃତ ଓ ସମର୍ପଣ ଭାବ ସହିତ ଲୋକଙ୍କ ସୁବିଧା, ଅସୁବିଧାକୁ ହୃଦୟଙ୍ଗମ କରି ସେବା ଯୋଗାଇଦେବେ ବୋଲି ମୋର ବିଶ୍ୱାସ। ଦୁର୍ନୀତି ବିରୋଧରେ ଆମ ସରକାର ଶୂନ୍ୟ ସହନଶୀଳତା ନୀତି ଆପଣେଇଛନ୍ତି। ଦୁର୍ନୀତି ଠାରୁ ଦୂରେଇ ରହିବା ପାଇଁ ସେ ପରାମର୍ଶ ଦେଇଥିଲେ। ସବୁ ନବନିଯୁକ୍ତଙ୍କୁ ଏକ୍ ପେଡ୍ ମା କେ ନାମ୍ ଅଭିଯାନରେ ନିଜ ମାଆଙ୍କ ନାମରେ ଏକ ବୃକ୍ଷରୋପଣ କରିବା ପାଇଁ ଆହ୍ୱାନ ଦେଇଥିଲେ।

ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଥିଲେ ଯେ, ଆମେ ସମସ୍ତେ ସାଧାରଣ ଲୋକଙ୍କ ପାଇଁ କାମ କରୁଛେ। ଭଲ କାମ କରନ୍ତୁ, ନୂଆ ଓଡିଶା ନିର୍ମାଣରେ ଆପଣ ମାନଙ୍କ ଭଲ ଉଦ୍ୟମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ।

ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଲେ ଯେ, ନିଯୁକ୍ତି ପାଇଁ ଆମ ସରକାର ପ୍ରତିବଦ୍ଧ ଅଛନ୍ତି। ଆମେ ସମସ୍ତେ ଲୋକଙ୍କ ଟିକସ ପଇସାରେ ଚାକିରୀ କରି ପଇସା ପାଉଛେ, ତେଣୁ ଆମ ସମସ୍ତଙ୍କୁ ଲୋକଙ୍କ ସେବକ ଭାବେ କାମ କରିବା ଉଚିତ୍। ଆପଣ ମାନେ ଆମ ବିକଶିତ ଓଡିଶାର ବାହକ। ଆସନ୍ତୁ ଆମେ ସମସ୍ତେ ମିଶି ସରକାରଙ୍କ ଟିମ୍ ଭାବେ ଲୋକଙ୍କ ସେବା କରିବା ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ କହିଲେ ଯେ ଗୋଟିଏ ବର୍ଷ ମଧ୍ୟରେ ଆମେ ଯାହା କଥା ଦେଇଥିଲୁ ତାହା ରଖିଛୁ। ସୁଶାସନ ଲୋକଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟରେ ଆମେ ଏହି ନିଯୁକ୍ତି କାର୍ଯ୍ୟକ୍ରମ କରୁଛୁ। ସମସ୍ତ ନବନିଯୁକ୍ତ ଅଧିକାରୀଙ୍କୁ ନିଷ୍ଠାର ସହ କାମ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।

ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ, ଓଡିଶାରେ ଶାସନ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଏବଂ ପ୍ରତ୍ୟେକ ବିଭାଗକୁ ସଶକ୍ତି କରିବା ପାଇଁ ଆମ ସରକାର ସବୁ ପଦକ୍ଷେପ ନେଉଛନ୍ତି। ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗରେ ଏକ ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ନିଯୁକ୍ତି, ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସେ ଆଲୋକପାତ କରି ନବନିଯୁକ୍ତ ମାନଙ୍କୁ ବିକଶିତ ଓ ସମୃଦ୍ଧ ରାଜ୍ୟ ଗଠନରେ ନିଜ ଦାୟିତ୍ୱ ସୁଚାରୁରୂପେ ତୁଲାଇବା ପାଇଁ ସେ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୩୦ ଟି ଜିଲ୍ଲାରୁ ୩୦ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ସ୍ନାତକତ୍ତୋର ଶିକ୍ଷକ ଭାବେ ନିଯୁକ୍ତି ପାଇଥିବା ନବରଙ୍ଗପୁରର ଗୀତାଞ୍ଜଳୀ ସୁନା, ସହକାରୀ ପ୍ରାଧ୍ୟାପକ ଭାବେ ସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ତି ପାଇଥିବା ଡ. ସୋନାଲି ଶୁଭଦର୍ଶିନୀ ଏବଂ ଦକ୍ଷତା ବିକାଶ ବିଭାଗରେ ଅଧ୍ୟାପକ ଭାବେ ନିଯୁକ୍ତି ପାଇଥିବା କେନ୍ଦୁଝରର ବ୍ରଜବନ୍ଧୁ ନାହକ ସ୍ୱଚ୍ଛ ନିଯୁକ୍ତି ପ୍ରକ୍ରିୟା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ ସେମାନଙ୍କର ଅନୁଭୂତି ଓ ଅଭିଜ୍ଞତା ବର୍ଣ୍ଣନା କରିଥିଲେ।

କାର୍ଯ୍ୟକ୍ରମରେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଉପସ୍ଥିତ ଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳୀନି ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ସ୍ୱାସ୍ଥ୍ୟ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ୱଥୀ ଏସ୍. ଧନ୍ୟବାଦ ଅର୍ପଣ କରିଥିଲେ।

Previous Post

ପରିବେଶ ସୁରକ୍ଷା ମହାଯଜ୍ଞରେ ସମସ୍ତେ ନିଜର ଦାୟିତ୍ୱ ନିର୍ବାହ କରିବା: ଧର୍ମେନ୍ଦ୍ର

Next Post

ସୋଆ ଏସ୍ଏଚ୍ଏମ୍ ପକ୍ଷରୁ ‘ୱି କ୍ୟାନ୍ କୁକ୍’ ଆଣ୍ଡ ‘ୱି କ୍ୟାନ୍ ବେକ୍’ ଉଦଯାପିତ

Next Post
ସୋଆ ଏସ୍ଏଚ୍ଏମ୍ ପକ୍ଷରୁ ‘ୱି କ୍ୟାନ୍ କୁକ୍’ ଆଣ୍ଡ  ‘ୱି କ୍ୟାନ୍ ବେକ୍’ ଉଦଯାପିତ

ସୋଆ ଏସ୍ଏଚ୍ଏମ୍ ପକ୍ଷରୁ ‘ୱି କ୍ୟାନ୍ କୁକ୍’ ଆଣ୍ଡ ‘ୱି କ୍ୟାନ୍ ବେକ୍’ ଉଦଯାପିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA