Monday, May 25, 2026 01:00 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କ୍ୱାରେଣ୍ଟାଇନ୍ ରେ ନେତା !

by Our Correspondent
15 Apr, 2020- 01:30 PM
in Latest News, News
1 min read
0
କ୍ୱାରେଣ୍ଟାଇନ୍ ରେ ନେତା !

ଭୁୁବନେଶ୍ୱର: ଆମ ନେତାଙ୍କର ଅସଲ ଚେହେରା ଖୋଲିଦେଇଛି ଏହି କରୋନା । ଲକ୍ ଡାଉନ୍ ଯୋଗୁଁ ସାଧାରଣ ଜନତା କାମଧନ୍ଦା ରୋଜଗାର ହରାଇ ହାହାକାର ଜୀବନ କାଟୁଥିବା ବେଳେ ହାତଗଣତି ବିଧାୟକ, ସାଂସଦଙ୍କୁ ଛାଡ଼ିଦେଲେ ଅନ୍ୟମାନଙ୍କର ଦେଖାନାହିଁ । ଲକ୍ ଡାଉନ୍ ବାହାନାରେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସେମାନେ ଭୁଲିଯାଇଛନ୍ତି । ଲୋକଙ୍କ ଦୁର୍ଦ୍ଦଶାକୁ ଭୁଲି ନିଜ ପରିବାର ସହ ଛୁଟି କାଟୁଛନ୍ତି । ପ୍ରତିଦିନ ଗୁହାରି କରିବାକୁ ଆସୁଥିବା ଏରିଆ ଲୋକଙ୍କ ଟେନସନ୍ ରୁ ସେମାନଙ୍କୁ ମୁକ୍ତି ମିଳିଛି । ସାଙ୍ଗକୁ ଦୈନିକ ଖର୍ଚ୍ଚ ବି ବଞ୍ଚୁଛି । ମୋଟାମୋଟି ଭାବେ ସାଧାରଣ ଜନତାଙ୍କ ପାଇଁ କରୋନା ଅଭିଶାପ ହୋଇଥିବା ବେଳେ ନ୍ୟସ୍ତସ୍ୱାର୍ଥୀ ନେତାଙ୍କ ପାଇଁ ଆର୍ଶିବାଦ ହୋଇଛି ।

ରାଜ୍ୟର ଏହି ବିପତ୍ତି ବେଳେ ଲୋକ ପ୍ରତିନିଧିମାନେ(ସମସ୍ତେ ନୁହଁନ୍ତି) ଦାୟିତ୍ୱଶୂନ୍ୟ ହୋଇ ଅମାନବୀୟ ଆଚରଣ କରିବା ବୋଧହୁଏ ପୂର୍ବରୁ କେହି ଦେଖି ନ ଥିବେ । ନେତା, ବିଧାୟକଙ୍କ କଥା ଛାଡନ୍ତୁ ରାଜ୍ୟର ମନ୍ତ୍ରୀମାନଙ୍କୁ ମଧ୍ୟ ଦେଖିବାକୁ ମିଳୁନି ।
କରୋନା ବିପତ୍ତିରେ ସବୁଠାରୁ ବଡ଼ ଦାୟିତ୍ୱ ରହିବା କଥା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପରେ । ମାତ୍ର କେନ୍ଦ୍ରକୁ ଗୋଟିଏ ଦୁଇଟି ଚିଠି ଲେଖାରେ ନବ ଦାସଙ୍କ ଦାୟିତ୍ୱ ସୀମିତ ରହିଯାଇଛି । କରୋନା ମାଡ଼ରେ ରାଜ୍ୟର ଚାଷୀଭାଇମାନେ କାନ୍ଦୁଥିବା ବେଳେ କୃଷିମନ୍ତ୍ରୀ ଅରୁଣ ସାହୁ କେବଳ ସମୀକ୍ଷା ଓ ସୋସିଆଲ୍ ମିଡ଼ିଆରେ କିଛି ଭିଡ଼ିଓ ବାର୍ତ୍ତା ଅପଲୋଡ୍ କରିବାରେ ଦାୟିତ୍ୱ ସୀମିତ ରଖିଛନ୍ତି । ନୂଆ ବହି ପାଇ ନ ଥିବାରୁ ସ୍କୁଲ ପିଲାଙ୍କ ପାଠପଢ଼ା ଠପ୍ ହୋଇଯାଇଥିବା ବେଳେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କର ଦେଖା ମିଳୁନି । ନିଜ ଜିଲ୍ଲାରେ ଘରକୁ ଘର ବୁଲି ବହି ଦିଆଯିବ ବୋଲି କାଲି କ’ଣ ଟିଭିରେ କହୁଥିଲେ, ବାସ୍ ସେତିକିରେ ଦାୟିତ୍ୱ ସରେଇଛନ୍ତି । ଲୋକଙ୍କ ପାଇଁ ନିହାତି ଅପରିହାର୍ଯ୍ୟ ହେଉଛି ସେମାନଙ୍କର ଅତ୍ୟାବଶ୍ୟକ ସାମଗ୍ରୀ । ଯୋଗାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ବେଳେ ବେଳେ ଟିଭିରେ ଦେଖିବାକୁ ମିଳୁଛି, ପ୍ରତିଶ୍ରୁତି ଦେଉଛନ୍ତି । ହେଲେ କାର୍ଯ୍ୟକ୍ଷେତ୍ରରେ ତାଙ୍କର ସ୍ଥିତି କେହି ଅନୁଭବ କରୁନାହାନ୍ତି ।
ରାଜ୍ୟର ଆର୍ଥିକ ସ୍ଥିତି ବିଗିଡ଼ି ସାରିଥିବା ବେଳେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କର ଖୋଜଖବର ନାହିଁ । ବ୍ୟୟ ମଂଜୁରୀ ବିଲ୍ ବିଧାନସଭା ମଂଜୁରପ୍ରାପ୍ତ ପରେ ସେ ଲକ୍ ଡାଉନ୍ ହୋଇଯାଇଛନ୍ତି । ପଞ୍ଚାୟତିରାଜ ଏବଂ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କେଉଁଠି ଅଛନ୍ତି, କେହି ଜାଣନ୍ତିନି । ଶେଷଥର ପାଇଁ ଗତ କ୍ୟାବିନେଟ୍ ମିଟିଂରେ ତାଙ୍କୁ ଦେଖିବାକୁ ମିଳିଥିଲା । କରୋନା ଭଳି ବିରାଟ ବିପର୍ଯ୍ୟୟ ବେଳେ ରାଜସ୍ୱ ଏବଂ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି ଉଭାନ୍ ହୋଇଯାଇଛନ୍ତି । ଲକ୍ ଡାଉନ୍ ପରଠାରୁ ତାଙ୍କୁ କେହି ଦେଖିନାହାନ୍ତି ।
ରାଜ୍ୟ ବାହାରେ ଓଡ଼ିଆ ଶ୍ରମିକ ଦୁର୍ଦ୍ଦଶା ଭୋଗୁଥିବା ବେଳେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ନିଖୋଜ ହୋଇଯାଇଛନ୍ତି । ସେ ଭୁବନେଶ୍ୱରରେ ନା ଭଟଲିରେ କାହାରିକୁ ଜଣାନାହିଁ । ମିଶନ୍ ଶକ୍ତି କାର୍ଯ୍ୟକ୍ରମକୁ ସରକାର ଅଧିକ ଗୁରୁତ୍ୱ ଦେଇଥିବା ବେଳେ ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କର ଦର୍ଶନ ମିଳୁନି । ଲକ୍ ଡାଉନ୍ ପାଇଁ କୃଷି ପରେ ଅଧିକ କ୍ଷତିଗ୍ରସ୍ତ ହୋଇଛି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ । ଏହି ବିଭାଗର ମନ୍ତ୍ରୀ ହେଉଛନ୍ତି ଦିବ୍ୟଶଙ୍କର ମିଶ୍ର । ଗୃହ ଓ ଶକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମଧ୍ୟ ସେ ରାଷ୍ଟ୍ରମନ୍ତ୍ରୀ । ହେଲେ କୁଆଡେ ଗଲେ ଜଣା ପଡୁନାହାନ୍ତି ।
ବିକ୍ରମ ଆରୁଖ, ପ୍ରଫୁଲ୍ଲ ମଲ୍ଲିକ, ପଦ୍ମନାଭ ବେହେରାଙ୍କ ଭଳି ବରିଷ୍ଠ ମନ୍ତ୍ରୀଙ୍କୁ ଲୋକେ ପାସୋରି ଗଲେଣି । ଜଗନ୍ନାଥ ସାରକା, ଅଶୋକ ପଣ୍ଡା, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ତୁଷାରକାନ୍ତି ବେହେରା, ପଦ୍ମିନୀ ଦିଆନ୍ ଙ୍କ ଭଳି ମନ୍ତ୍ରୀଙ୍କ କଥା ନ କହିବା ଭଲ ।
ଅବଶ୍ୟ କରୋନା ସହର ପାଲଟିଥିବା ଭୁବନେଶ୍ୱର ଉପରେ ମନ୍ତ୍ରୀ ଅଶୋକ ପଣ୍ଡା ଅଧିକ ଧ୍ୟାନ ଦେଉଥିବା ତାଙ୍କ ସମର୍ଥକମାନେ କହୁଛନ୍ତି । ଅନ୍ୟପକ୍ଷରେ କରୋନାର ହଟସ୍ପଟ୍ ସୂର୍ଯ୍ୟନଗର, ବମିଖାଲ ଏବଂ ଝାରପଡ଼ାର ପ୍ରତିନିଧିତ୍ୱ କରୁଥିବା ବିଧାୟକ ଅନନ୍ତ ନାରାୟଣ ଜେନା ନିଜକୁ ଟେନସନ୍ ଫ୍ରି ରଖିଛନ୍ତି । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ ମାନି ଲକ୍ ଡାଉନ୍ ନିୟମକୁ ସେ କୁଆଡ଼େ ଭଲଭାବେ ପାଳନ କରୁଛନ୍ତି ।
ବିଜେଡ଼ିର ‘ବିଜୁ ଯୁବ ବାହିନୀ’ ହେଉ କି ‘ଓଡ଼ିଶା ମୋ ପରିବାର’ ସେମାନଙ୍କ କାର୍ଯ୍ୟକ୍ରମ ଲୋକେ ଦେଖୁନାହାନ୍ତି । ମନ୍ତ୍ରୀ, ବିଧାୟକଙ୍କ ଭଳି ଏହି ଦୁଇ ବାହିନୀ କ୍ୱାରେଣ୍ଟାଇନ୍ ରହିଯାଇଛନ୍ତି ବୋଲି ସୋସିଆଲ୍ ମିଡ଼ିଆରେ ଧୂମ୍ ପରିହାସ ଓ ସମାଲୋଚନା ହେଉଛି । ତେବେ ଏହି ସମାଲୋଚନାକୁ ‘ଓଡ଼ିଶା ମୋ ପରିବାର’ ର କିଛି ସଦସ୍ୟ ଗ୍ରହଣ କରିନାହାନ୍ତି । ବାହାର ରାଜ୍ୟରେ ଫସିଥିବା ଲୋକଙ୍କ ସହ ନିରନ୍ତର ଭାବେ ଯୋଗାଯୋଗ କରାଯାଇ ସେମାନଙ୍କ ସମସ୍ୟା ଦୂର କରାଯାଉଛି । ସେଥିପାଇଁ ୨୪ ଘଣ୍ଟିଆ କାମ ହେଉଛି ବୋଲି ସେମାନେ ଦାବି କରିଛନ୍ତି ।
ସୂଚନାଯୋଗ୍ୟ, ‘ଓଡ଼ିଶା ମୋ ପରିବାର’ ଆବାହକ ଲକ୍ ଡାଉନ୍ ଯୋଗୁଁ ମୁମ୍ବାଇରେ ଫସି ରହିଛନ୍ତି । ଗୁଜୁରାଟରେ ଫସିଥିବା ଓଡ଼ିଆ ଶ୍ରମିକଙ୍କ ଦୁଃଖ ବୁଝିବାକୁ ରାଜ୍ୟ ସରକାର ତାଙ୍କୁ ସେଠାକୁ ପଠାଇବାର ବ୍ୟବସ୍ଥା କରିଥିଲେ ମଧ୍ୟ ଗୁଜୁରାଟ ସରକାରଙ୍କ ଅନୁମତି ନ ମିଳିବାରୁ ସେ ଯାଇପାରି ନ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।
ବୁଦ୍ଧିଜୀବୀ ମହଲର କହିବା କଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ଭବତଃ ତାଙ୍କ ନେତା, ବିଧାୟକ, ମନ୍ତ୍ରୀଙ୍କ ଦକ୍ଷତା ଓ ପାରିବାରପଣିଆକୁ ପରଖି ସାରିଲେଣି । ଏମାନଙ୍କ ଦେଇ କିଛି ହେବ ନାହିଁ ତାହା ମୁଖ୍ୟମନ୍ତ୍ରୀ ବୁଝିଥିବାରୁ କରୋନା ଭଳି ଭୟଙ୍କର ସଙ୍କଟ ବେଳେ ରାଜ୍ୟର ମଙ୍ଗଳ ଦୃଷ୍ଟିରୁ ସେମାନଙ୍କ ହାତରେ କୌଣସି ଦାୟିତ୍ୱ ଦେବାକୁ ଉଚିତ୍ ମଣିନାହାନ୍ତି । ଦୁର୍ଭାଗ୍ୟର କଥା, ଏଥିରେ ନେତାମାନେ ଦୁଃଖୀ ନ ହୋଇ ବରଂ ଅଧିକ ଖୁସି ଜଣାପଡୁଛନ୍ତି ।
ବାସ୍ତବରେ କରୋନା ମୁକାବିଲାରେ ଓଡ଼ିଶାକୁ ଯେଉଁ ସଫଳତା ମିଳିଛି ତାହାର ବଡ଼ ଶ୍ରେୟ ଯିବ ରାଜ୍ୟ ପ୍ରଶାସନ, ଡାକ୍ତର, ପୁଲିସ ଓ ସାମ୍ବାଦିକମାନଙ୍କ ପାଖକୁ । କରୋନା ମୁକାବିଲାର ଟିକନିକ୍ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଛି ନବୀନ ନିବାସରୁ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ୍ ସମ୍ପୂର୍ଣ୍ଣ ଭାବେ ଏହାର କାର୍ଯ୍ୟାନ୍ୱୟ ଓ ତଦାରଖ(ମନିଟରିଂ) କରୁଛନ୍ତି । ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଏବଂ ତାଙ୍କର ପ୍ରଶାସନିକ ଟିମ୍ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି । ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରଖି କରୋନା ଯୁଦ୍ଧ ଲଢ଼ାଯାଉଛି । ଯାହାର ସଫଳତା ଓଡ଼ିଶାବାସୀ ପାଉଛନ୍ତି ।
Previous Post

କେନ୍ଦ୍ରାପଡ଼ାରେ ସମ୍ ପରିଚାଳିତ ୧୧୦ ଶଯ୍ୟାର କୋଭିଡ୍ ହସ୍ପିଟାଲ୍

Next Post

ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ ଶାଳିନୀ ପଣ୍ଡିତ

Next Post
ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ ଶାଳିନୀ ପଣ୍ଡିତ

ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ ଶାଳିନୀ ପଣ୍ଡିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA