Tuesday, May 26, 2026 04:51 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଡ଼ିଶାରେ କରୋନା: ଇଟାଲି ଫେରନ୍ତା ଭୁୁବନେଶ୍ୱରର ଯୁବକ ଆକ୍ରାନ୍ତ

by Our Correspondent
16 Mar, 2020- 08:57 AM
in Latest News, News
1 min read
0
ଓଡ଼ିଶାରେ କରୋନା: ଇଟାଲି ଫେରନ୍ତା ଭୁୁବନେଶ୍ୱରର ଯୁବକ ଆକ୍ରାନ୍ତ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରବଳ ପ୍ରତିକାର ପଦକ୍ଷେପ ସତ୍ତ୍ୱେ ଓଡ଼ିଶାକୁ ଆସିଛି କରୋନା ଭୂତାଣୁ । ଇଟାଲି ଫେରନ୍ତା ଭୁବନେଶ୍ୱର ସହରର ଜଣେ ଯୁବକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କ୍ୟାପିଟାଲ୍ ହସ୍ପିଟାଲ୍ ରେ ଚିକିତ୍ସିତ ଏହି ଯୁବକଙ୍କ ରକ୍ତ ନମୁନା ପଜିଟିଭ୍ ଆସିଛି । ଅନ୍ୟ ୨ ଜଣଙ୍କୁ ସନ୍ଦେହ କରାଯାଉଥିଲେ ମଧ୍ୟ ସେମାନଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇନାହିଁ ।
ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱର ବରଗଡ଼ ଅଞ୍ଚଳର ୩୧ ବର୍ଷୀୟ ଏହି ଯୁବକ ଏକ ରିସର୍ଚ୍ଚ କାର୍ଯ୍ୟରେ ଇଟାଲୀ ଯାଇଥିଲେ । ଚୀନ୍ ପରେ କରୋନା କବଳରେ ଅଧିକ କ୍ଷତିଗ୍ରସ୍ତ ଇଟାଲୀରୁ ଗତ ୬ ତାରିଖରେ ଦିଲ୍ଲୀ ପହଞ୍ଚିଥିଲେ । ଦିଲ୍ଲୀ ବିମାନବନ୍ଦରରେ ସ୍କ୍ରିନିଂ ପରେ ଅନ୍ୟମାନଙ୍କ ସହ ଯୁବକଙ୍କୁ କ୍ୱାରେଣ୍ଟିନ୍ ରେ ରଖାଯାଇଥିବା କିଛି ସୂତ୍ର କହୁଥିଲେ ମଧ୍ୟ ସେଠାରୁ ଲୁଚି ସେ ଟ୍ରେନ୍ ଯୋଗେ ଭୁବନେଶ୍ୱର ପଳାଇ ଆସିଥିବା ସନ୍ଦେହ କରାଯାଉଛି । ଗତ ୧୨ ତାରିଖରେ ଟ୍ରେନ୍ ଯୋଗେ ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ଥଣ୍ଡା, ଜ୍ୱର ହୋଇଥିଲେ ମଧ୍ୟ ସମ୍ଭବତଃ କରୋନା ଭୟରେ ପ୍ରଥମେ ଡାକ୍ତରଙ୍କ ପାଖକୁ ଯାଇ ନ ଥିଲେ କି ନିଜେ ସତର୍କତା ଅବଲମ୍ବନ କରି ନ ଥିଲେ । ପରିବାର ଓ ସମ୍ପର୍କୀୟମାନଙ୍କ ସହ ଅବାଧରେ ମିଳାମିଶା କରିଥିଲେ । ତେବେ ଥଣ୍ଡା, ଜ୍ୱର ନ ଛାଡ଼ିବାରୁ ଦିନକ ପରେ ଏକ ଘରୋଇ କ୍ଲିନିକ୍ ଯାଇ ଡାକ୍ତରଙ୍କୁ ଦେଖାଇଥିଲେ । ସଂପୃକ୍ତ ଡାକ୍ତର ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ପଠାଇ ଦେଇଥିଲେ ।
କ୍ୟାପିଟାଲ୍ ହସ୍ପିଟାଲ୍ ରେ ତାଙ୍କୁ ଆଇସୋଲେସନ୍ ୱାର୍ଡରେ ରଖାଯାଇ ତାଙ୍କ ରକ୍ତ ଓ ସ୍ୱାବ୍ ନମୁନା ପରୀକ୍ଷା ପାଇଁ ଆରଏମଆରସି ପଠାଯାଇଥିଲା । ଗତକାଲି ରାତିରେ ଆସିଥିବା ରିପୋର୍ଟରେ ସଂପୃକ୍ତ ଯୁବକ କରୋନା(କୋଭିଡ୍-୧୯) ଭୂତାଣୁ ଦ୍ୱାରା ଆକ୍ରାନ୍ତ ବୋଲି ଜଣାପଡ଼ିଛି । ତେବେ ସରକାରୀ ଭାବେ ଏ ପର୍ଯ୍ୟନ୍ତ ଏହା ପ୍ରକାଶ କରାଯାଇନାହିଁ ।
ଓଡ଼ିଶାରେ ପ୍ରଥମ କରୋନା ଭୂତାଣୁ ଚିହ୍ନଟ ପରେ ରାଜ୍ୟ ସରକାର ଅଧିକ ତତ୍ପର ହୋଇଛନ୍ତି । କ୍ୟାପିଟାଲ୍ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ପଦାଧିକାରୀମାନେ ପରିସ୍ଥିତିର ମୁକାବିଲା ପାଇଁ ବ୍ୟାପକ ତନାଘନା ଚଳାଇଛନ୍ତି । କରୋନା ମୁକାବିଲା ପାଇଁ ସ୍ୱତନ୍ତ୍ର ନିଯୁକ୍ତି ପାଇଥିବା ୪ ଅଧିକାରୀ ବିଳମ୍ବିତ ରାତି ଯାଏଁ ବୈଠକ କରି ବିଚାରବିମର୍ଷ କରିଥିଲେ ।
କରୋନା ଆକ୍ରାନ୍ତ ଯୁବକଙ୍କ ସଂସ୍ପର୍ଶରେ ଆସିଥିବା ସବୁ ଲୋକଙ୍କ ତନାଘନା ଚାଲିଛି । ଇଟାଲୀରୁ ଫେରିଲା ପରେ ସେ ଯେଉଁମାନଙ୍କ ସହ ମିଶିଛନ୍ତି ସେମାନଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ଅଣାଯାଇ ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି କରାଯାଉଛି । ଏପରିକି ସେ ଦିଲ୍ଲୀରୁ ଫେରିବା ବେଳେ ତାଙ୍କ ବଗିରେ ଆସୁଥିବା ଯାତ୍ରୀଙ୍କ ସନ୍ଧାନ ଖୋଜାଚାଲିଛି ।
ଯାହା ବି ହେଉ, କରୋନାକୁ ନେଇ ଅଯଥାରେ ଭୟଭୀତ ନ ହେବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । କରୋନା କୁ ନ ଡରି ଲୋକମାନେ ସତର୍କ ଓ ସଚେତନ ରହିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର ନିବେଦନ କରାଯାଉଛି ।
Previous Post

ଟ୍ୱିଇନ୍ ସିଟିରେ ସୋମବାରଠୁ ସପିଂ ମଲ୍ ବନ୍ଦ

Next Post

ସାଂଘାତିକ: ‘କରୋନା’ ଆକ୍ରାନ୍ତଙ୍କ ପରିବାରର ବାଇଟ୍ ପାଇଁ ମାଡ

Next Post
ସାଂଘାତିକ: ‘କରୋନା’ ଆକ୍ରାନ୍ତଙ୍କ ପରିବାରର ବାଇଟ୍ ପାଇଁ ମାଡ

ସାଂଘାତିକ: ‘କରୋନା’ ଆକ୍ରାନ୍ତଙ୍କ ପରିବାରର ବାଇଟ୍ ପାଇଁ ମାଡ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA