Tuesday, August 4, 2026 04:55 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୨୨ ଜିଲ୍ଲାରେ ୮ ଲକ୍ଷ ଲୋକ ବନ୍ୟା ପ୍ରଭାବିତ

ବାଲେଶ୍ୱର, ଭଦ୍ରକ, ଯାଜପୁର ସ୍ଥିତି ସଙ୍ଗୀନ

by Our Correspondent
02 Aug, 2026- 11:45 PM
in Latest News, News
1 min read
0
୨୨ ଜିଲ୍ଲାରେ ୮ ଲକ୍ଷ ଲୋକ ବନ୍ୟା ପ୍ରଭାବିତ

ଭୁବନେଶ୍ୱର: ମହାନଦୀ ସମେତ ବିଭିନ୍ନ ନଦୀରେ ବନ୍ୟାଜଳ ହ୍ରାସ୍ ପାଇଛି । ବନ୍ୟା ସ୍ଥିତିରେ ସୁଧାର ଆସିଥିଲେ ମଧ୍ୟ ଲୋକଙ୍କ ଦୁର୍ଦ୍ଦଶା କିନ୍ତୁ କମିନାହିଁ । ଏବେ ବି ବନ୍ୟାଜଳରେ ବନ୍ଦୀ ହୋଇ ରହିଛନ୍ତି ଶହ ଶହ ଲୋକ । ହଜାର ହଜାର ହେକ୍ଟର ଚାଷ ଜମି ବନ୍ୟାଜଳରେ ବୁଡ଼ି ରହିଛି । ଜମିରେ ଚାଷୀଙ୍କ ବ୍ୟାପକ ପନିପରିବା ନଷ୍ଟ ହୋଇଯାଇଛି । ଏହି ବନ୍ୟାରେ ସବୁଠାରୁ ବେଶୀ ପ୍ରଭାବିତ ହୋଇଛି ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର । ଏହି ତିନୋଟି ଜିଲ୍ଲାରେ ସ୍ଥିତି ସଙ୍ଗୀନ ହୋଇଯାଇଛି । ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଏବଂ କଟକର କିଛି କିଛି ଅଞ୍ଚଳ ମଧ୍ୟ ବିଶେଷ ପ୍ରଭାବିତ ହୋଇଛି ।

ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଅନୁଯାୟୀ ଏହି ୭ଟି ଜିଲ୍ଲା ସମେତ ରାଜ୍ୟର ୨୨ଟି ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଛି । ୮ ଲକ୍ଷରୁ ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । କୃଷି ଓ ରାଜସ୍ୱ ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ କାର୍ଯ୍ୟ ଚାଲିଛି । ବିଭିନ୍ନ ସ୍ଥାନରୁ ଘର ଭଙ୍ଗା ରିପୋର୍ଟ ମଧ୍ୟ ଆସୁଛି । ସ୍କୁଲ ଏବଂ ଅଙ୍ଗନବାଡ଼ି ଘର ଭାଙ୍ଗିଛି । ଏହାର ମରାମତି ପାଇଁ ରାଜ୍ୟ ସରକାର ଅର୍ଥ ଦେବେ । ବିଭିନ୍ନ ନଦୀ ବନ୍ଧରେ ଘାଇ ହୋଇଥିବା ସ୍ଥାନରେ ନିର୍ମାଣ ପାଇଁ ଜଳ ସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସହଯୋଗ ରାଶି ଭାବେ କେନ୍ଦ୍ର ସରକାର ୫୦୦ କୋଟି ଟଙ୍କା ଦେଇଥିବା ରାଜସ୍ୱମନ୍ତ୍ରୀ ସୂଚନା ଦେଇଛନ୍ତି ।

ଆଉ ବନ୍ୟା ଆଶଙ୍କା ନାହିଁ

ରାଜ୍ୟରେ ଆଉ ବନ୍ୟା ଆଶଙ୍କା ନାହିଁ । ମହାନଦୀ ସମେତ ବିଭିନ୍ନ ନଦୀର ବନ୍ୟାଜଳ ହ୍ରାସ୍ ପାଇବାରେ ଲାଗିଛି । ଏହି ପର୍ଯ୍ୟାୟରେ ଆଉ ବନ୍ୟାର ଆଶଙ୍କା ନାହିଁ । ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ଆଜି ଏହି ସୂଚନା ଦେଇଛନ୍ତି । କେଉଁଥିପାଇଁ ବନ୍ୟା ହେଲା ତାହାର କାରଣ ମଧ୍ୟ କହିଛନ୍ତି ।

ଜୁନ୍ ମାସରେ ସ୍ୱାଭାବିକଠାରୁ ୪୭% କମ୍ ବର୍ଷା ହେଲା । ସେଥିପାଇଁ ଜଳଭଣ୍ଡାରଗୁଡ଼ିକରେ ଅଧିକ ପାଣି ରଖାଯାଇଥିଲା । ମାତ୍ର ଜୁଲାଇ ମାସରେ ଏହା ସମ୍ପୂର୍ଣ୍ଣ ଓଲଟା ହେଲା । ଏଲନିନୋ ପ୍ରଭାବରେ ଜୁଲାଇରେ କମ୍ ବର୍ଷାର ଆକଳନ ଥିଲେ ମଧ୍ୟ ସ୍ୱାଭାବିକଠାରୁ ୩୮% ଅଧିକ ବର୍ଷା ହେଲା । କିଛି ଅଞ୍ଚଳରେ କମ୍ ସମୟ ଭିତରେ ୩୦୦ ମିମିରୁ ଅଧିକ ବର୍ଷା ହେଲା । ତେଣୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା । ମହାନଦୀରେ ବନ୍ୟା ନିୟନ୍ତ୍ରଣ ପାଇଁ ଉପଯୁକ୍ତ ବ୍ୟବସ୍ଥା ରହିଛି । ତେଣୁ ସେଠାରେ ବନ୍ୟାର ପ୍ରକୋପକୁ ହ୍ରାସ୍ କରାଯାଇପାରିଲା । ମାତ୍ର ବୈତରଣୀରେ ବନ୍ୟା ନିୟନ୍ତ୍ରଣ ପାଇଁ କୌଣସି ସ୍ଥାୟୀ ବ୍ୟବସ୍ଥା ନାହିଁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

Previous Post

ଓଡ଼ିଶା ହେବ ସମ୍ପୂର୍ଣ୍ଣ ନିଶାମୁକ୍ତ

Next Post

ବନ୍ୟା ସହାୟତା: ପ୍ରାରମ୍ଭିକ ପର୍ଯ୍ୟାୟରେ ୧୧୦ କୋଟି

Next Post
ବନ୍ୟା ସହାୟତା: ପ୍ରାରମ୍ଭିକ ପର୍ଯ୍ୟାୟରେ ୧୧୦ କୋଟି

ବନ୍ୟା ସହାୟତା: ପ୍ରାରମ୍ଭିକ ପର୍ଯ୍ୟାୟରେ ୧୧୦ କୋଟି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA