Friday, May 1, 2026 07:43 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କରୋନା ଯୋଦ୍ଧାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

by Our Correspondent
21 Apr, 2020- 02:50 PM
in Latest News, News
1 min read
0
କରୋନା ଯୋଦ୍ଧାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁୁବନେଶ୍ୱର: କରୋନା ଯୁଦ୍ଧ ଲଢ଼ୁଥିବା ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ବଡ଼ ଘୋଷଣା କରିଛନ୍ତି । କରୋନା ଚିକିତ୍ସା ବେଳେ କୌଣସି ଡାକ୍ତର, ନର୍ସ କିମ୍ବା ସ୍ୱାସ୍ଥ୍ୟକର୍ମୀଙ୍କ ଜୀବନ ଗଲେ ସେମାନଙ୍କ ପରିବାରକୁ ମିଳିବ ୫୦ ଲକ୍ଷ ଟଙ୍କା । ଚାକିରିକାଳ ଶେଷ ପର୍ଯ୍ୟନ୍ତ ସେମାନଙ୍କ ପରିବାର ଲୋକେ ବି ତାଙ୍କ ଦରମା ପାଇବେ ।

ଖାଲି ସେତିକି ନୁହେଁ, ରାଜ୍ୟ ସରକାର ତାଙ୍କୁ ସହିଦ ଭାବେ ବିବେଚନା କରିବେ । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ । ଜାତି ପ୍ରତି ସଂପୃକ୍ତ ଯୋଦ୍ଧାଙ୍କ ତ୍ୟାଗକୁ ସ୍ମରଣ ରଖିବା ପାଇଁ ସେହି ସ୍ମୃତିରେ ପୁରସ୍କାର ପ୍ରଚଳନ କରାଯାଇ ଜାତୀୟ ଦିବସରେ ପ୍ରଦାନ କରାଯିବ ।

ମୁଖ୍ୟମନ୍ତ୍ରୀ ତାଙ୍କ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି, ସମଗ୍ର ମାନବ ସମାଜ ଆଜି କରୋନା ଭାଇରସ୍ ବିରୁଦ୍ଧରେ ଯୁଦ୍ଧ ଲଢ଼ୁଛି । ୩ ମାସରେ ୨ ଲକ୍ଷ ଲୋକଙ୍କ ଜୀବନ ଗଲାଣି । କରୋନା କବଳରୁ ବିଶ୍ୱର କୌଣସି ମହାଦେଶ ମୁକୁଳି ପାରିନାହିଁ । ଏହି ଅଦୃଶ୍ୟ ଶତ୍ରୁ ସହ ଅଧିକାଂଶ ଦେଶ ଯୁଦ୍ଧ କରୁଛନ୍ତି । ତେବେ ଏହି ଯୁଦ୍ଧର ଫ୍ରଣ୍ଟଲାଇନ୍ ଯୋଦ୍ଧା ହେଉଛନ୍ତି ଡାକ୍ତର ଏବଂ ସ୍ୱାସ୍ଥ୍ୟସେବାରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ । କରୋନା ପାଇଁ କୌଣସି ଔଷଧ ଏବଂ ଟୀକା ବାହାରି ନ ଥିବାରୁ ଡାକ୍ତର ଓ ସ୍ୱାସ୍ଥ୍ୟସେବା କର୍ମୀମାନେ ନିଜ ଜୀବନକୁ ବାଜି ଲଗାଇ ଆଗରେ ଲଢ଼ୁଛନ୍ତି ।
ଦେଶ ଓ ଜାତି ପାଇଁ ତ୍ୟାଗ କରୁଥିବା ଏଭଳି ମହାନ୍ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବାରେ ଆମର ସମୃଦ୍ଧ ପରମ୍ପରା ରହିଆସିଛି ବୋଲି ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଆବେଗତାର ସହ କହିଛନ୍ତି । ଏଭଳି ମହାନ୍ ଯୋଦ୍ଧାଙ୍କ ପ୍ରତି ସମସ୍ତେ କୃତଜ୍ଞ ରହିବାକୁ ମୁଖ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି ।
ଏହି ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀଙ୍କ ବିରୋଧରେ କୌଣସି ଖରାପ ଆଚରଣକୁ ବରଦାସ୍ତ କରାଯିବ ନାହିଁ । ଏହାକୁ ରାଜ୍ୟ ବିରୋଧରେ ଆଚରଣ ଭାବେ ବିବେଚନା କରାଯିବ । ଏହି ଯୋଦ୍ଧାମାନଙ୍କୁ ସମ୍ମାନ ଦେବାରେ କିମ୍ବା ତାଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଏନଏସଏ ଲାଗୁ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି ।
ରାଜ୍ୟର ସାଢ଼େ ଚାରି କୋଟି ଲୋକ ଏବଂ ରାଜ୍ୟ ସରକାର ଏହି କରୋନା ଯୁଦ୍ଧଙ୍କ ପଛରେ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଜଣାଇ ଦେଇଛନ୍ତି ।
Previous Post

ବାଲେଶ୍ୱରରୁ ଆଉ ୫ ପଜିଟିଭ୍, ସମସ୍ତେ ପୂର୍ବ ଆକ୍ରାନ୍ତଙ୍କ ନିକଟ ସମ୍ପର୍କୀୟ

Next Post

ଟ୍ରାଭେଲ୍ ହିଷ୍ଟ୍ରି(କେସ୍ ନଂ ୬୧ରୁ ୬୬): ୫ ଜଣଙ୍କର କୋଲକତା ଲିଙ୍କ୍, ଝାଡ଼ଖଣ୍ଡ ଲିଙ୍କ୍ ରେ ଜଣେ

Next Post
ଟ୍ରାଭେଲ୍ ହିଷ୍ଟ୍ରି(କେସ୍ ନଂ ୬୧ରୁ ୬୬): ୫ ଜଣଙ୍କର କୋଲକତା ଲିଙ୍କ୍, ଝାଡ଼ଖଣ୍ଡ ଲିଙ୍କ୍ ରେ ଜଣେ

ଟ୍ରାଭେଲ୍ ହିଷ୍ଟ୍ରି(କେସ୍ ନଂ ୬୧ରୁ ୬୬): ୫ ଜଣଙ୍କର କୋଲକତା ଲିଙ୍କ୍, ଝାଡ଼ଖଣ୍ଡ ଲିଙ୍କ୍ ରେ ଜଣେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA