Saturday, June 27, 2026 12:07 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଧର୍ମେନ୍ଦ୍ରଙ୍କ ପ୍ରଶଂସାରେ ବୈଷ୍ଣବ, ଯୋଶୀ

by Our Correspondent
29 Dec, 2022- 07:37 PM
in Latest News, News
1 min read
0
ଧର୍ମେନ୍ଦ୍ରଙ୍କ ପ୍ରଶଂସାରେ ବୈଷ୍ଣବ, ଯୋଶୀ

ଭୁବନେଶ୍ୱର: ଓଡ଼ିଶାରେ ଏଥର ବିଜେପି କାହା ନେତୃତ୍ୱରେ ନିର୍ବାଚନ ଲଢ଼ିବ? ଏହାକୁ ନେଇ ବହୁ ଦିନରୁ ରାଜନୈତିକ ଚର୍ଚ୍ଚା ଆଲୋଚନା ଚାଲିଛି । କେନ୍ଦ୍ରୀୟ ନେତୃତ୍ୱ ଔପଚାରିକ ଭାବେ ଏ ପର୍ଯ୍ୟନ୍ତ କାହା ନାଁ ଘୋଷଣା କରିନାହାନ୍ତି । ମାତ୍ର ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ଗତକାଲିର କାର୍ଯ୍ୟକ୍ରମ ଏବଂ ଆଜି ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ରେଳଷ୍ଟେସନ୍ ର ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରୁ ଏହାର ସ୍ପଷ୍ଟ ଆଭାସ ମିଳିଯାଇଛି ।

ଭୁବନେଶ୍ୱରେ ବିଶ୍ୱସ୍ତରୀୟ ରେଳ ଷ୍ଟେସନ୍ ର ଭିତ୍ତିପ୍ରସ୍ତର ଉତ୍ସବରେ ଯୋଗଦେଇଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କୋଇଲା, ଖଣି, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଧର୍ମେନ୍ଦ୍ରଙ୍କ ନେତୃତ୍ୱର ପ୍ରଶଂସାରେ ଶତମୁଖର ହୋଇଥିଲେ । ଓଡ଼ିଶା ପାଇଁ ଧର୍ମେନ୍ଦ୍ରଙ୍କ ସ୍ୱତନ୍ତ୍ର ଭିଜନ୍ ରହିଥିବା କହି ସେମାନେ ତାଙ୍କୁ ଓଡ଼ିଶା ବିଜେପିର ଚେହେରା ବୋଲି ଜଣାଇ ଦେଇଥିଲେ ।

ଏହି ସରକାରୀ ସଭାରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କେନ୍ଦ୍ରୀୟ ଯୋଜନାରେ ଓଡ଼ିଶା ବିକାଶର ସବୁ ଶ୍ରେୟ ଦେଇଥିଲେ ଧର୍ମେନ୍ଦ୍ରଙ୍କୁ । ସେ କହିଥିଲେ, ପ୍ରଧାନ ସାର୍ ଙ୍କର ଓଡ଼ିଶା ପ୍ରତି ବହୁତ ବଡ଼ ଭିଜନ୍ ଅଛି । ତାଙ୍କର ଭିଜନ୍ କୁ ବାସ୍ତବ ରୂପ ଦିଆଗଲେ ଓଡ଼ିଶା ୧ ଟ୍ରିଲିୟନ୍ ଅର୍ଥନୀତିରେ ପରିଣତ ହୋଇଯିବ । ଓଡ଼ିଶାରେ ଆଇଟି, ଇଣ୍ଡଷ୍ଟ୍ରି, ଷ୍ଟିଲ୍, ରେଲୱେ ନେଟୱର୍କ ଉନ୍ନତି ସାଧନରେ ପ୍ରଧାନ ସାର୍ ଙ୍କର ବହୁତ ଅବଦାନ ଅଛି । ସବୁ କାମରେ ମୁଁ ତାଙ୍କୁ ପଚାରେ । ତାଙ୍କର ପରାମର୍ଶରେ ଆଗକୁ ବଢ଼େ ବୋଲି ଶ୍ରୀ ବୈଷ୍ଣବ କହିଥିଲେ ।

ସେହିଭଳି କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ ଧର୍ମେନ୍ଦ୍ରଙ୍କ ଦକ୍ଷତା ଓ ନେତୃତ୍ୱରର ଗୁଣଗାନ କରିଥିଲେ । ଧର୍ମେନ୍ଦ୍ରଙ୍କୁ ସେ ନିଜ ରାଜନୈତିକ ଗଡ଼ଫାଦର ଭାବେ ଚିତ୍ରଣ କରିଥିଲେ । ଏତେ ବଡ଼ ନେତା ଏବଂ ବରିଷ୍ଠ ମନ୍ତ୍ରୀ ହୋଇଥିଲେ ମଧ୍ୟ ଛୋଟ ଛୋଟ ମନ୍ତ୍ରୀମାନଙ୍କ ଚାମ୍ବରକୁ ଯାଇ ସେ ଓଡ଼ିଶା କଥା କହନ୍ତି । ଧର୍ମେନ୍ଦ୍ର ବାବୁଙ୍କଠାରୁ ଅନେକ କଥା ଶିଖିବାର ଅଛି ବୋଲି ସେ କହିଥିଲେ ।

ଧର୍ମେନ୍ଦ୍ର ତାଙ୍କ ଭାଷଣରେ ଅବଶ୍ୟ ଦୁଇ ସହଯୋଗୀ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶଂସା କରି ସୌଜନ୍ୟତା ଦେଖାଇବାକୁ ଭୁଲି ନ ଥିଲେ । ଓଡ଼ିଶାର ବିକାଶରେ ସେମାନଙ୍କର ପ୍ରମୁଖ ଭୂମିକା ଥିବା କହିଥିଲେ ।

ସୂଚନାଥାଉକି, ଧର୍ମେନ୍ଦ୍ରଙ୍କୁ ଆଗରେ ରଖି ଗତକାଲି ଶ୍ରୀ ନଡ୍ଡା କନ୍ଧମାଳର ତୁମୁଡ଼ିବନ୍ଧ ଏବଂ ଖୋର୍ଦ୍ଧାର ବାଣପୁରରେ ସାଧାରଣ ସଭା କରିଥିଲେ । ଦୁଇଟିଯାକ ସଭାରେ ଧର୍ମେନ୍ଦ୍ରଙ୍କୁ ମୁଖ୍ୟ କାର୍ପଟଦାର ଭୂମିକାରେ ଦେଖିବାକୁ ମିଳିଥିଲା । ରାଜ୍ୟ ସଭାପି ସମୀର ମହାନ୍ତିଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଉପସ୍ଥିତି କେବଳ ହାଜିରା ଏବଂ ସଂକ୍ଷିପ୍ତ ଭାଷଣରେ ସୀମିତ ଥିଲା । ମୋଟାମୋଟି ଭାବେ, ଧର୍ମେନ୍ଦ୍ରଙ୍କୁ ଆଗରେ ରଖି ବାଟ ଚାଲୁଥିଲେ ନଡ୍ଡା ।

Previous Post

ଅନୁଗୁଳରେ ମୁଖ୍ୟମନ୍ତ୍ରୀ: ୧୮୦୦ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ

Next Post

ଶରୀର ଦାନ କରି ପ୍ରେରଣା ସାଜିଲେ ଶ୍ରୀନିବାସଙ୍କ ପରିବାରବର୍ଗ

Next Post
ଶରୀର ଦାନ କରି ପ୍ରେରଣା ସାଜିଲେ ଶ୍ରୀନିବାସଙ୍କ ପରିବାରବର୍ଗ

ଶରୀର ଦାନ କରି ପ୍ରେରଣା ସାଜିଲେ ଶ୍ରୀନିବାସଙ୍କ ପରିବାରବର୍ଗ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA