Tuesday, June 23, 2026 02:03 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କରୋନା ଭୟରେ ଲୁଚିଛନ୍ତି କିମ୍ !

by Our Correspondent
26 Apr, 2020- 11:06 PM
in International, Latest News, News
1 min read
0
କରୋନା ଭୟରେ ଲୁଚିଛନ୍ତି କିମ୍ !
କୁଆଡ଼େ ଗଲେ ତାନାଶାହା ? କେଉଁଠି ଅଛନ୍ତି, ଆଉ କେମିତି ଅଛନ୍ତି ? ଶାରିରୀକ ସ୍ତରରେ ସୁସ୍ଥ ଅଛନ୍ତି ତ, ଉତ୍ତର କୋରିଆର ସୁପ୍ରିମ ଲିଡର କିମ୍ ଜଙ୍ଗ୍ ଉନ୍ ? ହାଇ ଫାଇ ସୂଚନା ପ୍ରଯୁକ୍ତି ଯୁଗରେ କିମ୍ ଙ୍କ ବାବଦରେ ମିଳିପାରୁନି ସଠିକ ସୂଚନା । ସେପଟେ ସୋସିଆଲ୍ ମିଡିଆରେ କିନ୍ତୁ ଟ୍ରେଣ୍ଡ କରୁଛି #KIMJONGUNDEAD । ସତରେ କ’ଣ କିମ୍ ଆଉ ନାହାନ୍ତି ?
ଏ ବାବଦରେ କିନ୍ତୁ, ବିଶ୍ୱର କୌଣସି ରାଷ୍ଟ୍ର କିମ୍ବା କୌଣସି ଅନ୍ତର୍ଜାତୀୟ ଗଣମାଧ୍ୟମ ବଳିଷ୍ଠ ସଠିକ୍ ତଥ୍ୟ ଦେଇପାରୁ ନାହାନ୍ତି । ଗଣମାଧ୍ୟମ କଥା ଛାଡ଼ନ୍ତୁ, ଆମେରିକା ଏବଂ ଉତ୍ତର କୋରିଆର ପଡ଼ୋଶୀ, ଦକ୍ଷିଣ କୋରିଆର ଗୁଇନ୍ଦା ବି ଫେଲ୍ । ଚଳିତ ମାସ 11 ତାରିଖ ପରଠାରୁ ଉତ୍ତର କୋରିଆର କୌଣସି ସରକାରୀ କାର୍ଯ୍ୟକ୍ରମରେ କିମଙ୍କୁ ଦେଖିବାକୁ ମିଳିନି । ଦେଶର ଗଣମାଧ୍ୟମ ସାମ୍ନାକୁ ସେ ଆସି ନାହାନ୍ତି କି, ତାଙ୍କ ଦ୍ୱାରା କୌଣସି ଘୋଷଣା ଶୁଣିବାକୁ ମିଳିନି । ସରକାରଙ୍କ ପୂରା ନିୟନ୍ତ୍ରଣରେ ଥିବା ଗଣମାଧ୍ୟମ, ସୁପ୍ରିମ ଲିଡରଙ୍କ ବାବଦରେ ସମ୍ପୂର୍ଣ୍ଣ ଚୁପ୍ ଥିବା ବେଳେ ସନ୍ଦେହ ଦିନକୁ ଦିନ ବଢ଼ିବାରେ ଲାଗିଛି ।
ପ୍ରଥମେ ଶୁଣିବାକୁ ମିଳୁଥିଲା, କିମ୍, ହୃଦଘାତଜନିତ କୌଣସି ଅସ୍ତ୍ରୋପଚାର ହୋଇ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଖରାପ । ଏପରିକି ସେ ଆଉ ନାହାନ୍ତି ବୋଲି ମଧ୍ୟ ସନ୍ଦେହ କରାଗଲା । ଏବେ କିନ୍ତୁ ଆଉ ଏକ ଭିନ୍ନ କଥା ଶୁଣିବାକୁ ମିଳିଲାଣି । କିମ୍, କାଳେ କରୋନା ଭୟରେ ଓନସାନ୍ ସହରର ଏକ ଭିଲାରେ ଲୁଚିଛନ୍ତି । ତେବେ ଏସବୁ ଭିତରେ ଆଉ ଏକ ଡେଭଲପମେଣ୍ଟ ହୋଇଛି । ଓନସାନ୍ ସହରର ଲିଡରସିପ୍ ଷ୍ଟେସନରେ କିମଙ୍କ ଟ୍ରେନକୁ ଠାବ କରିଛି ସାଟେଲାଇଟ୍ । ରାଜଧାନୀ ପଙ୍ଗୟାଙ୍ଗରେ ତାଙ୍କ ହେଲିକପ୍ଟର ଥିବା ବେଳେ ଲିଡରସିପ୍ ଷ୍ଟେସନରେ ଟ୍ରେନକୁ ଠାବ କରିଛି ୱାସିଂଟନ୍ ଡିସିର ‘ନର୍ଥ କୋରିଆନ୍ ପ୍ରୋଜେକ୍ଟ’ 38- North । 21 ଓ 23 ତାରିଖରେ ଦୁଇଥର ଟ୍ରେନଟିକୁ ଠାବ କରିଛି ଆମେରିକୀୟ ସାଟେଲାଇଟ୍ । କିନ୍ତୁ କିମଙ୍କ ବାବଦରେ କାଣିଚାଏ ସୂଚନା ମିଳିପାରିନି ।
ଏପ୍ରିଲ 15 ତାରିଖ ହେଉଛି କିମଙ୍କ ଜେଜେ ବାପା, କିମ୍ ଇଲ୍ ସୁଙ୍ଗ୍ ଙ୍କ ଜନ୍ମ ଦିନ । ଯାହାକୁ ଦେଶରେ ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଇ ଥାଏ । ଏହି ଉତ୍ସବ ପାଇଁ 11 ତାରିଖ ପ୍ରସ୍ତୁତି ବୈଠକରେ ଉପସ୍ଥିତ ଥିଲେ କିମ୍ । କିନ୍ତୁ ତା ପର ଠାରୁ ତାଙ୍କ ଖୋଜ ଖବର ନାହିଁ । ଦକ୍ଷିଣ କୋରିଆ, ଉତ୍ତର କୋରିଆ ଉପରେ ସବୁ ବେଳେ ତୀକ୍ଷଣ୍ ନଜର ରଖିଥିବା ବେଳେ ପ୍ରତିଷ୍ଠା ଦିବସରେ କିମଙ୍କ ଅନୁପସ୍ଥିତି ନେଇ, ପ୍ରଥମେ ସାରା ବିଶ୍ୱର ନଜରକୁ ଆଣିଥିଲେ ସିଓଲସ୍ଥିତ ‘ସେଜଙ୍ଗ୍ ଇନଷ୍ଟିଚ୍ୟୁଟ’ର ‘ସେଣ୍ଟର୍ ଫର୍ ନର୍ଥ କୋରିଆନ୍ ଷ୍ଟଡିଜ’ର ନିର୍ଦ୍ଦେଶକ, ସେଓଙ୍ଗ୍ ଚେଓଙ୍ଗ୍ ଚାଙ୍ଗ୍ । ଉତ୍ତର କୋରିଆର ପ୍ରତିଷ୍ଠା ଦିବସରେ କିମଙ୍କ ଅନୁପସ୍ଥିତି, ପରିକଳ୍ପନା ବାହାରେ ବୋଲି କହିଥିଲେ ସେଓଙ୍ଗ୍ । ଆଉ, ତା ପରଠାରୁ ଆରମ୍ଭ ହୋଇଛି ଖୋଳତାଡ଼ ।
କିମଙ୍କ ଠାରେ ହୃଦଘାତଜନିତ ଅସ୍ତ୍ରୋପଚାର ହେବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡ଼ିଥିବା ନେଇ, ପ୍ରଥମେ ସନ୍ଦେହଜନକ ଖବର ପ୍ରକାଶ କଲା, ଦକ୍ଷିଣ କୋରିଆ । ଅତ୍ୟଧିକ ଧୂମପାନ, ମେଦ ବହୁଳତା ଏବଂ କାମ ଚାପ ଯୋଗୁ, ତାଙ୍କ ଠାରେ ଦୃଦଘାତ ସମସ୍ୟା ଦେଖା ଦେଇଥିବା ଦକ୍ଷିଣ କୋରିଆ କହୁଛି । ନିଜ ଆଡୁ ଖୋଳତାଡ଼ ପରେ ସିଓଲର ସନ୍ଦେହ ସହ ସମାନ ରିପୋର୍ଟ ଉପସ୍ଥାପନ କଲା ଅନ୍ତର୍ଜାତୀୟ ଗଣମାଧ୍ୟମ CNN । ଏବେ କିନ୍ତୁ CNNର ରିପୋର୍ଟକୁ ଖଣ୍ଡନ କରୁଛି, ନ୍ୟୁଜ୍ ଏଜେନ୍ସୀ ରଏଟର୍ସ । ଦକ୍ଷିଣ କୋରିଆର ସରକାରୀ ସୂତ୍ର ଆଧାରରେ ରଏଟର୍ସ, ଏହାକୁ ଖଣ୍ଡନ କରିଛି । ଦକ୍ଷିଣ କୋରିଆ ନ୍ୟୁଜ୍ ଏଜେନ୍ସୀ, ‘ନ୍ୟୁସିସ୍’ କହିଲାଣି, କରୋନା ଭୟରେ ହୁଏତ କିମ୍, ଓନସାନରେ ଲୁଚିଥାଇ ପାରନ୍ତି । ବନ୍ଧୁ ରାଷ୍ଟ୍ରର, ସୁପ୍ରିମ ଲିଡରଙ୍କ ବାବଦରେ ଏମିତି ଶୁଣି ଚୀନ୍, ତୁରନ୍ତ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ, ଉତ୍ତର କୋରିଆକୁ ପଠାଇଛି ।
ସେପଟେ ଉତ୍ତର କୋରିଆର ସରକାରୀ ନ୍ୟୁଜ୍ ଏଜେନ୍ସୀ, ‘କୋରିଆନ୍ ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସୀ’(KNCA) କହୁଛି, ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନଙ୍କ ଠାରୁ ଗତ ଶନିବାର, କିମଙ୍କ ପାଖକୁ ଏକ ଗ୍ରିଟିଙ୍ଗସ୍ ଆସିଛି । ରୁଷିଆ ଏବଂ ଉତ୍ତର କୋରିଆ ଚୁକ୍ତିର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ, ପୁତିନ୍, ଏହି ଗ୍ରିଟିଙ୍ଗସ୍ ପଠାଇଥିବା କହୁଛି, ‘KNCA’ । ସେପଟେ, ଗତ 14 ତାରିଖରେ ଉତ୍ତର କୋରିଆ ଏକ କ୍ଷେପଣାସ୍ତ୍ର ପରୀକ୍ଷା କରିଥିଲେ ମଧ୍ୟ କିମଙ୍କ ଉପସ୍ଥିତି ନେଇ, ସେଠାରୁ ସରକାରୀ ଭାବେ, କିଛି ବି ଫଟୋ ଜାରି କରାଯାଇ ନାହିଁ । କ୍ଷମତାସୀନ ହେବା ପର ଠାରୁ 2019 ଡିସେମ୍ବର ସୁଦ୍ଧା, କିମ୍ 119ଟି ଆଣବିକ ପରୀକ୍ଷଣ କରାଇଛନ୍ତି । ତାଙ୍କ ବିନା ଉପସ୍ଥିତିରେ କୌଣସି ଗୋଟେ ବି ଆଣବିକ ପରୀକ୍ଷା କରାଯାଇ ନାହିଁ । ତେଣୁ ଏଭଳି ସ୍ଥିତିରେ ପଙ୍ଗୟାଙ୍ଗ ଠାରୁ ଏପ୍ରିଲ 14 ପରୀକ୍ଷଣର ସରକାରୀ ଫଟୋକୁ ଅପେକ୍ଷା କରାଯାଇଛି ।
ଉତ୍ତର କୋରିଆରେ ପାରିବାରିକ ଶାସନ ଚାଲୁଥିବାରୁ ବାପା, କିମ୍ ଜଙ୍ଗ୍ ଇଲ୍ ଙ୍କ ମୃତ୍ୟୁ ପରେ 2011ରୁ ଦେଶର ଶାସନ ଭାର ହାତକୁ ନେଇଛନ୍ତି କିମ୍ ଜଙ୍ଗ୍ ଉନ୍ । ବର୍ତ୍ତମାନ ତାଙ୍କୁ ପାଖାପାଖି 36 ବର୍ଷ । ଏତେ କମ ବୟସରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସୃଷ୍ଟି ହୋଇଥିବା ସନ୍ଦେହକୁ ବିଶ୍ୱର କୌଣସି ବି ରାଷ୍ଟ୍ର ସହଜରେ ବିଶ୍ୱାସ କରିପାରୁ ନାହାନ୍ତି । ତେବେ ଦେଶ ଭିତରେ ଥାଇ ସାରା ବିଶ୍ୱରୁ ଅନ୍ତର୍ଦ୍ଧାନ ହୋଇଯିବା ସୁପ୍ରିମ ଲିଡର କିମ୍ ଜଙ୍ଗ ଉନଙ୍କ ପାଇଁ ପ୍ରଥମ ନୁହେଁ । ପୂର୍ବରୁ 2014ରେ ମାସକ ପାଇଁ ତାଙ୍କ ଖୋଜ୍ ଖବର ମିଳି ନଥିଲା । ଏହି ଖବରକୁ ପଡ଼ୋଶୀ ଦକ୍ଷିଣ କୋରିଆ ମଧ୍ୟ ସେତେବେଳେ ପ୍ରଥମ ଥର ପାଇଁ ଲୋକ ଲୋଚନକୁ ଆଣିଥିଲା । ତେବେ ମାସକ ପରେ, ଉତ୍ତର କୋରିଆର ଜାତୀୟ ଟେଲିଭିଜନରେ ଉଭା ହୋଇଥିଲେ କିମ୍ । ଆଶା ବାଡ଼ି ଧରି ସେ ଚାଲୁଥିବା ଦେଖିବାକୁ ମିଳିଥିଲା ।
(ବରେନ୍ଦ୍ର କୃଷ୍ଣ ସାହୁଙ୍କ ରିପୋର୍ଟ)
Previous Post

ଆଉ କାହାଣୀ, ସଂଳାପ ଲେଖିବେନି ବିଜୟ ମିଶ୍ର

Next Post

କରୋନା ମୁକାବିଲା: ୨୨ ଆଇଏଏସ୍ ଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ

Next Post
କରୋନା ମୁକାବିଲା: ୨୨ ଆଇଏଏସ୍ ଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ

କରୋନା ମୁକାବିଲା: ୨୨ ଆଇଏଏସ୍ ଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA