Monday, May 25, 2026 01:15 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନରସିଂହ ମିଶ୍ରଙ୍କ ଘରୁ ଦିନବେଳା ଚୋରି

by Our Correspondent
17 Feb, 2020- 02:36 PM
in Latest News, News
1 min read
0
ନରସିଂହ ମିଶ୍ରଙ୍କ ଘରୁ ଦିନବେଳା ଚୋରି
ଭୁୁବନେଶ୍ୱର: କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଫରେଷ୍ଟ ପାର୍କ ସାମନାରେ ଥିବା ସରକାରୀ ବାସଭବନରେ ଦିନଦ୍ୱିପ୍ରହରେ ଚୋର ପଶୁଛନ୍ତି । ତାହା ପୁଣି ଘର ଜଗୁଥିବା ଦୁଇଜଣ ସଶସ୍ତ୍ର ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ । ଲାଗ ଲାଗ ଦୁଇ ଦିନ ହେଲା ତାଙ୍କ ଘରର ପାଚେରୀ ଡେଇଁ ଚୋରମାନେ ଆଲୁମିନିୟମ ସାମଗ୍ରୀ, ଲାଇଟ୍ ଚୋରି କରିନେଉଛନ୍ତି । ଗତକାଲି ସେ ଦ୍ୱିପ୍ରହରେ ଘରେ ବିଶ୍ରାମ ନେଉଥିବା ବେଳେ ଚୋରମାନେ ପଶିଥିବା ଶ୍ରୀ ମିଶ୍ର ପଛରେ ଜାଣିବାକୁ ପାଇଥିଲେ ।
ଆଜି ବିଧାନସଭାର ଶୂନ୍ୟକାଳରେ ନିଜେ ଏହା କହିଛନ୍ତି ନରସିଂହ ମିଶ୍ର । ଖାଲି ତାଙ୍କ ଘର ନୁହେଁ, ପଡୋଶୀ ବରିଷ୍ଠ ପୁଲିସ ଅଧିକାରୀ(ଆଇପିଏସ୍)ଙ୍କ ଘରୁ ମଧ୍ୟ ଦିନ ସାଢ଼େ ଦୁଇଟାରେ ଚୋରି ହୋଇଥିବା ସେ ଜଣାଇଛନ୍ତି । ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି କିଭଳି ସଙ୍ଗୀନ ଅବସ୍ଥାରେ ପହଞ୍ଚିଛି ତାହାର ଅବତାରଣା କରିବାକୁ ଯାଇ ଶ୍ରୀ ମିଶ୍ର ନିଜ ଅନୁଭବର କାହାଣୀ ବର୍ଣ୍ଣନା କରିଥିଲେ ।
ଶ୍ରୀ ମିଶ୍ର କହିଥିଲେ, ଖବରକାଗଜର ପ୍ରଥମ ପୃଷ୍ଠାରେ ପ୍ରତିଦିନ ହତ୍ୟା, ଚୋରି, ଡକାୟତି,ଲୁଟପାଟର ଖବର ଆସୁଛି । ଦୁଇଦିନ ତଳେ ବାଙ୍କୀରେ ଜଣେ ସରପଞ୍ଚଙ୍କ ସ୍ୱାମୀ ଏବଂ ସାମ୍ବାଦିକଙ୍କୁ ବୁବୃର୍ତ୍ତମାନେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ ମଧ୍ୟ ପୁଲିସ ସେମାନଙ୍କୁ ଗିରଫ କରିପାରିନାହିଁ । ସାମ୍ବାଦିକମାନଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଥିଲେ ମଧ୍ୟ ସରକାରଙ୍କର ଭୃକ୍ଷେପ ନାହିଁ । ସୁନ୍ଦରଗଡ଼ ବଣାଇରେ ସାନଭାଇ ଅତି ନୃଶଂସ ଭାବରେ ତାର ବଡ଼ଭାଇର ବଂଶ ନିପାତ କରିବାକୁ ସାହାସ କରିଛି ।
ତାଙ୍କର ନିଜ ଜିଲ୍ଲା ବଲାଙ୍ଗୀରରେ କିଭଳି ଅପରାଧ ଘଟଣାମାନ ନିତି ଘଟୁଛି, ଖବରକାଗଜ ପୃଷ୍ଠାର ଖବର ଲେଉଟାଇଥିଲେ । ବଲାଙ୍ଗୀର ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ୍ ଅପରାଧୀ ଓ ଅସାମାଜିକ ଲୋକଙ୍କ ଆଡ୍ଡା ପାଲଟିଥିବାରୁ ଡାକ୍ତର ଓ କର୍ମଚାରୀମାନେ ନିରାପଦ ମଣୁନାହାନ୍ତି । ରାଜ୍ୟ ସରକାର କ’ଣ କରୁଛନ୍ତି ବୋଲି ସେ ପ୍ରଶ୍ନ ପଚାରିବା ସହ ଗୃହ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ବିଧାନସଭାରେ ଏହାର ଉତ୍ତର ରଖିବାକୁ ଶ୍ରୀ ମିଶ୍ର ଦାବି କରିଥିଲେ ।
କଂଗ୍ରେସ ବିଧାୟକ ଦଳ ନେତାଙ୍କ ଉଦବେଗ ଦେଖି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ବଲାଙ୍ଗୀର ମେଡ଼ିକାଲ୍ କଲେଜ ସୁରକ୍ଷା ସମ୍ପର୍କରେ ପଦକ୍ଷେପ ନେବାକୁ ଗୃହରେ ଉପସ୍ଥିତ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
Previous Post

ବଡି ସକାଳୁ ଓୟୁଏଟି ବୁଲିଲେ ପାଣ୍ଡିଆନ୍

Next Post

ଜାଭିୟର୍ ରେ ‘ରେପୁଟେସନ୍ ଟୁଡେ’ ଶୀର୍ଷକ କନକ୍ଲେଭ୍

Next Post
ଜାଭିୟର୍ ରେ ‘ରେପୁଟେସନ୍ ଟୁଡେ’ ଶୀର୍ଷକ କନକ୍ଲେଭ୍

ଜାଭିୟର୍ ରେ ‘ରେପୁଟେସନ୍ ଟୁଡେ’ ଶୀର୍ଷକ କନକ୍ଲେଭ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA