Monday, July 6, 2026 02:50 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୨୦ ନୁହେଁ ୨୭ ଲକ୍ଷ ଭୋଟର ବାଦ୍

ବିଜେଡିର ପ୍ରେସ୍ ମିଟ୍

by Our Correspondent
05 Jul, 2026- 11:10 PM
in Latest News, News
1 min read
0
୨୦ ନୁହେଁ ୨୭ ଲକ୍ଷ ଭୋଟର ବାଦ୍

ଭୁବନେଶ୍ୱର: ରାଜ୍ୟରେ ଏସଆଇଆର ପ୍ରକ୍ରିୟା ହୋଇ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି । ଭୋଟର ମାନଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରିବାକୁ ଚକ୍ରାନ୍ତ ହେଉଛି । ଏନେଇ ବିଜେଡ଼ି ପକ୍ଷରୁ ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ ସାଧାରଣ ସମ୍ପାଦକ ବିଜୟ ନାୟକ ଏସଆଇଆର ପ୍ରକିୟା ନେଇ ପ୍ରଶ୍ନ ଉଠାଇଛନ୍ତି ।

ବରିଷ୍ଠ ଉପସଭାପତି ଶ୍ରୀ ମିଶ୍ର କହିଛନ୍ତି ଯେ, ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠା ଭୋଟର ତାଲିକା ପ୍ରକାଶିତ ହୋଇଛି । ପୂର୍ବରୁ ବିଭିନ୍ନ ସମୟରେ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଅନ୍ୟ ଅଧିକାରୀ ମାନେ ରାଜନୈତିକ ଦଳ ମାନଙ୍କ ସହ ଆଲୋଚନା କରିଥିଲେ । ଏସଆଇଆର ପ୍ରକିୟା ଆରମ୍ଭ ସମୟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରଦତ୍ତ ଭୋଟର ତାଲିକା ଏବଂ ବର୍ତ୍ତମାନର ପ୍ରକାଶିତ ଭୋଟର ତାଲିକାରେ ଅନେକ ତାରତମ୍ୟ ପରିଲକ୍ଷିତ ହୋଇଛି । ୨୦୨୫ ମସିହାରେ ଚୂଡାନ୍ତ ଭୋଟର ତାଲିକାରେ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ୩କୋଟି ୪୦ଲକ୍ଷ ୭୨ ହଜାର ୭୪୪ ଜଣ ଭୋଟର ତାଲିକା ୱେବସାଇଟରେ ଉପଲବ୍ଧ ଥିଲା । ମେ ୧୪ ତାରିଖରେ ଏସ୍ଆଇଆର ପାଇଁ ଓଡିଶାରେ ଭାରତୀୟ ନିର୍ବାଚନ କମିଶନ ଦ୍ୱାରା ନୋଟିଫିକେସନ ହେବା ପରେ ମଇ ୧୫ ତାରିଖରେ ବିଭିନ୍ନ ରାଜନୈତିକ ଦଳର ବୈଠକରେ ୩କୋଟି ୩୪ଲକ୍ଷ ଭୋଟର ନେଇ ତଥ୍ୟ ପ୍ରଦାନ ହୋଇଥିଲା । ପୁଣି ଜୁନ୍ ୧୨ ତାରିଖରେ ତାହାକୁ ୩କୋଟି ୩୩ଲକ୍ଷ ୯୯ହଜାର ୫୯୧ଜଣ ଭୋଟର ବୋଲି ଦର୍ଶାଯାଇଥିଲା । ତେବେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଚିଠା ଭୋଟର ତାଲିକା ପ୍ରକାଶ ପାଇଥିବା ବେଳେ ତାହାକୁ ୩ କୋଟି ୧୩ ଲକ୍ଷ ୮୭ ହଜାର ୩୪ଜଣ ଭୋଟର ଅଛନ୍ତି ବୋଲି କହିଛନ୍ତି । ତେବେ ସମସ୍ତ ପ୍ରଦତ୍ତ ତଥ୍ୟ ମଧ୍ୟରେ କିଛି ତାଳମେଳ ରହୁନାହିଁ ।

ଯେହେତୁ ୨୦୨୫ ଭୋଟର ତାଲିକା ସହିତ ୨୦୦୨ ମସିହାରେ ଓଡିଶାରେ ହୋଇଥିବା ଶେଷ ଏସ୍ଆଇଆର ଭୋଟର ତାଲିକା ସହ ମ୍ୟାପିଂ କରାଯାଇ ୨୦୨୬ ଏସଆଇଆର ଭୋଟର ତାଲିକା ପ୍ରସ୍ତୁତ କରାଯାଉଛି ତେଣୁ କରି ୨୦୨୫ ଚୂଡାନ୍ତ ତାଲିକାରେ ଥିବା ଭୋଟର ସଂଖ୍ୟାକୁ ଅନୁଶୀଳନ କଲେ ଓଡିଶାରେ ଯାହା କୁହାଯାଇଛି, ୨୦ଲକ୍ଷ ୧୪ହଜାର ଭୋଟର ଚିଠା ତାଲିକାରୁ ବାଦ୍ ପଡ଼ିଥିବା ବେଳେ କିନ୍ତୁ ବାସ୍ତବରେ ୨୭ଲକ୍ଷ ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି । ପୂର୍ବରୁ ଯାହା ଆଶଙ୍କା କରାଯାଉଥିଲା ସେହି ଅନୂଯାୟୀ ଅନେକ ନିର୍ବାଚନମଣ୍ଡଳୀର ଭୋଟର ତାଲିକାରେ ତାରତମ୍ୟ ରହିଛି । ରାଜ୍ୟର ୧୪୭ଟି ନିର୍ବାଚନ ମଣ୍ଡଳୀରୁ ୭୫ଟିରେ ୧୦,୦୦୦ରୁ ଉଦ୍ଧ୍ୱର୍, ତା’ମଧ୍ୟରୁ ୪୯ଟିରେ ୧୫,୦୦୦ରୁ ଉଦ୍ଧ୍ୱର୍ ଭୋଟର ତାଲିକାରୁ ବାଦ ପଡିଛନ୍ତି । ଏସଆଇଆର ପ୍ରକି୍ରୟାରୁ ଅନେକ ଲୋକ ବାଦ୍ ପଡିବା ଏକ ଚିନ୍ତାଜନକ ବିଷୟ ପାଲଟିଛି । ଏସଆଇଆର ଦ୍ୱାରା ଶୁଦ୍ଧ ଓ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପ୍ରକାଶ ନେଇ ଜାତୀୟ ମୁଖ୍ୟ ନିର୍ବାଚନ ଅଧିକାରୀ ଯେଉଁ ଘୋଷଣା କରିଥିଲେ । ତାହାର ଏଠାରେ ପରିପ୍ରକାଶ ହୋଇ ପାରିଲାନାହିଁ ।

ନିର୍ବାଚନରେ ମତଦାନ କରିବା ଭୋଟରଙ୍କ ମୌଳିକ ଅଧିକାର ହୋଇଥିବା ବେଳେ ତାହାକୁ କ୍ଷୁର୍ଣ୍ଣ କରିବାକୁ ଚକ୍ରାନ୍ତ ହେଉଛି ବୋଲି କହିଛନ୍ତି । ଅନେକ ବର୍ଷ ଧରି ଓଡ଼ିଶାରେ ପିଢ଼ି ପିଢ଼ି ଧରି ବସବାସ କରୁଥିବା ଜନସାଧାରଣମାନଙ୍କୁ ଭୋଟର ତାଲିକାରୁ ବାଦ୍ ଦିଆଯାଇଛି । ଯାହାକି ଅତି ନିନ୍ଦନୀୟ । ଏହାସହିତ ଏସଆଇଆର ପ୍ରକ୍ରିୟାକୁ ଅନେକ ଜଟିଳ କରାଯାଇଥିଲା । ତାହାକୁ ସରଳୀକରଣ କରିବା ନେଇ ବିଜେଡି ପକ୍ଷରୁ ପୂର୍ବରୁ ଦାବି ଉପସ୍ଥାପନ କରାଯାଇଥିଲା । ସରଳୀକରଣ ପ୍ରକ୍ରିୟା ହେବା ଦ୍ୱାରା ନୂତନ ଭୋଟର ତାଲିକାରୁ ବାଦ ପଡିବାର ସମ୍ଭାବନା ରହିବ ନାହିଁ । କିନ୍ତୁ ତାହାକୁ ସରଳୀକରଣ ନକରି ବିଭିନ୍ନ ନଥିପତ୍ର ମାଗି ଏସଆଇଆର ପ୍ରକ୍ରିୟାକୁ ଆହୁରି ଜଟିଳ କରାଯାଇଥିଲା । ଏସଆଇଆର ପ୍ରକି୍ରୟାକୁ ସରଳୀକରଣ କରିବା ପାଇଁ ବିଜେଡି ପକ୍ଷରୁ ଦାବି ଉପସ୍ଥାପନ କରାଯାଇଛି । ଅସଙ୍ଗତ ତଥ୍ୟ ଗୁଡିକ ବାଦ୍ ଦେଇ ପୁନର୍ବାର ଯାଞ୍ଚ କରି ତାଲିକାରୁ ବାଦ୍ ପଡିଥିବା ଭୋଟରଙ୍କୁ ଯୋଡ଼ିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଯାଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି । ଅଯୋଗ୍ୟ ଭୋଟରଙ୍କୁ ବାଦ ଦେଇ ଯୋଗ୍ୟ ଭୋଟରଙ୍କୁ ତାଲିକାରେ ଯୋଡି ମତଦାନ ପରି ମୌଳିକ ଅଧିକାର ପ୍ରଦାନ କରିବାକୁ ଦାବି ଉପସ୍ଥାପନ କରାଯାଇଥିବା ସେ କହିଛନ୍ତି ।

ସାଧାରଣ ସମ୍ପାଦକ ଶ୍ରୀ ନାୟକ କହିଛନ୍ତି ଯେ, ୨୦୨୫ ମସିହାରେ ଚୂଡାନ୍ତ ଭୋଟର ତାଲିକାରେ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ୩କୋଟି ୪୦ଲକ୍ଷ ୭୨ ହଜାର ୭୪୪ ଜଣ ଭୋଟର ତାଲିକା ୱେବସାଇଟରେ ଉପଲବ୍ଧ ଥିଲା । କିନ୍ତୁ ମଇ ୧୫ରେ ରାଜନୈତିକ ଦଳ ମାନଙ୍କ ସହ ରାଜ୍ୟ ମୂଖ୍ୟ ନିର୍ବାଚନ ଅଧିକାରୀ ବୈଠକ ସମୟରେ ଭୋଟର ସଂଖ୍ୟା ୩କୋଟି ୩୪ଲକ୍ଷ ୫ହଜାର ୪୮୭ଜଣ ବୋଲି କହିଥିଲେ । ଏସଆଇଆର ଆରମ୍ଭ ବେଳକୁ ରାଜ୍ୟରେ ୩କୋଟି ୩୩ଲକ୍ଷ ୯୯ହଜାର ୫୯୧ଜଣ ଭୋଟର ଅଛନ୍ତି ବୋଲି କହିଥିଲେ । ତେବେ ଭୋଟର ତାଲିକାରେ ଏହି ପ୍ରକାର ତାରତମ୍ୟ ନେଇ ବିଜେଡି ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ । କିନ୍ତୁ ସେ ତାହାର ସଂଶୋଧନ ନକରି ଭୋଟର ତାଲିକା ପ୍ରକାଶ କରିଛନ୍ତି । ପ୍ରକାଶିତ ଭୋଟର ତାଲିକରେ ୩ କୋଟି ୧୩ ଲକ୍ଷ ଭୋଟର ଅଛନ୍ତି । ଦଳ ମାନଙ୍କୁ ୨୦ଲକ୍ଷ ୧୨ହଜାର ଭୋଟର ବାଦ ପଡିଥିବା କୁହାଯାଇଛି । କିନ୍ତୁ ଗଣମାଧ୍ୟମରେ ୨୦ଲକ୍ଷ ୧୪ ହଜାର ଭୋଟର ତାଲିକାରୁ ବାଦ ପଡିଥିବା ନେଇ କହିଛନ୍ତି । ତେବେ ଆମେ ଆରମ୍ଭରୁ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଅନୁଶୀଳନ କରି ୨୭ଲକ୍ଷରୁ ଉଦ୍ଧ୍ୱର୍ ଭୋଟର ତାଲିକାରୁ ବାଦ୍ ପଡିଥିବା ଜଣାପଡିଛି ବୋଲି ଶ୍ରୀ ନାୟକ କହିଛନ୍ତି । ଯାହାକି ଅତି ଚିନ୍ତାଜନକ ବିଷୟ ।

ମୁଖ୍ୟ ନିର୍ବାଚନ ଅଧିକାରୀ ୭ଲକ୍ଷରୁ ଉଦ୍ଧ୍ୱର୍ ଭୋଟରଙ୍କୁ ଲୋକ ଲୋଚନକୁ ଆଣୁ ନଥିବାର କହିଛନ୍ତି । ଏତେ ଗୁଡିକ ଭୋଟର କିପରି ତାଲିକାରୁ ବାଦ୍ ପଡିଲେ ସେନେଇ ତଥ୍ୟ ଦେବାକୁ ବିଜେଡି ପକ୍ଷରୁ ନିର୍ବାଚନ ଅଧିକାରୀଙ୍କୁ ଜଣାଯାଇଥିଲା । କିନ୍ତୁ ସେ ତଥ୍ୟ ଦେବା ବଦଳରେ ଚିଠା ଭୋଟର ତାଲିକାରେ ତାହାର ସଂଶୋଧନ କରିବେ ବୋଲି କହିଥିଲେ । ମଇ ୩୦ରୁ ୨୮ଜୁନ ପର୍ଯ୍ୟନ୍ତ ଏସଆଇଆର ପ୍ରକିୟା ହୋଇଥିବା ବେଳେ ସମସ୍ତ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ହୋଇଛି । ଯାହା ଫଳରେ ଭୋଟର ମାନଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ କରି ତାଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି । ଏସଆଇଆର ପୂର୍ବରୁ ଯେଉଁ ଡ୍ରାଫ୍ଟ ରୋଲରେ ୩କୋଟି ୧୬ଲକ୍ଷ ଭୋଟର ନେଇ ମ୍ୟାପିଂ ହୋଇଥିବା ବେଳେ ତାହାକୁ ୩କୋଟି ୧୩ଲକ୍ଷ ହୋଇଛି । ତେବେ ଏସଆଇଆରରେ ଭୋଟର ବୃଦ୍ଧି ପାଇବା ସ୍ଥାନରେ କମିବା ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରକିୟାରେ ୧୩ଟି ଜଟିଳ ଅସଙ୍ଗତ ତଥ୍ୟ ପାଇଁ ଅନେକ ଭୋଟର ବାଦ ହୋଇଛନ୍ତି । ତାହାକୁ ସରଳୀକରଣ କରି ଯୋଗ୍ୟ ବ୍ୟକ୍ତିଙ୍କୁ ତାଲିକାରେ ଯୋଡିବାକୁ କୁହାଯାଇଛି ।

ଯେଉଁମାନେ ଓଡ଼ିଶାରେ ବସବାସ କରୁଥିବା ବେଳେ ଭାରତ ସରକାରଙ୍କ ପକ୍ଷରୁ ଭୋଟର କାର୍ଡ ପ୍ରଦାନ କରାଯାଇଥିଲା । ତାହାଙ୍କୁ ଯୋଜନାବଦ୍ଧ ଭାବେ ବାଦ ଦେବା ଅତି ନିନ୍ଦନୀୟ । ଏସଆଇଆର ପ୍ରକ୍ରିୟାକୁ ସରଳୀକରଣ ନକରିଲେ ଅନେକ ଯୋଗ୍ୟ ଭୋଟର ତାଲିକାରୁ ବାଦ୍ ପଡିବାର ଆଶଙ୍କା ରହିଛି । ବିଏଲଓ ମାନଙ୍କୁ ସଠିକ୍ ଭାବରେ ତାଲିମ ଦିଆଯାଇନଥିବାରୁ ତ୍ରୁଟିପୂର୍ଣ୍ଣ ଭାବେ ଏସଆଇଆର ପ୍ରକିୟା ହୋଇଛି । ଏହାର ତୁରନ୍ତ ସୁଧାର କରିବା, ପ୍ରକିୟା ସରଳୀକରଣ କରିବା ଓ ଅସଙ୍ଗତି ଗୁଡିକ ସମାଧାନ ନିମନ୍ତେ ବିଜେଡି ପକ୍ଷରୁ ଦାବି କରାଯାଇଛି । ନିର୍ବାଚନ କମିସନ ସରଳୀକରଣ କରି ଯୋଗ୍ୟ ଭୋଟରଙ୍କୁ ତାଲିକାଭୁକ୍ତ କରନ୍ତୁ ବୋଲି ବିଜେଡି ଦାବି କରିଛି ।

Previous Post

ଭୋକର ଭୂଗୋଳ ଏବେ କେନ୍ଦୁଝର

Next Post

ଆମେରିକାରେ ଓଡ଼ିଆ ପରମ୍ପରାକୁ ପ୍ରଶଂସା

Next Post
ଆମେରିକାରେ ଓଡ଼ିଆ ପରମ୍ପରାକୁ ପ୍ରଶଂସା

ଆମେରିକାରେ ଓଡ଼ିଆ ପରମ୍ପରାକୁ ପ୍ରଶଂସା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA