Wednesday, April 22, 2026 06:05 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସୋଆରେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ତିନି ଦିନିଆ ଆନ୍ତର୍ଜାତୀକ ସମ୍ମିଳନୀ

by Our Correspondent
18 Jul, 2024- 10:03 PM
in Latest News, News
1 min read
0
ସୋଆରେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ତିନି ଦିନିଆ ଆନ୍ତର୍ଜାତୀକ ସମ୍ମିଳନୀ

ଭୁବନେଶ୍ୱର: କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ‘ସସଟେନବୁଲ୍ ଏଗ୍ରିକଲଚରାଲ୍ ଡେଭଲେପମେଣ୍ଟ ୱିଥ୍ କ୍ଲାଇମେଟ୍ ସ୍ମାର୍ଟ ସିଷ୍ଟମ୍’ ଶୀର୍ଷକ ତିନି ଦିନିଆ ଆନ୍ତର୍ଜାତିକ ସମ୍ମିଳନୀର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି । ଜଳବାୟୁ ପରିବର୍ତନ ଓ ଏଥି ନିମନ୍ତେ ଉପୁଜୁଥିବା ବିଭିନ୍ନ ସମସ୍ୟା ଆଜି ଆମ ସମାଜ ପାଇଁ ବିପଦ ସୃଷ୍ଟି କରିଥିବା ବେଳେ କୃଷି ଉପରେ ଏହାର ପ୍ରଭାବ ଓ ପ୍ରତିକାର ବିଷୟରେ ଏହି ସମ୍ମିଳନୀରେ ଆଲୋଚନା କରାଯାଇଛି । ଏହି ସମ୍ମିଳନୀକୁ ସୋଆ ପରିଚାଳିତ ସେଂଟର ଫର କ୍ଲାଇମେଟ ସ୍ମାର୍ଟ ଏଗି୍ରକଲଚର (ସିସିଏସ୍ଏ), ସୋଆର କୃଷି କଲେଜ ଇନଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ୍ (ଆଇଏଏସ୍) ଓ ଇଣ୍ଡିଆନ୍ ମେଟିଓରୋଲଜିକାଲ୍ ସୋସାଇଟିର ସ୍ଥାନୀୟ ଶାଖା ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯାଇଛି ।

କୃଷିମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ ଯେ ବର୍ତମାନ ଉତ୍କଟ ଜଳ ସଂକଟ ଦେଖାଦେଉଥିବା ବେଳେ କୃଷି ନିମନ୍ତେ ଅନ୍ୟ ପନ୍ଥା ବାହାର କରିବାର ସମୟ ଆସିଛି । ଯଦିଓ କୃଷି ଉତ୍ପାଦନ ନିମନ୍ତେ ବୈଷୟିକ ଜ୍ଞାନକୌଶଳର ଆବଶ୍ୟକତା ରହିଛି କୃଷି କ୍ଷେତ୍ରରେ ବ୍ୟବହାର କରାଯାଉଥିବା ରସାୟନ ସାର ସମ୍ପର୍କରେ ମଧ୍ୟ ଚିନ୍ତା କରିବାର ଆବଶ୍ୟକତା ଅଛି । କାରଣ ଏହା ଦ୍ୱାରା ମୃତିକାର ଉତ୍ପାଦନ କ୍ଷମତା କମିବାରେ ଲାଗିଛି । ବିକାଶ ସହିତ ଆମକୁ ଭବିଷ୍ୟତ ପିଢ଼ି ବିଷୟରେ ମଧ୍ୟ ଚିନ୍ତା କରିବାକୁ ପଡ଼ିବ ବୋଲି ଶ୍ରୀ ସିଂହଦେଓ କହିବା ସହ ଆମେ ଅତୀତକୁ ଫେରିଯାଇ ଜୈବିକ ସାରର ବ୍ୟବହାର ଦ୍ୱାରା ମାଟିର ଉର୍ବରତାକୁ ବୃଦ୍ଧି କରିବା ଆବଶ୍ୟକ ବୋଲି ସେ ମତ ରଖିଥିଲେ ।

ରାଜ୍ୟରେ ରହିଥିବା ତାପ ବିଦ୍ୟୁତ ପ୍ରକଳ୍ପ ଗୁଡ଼ିକ ସମ୍ପର୍କରେ ସେ କହିଥିଲେ ଯେ ଏଥିରେ ଶକ୍ତି ଉତ୍ପାଦନ ନିମନ୍ତେ ଜୀବାସ୍ମ ଇନ୍ଧନର ବ୍ୟବହାର ଦ୍ୱାରା ପରିବେଶ ପ୍ରଦୂଷିତ ହେଉଛି । ଏହା ଚିନ୍ତାର କାରଣ ହୋଇଛି ।  କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ସୁର୍ଯ୍ୟଘର ପ୍ରକଳ୍ପକୁ ଓଡ଼ିଶାର କୃଷକମାନଙ୍କ ନିମନ୍ତେ ପ୍ରଚଳନ କରିବାକୁ ରାଜ୍ୟ ସରକାରଙ୍କ ପ୍ରସ୍ତାବ ରହିଛି । ଏହା ଦ୍ୱାରା କୃଷକମାନଙ୍କୁ ୩୦୦ ୟୁନିଟ୍ ମାଗଣା ବିଜୁଳି ମିଳିପାରିବ ବୋଲି ସେ କହିଥିଲେ ।

ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ସ୍ୱାଗତ କରିଥିଲେ ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପଦ୍ମଶ୍ରୀ ପାପଟରାଓ ବାଗୁଜୀ ପାୱାର, ଯିଏକି ମହାରାଷ୍ଟ୍ରର ହିଜୱାରେ ବଜାର ପଂଚାୟତର ସରପଂଚ ତଥା ସମେତ ଜଣେ ସମାଜସେବୀ , କହିଥିଲେ ଯେ ଜଳବାୟୁ ପରିବର୍ତନ ଯୋଗୁଁ ଆମେ ସମ୍ମୁଖୀନ ହେଉଥିବା ସମସ୍ୟା ଏବଂ ଏହାକୁ ନେଇ ପୃଥିବୀ ଉପରେ ପଡ଼ୁଥିବା ପ୍ରଭାବର ଛୋଟ ଛୋଟ ପ୍ରଚେଷ୍ଟା ଦ୍ୱାରା ମଧ୍ୟ ସମ୍ମୁଖୀନ ହେବା ସମ୍ଭବ ଅଟେ ।

ସେ ମହାରାଷ୍ଟ୍ରର ମରୁଡି ପ୍ରପୀଡ଼ିତ ଜିଲ୍ଲା ଅହମ୍ମଦନଗରର ହିଜ୍ୱାରେ ବଜାର ପଂଚାୟତର ସରପଂଚ ହିସାବରେ ସେଠାରେ ଘଟିଥିବା ପରିବର୍ତନ ବିଷୟରେ କହିଥିଲେ ଯାହା ଦ୍ୱାରା କି ମରୁଡ଼ି ଯୋଗୁଁ ସେ ଅଂଚଳ ଛାଡ଼ି ଚାଲିଯାଉଥିବା ଲୋକମାନେ ପୁଣି ଫେରି ଆସି ସେହି ଗ୍ରାମଗୁଡ଼ିକୁ ସବୁଜିମାରେ ଭରି ଦେଇଛନ୍ତି ।

ଶ୍ରୀ ପାୱାର କହିଥିଲେ ଯେ ସେ ନିଜ ଅଂଚଳର ଲୋକମାନଙ୍କୁ ଜଳ ଏବଂ ମୃତିକା ସଂରକ୍ଷଣ ପ୍ରକଳ୍ପ ହାତକୁ ନେବା ପାଇଁ ପ୍ରେତ୍ସାହିତ କରିଥିଲେ । ବର୍ତମାନ ସେହି ଅଂଚଳର କୃଷକମାନେ ପ୍ରତି ଏକର ପିଛା ବାର୍ଷିକ ୯ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଯାହାକି ସେମାନଙ୍କର ପୂର୍ବ ଆୟର ୨୦ ଗୁଣ ଅଧିକ ବୋଲି ସେ କେହିଥିଲେ ।

ଜଳବାୟୁ ପରିବର୍ତନ ବିଭିନ୍ନ ଅଂଚଳରେ ବାଦଲ ଫଟାବର୍ଷା ଏବଂ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି କରୁଥିବା ବେଳେ ମୋ ପଂଚାୟତ ଏଥିରୁ ରକ୍ଷା ପାଇପାରିଛି କାରଣ ଏଠାରେ ଜଳ ସମସ୍ୟା ନାହିଁ । କାହିଁକି ନା ଭୂତଳ ଜଳ ପରିଚାଳନା ଦ୍ୱାରା ପରିସ୍ଥିତିର ଉନ୍ନତି ଘଟିଛି ଓ ଗତ କିଛି ବର୍ଷ ମଧ୍ୟରେ ଏହି ଅଂଚଳରେ ୧୦ ଲକ୍ଷ ବୃକ୍ଷରୋପଣ କରାଯାଇଛି ବୋଲି ସେ କହିଥିଲେ । ଏହି ରୂପାନ୍ତରୀକରଣ ପରେ ଏହି ଅଂଚଳରେ କୌଣସି କୃଷକଙ୍କର ଆତ୍ମହତ୍ୟାର ରିପୋର୍ଟ ମିଳିନାହିଁ ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଆମେରିକାର ନେବ୍ରାସ୍କା ବିଶ୍ୱବିଦ୍ୟାଳୟ ପରିଚାଳିତ ନେବ୍ରାସ୍କା ୱାଟର ସେଂଟରର ପ୍ରଫେସର ଓ ନିର୍ଦ୍ଦେଶକ ତଥା ସିସିଏସ୍ଏର ଆନ୍ତର୍ଜାତିକ ଉପଦେଷ୍ଟା ପ୍ରଫେସର ଚିତରଞ୍ଜନ ରାୟ ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ମଧ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ ।

ଶ୍ରୀ ରାୟ କୃଷିକୁ ଏକ ଦ୍ୱିଧାର ଖଡ଼ଗ ଭାବେ ବର୍ଣ୍ଣନା କରି କହିଥିଲେ ଯେ ଏହା ଖାଦ୍ୟ ଏବଂ ଜୀବିକା ଯୋଗାଉଥିବା ବେଳେ ଜଳବାୟୁ ପରିବର୍ତନର କାରଣ ମଧ୍ୟ ପାଲଟିଛି ବୋଲି କହିଥିଲେ । ତେଣୁ କୃଷି ବ୍ୟବସ୍ଥା କ୍ଷେତ୍ରରେ ପରିବର୍ତନ ଆଣିବାର ଆବଶ୍ୟକତା ରହିଛି । ଯୁକ୍ତରାଷ୍ଟ ଆମେରିକା ସରକାର ୨୦୫୦ ସୁଦ୍ଧା କାର୍ବନ୍ ନେଗେଟିଭ୍ ସ୍ତରରେ ପହଂଚିବାକୁ ଲକ୍ଷ୍ୟ ରଖିଥିବା ସେ କହିଥିଲେ ।

ଶ୍ରୀ ରାଉଳ କହିଥିଲେ ଯେ ଜଳବାୟୁ ପରିବର୍ତନ ଯୋଗୁଁ ପରିବର୍ତନ ସବୁ କ୍ଷେତ୍ରରେ ହୋଇଥିବା ବେଳେ ୧୯୦୧ ମସିହା ଠାରୁ ଗତ ୧୨୨ ବର୍ଷ ମଧ୍ୟରେ ପାଂଚ ବର୍ଷ ସବୁଠାରୁ ଉତପ୍ତ ବର୍ଷ ଭାବେ ପରିଗଣିତ ହୋଇଛି । ଏହି ବର୍ଷଗୁଡ଼ିକ ହେଲା ୨୦୦୯, ୨୦୧୦, ୨୦୧୬, ୨୦୧୭ ଏବଂ ୨୦୨୩ ।

ଏହି ପରିସ୍ଥିତି ଦ୍ୱାରା ଅର୍ଥନୀତି କ୍ଷେତ୍ର ମଧ୍ୟ ବାଧାପ୍ରାପ୍ତ ହେଉଛି । ତେଣୁ ଏହି ବ୍ୟବସ୍ଥାରେ ପରିବର୍ତନ ଆଣିବାର ଆବଶ୍ୟକତା ରହିଛି ଯାହାଦ୍ୱାରା କି କୃଷକମାନେ ଏହି ସମସ୍ୟାର ମୁକାବିଲା କରିପାରିବେ ବୋଲି ପ୍ରଫେସର ରାଉଳ କହିଥିଲେ ।

କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିବା ସହ ନିଜ ବକ୍ତବ୍ୟରେ କହିଥିଲେ ଯେ ଗବେଷଣା କ୍ଷେତ୍ରରେ ଜଳବାୟୁ ପରିବର୍ତନ ପ୍ରସଙ୍ଗକୁ ସୋଆ ଗୁରୁତ୍ୱ ଦେଉଛି । ବିଶ୍ୱବିଦ୍ୟାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ୨୦ଟି ଗବେଷଣା କେନ୍ଦ୍ର ମଧ୍ୟରୁ ସିସିଏସ୍ଏ ଅନ୍ୟତମ ବୋଲି ପ୍ରଫେସର ନନ୍ଦ କହିଥିଲେ । ନିକଟରେ ବଜ୍ରପାତ ଏବଂ ଘଡ଼ଘଡ଼ି ସହ ବର୍ଷା ସମ୍ପର୍କରେ ଅଧିକ ଅନୁଧ୍ୟାନ ନିମନ୍ତେ ସୋଆ ଏବଂ ପୁନେ ସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ୍ ମେଟିଓରୋଲଜି (ଆଇଆଇଟିଏମ୍) ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି ବୋଲି ସେ କହିଥିଲେ ।

ସିସିଏସ୍ଏର ନିର୍ଦ୍ଦେଶକ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା ନିଜ ସ୍ୱାଗତ ଭାଷଣ ପ୍ରସଙ୍ଗରେ କହିଥିଲେ ଯେ ବର୍ଷ ବର୍ଷ ଧରି ଜଳବାୟୁ ପରିବର୍ତନ ଯୋଗୁଁ ଏହା ମାନବଜାତି ଉପରେ ଗଭୀର ପ୍ରଭାବ ପକାଉଛି । ଏହା ଦ୍ୱାରା କୃଷି କ୍ଷେତ୍ର ମଧ୍ୟ ପ୍ରଭାବିତ ହେଉଛି ବୋଲି ସେ କହିଥିଲେ । ସୋଆ ଆଇଏଏସ୍ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Previous Post

ପ୍ୟାରିସ୍‍ ଅଲିମ୍ପିକ୍‍ସରେ କିଟ୍‍ର ୧୨ ଖେଳାଳି

Next Post

ପୀତାମ୍ବର ଆଚାର୍ଯ୍ୟ ହେଲେ ଏଜି

Next Post
ପୀତାମ୍ବର ଆଚାର୍ଯ୍ୟ ହେଲେ ଏଜି

ପୀତାମ୍ବର ଆଚାର୍ଯ୍ୟ ହେଲେ ଏଜି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA