Tuesday, January 20, 2026 08:31 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Guest Column

କିଟ୍‍ ବିଶ୍ୱବିଦ୍ୟାଳୟ: ଉତ୍କର୍ଷତାରୁ ଶ୍ରେଷ୍ଠତା

୧୬ତମ ସମାବର୍ତ୍ତନ ଉପଲକ୍ଷେ

by Our Correspondent
21 Nov, 2020- 12:02 AM
in Guest Column, News, Opinion
1 min read
0
କିଟ୍‍ ବିଶ୍ୱବିଦ୍ୟାଳୟ: ଉତ୍କର୍ଷତାରୁ ଶ୍ରେଷ୍ଠତା

ଅଚ୍ୟୁତ ସାମନ୍ତ

ଆନୁଷ୍ଠାନିକ ଶୈକ୍ଷିକ ଜୀବନରେ ସ୍ନାତକ ଶେଷ ସୋପାନ ନୁହେଁ। ଏହା ଜଣଙ୍କ କ୍ୟାରିଅର୍‍ର ଅୟମାରମ୍ଭ। ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିବା ପ୍ରତ୍ୟେକ ଛାତ୍ରଛାତ୍ରୀ ସ୍ନାତକ ହେବାର ଦିନ-ସମାବର୍ତ୍ତନ ଦିବସକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି। ବର୍ଷକରେ ଥରେ ଛାତ୍ରଛାତ୍ରୀଙ୍କ ପାଇଁ ଏହି ଦିନଟି ଆସିଥାଏ। କୌଣସି ବିଶ୍ୱବିଦ୍ୟାଳୟ ପାଇଁ ଏହା ହେଉଛି ଏକ ବାର୍ଷିକ କାର୍ଯ୍ୟକ୍ରମ। ସମାବର୍ତ୍ତନ ହେଉଛି ବିଶ୍ୱବିଦ୍ୟାଳୟ ଅତୀତର ସଫଳତା ଓ ଭବିଷ୍ୟତ ଲକ୍ଷ୍ୟ ହାସଲ ଯାତ୍ରାର ପ୍ରତିଫଳନ। ପ୍ରତିବର୍ଷ ପରି ଚଳିତ ବର୍ଷ ନଭେମ୍ବର ୨୧ତାରିଖରେ ମଧ୍ୟ କିଟ୍‍ ବିଶ୍ୱବିଦ୍ୟାଳୟ ତାର ୧୬ତମ ସମାବର୍ତ୍ତନ ଆୟୋଜନ କରିବାକୁ ଯାଉଛି। ଅବଶ୍ୟ କରୋନା ମହାମାରୀ ଯୋଗୁଁ ପୂର୍ବ ବର୍ଷର ସମାବର୍ତ୍ତନଠାରୁ ଚଳିତ ବର୍ଷ ଭିନ୍ନ ଭାବେ ଆୟୋଜନ କରାଯାଉଛି। କରୋନା ନିୟମାବଳୀ ମଧ୍ୟରେ ଚଳିତ ବର୍ଷର ସମାବର୍ତ୍ତନ ଉତ୍ସବକୁ ଯେତେଦୂର ସମ୍ଭବ ସରସ ସୁନ୍ଦର କରିବା ପାଇଁ ଆମେ ପୂର୍ଣ୍ଣପ୍ରାଣରେ ପ୍ରୟାସ କରିଛୁ। ଏହି ଦିନଟି ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରେ। ବିଗତ ୧୭ ବର୍ଷ ମଧ୍ୟରେ କିଟ୍‍ ଏକ ବିଶ୍ୱବିଦ୍ୟାଳୟ ଏବଂ ୨୩ ବର୍ଷ ମଧ୍ୟରେ ଏକ ଶିକ୍ଷାନୁଷ୍ଠାନ ଭାବେ ଆଶାତୀତ ସଫଳତା ହାସଲ କରିପାରିଛି। କିଟ୍‍ ବିଶ୍ୱବିଦ୍ୟାଳୟର ପ୍ରତ୍ୟେକ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ସମାବର୍ତ୍ତନ ହେଉଛି ଏକ ନୂତନ ଯାତ୍ରାର ଆରମ୍ଭ।

୨୫ବର୍ଷର କମ୍‍ ଅବଧି ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟ ଭାରତ ତଥା ବିଶ୍ୱ ଶୈକ୍ଷିକ ମାନଚିତ୍ରରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ୧୯୯୨-୯୩ ମସିହାରେ ମାତ୍ର ୫୦୦୦ଟଙ୍କା (୧୦୦ୟୁଏସ୍‍ ଡ଼ଲାର) ସମ୍ବଳରେ ଆରମ୍ଭ ହୋଇଥିବା କିଟ୍‍ ଧିରେ ଧିରେ ଡେଣା ମେଲିବାକୁ ଆରମ୍ଭ କଲା ଏବଂ ୧୯୯୭ ମସିହା ସୁଦ୍ଧା ଏହା ଏକ ଚଳଚଞ୍ଚଳ ଶିକ୍ଷା ପେଣ୍ଠସ୍ଥଳୀରେ ପରିଣତ ହୋଇଥିଲା। ଉତ୍କର୍ଷତା ହେଉଛି କିଟ୍‍ର ପ୍ରତିବଦ୍ଧତା, ଯାହାକି ୨୦୦୪ ମସିହାରେ କିଟ୍‍କୁ ଏକ ବିଶ୍ୱବିଦ୍ୟାଳୟରେ ପରିଣତ କରିବାରେ ସହାୟକ ହୋଇଥିଲା। ମାତ୍ର ୬ବର୍ଷ ମଧ୍ୟରେ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବାରେ କିଟ୍‍ ହେଉଛି ଭାରତର ଏକ କନିଷ୍ଠ ବିଶ୍ୱବିଦ୍ୟାଳୟ। ଆଜି କିଟ୍‍ ବିଶ୍ୱବିଦ୍ୟାଳୟ ୨୫ବର୍ଗ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳରେ ଦଣ୍ଡାୟମାନ। କିଟ୍‍ ବିଶ୍ୱବିଦ୍ୟାଳୟର ୨୩ଟି ସ୍ୱତନ୍ତ୍ର ସୌନ୍ଦର୍ଯ୍ୟ ଓ ସବୁଜିମାରେ ପରିପୂର୍ଣ୍ଣ କ୍ୟାମ୍ପସ୍‍ରେ ୨୮ଟି ସ୍କୁଲ୍‍ ରହିଛି। ଏଠାରେ ବିଭିନ୍ନ ପ୍ରକାର ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସ୍ନାତକ ଓ ସ୍ନାତକୋତ୍ତର, ଡକ୍ଟୋରେଟ୍‍ ଓ ପୋଷ୍ଟ ଡକ୍ଟୋରେଟ୍‍ ଶିକ୍ଷା ପ୍ରଦାନ କରାଯାଉଛି । ଆଜି କିଟ୍‍ ଭାରତ ସରକାରଙ୍କ ଦ୍ୱାରା ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ (Institute of Eminence)ର ସ୍ୱୀକୃତି ଲାଭ କରିବାର ଗୌରବ ଅର୍ଜନ କରିଛି। ଭାରତ ସରକାରଙ୍କ ମାନବ ସମ୍ବଳ ମନ୍ତ୍ରାଳୟର ଅଟଳ ର‌୍ୟାଙ୍କିଙ୍ଗ ଅଫ୍‍ ଇନଷ୍ଟିଚ୍ୟୁସନସ୍‍ ଅନ୍‍ ଇନୋଭେସନ ଆଚିଭ୍‍ମେଣ୍ଟସ୍‍ (ଏଆରଆରଆଇଏ)୨୦୨୦ରେ ଦେଶରେ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିବାର ଗୌରବ ହାସଲ କରିଛି। ଟାଇମସ୍‍ ଉଚ୍ଚତର ଶିକ୍ଷା ବିଶ୍ୱ ବିଶ୍ୱବିଦ୍ୟାଳୟ ର‌୍ୟାଙ୍କିଙ୍ଗ-୨୦୨୧ରେ କିଟ୍‍ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍‍ସ୍‍ ବିଭାଗ ୫୦୧-୬୦୦ ର‌୍ୟାଙ୍କ୍‍ ମଧ୍ୟରେ ରହିଛି। ସେହିପରି କିଟ୍‍ର ଇଞ୍ଜିନିୟରିଂ ଓ ବୈଷୟିକ ପାଠ୍ୟକ୍ରମ ୬୦୧-୮୦୦ ର‌୍ୟାଙ୍କ୍‍ ମଧ୍ୟରେ ସ୍ଥାନ ପାଇଛି। ଚଳିତବର୍ଷ କିଟ୍‍ ‘ୱାର୍କପ୍ଲେସ୍‍ ଅଫ୍‍ ଦି ଇୟର’ କ୍ୟଟେଗୋରୀରେ ଟାଇମସ୍‍ ହାଇଅର ଏଜୁକେସନ୍‍ ପକ୍ଷରୁ ‘ଆୱାଡ୍‍ର୍ସ ଏସିଆ’ ୨୦୨୦ ପୁରସ୍କାର ହାସଲ କରିବାରେ ଭାରତର କେବଳ ଓ ଏକମାତ୍ର ଅନୁଷ୍ଠାନ ହେବାର ଗୌରବ ଅର୍ଜନ କରିଛି।

ଛାତ୍ର ଓ ଅଭିଭାବକ ଅନୁକୂଳ ବିଶ୍ୱବିଦ୍ୟାଳୟ ଭାବେ କିଟ୍‍ ବିଶ୍ୱବିଦ୍ୟାଳୟ ହେଉଛି ଅନନ୍ୟ। ଭାରତ ତଥା ୫୫ଟି ଦେଶର ୩୦ହଜାର ଛାତ୍ରଛାତ୍ରୀଙ୍କ ଆବାସସ୍ଥଳୀ ପାଲଟିଛି କିଟ୍‍ ବିଶ୍ୱବିଦ୍ୟାଳୟ। କିଟ୍‍ ବିଶ୍ୱବିଦ୍ୟାଳୟ ହେଉଛି ଏକ ବହୁମୁଖୀ ବିଶ୍ୱବିଦ୍ୟାଳୟ ଯେଉଁଠି ବିଭିନ୍ନ ଭାଷା, ସଂସ୍କୃତି ଓ ପରମ୍ପରାର ମିଳନ ଘଟିଛି। ଏଠାରେ ବିଭିନ୍ନତା ମଧ୍ୟରେ ଏକତା ସ୍ପଷ୍ଟ ବାରି ହୋଇପଡ଼େ। କିଟ୍‍ ବିଶ୍ୱବିଦ୍ୟାଳୟରେ ଏକ ଚଳଚଞ୍ଚଳ ଟ୍ୟୁଟର-ମେଣ୍ଟର (ଶିକ୍ଷକ-ଛାତ୍ର) ବ୍ୟବସ୍ଥା ରହିଛି ଯେଉଁଠି ଅଧ୍ୟାପକମାନେ ଜଣେ ଛାତ୍ରର ଶୈକ୍ଷିକ ସଫଳତାର ଯତ୍ନନେବା ସହ ପ୍ରତ୍ୟେକ ଛାତ୍ରଙ୍କୁ ବ୍ୟକ୍ତିଗତ ଭାବେ ନିୟମିତ ପରାମର୍ଶ ଦେଇଥାନ୍ତି। ଏହି ବ୍ୟବସ୍ଥା ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟ ଛାତ୍ର ଅନୁକୂଳ ହୋଇପାରିଛି। କିଟ୍‍ର ମାନବୀୟ ସ୍ପର୍ଶ ନୀତି ଯୋଗୁଁ ଏହା ଅଭିଭାବକମାନଙ୍କ ପାଇଁ ସର୍ବାଧିକ ପସନ୍ଦ ଶିକ୍ଷାନୁଷ୍ଠାନ ପାଲଟିଛି। ଅଭିଭାବକମାନେ କିଟ୍‍ ଉପରେ ପୂର୍ଣ୍ଣ ବିଶ୍ୱାସ ରଖି ସେମାନଙ୍କ ପିଲାମାନଙ୍କୁ ଏଠାରେ ନାମ ଲେଖାଇ ଥାଆନ୍ତି। କିଟ୍‍ ସେମାନଙ୍କ ପିଲାମାନଙ୍କର ସର୍ବାଙ୍ଗୀନ ବିକାଶର ସମ୍ପୂର୍ଣ୍ଣ ଯତ୍ନ ନେଇଥାଏ। କିଟ୍‍ ପ୍ରତିଷ୍ଠା ହେବାଦିନଠାରୁ ଛାତ୍ରଛାତ୍ରୀଙ୍କୁ ଶତପ୍ରତିଶତ ପ୍ଲେସମେଣ୍ଟ ବଜାୟ ରଖିଆସିଛି। ଶିକ୍ଷା ସହ କିଟ୍‍ ସର୍ବଦା ତାର ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଇଆସୁଛି। ଏତେ ସଂଖ୍ୟକ ଛାତ୍ରଛାତ୍ରୀ, କର୍ମଚାରୀ ତଥା ସର୍ବସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ କିଟ୍‍ର ଏକ ସୁପର ସ୍ପେସିଆଲିଟି ହସ୍ପିଟାଲ ରହିଛି।

ଗୋଟିଏ ବିଶ୍ୱବିଦ୍ୟାଳୟ ତାର ଗବେଷଣା ଓ ପ୍ରକାଶନ ପାଇଁ ପରିଚିତି ଲାଭ କରିଥାଏ। କିଟ୍‍ ବିଶ୍ୱବିଦ୍ୟାଳୟର ବିଭିନ୍ନ ସ୍କୁଲ ପକ୍ଷରୁ ଆନ୍ତଃ ପ୍ରକାଶନ ବ୍ୟତିରେକ ବିଭିନ୍ନ ସ୍କୁଲର ଗବେଷଣାରତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଦ୍ୱାରା ଗବେଷଣାତ୍ମକ ଅଧ୍ୟୟନ ବିଭିନ୍ନ ଖ୍ୟାତି ସମ୍ପନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପତ୍ରପତ୍ରିକାରେ ପ୍ରକାଶ ପାଇ ଆସୁଛି। ଏହାଛଡ଼ା ସେମାନେ ବିଭିନ୍ନ ପୁସ୍ତକ ରଚନା କରିବା ସହ ଗବେଷଣାତ୍ମକ ପ୍ରକଳ୍ପ, ବିଭିନ୍ନ ଯୁଗ୍ମ ପ୍ରକଳ୍ପରେ ବିଦେଶରେ ଗବେଷଣା ପାଇଁ ଫେଲୋସିପ୍‍ ପାଇ ଆସୁଛନ୍ତି। ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ବିତ୍ତିୟ ସଂସ୍ଥାର ସହାୟତାରେ କିଟ୍‍ରେ ବର୍ତ୍ତମାନ ପାଖାପାଖି ୧୦୦ ଗବେଷଣାତ୍ମକ ଏବଂ କନସଲଟାନ୍ସି ପ୍ରକଳ୍ପ ଚାଲୁରହିଛି। ଅତ୍ୟାଧୁନିକ ଭିତ୍ତିଭୂମି ଏବଂ ସୁନ୍ଦର ଓ ସବୁଜିମା ପରିପୂର୍ଣ୍ଣ ପରିସର ପାଇଁ କିଟ୍‍ ଆଜି ମିଟିଙ୍ଗ୍‍, ଇନ୍‍ସେଣ୍ଟିଭ୍‍, କନଭେନସନ ଏବଂ ଏକଜିବିସେନ (ଏମଆଇସିଇ) ପର୍ଯ୍ୟଟନ ପାଇଁ ସର୍ବାଧିକ ପସନ୍ଦଯୋଗ୍ୟ ଲକ୍ଷ୍ୟସ୍ଥଳୀ ପାଲଟିଛି। କିଟ୍‍ ହେଉଛି ଏକମାତ୍ର ବିଶ୍ୱବିଦ୍ୟାଳୟ ଯେଉଁଠିକୁ ୨୨ନୋବେଲ୍‍ ବିଜେତା ପରିଦର୍ଶନରେ ଆସିବା ସହ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିଛନ୍ତି। ଶିକ୍ଷାର ଅନ୍ତର୍ଜାତୀୟକରଣକୁ ଆପଣେଇ କିଟ୍‍କୁ ବିଶ୍ୱର ଏକ ଉତ୍କର୍ଷ ଶିକ୍ଷାକେନ୍ଦ୍ରରେ ପରିଣତ କରିବା ସହ ଛାତ୍ର ଶିକ୍ଷକ ବିନିମୟ କାର୍ଯ୍ୟକ୍ରମ, ବିଭିନ୍ନ କ୍ଷେତ୍ରରେ ଉଚ୍ଚତର ଅଧ୍ୟୟନ ଓ ମିଳିତ ଗବେଷଣା ନିମନ୍ତେ କିଟ୍‍ ବିଶ୍ୱବିଦ୍ୟାଳୟ ବିଶ୍ୱର ୧୦୦ରୁ ଉର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହୋଇଛି। ଏହାଛଡ଼ା ବିଶ୍ୱରେ ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି ଉଦ୍ଦେଶ୍ୟରେ ବିଭିନ୍ନ ଅନ୍ତର୍ଜାତୀୟ ସଂଘର ସଦସ୍ୟ ହୋଇପାରିଛି।

କେବଳ ଶିକ୍ଷା ଓ ଗବେଷଣା ନୁହେଁ, କ୍ରୀଡ଼ା କ୍ଷେତ୍ରରେ ମଧ୍ୟ କିଟ୍‍ ବିଶ୍ୱବିଦ୍ୟାଳୟ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। କିଟ୍‍ର ଛାତ୍ରୀ ଦୂତୀ ଚାନ୍ଦ ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିବାବେଳେ ୨୦୧୮ ଏସିୟ କ୍ରୀଡ଼ା ପ୍ରତିଯୋଗିତାରେ ୨ଟି ରୌପ୍ୟ ପଦକ ଜିତିବାର ଗୌରବ ହାସଲ କରିଛନ୍ତି। ସେ ହେଉଛନ୍ତି ପ୍ରଥମ ଭାରତୀୟ ଯେ କି ୨୦୧୯ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରିବାର ସଫଳତା ପାଇଥିଲେ। କିଟ୍‍ ଛାତ୍ର ଅମିୟ ମଲ୍ଲିକ୍‍ ହେଉଛନ୍ତି ଭାରତର ଦ୍ରୁତତମ ଧାବକ । କିଟ୍‍ରେ ଅତ୍ୟାଧୁନିକ ବିଶାଳ କ୍ରୀଡ଼ା ଭିତ୍ତିଭୂମି ରହିଛି। ଯେଉଁଥିପାଇଁ ଏଠାରେ ବର୍ଷରେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଓ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ ହୋଇଥାଏ। କିଟ୍‍ର ଶୈକ୍ଷିକ ସଫଳତା ଆଜି ଉଦାହରଣ ପାଲଟିଛି । କିଟ୍‍ର ବହୁ ଛାତ୍ରଛାତ୍ରୀ ଆଜି ବିଭିନ୍ନ କର୍ପୋରେଟ୍‍, ଅଧ୍ୟାପନା, ଆଇନ ବ୍ୟବସାୟ, ପ୍ରଶାସନିକ ସେବା, ବ୍ୟବସାୟ ଓ ଷ୍ଟାଟଅଫ୍‍ ଆଦି କ୍ଷେତ୍ରରେ ପ୍ରତିଷ୍ଠିତ।

ଆନୁଷ୍ଠାନିକ ଶିକ୍ଷା ସହ ସମାଜସେବାକୁ ଯୋଡ଼ିବାରେ କିଟ୍‍ ହେଉଛି ବିଶ୍ୱର ଏକ ମାତ୍ର ଶିକ୍ଷାନୁଷ୍ଠାନ। କିଟ୍‍ର ଏହି ମାନବୀୟ ଛବି ଅତି ସୁନ୍ଦର ଭାବେ ଏହାର ଆଉ ଏକ ଅନୁଷ୍ଠାନ କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ସୋସିଆଲ୍‍ ସାଇନସେସ୍‍ (କିସ୍‍) ମାଧ୍ୟମରେ ପ୍ରତିଫଳିତ ହୋଇଛି। କିସ୍‍ରେ ୩୦ହଜାର ଅବହେଳିତ ଜନଜାତି ଛାତ୍ରଛାତ୍ରୀଙ୍କୁ ରହିବା, ଖାଇବା, ସ୍ୱାସ୍ଥ୍ୟସେବା ସହ ପ୍ରାଥମିକସ୍ତର (କେଜି)ରୁ ସ୍ନାତକୋତ୍ତର (ପିଜି) ପର୍ଯ୍ୟନ୍ତ ଶିକ୍ଷା ସବୁକିଛି ସମ୍ପୂର୍ଣ୍ଣ ନିଃଶୁଳ୍କ ଯୋଗାଇ ଦିଆଯାଉଛି। ବିଶ୍ୱର ସର୍ବପ୍ରଥମ ଜନଜାତି ବିଶ୍ୱବିଦ୍ୟାଳୟ କିସ୍‍ ବିଶ୍ୱବିଦ୍ୟାଳୟକୁ କିଟ୍‍ର ଅଂଶୀଦାର ସମୂହ ସହଯୋଗ ଯୋଗାଇ ଦେଇଆସୁଛନ୍ତି। କିଟ୍‍ ୨୦୦୬ ମସିହାରେ କଟକ ଜିଲ୍ଲାର ଏକ ଅଖ୍ୟାତ ଗାଁଆ କଲରାବାଙ୍କକୁ ଆଦର୍ଶ ଗ୍ରାମରେ ପରିଣତ କରିପାରିଥିଲା ଓ ୨୦୧୬ ମସିହାରେ ଏହା ସ୍ମାର୍ଟ ଭିଲେଜରେ ପରିଣତ ହେଲା। ଏଠାରେ ସମସ୍ତ ପ୍ରକାର ସହରୀ ସୁବିଧା ସୁଯୋଗ ସହ ସମଗ୍ର ମାଣପୁର ପଞ୍ଚାୟତ ଏକ ଆଦର୍ଶ ପଞ୍ଚାୟତରେ ପରିଣତ ହୋଇପାରିଛି। କିଟ୍‍ ଓ କିସ୍‍ର ପାଶ୍ୱର୍ବର୍ତ୍ତୀ ଅଞ୍ଚଳଗୁଡ଼ିକ ବିକଶିତ ହୋଇ ଏକ ସମ୍ପୂର୍ଣ୍ଣ ନୂତନ ସହରରେ ପରିଣତ ହୋଇପାରିଛି। କରୋନା ମହାମାରୀର କଠିନ ସମୟରେ ୩ଲକ୍ଷରୁ ଊର୍ଦ୍ଧ୍ୱ ଅସହାୟ ଗରିବ ଲୋକଙ୍କୁ କିଟ୍‍୍‍ ରନ୍ଧା ଖାଦ୍ୟ ଯୋଗାଇ ଦେବା ସହ ଅତ୍ୟାବଶକୀୟ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା ଓ କରୋନା ମୃତକଙ୍କ ସନ୍ତାନ ସନ୍ତତିଙ୍କୁ କିଟ୍‍ ବିଶ୍ୱବିଦ୍ୟାଳୟର ବିଭିନ୍ନ ବୈଷୟିକ ତଥା ବୃତ୍ତିଗତ ପାଠ୍ୟକ୍ରମରେ ମାଗଣା ଶିକ୍ଷାଦାନ ବ୍ୟବସ୍ଥା, ଶତାଧିକ ଅନାଥ ଶିଶୁଙ୍କ ଦାୟିତ୍ୱନେବା ଏବଂ ଭୁବନେଶ୍ୱର ସମେତ ରାଜ୍ୟରେ ବିଭିନ୍ନ ସ୍ଥାନରେ ୧୨ଶହ ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍ପିଟାଲ୍‍ ସ୍ଥାପନା କରିବା; ଗତ ଏପ୍ରିଲ୍‍ ମାସ ଠାରୁ କିସ୍‍ର ୩୦ହଜାର ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଘର ନିକଟରେ ଖାଦ୍ୟ ସାମଗ୍ରୀ ଓ ପାଠ୍ୟୋପକରଣ ପହଞ୍ଚାଇ କିଟ୍‍ କରୋନା ଯୁଦ୍ଧରେ ନିଜକୁ ସକ୍ରୀୟଭାବେ ସାମିଲ କରିପାରିଛି।

କିଟ୍‍ର ଏହି ଦୀର୍ଘ ଯାତ୍ରା ଆମକୁ ମାନବିକତା, ଦୟାଶୀଳ ଏବଂ ସୃଜନଶୀଳତାର ସବୁଠୁ ବଡ଼ ଶିକ୍ଷା ପ୍ରଦାନ କରିଛି। ଶୂନରୁ ଆରମ୍ଭ ହୋଇ ଶୀର୍ଷରେ ପହଞ୍ଚିଥିବା କିଟ୍‍ର ସଫଳତା ‘କିଛି ବି ଅସମ୍ଭବ ନୁହେଁ’ର ଉଦାହରଣ ସୃଷ୍ଟି କରିପାରିଛି। ମୂଲ୍ୟବୋଧ, ନୀତି ଓ ମାନବିକତା ସହ ସାଲିସ୍‍ ନ କରି ଜଣେ ସଫଳତା ହାସଲ କରିପାରେ ଏବଂ କଠିନ ପରିଶ୍ରମ ବଳରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରେ। ବର୍ତ୍ତମାନ କରୋନା ମହାମାରୀର ଏହି ଘଡ଼ି ସନ୍ଧି ମୁହୂର୍ତ୍ତରେ ଆମେ ସମସ୍ତେ କରୋନା ସହ ଲଢ଼େଇ କରୁଥିବା ବେଳେ ଏଥିରେ ଛାତ୍ର ଓ ଯୁବକମାନେ କଣ ହରାଇଲେ ସେଥିପାଇଁ ନୁହେଁ ବରଂ ସେମାନେ ପରିବର୍ତ୍ତନ ଆଣିପାରିଲେ ସେଥିପାଇଁ ୨୦୨୦ ଇତିହାସରେ ଲିପିବଦ୍ଧ ହୋଇରହିବ ।

ପ୍ରତିଷ୍ଠାତା, କିଟ୍‍ ଓ କିସ୍‍

Previous Post

ଚାପ ଅସମ୍ଭାଳ, ବିଦା ହେଲେ ପୁରୀ ଏସପି

Next Post

ସାମ୍ବାଦିକା ସୁପ୍ରିୟା ଦାଶଙ୍କୁ ‘ଲାଡଲି ମିଡ଼ିଆ ଆୱାର୍ଡ -୨୦୨୦’

Next Post
ସାମ୍ବାଦିକା ସୁପ୍ରିୟା ଦାଶଙ୍କୁ ‘ଲାଡଲି ମିଡ଼ିଆ ଆୱାର୍ଡ -୨୦୨୦’

ସାମ୍ବାଦିକା ସୁପ୍ରିୟା ଦାଶଙ୍କୁ 'ଲାଡଲି ମିଡ଼ିଆ ଆୱାର୍ଡ -୨୦୨୦'

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19150 shares
    Share 7660 Tweet 4788
  • ନବୀନ..ନବୀନ, ମୋହନ..ମୋହନ

    16594 shares
    Share 6638 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA