ଭୁବନେଶ୍ୱର: ଆଜି ବଡି ସକାଳୁ ସକାଳୁ ଓୟୁଏଟି କ୍ୟାମ୍ପସ୍ ରେ ଅଚାନକ ଆସି ପହଞ୍ଚିଥିଲେ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ । ତାଙ୍କ ଗସ୍ତ ସମ୍ପର୍କରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପାଖରେ କୌଣସି ପୂର୍ବ ସୂଚନା ନଥିବାରୁ ଖବର ପାଇ ହଡ଼ବଡ଼େଇ ଯାଇଥିଲେ । ଅଧିକାରୀମାନେ ଅତର୍ଚ୍ଛିଆ ହୋଇ ମାତ୍ର କିଛି ସମୟ ମଧ୍ୟରେ ସେଠାରେ ପହଞ୍ଚି ଯାଇଥିଲେ ।
ପାଣ୍ଡିଆନ୍ କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ ବେସିକ୍ ସାଇନସ୍ କଲେଜ ର ବିଭିନ୍ନ ବିଭାଗ, ଲାବରେଟୋରି, ଖେଳପଡ଼ିଆ ଏବଂ ଛାତ୍ରଛାତ୍ରୀଙ୍କ ହଷ୍ଟେଲ୍ ବୁଲି ଭିତ୍ତିଭୂମିର ଅନୁଧ୍ୟାନ କରିଥିଲେ । ଓୟୁଏଟି ଭିତ୍ତିଭୂମିକୁ ଅଧିକ ସୁଦୃଢ଼ ଏବଂ ଏହାର ସାମଗ୍ରିକ ବିକାଶ ନିମନ୍ତେ ଆବଶ୍ୟକ ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ସଂପୃକ୍ତ ଅଧିକାରୀ ଏବଂ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ।






