Thursday, December 11, 2025 08:07 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଆଉ ୨୦ ପ୍ଲଟ୍ ଠାବ, ସମୁଦାୟ ୧୦୫ ପ୍ଲଟ୍

ଗିରଫ ଯନ୍ତ୍ରୀ ପ୍ରଭାସ ପ୍ରଧାନଙ୍କ ସମ୍ପତ୍ତି ତାଲିକା

by Our Correspondent
08 Aug, 2024- 06:46 PM
in Latest News, News
1 min read
0
ଆଉ ୨୦ ପ୍ଲଟ୍ ଠାବ, ସମୁଦାୟ ୧୦୫ ପ୍ଲଟ୍

ଭୁବନେଶ୍ୱର: ଏ ବାବୁଙ୍କ ପ୍ଲଟ୍ ସଂଖ୍ୟାର ଥଳକୂଳ ପାଉନି ଭିଜିଲାନସ୍ । ଆଗରୁ ମିଳିଥିଲା ୮୫ ପ୍ଲଟ୍ । ଏବେ ମିଳିଲାଣି ଆହୁରି ୨୦ ଟି ପ୍ଲଟ୍ । ଅଧିକ ଖୋଳତାଡ଼ ବେଳେ ପଶ୍ଚିମବଙ୍ଗର ୱେଷ୍ଟ ମେଦିନାପୁର ଜିଲ୍ଲାରେ ତାଙ୍କର ଏହି ୨୦ଟି ପ୍ଲଟ୍ ର ସନ୍ଧାନ ମିଳିଛି । ଖୋଳତାଡ଼ ସରି ନ ଥିବାରୁ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।

ଏହିଭଳି ଭାବେ ବାଲେଶ୍ୱର ଜିଲ୍ଲା ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କର ସମ୍ପତ୍ତି ପୁଣି ଚର୍ଚ୍ଚାକୁ ଆସିଛି । ଗତ ୨ ତାରିଖରେ ଭିଜିଲାନସ୍ ଟିମ୍ ୭ଟି ଜାଗାରେ ଚଢ଼ଉ କରି ତାଙ୍କର ବିପୁଳ ସମ୍ପତ୍ତି ଠାବ କରିଥିଲା । ଏହି ସମ୍ପତ୍ତି ପରିମାଣ ତାଙ୍କ ଆୟଠାରୁ ୨୪୫ ପ୍ରତିଶତ ଅଧିକ ଆକଳନ କରାଯାଇଥିଲା । ଏହାପରେ ଏହି ଜମିଦାର ବାବୁଙ୍କୁ ଭିଜିଲାନସ୍ ଗିରଫ କରିଥିଲା । ଏବେ ସେ ଜେଲ୍ ରେ ଅଛନ୍ତି ।

ଭିଜିଲାନସ୍ ର ପ୍ରାରମ୍ଭିକ ଅନୁସନ୍ଧାନ କାଳରେ ଏହି ବାବୁଙ୍କର ଜଳେଶ୍ୱରଠାରେ ଏକ ପାଞ୍ଚ ମହଲାର ସୁରମ୍ୟ ଅଟ୍ଟାଳିକା, ଜଳେଶ୍ୱରରେ ଏକ ବିରାଟ ମାର୍କେଟ୍ କମ୍ପ୍ଲେକ୍ସ, ୮୫ ପ୍ଲଟ୍(ଜଳେଶ୍ୱରରେ ୮୦, ଡେଲାଙ୍ଗରେ ୪ ଏବଂ ପଶ୍ଚିମବଙ୍ଗ ସୁନାକିଆରେ ଗୋଟିଏ ପ୍ଲଟ୍) ଠାବ ହୋଇଥିଲା । ଏଥିସହ ତାଙ୍କ ଘରୁ ୩୩୫ ଗ୍ରାମ୍ ସୁନା, ୭୮ ଲକ୍ଷ ଟଙ୍କା ବ୍ୟାଙ୍କ ଜମା ଏବଂ ନଗର ୧୧ ଲକ୍ଷ ୭୦ ହଜାର ଟଙ୍କା ମିଳିଥିଲା ।

ପ୍ରଭାସ ପ୍ରଧାନ ଜଣେ ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ ବୋଲି ବିଭାଗରେ ମାଳ ମାଳ ଅଭିଯୋଗ ଥିଲେ ମଧ୍ୟ ଭିଜିଲାନସ୍ ଜାଲରେ ପଡ଼ିବାର ଦୁଇଦିନ ପୂର୍ବରୁ ରାଜ୍ୟ ସରକାର ତାଙ୍କୁ ସହକାରୀ ମୁଖ୍ୟଯନ୍ତ୍ରୀ ଭାବେ ପଦୋନ୍ନତି ଦେଇ କେନ୍ଦୁଝର ଜିଲ୍ଲା ଶାଳପଡ଼ାସ୍ଥିତ ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଭାବେ ଅବସ୍ଥାପିତ କରିଥିଲେ । ମାତ୍ର ସେଠି କାର୍ଯ୍ୟରେ ଯୋଗଦେବା ପୂର୍ବରୁ ବନ୍ଧା ହୋଇ ଜେଲ୍ ଯାଇଛନ୍ତି ।

ତାଙ୍କର ଚାକିରି ଜୀବନ ସମ୍ପର୍କରେ ଭିଜିଲାନସ୍ ପୂର୍ବରୁ ଚମକପ୍ରଦ ତଥ୍ୟ ଦେଇଥିଲା । ଏ ବାବୁ ୧୯୯୪ ମସିହାରେ ଷ୍ଟାଇପେଣ୍ଡାରି ଇଞ୍ଜିନିୟର୍ ଭାବେ ଚାକିରି ଆରମ୍ଭ କରିଥିଲେ । ୧୯୯୬ ରୁ ୧୯୯୯ ମସିହା ସେ ମୟୁରଭଞ୍ଜ ଜିଲ୍ଲାରେ ଅବସ୍ଥାପିତ ଥିଲେ । ୧୯୯୯ରୁ ୨୦୦୮ ପର୍ଯ୍ୟନ୍ତ ୯ ବର୍ଷ ଧରି ସେ ତାଙ୍କର ଘରୋଇ ଜିଲ୍ଲା ବାଲେଶ୍ୱରରେ ଥିଲା ବେଳେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ ପଦୋନ୍ନତି ପାଇଥିଲେ । ଏହାପରେ ସେ ଭଦ୍ରକ ଏବଂ ମୟୁରଭଞ୍ଜରେ ବର୍ଷେ ଲେଖାଏଁ ଚାକିରି କରିଥିଲେ । ୨୦୧୦ରୁ ଦୀର୍ଘ ୧୦ ବର୍ଷ ଧରି କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଏମବ୍ୟାଙ୍କମେଣ୍ଟ ଡିଭିଜନରେ ଥାଇ ଏଇଇ ଏବଂ ଡିଇଇକୁ ପଦୋନ୍ନତି ପାଇଥିଲେ । ୨୦୨୦ ଡିସେମ୍ବରରେ ସେ ବାଲେଶ୍ୱରକୁ ଏକଜ୍ୟୁଟିଭ୍ ଇଞ୍ଜିନିୟ(ଇଇ) ହୋଇ ଆସିଥିଲେ । ୨୦୨୧ରେ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର(ଏସଇ)କୁ ପଦୋନ୍ନତି ପାଇ ବାଲେଶ୍ୱର ଜଳସେଚନ ବିଭାଗରେ କାର୍ଯ୍ୟରତ ଥିଲେ ।

Previous Post

ମମତାଙ୍କ ଜାଗାରେ କିଏ ?

Next Post

ଅଲିମ୍ପିକ୍ସ ହକିରେ ଭାରତକୁ ବ୍ରୋଞ୍ଜ

Next Post
ଅଲିମ୍ପିକ୍ସ ହକିରେ ଭାରତକୁ ବ୍ରୋଞ୍ଜ

ଅଲିମ୍ପିକ୍ସ ହକିରେ ଭାରତକୁ ବ୍ରୋଞ୍ଜ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19125 shares
    Share 7650 Tweet 4781
  • ନବୀନ..ନବୀନ, ମୋହନ..ମୋହନ

    16589 shares
    Share 6636 Tweet 4147
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5806 shares
    Share 2322 Tweet 1452
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5478 shares
    Share 2191 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA