Thursday, July 10, 2025 06:23 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେପି ଲିଙ୍କ୍ ରେ ୪ ବିଜେଡି ସାଂସଦ!

ବେଳ ଥାଉ ଥାଉ ବାଟ କାଟିବେ

by Our Correspondent
11 Dec, 2024- 10:12 PM
in Latest News, News, Politics
1 min read
0
ବିଜେପି ଲିଙ୍କ୍ ରେ ୪ ବିଜେଡି ସାଂସଦ!

ଭୁବନେଶ୍ୱର: ଜଣେ ଦୁଇଜଣ ନୁହେଁ, ଆଉ ୪ ରାଜ୍ୟସଭା ସାଂସଦ ଏବେ ବିଜେପି ଲିଙ୍କ୍ ରେ । ମମତା ମହନ୍ତ ଏବଂ ସୁଜିତ୍ କୁମାରଙ୍କ ଦେଖାଦେଖି ବିଜେଡିର ଏହି ସାଂସଦମାନେ ବିଜେପି ଆଡକୁ ଆକର୍ଷିତ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ମମତା ଓ ସୁଜିତଙ୍କ କ୍ଷେତ୍ରରେ ବିଜେପିକୁ ଟିକେ ପରିଶ୍ରମ କରିବାକୁ ପଡ଼ିଥିଲା ବେଳେ ଏମାନଙ୍କୁ ମନାଇବା ପାଇଁ ବିଜେପିକୁ ପରିଶ୍ରମ କରିବାକୁ ପଡ଼ୁନାହିଁ । ବିଜେପି ଶୀର୍ଷନେତାଙ୍କ ଆଶୀର୍ବାଦ ନେବା ପାଇଁ ବିଜେଡିର ସଂପୃକ୍ତ ସାଂସଦମାନଙ୍କର ଡହଳ ବିକଳ ଅବସ୍ଥା ହୋଇଛି । ଉପରେ ପଡ଼ି ବିପକ୍ଷ ନେତାମାନଙ୍କ ସହ ଏମାନେ ଯୋଗସୂତ୍ର ବଢ଼ାଇଛନ୍ତି ।

ସୂଚନା ଅନୁଯାୟୀ, ଓଡ଼ିଶାରେ ଶାସନଗାଦିରୁ ଯିବା ପରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ଏହି ସାଂସଦମାନେ ତୁଚ୍ଛ ମଣିବାକୁ ଆରମ୍ଭ କରିଛନ୍ତି । ବିଜେଡିର ଭବିଷ୍ୟତ ନେଇ ସେମାନେ ଆଶଙ୍କିତ ଅଛନ୍ତି । ତେଣୁ ବେଳ ଥାଉ ଥାଉ ବାଟ କାଟିବାକୁ କୁଆଡ଼େ ମନସ୍ଥ କରିଛନ୍ତି । ଏହାଦ୍ୱାରା ସେମାନଙ୍କ କ୍ଷମତା ଅତୁଟ ରହିବା ସହ ବ୍ୟକ୍ତିଗତ ସ୍ୱାର୍ଥ ରକ୍ଷା ହୋଇପାରିବ । ତେଣୁ ମମତା ମହନ୍ତ ଏବଂ ସୁଜିତ କୁମାରଙ୍କ ଭଳି ସେମାନେ ସୁରକ୍ଷିତ ଜାଗା ଅପେକ୍ଷାରେ ଅଛନ୍ତି ।

ଦୁଇ ବିଜେଡି ସାଂସଦଙ୍କୁ ହାତେଇବା ପରେ ବିଜେପିର ରାଜ୍ୟସଭା ଅପରେସନ୍ ଧିମା ପଡ଼ିଥିବା ବେଳେ ବିଜେଡିର ଏହି ୪ ରାଜ୍ୟସଭା ସାଂସଦ କିନ୍ତୁ ବିଜେପି ନେତୃବୃନ୍ଦଙ୍କ ଆଶୀର୍ବାଦ ପାଇବା ପାଇଁ ବ୍ୟଗ୍ର ହୋଇପଡ଼ିଛନ୍ତି । ପାର୍ଲାମେଣ୍ଟ ଚାଲୁଥିବାରୁ ସେଠାରେ ପ୍ରଭାବଶାଳୀ ନେତାଙ୍କ ସହ ନିଜର ସମ୍ପର୍କ ବଢ଼ାଇବାର ସୁଯୋଗ ହାତଛଡ଼ା କରୁନାହାନ୍ତି । ଅଧିବେଶନରେ ସେମାନଙ୍କର ମନ ଲାଗୁନାହିଁ । ବଡ଼ନେତାମାନଙ୍କୁ ଗୋପନରେ ଯାଇ ଭେଟୁଛନ୍ତି ।

ବିଜେଡିର ବଡ଼ ନେତାମାନଙ୍କ ପାଖରେ ଏହି ଖବର ଥିଲେ ମଧ୍ୟ ସେମାନେ କାହାକୁ ଗୁହାରି କରିବେ ଜାଣିପାରୁନାହାନ୍ତି । ଆଜି ୨୦ରୁ ଅଧିକ ବିଧାୟକ ନବୀନ ନିବାସ ଯାଇ ନବୀନ ବାବୁଙ୍କୁ ଭେଟିବା ବେଳେ ଏହି ପ୍ରସଙ୍ଗ ଉଠିବାର ଥିଲା । ଦୁଇ ତିନି ଜଣ ବିଧାୟକ ଏ ସମ୍ପର୍କରେ ପାଟି ଖୋଲିବାକୁ ଚାହିଁଥିଲେ, ମାତ୍ର ସାହାସ କରି ନ ଥିଲେ ।

ଦଳର ଜଣେ ବରିଷ୍ଠ ନେତାଙ୍କ କହିବାନୁଯାୟୀ, ମିଡିଆରେ ବିଭିନ୍ନ ଖବର ଆସୁଛି । ମାତ୍ର ଏହାର ସତ୍ୟତା ଆମକୁ ଜଣାନାହିଁ । ଆଗକୁ କ’ଣ ହେବ ନ ହେବ ତାହା ନବୀନ ବାବୁ ବୁଝିବେ । ମମତା ମହାନ୍ତ ଏବଂ ସୁଜିତ କୁମାରଙ୍କ କ୍ଷେତ୍ରରେ ମିଡିଆ ଚର୍ଚ୍ଚା ସତ ହୋଇଥିବା ସେ ଅବଶ୍ୟ ସ୍ୱୀକାର କରିଛନ୍ତି ।

ଦଳର ଜଣେ ବରିଷ୍ଠ ବିଧାୟକ କହିଛନ୍ତି, ଆଉ ଯେଉଁ ବିଜେଡି ରାଜ୍ୟସଭା ସାଂସଦମାନେ ବିଜେପିକୁ ଯିବାକୁ ଆଗ୍ରହୀ ସେମାନେ ତୁରନ୍ତ ପଳେଇଯିବା ଭଲ । ସୁବିଧାବାଦରେ ବିଶ୍ୱାସ ରଖୁଥିବା ଏଭଳି କୃତଘ୍ନ ନେତାମାନେ ଦଳ ପାଇଁ ବୋଝ । ଯୋଗ୍ୟତା ନ ଥିବା ନେତାଙ୍କୁ କ୍ଷମତା ଚଖାଇଲେ ଏଭଳି ଦଶା ଭୋଗିବାକୁ ପଡ଼େ । ଏହି ଅଳିଆ ସଫା ହେବା ବିଜେଡି ପାଇଁ ଶୁଭଙ୍କର ବୋଲି ତାଙ୍କର ମତ ।

ସୂଚନାଥାଉକି, ରାଜ୍ୟସଭାରେ ଓଡ଼ିଶାର ଆସନ ସଂଖ୍ୟା ୧୦ । ବିଜେପି-ବିଜେଡି ବୁଝାମଣାରେ ଗୋଟିଏ ଆସନ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନେଇଛନ୍ତି । ବାକି ୯ଟି ଆସନ ବିଜେଡି ହାତରେ ଥିଲା । ରାଜ୍ୟରେ ବିଜେଡି କ୍ଷମତା ହରାଇବା ପରେ ଆଗ ମମତା ମହାନ୍ତ ଏବଂ ପରେ ସୁଜିତ କୁମାର ବିଜେଡିରୁ ଇସ୍ତଫା ଦେଇ ବିଜେପିକୁ ପଳେଇଲେ । ବିଜେପି ଟିକେଟରେ ମମତା ପୁଣି ରାଜ୍ୟସଭା ଯାଇଥିଲା ବେଳେ ଅନୁରୂପ ଭାବେ ସୁଜିତ କୁମାରଙ୍କ କାମ ସରିଯାଇଛି । ଏବେ ବିଜେଡିର ୭ ରାଜ୍ୟସଭା ସାଂସଦ ଅଛନ୍ତି । ସେମାନେ ହେଲେ- ଡ. ସସ୍ମିତ୍ ପାତ୍ର, ମାନସ ମଙ୍ଗରାଜ, ସୁଲତା ଦେଓ, ମୁନା ଖାଁ, ଦେବାଶିଷ ସାମନ୍ତରାୟ, ଶୁଭାଶିଷ ଖୁଣ୍ଟିଆ ଓ ନିରଞ୍ଜନ ବିଶି ।

 

Previous Post

ଅଧାଦିନ ବି ଚାଲିଲାନି ଶୀତ ଅଧିବେଶନ

Next Post

ଗାଳିରେ ଚାଲିଗଲା ୬ ମାସ

Next Post
ଗାଳିରେ ଚାଲିଗଲା ୬ ମାସ

ଗାଳିରେ ଚାଲିଗଲା ୬ ମାସ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19067 shares
    Share 7627 Tweet 4767
  • ନବୀନ..ନବୀନ, ମୋହନ..ମୋହନ

    16583 shares
    Share 6633 Tweet 4146
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5780 shares
    Share 2312 Tweet 1445
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5465 shares
    Share 2186 Tweet 1366

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA