Saturday, August 8, 2026 07:08 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବାଲେଶ୍ୱରରୁ ଆଉ ୫ ପଜିଟିଭ୍, ସମସ୍ତେ ପୂର୍ବ ଆକ୍ରାନ୍ତଙ୍କ ନିକଟ ସମ୍ପର୍କୀୟ

by Our Correspondent
21 Apr, 2020- 11:55 AM
in Latest News, News
1 min read
0
ବାଲେଶ୍ୱରରୁ ଆଉ ୫ ପଜିଟିଭ୍, ସମସ୍ତେ ପୂର୍ବ ଆକ୍ରାନ୍ତଙ୍କ ନିକଟ ସମ୍ପର୍କୀୟ
ଭୁବନେଶ୍ୱର: ବାଲେଶ୍ୱରରେ ଆଉ ୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କର କୋଭିଡ୍ ନମୁନା ପଜିଟିଭ୍ ବାହାରିଛି । ଆଜି ସକାଳୁ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟ୍ ରେ ଏହି ସୂଚନା ଦିଆଯାଇଛି । ଏଥିସହ ବାଲେଶ୍ୱରରୁ ୮ ଜଣ କରୋନା ପଜିଟିଭ୍ ବାହାରିଲେଣି । ଏହି ନୂଆ ପଜିଟିଭ୍ ଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯ ରେ ପହଞ୍ଚିଛି । ଆକ୍ଟିଭ୍ କରୋନା ସଂଖ୍ୟା ହୋଇଛି ୫୩ ।
ବଡ଼କଥା ହେଉଛି, ବାଲେଶ୍ୱରର ନୂଆ ୫ ଜଣ ଯାକ ଆକ୍ରାନ୍ତ ସେମାନଙ୍କ ସମ୍ପର୍କୀୟଙ୍କଠାରୁ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ୧୨ ବର୍ଷର ପିଲା ଏବଂ ଦୁଇଜଣ ମହିଳା ଅଛନ୍ତି । ମହିଳାଦ୍ୱୟଙ୍କ ବୟସ ୩୪ ବର୍ଷ ହୋଇଥିବା ବେଳେ ଅନ୍ୟ ଦୁଇ ପୁରୁଷଙ୍କ ମଧ୍ୟରୁ ଜଣେ ୩୮ ବର୍ଷ ଏବଂ ଅନ୍ୟଜଣଙ୍କ ୨୬ ବର୍ଷର ଯୁବକ । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି ।
ସୂଚନାଯୋଗ୍ୟ, ଗତକାଲି(ସୋମବାର) ସକାଳେ ଭଦ୍ରକରୁ ୫ ଜଣ ଓ ବାଲେଶ୍ୱରରୁ ୨ ଜଣଙ୍କର କରୋନା ପଜିଟିଭ୍ ସମ୍ପର୍କରେ ସୂଚନା ଆସିଥିଲା । ସେଥିରେ ଥିଲେ ବାଲେଶ୍ୱର ନୀଳଗିରି ଅଞ୍ଚଳର ଜଣେ ଦୁଇ ବର୍ଷର ଶିଶୁ । ଅପରାହ୍ନରେ ଯାଜପୁର ଜିଲ୍ଲାରୁ ୫ ଜଣ ଏବଂ ସୁନ୍ଦରଗଡ଼ ବିଶ୍ରାରୁ ଜଣେ ବ୍ୟକ୍ତିଙ୍କର ପଜିଟିଭ୍ ଆସିଥିଲା । ଆଜି ସକାଳୁ ବାଲେଶ୍ୱରରୁ ୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅର୍ଥାତ୍ ୩୬ ଘଣ୍ଟା ଭିତରେ ରାଜ୍ୟରୁ ୧୮ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି ।
ସବୁଠାରୁ ଉଦବେଗର କଥା ହୋଇଛି, ଓଡ଼ିଶାରୁ ଚିହ୍ନଟ ଆକ୍ରାନ୍ତଙ୍କର ପଶ୍ଚିମବଙ୍ଗ ଲିଙ୍କ୍ । ଗତକାଲି ଚିହ୍ନଟ ହୋଇଥିବା ୧୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣଙ୍କର ପଶ୍ଚିମବଙ୍ଗ ଲିଙ୍କ୍ ରହିଛି । ରାଜ୍ୟରେ ଏ ପର୍ଯ୍ୟନ୍ତ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଏକ ତୃତୀୟାଂଶ ବ୍ୟକ୍ତିଙ୍କର ପଶ୍ଚିମବଙ୍ଗ ଲିଙ୍କ୍ ଥିବା ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ କରୋନା ସ୍ଥିତି (୨୧ ଏପ୍ରିଲ୍‌୨୦୨୦, ସକାଳ ୮ଟା)

ଜିଲ୍ଲା ୨୦ ଏପ୍ରିଲ୍‌ ସ୍ଥିତି ନୂଆ ଚିହ୍ନଟ ସମୁଦାୟ
ଖୋର୍ଦ୍ଧା ୪୬ ୪୬
ବାଲେଶ୍ଵର ୮ ୫ ୮
ଭଦ୍ରକ ୮ ୮
ଯାଜପୁର ୭ ୭
ସୁନ୍ଦରଗଡ଼ ୩ ୩
କେନ୍ଦ୍ରାପଡ଼ା ୨ ୨
କଳାହାଣ୍ଡି ୨ ୨
ପୁରୀ ୧ ୧
କଟକ ୧ ୧
ଢେଙ୍କାନାଳ ୧ ୧
ସମୁଦାୟ ୭୪ ୫ ୭୯

 

 

Previous Post

ଚିନ୍ତା ବଢ଼ାଇଲା ପଶ୍ଚିମବଙ୍ଗ ଲିଙ୍କ୍

Next Post

କରୋନା ଯୋଦ୍ଧାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

Next Post
କରୋନା ଯୋଦ୍ଧାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

କରୋନା ଯୋଦ୍ଧାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA