Thursday, May 21, 2026 10:15 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୯୫ % ପୋଡ଼ିଯାଇଛି, ଅବସ୍ଥା ସଙ୍କଟାପନ୍ନ

ଏମସ୍ ହସ୍ପିଟାଲରେ ଏଫଏମ୍ ଛାତ୍ରୀ, ବାହାରେ ରାଜନୀତି ତାତି

by Our Correspondent
13 Jul, 2025- 10:10 PM
in Crime, Latest News, News
1 min read
0
୯୫ % ପୋଡ଼ିଯାଇଛି, ଅବସ୍ଥା ସଙ୍କଟାପନ୍ନ

ଭୁବନେଶ୍ୱର: ଗତକାଲି କଲେଜ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ସାମନାରେ ଆତ୍ମାହୁତି ଉଦ୍ୟମ କରି ପୋଡ଼ି ଯାଇଥିବା ବାଲେଶ୍ୱର ଫକୀର ମୋହେନ ସ୍ୱୟଂଶାସିତ କଲେଜ ଛାତ୍ରୀଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି । ଭୁବନେଶ୍ୱର ଏମସ୍ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ତାଙ୍କ ଶରୀରର ପ୍ରାୟ ୯୫ ପ୍ରତିଶତ ଜଳିଯାଇଥିବା ଏମସ୍ ନିର୍ଦ୍ଦେଶକ କହିଛନ୍ତି । ୮ ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ତାଙ୍କର ଜୀବନ ବଞ୍ଚାଇବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ମାତ୍ର ତାଙ୍କ ଅବସ୍ଥାରେ ସେଭଳି ଉନ୍ନତି ଆସି ନ ଥିବା ଜଣାପଡ଼ିଛି ।

ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁରେ ପୋଡ଼ି ହୋଇଥିବା ଛାତ୍ରୀଙ୍କୁ ଗତକାଲି ପ୍ରଥମେ ବାଲେଶ୍ୱର ଡାକ୍ତରଖାନା ଏବଂ ପରେ ଏମସ୍ ହସ୍ପିଟାଲ୍ ଅଣାଯାଇଥିଲା । ତାଙ୍କ ଅବସ୍ଥା ସଙ୍କଟାପନ୍ନ ହିଁ ଥିଲା । ଏମସ୍ ଡାକ୍ତରମାନେ ତାଙ୍କୁ ଭେଣ୍ଟିଲେଟର ସହାୟତା ଦେଇଛନ୍ତି । ଆବଶ୍ୟକସ୍ଥଳେ ଦିଲ୍ଲୀ ଏମସ୍ ଡାକ୍ତରମାନଙ୍କ ପରାମର୍ଶ ନିଆଯାଉଛି । ତାଙ୍କର ଶରୀରର ଉପର ଭାଗ ୯୫ ପ୍ରତିଶତ ପୋଡ଼ିଥିଲା ବେଳେ ଭିତରେ ୭୦ ଭାଗ ଗଭୀର ପୋଡ଼ି ଯାଇଛି । କିଡନୀ, ହାର୍ଟ, ଲଙ୍ଗସ୍ ଆଦି ଗୁରୁତର ପ୍ରଭାବିତ ହୋଇଛି । ଅବସ୍ଥା ଏଭଳି ଯେ ତାଙ୍କୁ ଦିଲ୍ଲୀ ଏୟାରଲିଫ୍ଟ କରିବା ସମ୍ଭବପର ନୁହେଁ ।

ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିବା ପାଇଁ ହସପିଟାଲ୍ ରେ ଗତକାଲି ରାତିରୁ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଭିଡ଼ ଲଗାଇଛନ୍ତି । ଆଜି ସକାଳେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଏକାମ୍ର ବିଧାୟକ ବାବୁ ସିଂ ଏମସ୍ ଆସିଥିଲେ । ସେଠାରୁ ବିମାନବନ୍ଦର ଯାଇଥିଲେ ଦିଲ୍ଲୀରୁ ଫେରୁଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଖକୁ । ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ଅବଗତ କରାଇଥିଲେ । ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ସେଠାରେ କିଛି ସମୟ ଆଲୋଚନା ହୋଇଥିଲା ।

ଏହା ପରେ ମୁଖ୍ୟମନ୍ତ୍ରୀ ଏମସ୍ ଆସିଥିଲେ । ସାଙ୍ଗରେ ଥିଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର ପ୍ରମୁଖ । ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ସହ କିଛି ସମୟ ଆଲୋଚନା କରି ମୁଖ୍ୟମନ୍ତ୍ରୀ ଫେରି ଆସିଥିଲେ । ତାଙ୍କର ଚିକିତ୍ସା ପାଇଁ ଯାହା ଆବଶ୍ୟକ ତାହା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ତେବେ ଅବସ୍ଥା ଜଟିଳ ଥିବାରୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଦିଲ୍ଲୀ ଏମସକୁ ଏୟାରଲିଫ୍ଟ କରିବା ସମ୍ଭବ ହେଉ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଥିଲେ ।

ଏହି ସମ୍ବେଦନଶୀଳ ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ରାଜନୈତିକ ହଟଚମଟ ସୃଷ୍ଟି କରିଛି । ଗତକାଲି ରାତିରେ ବିଜେଡି ଏବଂ କଂଗ୍ରେସ ପ୍ରତିନିଧି ଦଳ ଏମସ୍ ଯାଇ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ଆଜି ଅପରାହ୍ନରେ ପିସିସି ସଭାପତି ଭକ୍ତଚରଣ ଦାସ ଏମସ୍ ଯାଇ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଥିଲେ ।

ବିଜେଡି ଏବଂ କଂଗ୍ରେସର ଯୁବ ଓ ଛାତ୍ର ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀ ଏବଂ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଉଭୟଙ୍କ ବାସଭବନ ଘେରାଉ କରାଯାଇଥିଲା । ସେହିଭଳି ନବନିର୍ମାଣ ଛାତ୍ର ସଂଗଠନ ପକ୍ଷରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବାସଭବନ ଘେରାଉ କରାଯାଇଥିଲା । ପୁଲିସ ସେମାନଙ୍କୁ ବାଧା ଦେବାରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ସେହିଭଳି ଛାତ୍ରୀ ଆତ୍ମାହୁତି ଘଟଣାକୁ ନେଇ ଫକୀର ମୋହନ କଲେଜ ସମେତ ସମଗ୍ର ରାଜ୍ୟରେ ଛାତ୍ର ଆନ୍ଦୋଳନ ମୁଣ୍ଡ ଟେକିଛି ।

ଛାତ୍ରୀ ଆତ୍ମାହୁତି ଘଟଣାର ଅନୁଧ୍ୟାନ ପାଇଁ ପିସିସି ସଭାପତି ଭକ୍ତ ଦାସ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି । ପ୍ରଫେସର ଗାୟତ୍ରୀ ବିଶ୍ୱାଳ, ବିଧାୟିକା ସୋଫିଆ ଫିରଦୋଷ, ପିସିସି ସାଧାରଣ ସମ୍ପାଦିକା ମଧୁସ୍ମିତା ସେଠୀ, ପ୍ରଦେଶ ମହିଳା କଂଗ୍ରେସ ଉପସଭାନେତ୍ରୀ ପ୍ରଣତୀ ମିଶ୍ର, ପିସିସି ମୁଖପାତ୍ର ଜୟଶ୍ରୀ ପାତ୍ର, ପିସିସି ସମ୍ପାଦିକା ଡା. ଦେବସ୍ମିତା ଶର୍ମା ଏବଂ ମହିଳା କଂଗ୍ରେସ ନେତ୍ରୀ ସୁସ୍ମିତା ଘୋଷାଲ ସଦସ୍ୟା ଅଛନ୍ତି । ଆସନ୍ତାକାଲି ଓଡ଼ିଶା ଆସୁଥିବା ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁଙ୍କୁ ଭେଟି ଏକ ସ୍ମାରକପତ୍ର ଦେବାକୁ କଂଗ୍ରେସ ଯୋଜନା କରିଛି । ଏଥିପାଇଁ ରାଷ୍ଟ୍ରପତିଙ୍କଠାରୁ ସମୟ ମାଗିଛନ୍ତି ପିସିସି ସଭାପତି ।

ସେହିଭଳି ଘଟଣାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ପୀଡ଼ିତାଙ୍କର ଆଶୁ ଆରୋଗ୍ୟ କରି ସେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି । ଏହି ଦୁଃଖଦ ଘଟଣାରେ ରାଜ୍ୟପାଳଙ୍କର ସେ ହସ୍ତକ୍ଷେପ ଲୋଡ଼ିଛନ୍ତି । ଏହି ଘଟଣାକୁ ନେଇ ଆସନ୍ତାକାଲି ଦଳର ଏକ ମହିଳା ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କ ପାଖରେ ଫେରାଦ ହେବାକୁ ଯୋଜନା କରାଯାଇଛି ।

 

 

 

 

Previous Post

ଜୀବନ ଅସହାୟ, କେହି ଶୁଣିଲେନି

Next Post

ମହିଳା ଆଇଏଏସ୍ ଙ୍କ ମହିଳା ଡ୍ରାଇଭର

Next Post
ମହିଳା ଆଇଏଏସ୍ ଙ୍କ ମହିଳା ଡ୍ରାଇଭର

ମହିଳା ଆଇଏଏସ୍ ଙ୍କ ମହିଳା ଡ୍ରାଇଭର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA