Monday, May 25, 2026 10:08 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୪୦ ପ୍ରତିଶତ ଭାରତୀୟଙ୍କ ଶରୀରରେ ରହିଛି ଟିବି ଜୀବାଣୁ

by Our Correspondent
01 Apr, 2025- 11:30 PM
in Latest News, News
1 min read
0
୪୦ ପ୍ରତିଶତ ଭାରତୀୟଙ୍କ ଶରୀରରେ ରହିଛି ଟିବି ଜୀବାଣୁ

ଭୁବନେଶ୍ୱର: ଭାରତୀୟ ଲୋକସଂଖ୍ୟାର ୪୦ ପ୍ରତିଶତ ବ୍ୟକ୍ତିଙ୍କ ଶରୀରରେ ଟୁ୍ୟବରକୁ୍ୟଲୋସିସ୍ ବା ଯକ୍ଷ୍ମା ରୋଗର ଜୀବାଣୁ ରହିଛି ଯଦିଓ ସେମାନଙ୍କର ମାଇକ୍ରୋବାୟୋଲଜିକାଲ୍ ପରୀକ୍ଷା ରିପୋର୍ଟ ନେଗେଟିଭ ଦର୍ଶାଇଥାଏ । ଏହା ସତ୍ୱେ ମଧ୍ୟ ଏହି ୪୦ ପ୍ରତିଶତ ବ୍ୟକ୍ତି ଟିବି ଜୀବାଣୁ ଦ୍ୱାରା ସଂକ୍ରମିତ ବୋଲି ଜଣେ ବିଶେଷଜ୍ଞ କହିଛନ୍ତି ।

ଯଦିଓ ସେମାନେ ଏହି ଜୀବାଣୁ ବହନ କରିଥାନ୍ତି ତଥାପି ଏହି ବ୍ୟାଧିଜନିତ ସମସ୍ୟା ପ୍ରାଥମିକ ସ୍ତରରେ ଦେଖାଦେଇ ନଥାଏ ଏବଂ ପରବର୍ତୀ ସମୟରେ ଏହି ରୋଗ ପ୍ରାୟ ୧୦ ପ୍ରତିଶତ ଲୋକଙ୍କ ଠାରେ ସମସ୍ୟା ସୃଷ୍ଟି କରିଥାଏ । ତେବେ ଏହି ଲକ୍ଷଣବିହୀନ ଟିବି ରୋଗୀମାନେ ଏହି ରୋଗକୁ ଅଧିକ ସଂକ୍ରମିତ କରିଥାନ୍ତି ବୋଲି କହିଛନ୍ତି ପୁରୀର ଶ୍ରୀ ଜଗନ୍ନାଥ ମେଡିକାଲ୍ କଲେଜ ଏବଂ ହସ୍ପିଟାଲର ପ୍ରଫେସର (ଡାକ୍ତର) ସୁଦର୍ଶନ ପୋଥାଳ ।

ପ୍ରଫେସର ପୋଥାଳ କହିଛନ୍ତି ଯେ କୌଣସି ସମସ୍ୟା ନେଇ ଡାକ୍ତରଙ୍କ ପାଖକୁ ହସ୍ପିଟାଲ୍କୁ ଆସୁଥିବା ପ୍ରତ୍ୟେକ ରୋଗୀଙ୍କର ସ୍କ୍ରିନିଂ ଦ୍ୱାରା ଟୁ୍ୟବରକୁ୍ୟଲୋସିସ୍ ପରୀକ୍ଷଣ କରାଯିବାର ଆବଶ୍ୟକତା ରହିଛି । ପୋର୍ଟେବଲ ଏକ୍ସ-ରେ ମେସିନ୍ ଦ୍ୱାରା ଏହି ପରୀକ୍ଷା କରାଯାଇ ପାରିବ ବୋଲି ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ ପକ୍ଷରୁ ବିଶ୍ୱ ଟିବି ସପ୍ତାହ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏହା କହିଛନ୍ତି ପ୍ରଫେସର ପୋଥାଳ ।

ଟିବି ଜୀବାଣୁ ଶରୀରରେ ଧାରଣ କରି ନୀରବରେ ସଂକ୍ରମିତ କରୁଥିବା ବ୍ୟକ୍ତିମାନଙ୍କର ସ୍କି୍ରନିଂ ଦ୍ୱାରା ହିଁ ଅଧିକ ସଂକ୍ରମଣକୁ ରୋକାଯାଇ ପାରିବ ବୋଲି ସେ କହିଛନ୍ତି ।

ପ୍ରଫେସର ପୋଥାଳ କହିଛନ୍ତି ଯେ ଟିବିର ମୁକାବିଲା କରିବା ପାଇଁ ନୂତନ ବିପାମ (ବିପିଏଏଲ୍ଏମ୍) ଚିକିତ୍ସା ଖୁବ୍ ସୁରକ୍ଷିତ ଏବଂ ଫଳପ୍ରଦ ଅଟେ । ଏହା ଦ୍ୱାରା ଖୁବ୍ ଶୀଘ୍ର ଚିକିତ୍ସା ସମ୍ଭବ ହୋଇପାରେ ବୋଲି ସେ କହିଛନ୍ତି । ଏହି ନୂଆ ରେଜିମେନ୍ ୪ଟି ଔଷଧ ଯଥାକ୍ରମେ ବେଡାକୁଇଲାଇନ୍, ପ୍ରେଟୋମାନିଡ୍, ଲିନେଜୋଲିଡ ଏବଂ ମୋକ୍ସିଫ୍ଲୋକ୍ସାସିନ୍ ର ସମ୍ମିଳନ ଯାହା କି ୯୪ ପ୍ରତିଶତ ସଫଳ ଚିକିତ୍ସା ପ୍ରଦାନ କରିପାରିବ ବୋଲି ସେ କହିଛନ୍ତି ।

ଏହି ନୂତନ ଚିକିତ୍ସା ୨୬ ରୁ ୩୮ ସପ୍ତାହ ମଧ୍ୟରେ କରାଯାଇପାରିବ ବୋଲି ସେ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଗୁରୁଗ୍ରାମ ସ୍ଥିତ ମେଦାନ୍ତ-ଦ ମେଡ୍ସିଟିର ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଚେଷ୍ଟ ସର୍ଜରୀ, ଚେଷ୍ଟ ଅଙ୍କୋ ସର୍ଜରୀ ଆଣ୍ଡ ଲଙ୍ଗ ଟ୍ରାନ୍ସପ୍ଲାନ୍ଟେସନର କନ୍ସଲ୍ଟାଂଟ ଥୋରାସିକ୍ ସର୍ଜନ ଡାକ୍ତର ମୋହନ ଭେଙ୍କଟେଶ ପୁଲେ, ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଓ ରେସ୍ପିରେଟୋରୀ ମେଡିସିନ୍ ବିଭାଗର ମୁଖ୍ୟ ତଥା ଓଡ଼ିଶା ଚେଷ୍ଟ ସୋସାଇଟିର ସଭାପତି ପ୍ରଫେସର (ଡାକ୍ତର) ବନାନୀ ଜେନା ବକ୍ତବ୍ୟ ରଖିଥିଲେ ।

ଡାକ୍ତର ପୁଲେ କହିଥିଲେ ଯେ ୧୯୪୦ ମସିହା ପୂର୍ବରୁ ଯକ୍ଷ୍ମା ରୋଗର ଚିକିତ୍ସା କେବଳ ଶଲ୍ୟ ଚିକିତ୍ସକମାନେ ହିଁ କରୁଥିଲେ କାରଣ ଶଲ୍ୟ ଚିକିତ୍ସା ହିଁ ଏକମାତ୍ର ପନ୍ଥା ଥିଲା । ତେବେ ୧୦୦ ବର୍ଷ ମଧ୍ୟରେ ଯକ୍ଷ୍ମା ରୋଗର ଏହି ଚିକିତ୍ସା ପଦ୍ଧତି ହିଁ ଥୋରାସିକ୍ ସର୍ଜରୀରେ ଅନେକ ଉନ୍ନତି ଆଣିପାରିଛି ବୋଲି ସେ କହିଥିଲେ ।

ଏହି ଅବସରରେ ପ୍ରଫେସର (ଡାକ୍ତର) ଜେନା ଟିବି ମୁକ୍ତ ଭାରତର ଲକ୍ଷ୍ୟ ଏବଂ ଏହି ଲକ୍ଷ୍ୟ ସାଧନ ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

କାର୍ଯ୍ୟକ୍ରମରେ ରେସ୍ପିରେଟୋରୀ ମେଡିସିନ୍ ବିଭାଗର ପ୍ରଫେସର (ଡାକ୍ତର) ରାକ୍ଷୀ ଲୁଦାମ୍ ଏବଂ ଡାକ୍ତର ପି୍ରୟଦର୍ଶିନୀ ବେହେରା ଉପସ୍ଥିତ ଥିଲେ ।

Previous Post

କିଟ୍‍ ଓ କିସ୍‍ ପକ୍ଷରୁ ଉତ୍କଳ ଦିବସ ପାଳିତ

Next Post

ପିଲାଙ୍କୁ ଖଡ଼ି ଛୁଆଁଇଲେ ମୁଖ୍ୟମନ୍ତ୍ରୀ

Next Post
ପିଲାଙ୍କୁ ଖଡ଼ି ଛୁଆଁଇଲେ ମୁଖ୍ୟମନ୍ତ୍ରୀ

ପିଲାଙ୍କୁ ଖଡ଼ି ଛୁଆଁଇଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA