Tuesday, May 26, 2026 03:48 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସାଂଘାତିକ: ‘କରୋନା’ ଆକ୍ରାନ୍ତଙ୍କ ପରିବାରର ବାଇଟ୍ ପାଇଁ ମାଡ

by Our Correspondent
16 Mar, 2020- 12:50 PM
in Latest News, News
1 min read
0
ସାଂଘାତିକ: ‘କରୋନା’ ଆକ୍ରାନ୍ତଙ୍କ ପରିବାରର ବାଇଟ୍ ପାଇଁ ମାଡ

  ଲକ୍ଷ୍ମଣରେଖା ଡେଉଁଛି ମିଡ଼ିଆ!
‘ ବ୍ରେକିଂ ନ୍ୟୁଜ୍ ନୁହେଁ, ବ୍ରେକିଂ ନେସନ୍ ର ବେଳ’

ଭୁବନେଶ୍ୱର: ‘କରୋନା’ ବିପଦରୁ ରକ୍ଷା ପାଇବା ପାଇଁ ଜନସାଧାରଣଙ୍କୁ ବ୍ୟାପକ ସଚେତନ କରିବା ପରିବର୍ତ୍ତ କିଛି ଗଣମାଧ୍ୟମର ଦାୟିତ୍ୱହୀନତା ଓ ବ୍ରେକିଂ ଖବର ଝୁଙ୍କ୍ ସାଧାରଣରେ ପ୍ରତିକ୍ରିୟା ସୃଷ୍ଟି କରିଛି । ରାଜ୍ୟର ପ୍ରଥମ କରୋନା ସଂକ୍ରମିତ ଭାବେ ଇଟାଲୀ ଫେରନ୍ତା ଭୁବନେଶ୍ୱରର ଜଣେ ଯୁବକ ଚିହ୍ନଟ ହୋଇଛନ୍ତି । ତେବେ ଏହି ଖବର ଜଣାପଡ଼ିବା ପରେ କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ଆଚରଣ ଜନସାଧାରଣଙ୍କ ସମେତ ଖୋଦ୍ ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇଛି ।
ସଂପୃକ୍ତ ଗଣମାଧ୍ୟମ ବ୍ରେକିଂ ଖବର ସଂଗ୍ରହ ନାଁରେ ଆକ୍ରାନ୍ତଙ୍କ ସମ୍ପର୍କୀୟଙ୍କଠାରୁ ବାଇଟ୍ ନେବାକୁ ପ୍ରତିଯୋଗିତା କରିଛନ୍ତି । ଏହା କେବଳ ମହାମାରୀ ଆଇନର ଉଲ୍ଲଂଘନ କରୁନାହିଁ, ବରଂ ଲୋକଙ୍କ ମନରେ ଅଧିକ ଆତଙ୍କ ସୃଷ୍ଟି କରିବା ସହ ନିଜ ଓ ନିଜ ପରିବେଶର ଲୋକଙ୍କ ପାଇଁ ବିପଦକୁ ଆମନ୍ତ୍ରଣ କରୁଛି । ଗଣମାଧ୍ୟମ ପ୍ରତିନିଧିଙ୍କ ଏହି ଦାୟିତ୍ୱହୀନତାକୁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ୍ ବାଗଚୀ ସମାଲୋଚନା କରିବା ସହ ଏଭଳି ଆଚରଣରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଛନ୍ତି । ଏଇଟା ବ୍ରେକିଂ ନ୍ୟୁଜ୍ ନୁହେଁ, ବ୍ରେକିଂ ନେସନ୍ ର ସମୟ ବୋଲି ସେ ଚେତାବନୀ ଦେଇଛନ୍ତି ।
ଇଟାଲୀରୁ ଫେରିଥିବା ଭୁବନେଶ୍ୱରର ଜଣେ ୩୩ ବର୍ଷ ଯୁବକଙ୍କଠାରେ କରୋନା ଭାଇରସ୍ ଚିହ୍ନଟ ହୋଇଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ବାଗଚୀ । ଇଟାଲୀରେ ଗବେଷଣା କରୁଥିବା ଏହି ଯୁବକ ୬ ତାରିଖରେ ଦିଲ୍ଲୀ ଫେରିଥିଲେ ଏବଂ ୧୨ ତାରିଖରେ ଭୁବନେଶ୍ୱର ଆସିଥିଲେ । ଥଣ୍ଡା, ଜ୍ୱର ଯୋଗୁଁ ୧୩ ତାରିଖରେ ଜଣେ ଘରୋଇ ଡାକ୍ତରଙ୍କୁ ଦେଖାଇଥିଲେ । ୧୪ ତାରିଖରେ କ୍ୟାପିଟାଲ୍ ହସ୍ପିଟାଲ୍ ରେ ଆଡମିସନ୍ ହେବା ପରେ ୧୫ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ସଂପୃକ୍ତ ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଖୋଜା ଚାଲିଛି । ଏହାକୁ ନେଇ ଆତଙ୍କ ସୃଷ୍ଟି ନ କରିବାକୁ ଅନୁରୋଧ କରିଥିଲେ ବାଗଚୀ ।
ଏଥିସହ ଗଣମାଧ୍ୟମ ଦାୟିତ୍ୱବାନ ହେବା ପାଇଁ ସରକାରଙ୍କ ପକ୍ଷରୁ ବାଗଚୀ ପରାମର୍ଶ ଦେଇଛନ୍ତି । ‘କରୋନା’ ବିପର୍ଯ୍ୟୟର ପ୍ରତିହତ ପାଇଁ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅଛି । କରୋନା ସମ୍ପର୍କିତ ଖବର ପ୍ରସାରଣ ବେଳେ ସନ୍ଦିଗ୍ଧ ଓ ଆକ୍ରାନ୍ତଙ୍କ ନାଁ ଓ ପରିଚୟ ଗୋପନ ରଖନ୍ତୁ । ସେମାନଙ୍କ ସମ୍ପର୍କରେ ଜଣାଇଲେ ଆକ୍ରାନ୍ତଙ୍କ ପରିବାର ବିପଦରେ ପଡ଼ିବେ । ବାଇଟ୍ ପାଇଁ ଗହଳି କଲେ ନିଜେ ବିପଦକୁ ଡାକିବା ସହ ଆକ୍ରାନ୍ତଙ୍କ ଚିକିତ୍ସାରେ ବ୍ୟାଘାତ ସୃଷ୍ଟି କରିବେ । ବ୍ରେକିଂ ନ୍ୟୁଜ୍ ପଛରେ ଗୋଡାଇଲେ ସମାଜ ବ୍ରେକ୍ ହେବାର ଆଶଙ୍କା ରହିଛି । ଏହାକୁ ନମାନିଲେ ଆଇନ ଅନୁଯାୟୀ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସତର୍କ କରାଇଛନ୍ତି ବାଗଚୀ ।
Previous Post

ଓଡ଼ିଶାରେ କରୋନା: ଇଟାଲି ଫେରନ୍ତା ଭୁୁବନେଶ୍ୱରର ଯୁବକ ଆକ୍ରାନ୍ତ

Next Post

ବିଦେଶ ଫେରନ୍ତା ତଥ୍ୟ ଦେବାକୁ ବାଧ୍ୟ

Next Post
ବିଦେଶ ଫେରନ୍ତା ତଥ୍ୟ ଦେବାକୁ ବାଧ୍ୟ

ବିଦେଶ ଫେରନ୍ତା ତଥ୍ୟ ଦେବାକୁ ବାଧ୍ୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA