Tuesday, May 26, 2026 05:07 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କିଟ୍ ରେ ୧୬ତମ ଜାତୀୟ ମାର୍କେଟିଂ କନକ୍ଲେଭ ଅନୁଷ୍ଠିତ

by Our Correspondent
20 Sep, 2025- 07:19 PM
in Latest News, News
1 min read
0
କିଟ୍ ରେ ୧୬ତମ ଜାତୀୟ ମାର୍କେଟିଂ କନକ୍ଲେଭ ଅନୁଷ୍ଠିତ

ଭୁବନେଶ୍ୱର: ସଫଳତାର କୌଣସି ସର୍ଟକଟ୍‍ ନାହିଁ କି କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ ବୋଲି ବିଶିଷ୍ଟ ଶିଳ୍ପପତି ତଥା ଶ୍ରୀ ସିମେଣ୍ଟର ଅଧ୍ୟକ୍ଷ ହରି ମୋହନ ବାଙ୍ଗୁର ପ୍ରକାଶ କରିଛନ୍ତି। କିଟ୍‍ ମ୍ୟାନେଜମେଣ୍ଟ ସ୍କୁଲ୍‍ ପକ୍ଷରୁ ଶନିବାର ଆୟୋଜିତ ୧୬ତମ ଜାତୀୟ ମାର୍କେଟିଂ କନକ୍ଲେଭରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ବାଙ୍ଗୁର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଲେ, ଯେଉଁମାନେ ନିରନ୍ତର କଠୋର ପରିଶ୍ରମର ଅନୁଶାସନକୁ ଆପଣେଇ ଥାଆନ୍ତି ସେମାନେ ନିଶ୍ଚତ ଭାବେ ସେମାନଙ୍କ କ୍ୟାରିଅରରେ ସଫଳ ହୋଇଥାନ୍ତି। ଜୀବନର ଲକ୍ଷ୍ୟ ଓ ମୂଲ୍ୟବୋଧ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ସହ ବିନମ୍ର ହେବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ନିଜର ପ୍ରାସଙ୍ଗିକତା ପରଖିବା ପାଇଁ ସେ ଦୁଇ ଦଶକ ଧରି କ୍ୟାଟ୍‍ ପରୀକ୍ଷାରେ ବସିଆସୁଥିବା ନେଇ ନିଜର ଉଦାହରଣ ଦେଇ କହିଲେ, ଜୀବନରେ ତୁମର ଉଦ୍ଦେଶ୍ୟ, ଅନୁଶାସନ, ବିନମ୍ରତା ଓ ସଚ୍ଚୋଟତା ତୁରନ୍ତ ନଜରକୁ ନ ଆସିଲେ ମଧ୍ୟ ଏସବୁ ତୁମକୁ ଆଗକୁ ନେଇ ଆଗେଇ ନେଇଥାଏ।

ଏହି ଅବସରରେ ଶ୍ରୀ ବାଙ୍ଗୁର୍‍ ସମାବେଶି ଶିକ୍ଷା ସ୍ୱପ୍ନକୁ ଭାରତର ଦୁଇଟି ପ୍ରତିଷ୍ଠିତ ଅନୁଷ୍ଠାନ କିଟ୍‍ ଓ କିସ୍‍ ରେ ସଫଳ କରିବା ନେଇ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦୂରଦର୍ଶିତାର ପ୍ରଶଂସା କରିଥିଲେ। ଭାରତୀୟ ଅର୍ଥନୈତିକ ଯାତ୍ରା ଉପରେ ଆଲୋକପାତ କରି ସେ କହିଲେ, ଆମ ଦେଶ ଏକ ଅଭାବଗ୍ରସ୍ତ ଅର୍ଥ ବ୍ୟବସ୍ଥାରୁ ବାହାରି ଏକ ସମୃଦ୍ଧ ଓ ସମ୍ଭାବନାପୂର୍ଣ୍ଣ ଅର୍ଥବ୍ୟବସ୍ଥା ଆଡ଼କୁ ଅଗ୍ରସର ହେଉଛି। କନକ୍ଲେଭର ବିଷୟବସ୍ତୁ ସ୍ଥାୟୀ ବାଣିଜ୍ୟିକ ବିବିଧତା: ପ୍ରଯୁକ୍ତିବିଦ୍ୟା, ସଚ୍ଚୋଟତା ଏବଂ ବ୍ରାଣ୍ଡର ଭବିଷ୍ୟତ ଉପରେ ଶ୍ରୀ ବାଙ୍ଗୁର କହିଲେ, ଏବେ ଅଧିକ ବିକଳ୍ପ ଥିବାବେଳେ ବ୍ୟବସାୟିକ ଅନୁଷ୍ଠାନଗୁଡ଼ିକ ନବସର୍ଜନା, ଆତ୍ମବିଶ୍ୱାସ ବୃଦ୍ଧି କରିବା ଏବଂ ନିଜର ଉତ୍ପାଦଗୁଡ଼ିକ ସହ ସମ୍ମାନ ଓ ଗୌରବ ପ୍ରଦାନ କରିବା ଆବଶ୍ୟକ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ୍‍ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କିଟ୍‍ ମ୍ୟାନେଜମେଣ୍ଟ ସ୍କୁଲ ନିର୍ଦ୍ଦେଶକ ପ୍ରଫେସର କୁମାର ମହାନ୍ତି ଏବଂ ଡ଼ିନ୍‍ ପ୍ରଫେସର ଅରବିନ୍ଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମାର୍କେଟିଂ କନକ୍ଲେଭର ବିଷୟବସ୍ତୁ ଉପରେ ପ୍ୟାନେଲ୍‍ ଆଲୋଚନା ଓ କର୍ମଶାଳାମାନ ଅନୁଷ୍ଠିତ ହୋଇଥିଲା। ଏଥିରେ ଦେଶର ବହୁ ପ୍ରତିଷ୍ଠିତ କମ୍ପାନୀର ମାର୍କେଟିଂ ମୁଖ୍ୟମାନେ ଯୋଗଦେଇ ନିଜର ମତାମତ ରଖିଥିଲେ।

Previous Post

୨୩ରେ ବିଧାନସଭା ଘେରାଉ କରିବ ବିଜେଡି

Next Post

ବାଣୀବିହାରରେ ଲିପି ହେମ୍ବ୍ରମ ସ୍ମାରକୀ ବତ୍କୃତା

Next Post
ବାଣୀବିହାରରେ ଲିପି ହେମ୍ବ୍ରମ ସ୍ମାରକୀ ବତ୍କୃତା

ବାଣୀବିହାରରେ ଲିପି ହେମ୍ବ୍ରମ ସ୍ମାରକୀ ବତ୍କୃତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA