ଭୁବନେଶ୍ୱର: ସାରା ରାଜ୍ୟ ଏବେ ଲକଡାଉନ୍ ରେ ଥିବାରୁ ଖାଇବାକୁ ପାଉନାହାନ୍ତି ବୁଲା ଗାଈ କୁକୁର । ତେବେ ବୁଲା ପ୍ରାଣୀମାନଙ୍କର ଖାଦ୍ୟ ସମସ୍ୟାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୃଷ୍ଟି ଦେଇଛନ୍ତି । ତାଙ୍କ ରିଲିଫ୍ ପାଣ୍ଠିରୁ ଆଜି ୬୦ ଲକ୍ଷ ଟଙ୍କା ସହାୟତା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ।
୫ଟି ମହାନଗର ନିଗମ, ୪୮ ଟି ମ୍ୟୁନିସିପାଲିଟି ଏବଂ ୬୧ ଟି ଏନଏସିମାନଙ୍କୁ ଏହି ଟଙ୍କା ଦିଆଯିବ । ଏହି ଟଙ୍କାରେ ସଂପୃକ୍ତ ସଂସ୍ଥାମାନେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ଜରିଆରେ ବୁଲା ପ୍ରାଣୀମାନଙ୍କୁ ଖାଦ୍ୟ ଯୋଗାଇ ଦେବେ ।
ଭୁବନେଶ୍ୱର ମହାନଗର ନିଗମ ଏଥିପାଇଁ ଦୈନିକ ୨୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ଥିବା ବେଳେ କଟକ, ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁର ମହାନଗର ନିଗମ ଦୈନିକ ୧୦ ହଜାର ଟଙ୍କା ଖର୍ଚ୍ଚ କରିବେ । ମ୍ୟୁନିସିପାଲିଟିମାନେ ଦୈନିକ ୫ ହଜାର ଏବଂ ଏନଏସିମାନେ ଦୈନିକ ୨ ହଜାର ଟଙ୍କା ଖର୍ଚ୍ଚ କରିପାରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।