Thursday, April 30, 2026 01:10 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଆଉ କାହାଣୀ, ସଂଳାପ ଲେଖିବେନି ବିଜୟ ମିଶ୍ର

by Our Correspondent
26 Apr, 2020- 10:39 PM
in Latest News, News
1 min read
0
ଆଉ କାହାଣୀ, ସଂଳାପ ଲେଖିବେନି ବିଜୟ ମିଶ୍ର
ଭୁବନେଶ୍ୱର: ଓଡିଶା ଚଳଚ୍ଚିତ୍ର ଓ ନାଟ୍ୟ ଜଗତର ମହାନ୍ ବ୍ୟକ୍ତିତ୍ୱ, ସଫଳ ସ୍ରଷ୍ଟା ବିଜୟ ମିଶ୍ର ଆଉ ନାହାନ୍ତି । ୮୩ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ନର୍ସିଂ ହୋମ୍ ରେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କିଛି ଦିନ ଧରି ଅସୁସ୍ଥ ଥିବାରୁ ଚିକିତ୍ସିତ ଥିଲେ । ତାଙ୍କ ମୃତ୍ୟୁରେ ନାଟକ କି ଚଳଚ୍ଚିତ୍ର ଜଗତ କେବଳ ନୁହେଁ ସାରା ରାଜ୍ୟର ସାହିତ୍ୟ ଓ କଳାପ୍ରେମୀମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ସୃଷ୍ଟିର ଜଣେ ମହାନ୍ ସ୍ରଷ୍ଟାଙ୍କୁ ଆଜି ଓଡ଼ିଶା ହରାଇ ଦେଇଛି ।
ମାତ୍ର ୨୧ ବର୍ଷ ବୟସରେ ତାଙ୍କ ରଚିତ ନାଟକ କଟକ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ମଞ୍ଚସ୍ଥ ହୋଇ ଅଦ୍ଭୂତପୂର୍ବ ସଫଳତା ପାଇଥିଲା । ତାପରଠାରୁ ସେ ପଛକୁ ଚାହିଁନାହାନ୍ତି । ଓଡ଼ିଶାରେ ନାଟକକୁ ନୂଆ ଦିଶା ଦେବାରେ ତାଙ୍କର ବହୁତ ଅବଦାନ ଥିଲା । ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସଂଳାପ କହିଲେ ଆପେ ଆପେ ବିଜୟ ମିଶ୍ରଙ୍କ ନାଁ ଚାଲି ଆସୁଥିଲା । ନାଟକ ହେଉ କି ଫିଲ୍ମ ହେଉ ରଚନା, ଚିତ୍ରନାଟ୍ୟ ବା ସଂଳାପ କେଉଁଥିରେ କମ ନ ଥିଲେ ସେ । ୬୦ଟି ନାଟକ, ୫୫ ଫିଲ୍ମ ଏବଂ ୭ ଟେଲିଭିଜନ ଧାରାବାହିକ ଥିଲା ତାଙ୍କର ସୃଷ୍ଟି । ଲୋକପ୍ରିୟ ଧାରାବାହିକ ‘ଶ୍ରୀଜଗନ୍ନାଥ’ ର ସଂଳାପ ଲେଖିଥିଲେ ସେ ।
ବିଜୟ ମିଶ୍ରଙ୍କ ନାଟକ ‘ତଟ ନିରଞ୍ଜନା’ ବିଭିନ୍ନ ଭାଷାରେ ଅନୁବାଦିତ ହୋଇ ଲୋକପ୍ରିୟ ହୋଇଥିଲା । ତାଙ୍କର ପୁସ୍ତକ ‘ବାନପ୍ରସ୍ଥ’ ପାଇଁ ୨୦୧୩ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ମଧ୍ୟ ପାଇଥିଲେ । ଗତବର୍ଷ ରାଜ୍ୟ ସରକାର ତାଙ୍କୁ ସମ୍ମାନଜନକ ଜୟଦେବ ପୁରସ୍କାରରେ ସମ୍ମାନିତ କରିଥିଲେ । ଓଡ଼ିଆ ସାହିତ୍ୟ ଏକାଡେମୀରୁ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଥିଲା ।
୧୯୩୬ ମସିହା ଜୁଲାଇ ୧୬ ତାରିଖରେ ବାଲେଶ୍ୱର ଜିଲ୍ଲା ନୀଳଗିରି ଅନ୍ତର୍ଗତ ସନ୍ତରଗଡ଼ିଆରେ ଜନ୍ମ ହୋଇଥିବା ବିଜୟ ମିଶ୍ର ଇଂଜିନିୟରିଂରେ ଡିପ୍ଲୋମା କରି ପରବର୍ତ୍ତୀ ସମୟରେ ଏହାକୁ ପେଶା କରିଥିଲେ ମଧ୍ୟ ଛାତ୍ର ଜୀବନରୁ ତାଙ୍କର ନିଶା ଥିଲା ସାହିତ୍ୟ । ଛାତ୍ରାବସ୍ଥାରୁ ହିଁ ତାଙ୍କ ଲେଖନୀରେ ସୃଜନଶୀଳତା ଭରି ରହିଥିଲା । ତାଙ୍କର ଲେଖନୀ ଯେତିକି ଶକ୍ତ ଥିଲା ତାଙ୍କର ବ୍ୟକ୍ତିତ୍ୱ ମଧ୍ୟ ସେତିକି ଆକର୍ଷଣୀୟ ଥିଲା । ଜଣେ ଦରଦୀ ଓ ମେଳାପୀ ମଣିଷ ଭାବେ ମଧ୍ୟ ସମସ୍ତଙ୍କର ପ୍ରିୟପାତ୍ର ଥିଲେ ।
ବିଜୟ ମିଶ୍ରଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଥିଲେ ଜଣେ ଆଗଧାଡ଼ିର ଡ୍ରାମାଟିଷ୍ଟ । ଓଡ଼ିଆ ସାହିତ୍ୟ ଏବଂ ଓଡ଼ିଆ ଫିଲ୍ମ ଜଗତ ପ୍ରତି ତାଙ୍କର ବହୁତ ଅବଦାନ ଥିଲା ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇବା ସହ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀ ଗଭୀର ଶୋକପ୍ରକାଶ କରି ତାଙ୍କ ପରବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି । ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି,ସାହିତ୍ୟିକ, କଳାକାର ଶ୍ରୀ ମିଶ୍ରଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି ।
Previous Post

ଗୁଜୁରାଟରୁ ବସ୍ ରେ ଫେରିବେ ଓଡ଼ିଆ ଶ୍ରମିକ

Next Post

କରୋନା ଭୟରେ ଲୁଚିଛନ୍ତି କିମ୍ !

Next Post
କରୋନା ଭୟରେ ଲୁଚିଛନ୍ତି କିମ୍ !

କରୋନା ଭୟରେ ଲୁଚିଛନ୍ତି କିମ୍ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA