Monday, May 25, 2026 09:28 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଶ୍ୱାସନା ଦେଲେ, କଡ଼ା ଚେତାବନୀ ବି ଦେଲେ

by Our Correspondent
05 Apr, 2020- 02:21 PM
in Latest News, News
1 min read
0
ଆଶ୍ୱାସନା ଦେଲେ, କଡ଼ା ଚେତାବନୀ ବି ଦେଲେ

– ଗୋଷ୍ଠୀ ସଂକ୍ରମଣ ଭୟ ନାହିଁ:ମୁଖ୍ୟ ଶାସନ ସଚିବ
– ରାତି ୮ଟାରେ ତିନି ସହରରୁ ଉଠିବ ସଟ୍ ଡାଉନ୍
– ଗହଳି କଲେ ସଟ୍ ଡାଉନ୍ ଠାରୁ କଡ଼ା ପଦକ୍ଷେପ

ଭୁବନେଶ୍ୱର: ଓଡ଼ିଶାରେ କୋଭିଡ୍-୧୯ ଭୂତାଣୁ ଗୋଷ୍ଠୀ ସଂକ୍ରମଣର ରୂପ ନେଇନାହିଁ । ସୂର୍ଯ୍ୟନଗର ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ଜଣାପଡ଼ିବା ପରେ ଏହି ଆଶଙ୍କା ଦୂର ହୋଇଛି । ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଆଜି ସାମ୍ବାଦିକ ସମ୍ମିଳନୀରେ ଏହା ସ୍ପଷ୍ଟ କରିଛନ୍ତି । ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ ବୋଲି ସେ ରାଜ୍ୟବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି ।
ଭୁବନେଶ୍ୱର, କଟକ ଏବଂ ଭଦ୍ରକରେ ଜାରି ୪୮ ଘଣ୍ଟିଆ ସଟ୍ ଡାଉନ୍ ଆଜି ନିର୍ଦ୍ଧାରିତ ସଂଧ୍ୟା ୮ଟାରେ ଉଠିବ । ତେବେ ଆଗାମୀ ୭ ରୁ ୧୦ ଦିନ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଲୋକମାନେ ଲକ୍ ଡାଉନ୍ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ମୁଖ୍ୟ ଶାସନ ସଚିବ ଅପିଲ୍ କରିଛନ୍ତି । ସାମାଜିକ ଦୂରତ୍ୱ ପାଳନ କରନ୍ତୁ ଏବଂ ସଉଦା ପାଇଁ ଦୋକାନରେ ଗହଳି କରନ୍ତୁ ନାହିଁ । ଗହଳି କଲେ ସଟ୍ ଡାଉନ୍ ଠୁ ମଧ୍ୟ କଡ଼ା ନିଷ୍ପତ୍ତି ନେବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି ।
ଲକ୍ ଡାଉନ୍ ଉଠିଲେ ବି ଯେଉଁଠି ପଜିଟିଭ୍ କେସ୍ ଆସିବ ଏବଂ ହଟସ୍ପଟ୍ ଚିହ୍ନଟ ହେବ, ଜିଲ୍ଲା ପ୍ରଶାସନ ସେଠି କଣ୍ଟେନ୍ କରିବେ । ଅଞ୍ଚଳକୁ ବ୍ୟାରିକେଡ୍ କରାଯିବ । ହଟସ୍ପଟ୍ ରୁ ସଂକ୍ରମଣ ଯେଭଳି ବାହାରକୁ ନ ବ୍ୟାପେ ତାହାର ବ୍ୟବସ୍ଥା ହେବ । ଆଗାମୀ ୭ରୁ ୧୦ ଦିନ ଭିତରେ ସେସବୁ ଜାଗାରେ କଣ୍ଟେନମେଣ୍ଟ କରି ସର୍ଭେଲାନ୍ସ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।
ସେ କହିଛନ୍ତି, ଭୁବନେଶ୍ୱରରେ ଗୋଷ୍ଠୀ ସଂକ୍ରମଣର ପ୍ରମାଣ ମିଳିନାହିଁ । ସୂର୍ଯ୍ୟନଗର କେସ୍ ଟି କୋଲକତାରୁ ଆସିଥିବା ଜଣାପଡ଼ିଛି । ସେହିପରି ବମିଖାଲର ତିନୋଟି ଯାକ କେସ୍ ଭୋପାଳରୁ ଆସିଥିବା ସ୍ପଷ୍ଟ ହୋଇଛି । ସୂର୍ଯ୍ୟନଗର କେସ୍ ଆସିବା ପରେ ସଂକ୍ରମଣର କାରଣ ଜାଣିବା ପାଇଁ ଭୁବନେଶ୍ୱର ସମେତ କଟକ ଓ ଭଦ୍ରକକୁ ୪୮ ଘଣ୍ଟା ପାଇଁ ସଟ୍ ଡାଉନ୍ କରାଯାଇଥିଲା । ତାହା ସମ୍ପୂର୍ଣ୍ଣ ଫଳପ୍ରଦ ହୋଇଛି । ପୂର୍ବ ଘୋଷଣା ଅନୁଯାୟୀ ରାତି ୮ଟାରୁ ଭୁବନେଶ୍ୱର, କଟକ ଓ ଭଦ୍ରକରୁ ସଟ୍ ଡାଉନ୍ ଉଠିବ ।
ଆଗାମୀ ୭ରୁ ୧୦ ଦିନ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଜନସାଧାରଣ ସହଯୋଗ କରନ୍ତୁ । ୧୪ ତାରିଖ ପର୍ଯ୍ୟନ୍ତ ଘୋଷଣା ହୋଇଥିବା ଲକ୍ ଡାଉନ୍ କୁ ଭଲଭାବେ ପାଳନ କରନ୍ତୁ । କରୋନା ପାଇଁ ସାମାଜିକ ଦୂରତ୍ୱ ସବୁଠୁ ବଡ଼ ବୈଜ୍ଞାନିକ ଉପାୟ । ତେଣୁ ଦୋକାନରେ ଗହଳି କରନ୍ତୁ ନାହିଁ । ଆପଣ ଭିଡ଼ କଲେ ୪୮ ଘଣ୍ଟା ସଟ୍ ଡାଉନ୍ ରୁ ମିଳିଥିବା ସୁଫଳ ହରାଇ ବସିବା ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।
ସଟ୍ ଡାଉନ୍ କୁ ସମ୍ପୂର୍ଣ୍ଣ ସମର୍ଥନ କରିଥିବାରୁ ଲୋକମାନଙ୍କୁ ଧନ୍ୟବାଦ ଦେଇଥିଲେ ମୁଖ୍ୟ ଶାସନ ସଚିବ । ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୁଲିସ, ପ୍ରଶାସନ ଓ ଅନ୍ୟ ଜରୁରୀ ସେବା ପ୍ରଦାନକାରୀମାନଙ୍କୁ ମଧ୍ୟ ସେମାନଙ୍କ ସହଯୋଗ ପାଇଁ ଅଶେଷ ଧନ୍ୟବାଦ ଜଣାଇଥିଲେ ।
Previous Post

ପଶ୍ଚିମ ଓଡ଼ିଶାକୁ ଡେଇଁଲା କରୋନା; କଳାହାଣ୍ଡିରୁ ୨୧ତମ ଆକ୍ରାନ୍ତ

Next Post

ଭୁବନେଶ୍ୱରରେ ଆଉ ଦୁଇ କରୋନା ଆକ୍ରାନ୍ତ

Next Post
ଭୁବନେଶ୍ୱରରେ ଆଉ ଦୁଇ କରୋନା ଆକ୍ରାନ୍ତ

ଭୁବନେଶ୍ୱରରେ ଆଉ ଦୁଇ କରୋନା ଆକ୍ରାନ୍ତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA