Saturday, May 9, 2026 02:56 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମ୍ୟାଡମ୍ ଉବାଚ – ୠଣଂ କୄତ୍ଵା ଘୄତଂ ପିବେତ୍!

by Our Correspondent
15 May, 2020- 02:07 PM
in Latest News
1 min read
0
ମ୍ୟାଡମ୍ ଉବାଚ – ୠଣଂ କୄତ୍ଵା ଘୄତଂ ପିବେତ୍!
ଗୋପାଳ ସାହୁ
କେବଳ କଳ ଗାଉଣା ରେକର୍ଡ଼ ଭଳି ପୁରୁଣା ପାଠର ଆଲୋଚନା, ଯଥା ପୁର୍ବଂ ତଥା ପରଂ। କାଗଜ କଲମ ପୋଥି ବାଇଗଣ ଆଉ ମାଟିର ମଣିଷ ଗରିବ ଖଟିଖିଆଙ୍କ ବାରି ବାଇଗଣ ଭିତରେ ଆକାଶ ପାତାଳ ତଫାତ। ମୋଟ୍ ଜନସଂଖ୍ୟାର ସିଂହ ଭାଗ ଅଣସଂଗଠିତ ଶ୍ରମିକ, ଅସ୍ଥାୟୀ କ୍ଷୁଦ୍ର ବ୍ୟବସାୟୀ, ଘରୋଇ ସେବା ପ୍ରଦାନକାରୀ ଏବଂ ନିମ୍ନ ଆୟକାରୀ ବର୍ଗଙ୍କ ପାଇଁ ଠୋସ୍ ଯୋଯନା କାଇଁ???
ପ୍ରବାସୀ ଶ୍ରମିକ ଦୁଇମାସ ଯାକ ୧୦ କିଲୋ ଚାଉଳ ୨ କିଲୋ ଡାଲି ଖାଇ ବଞ୍ଚିଯିବେ? ସେମାନେ ମାଗିଖିଆ ନୁହଁନ୍ତି, ସେମାନେ ଝାଳବୁହାଇ ହାଡ଼ଭଙ୍ଗା ମୁଲ ମଜୁରୀ ଲାଗି ଘିଅ ମହୁ ନହେଲେ ବି ପେଟପୁରା ଖାଆନ୍ତି। ନିର୍ବାଚନୀ ଇସ୍ତାହାର ଭଳି ପ୍ରବଚନ ଶୁଣି ଶୁଣି ଲୋକଙ୍କ ଦିହସୁଆ ହେଇଗଲାଣି। ଟିଭିରୁ ପ୍ରଧାନମନ୍ତ୍ରୀ ଅର୍ଥମନ୍ତ୍ରୀଙ୍କ ମୁହଁରୁ ପେଟ ପାଟେଣା ଜୀବନ ଜୀବିକା କଥା କିଛି ଶୁଣିବାକୁ ଚାତକ ଭଳି ବିକଳରେ ଚାହିଁଥିବା ଲୋକଙ୍କ ପାଇଁ ବଞ୍ଚିବାର ରାହା କାଇଁ?
ରାଜ୍ୟରେ ଚାକିରି ବାକିରି କାମଧନ୍ଦା ଚାଷବାସ କିମ୍ବା ରୋଜଗାରର କୌଣସି ସୁବିଧା ସୁଯୋଗ ନପାଇ ପର ରାଜ୍ୟରେ ଦାଦନ ଖଟୁଥିବା ପ୍ରବାସୀ ଶ୍ରମିକଙ୍କର ରାଜ୍ୟ ଅର୍ଥନୀତିରେ ମଧ୍ୟ କିଛି ଉଣା ଅବଦାନ ନାହିଁ। ସେମାନେ ବାହାରେ ଖଟି ଦୁଇ ଚାରି ପଇସା ସଞ୍ଚୟକରି ନିଜ ରାଜ୍ୟରେ ବିଭିନ୍ନ ଉପାୟରେ ଖର୍ଚ୍ଚ କରିଥାନ୍ତି, ଯାହାର ଚମତ୍କାର ପ୍ରଭାବ ସିଧା ସଳଖ ପଡ଼ୁଛି ରାଜ୍ୟ ଅର୍ଥନୀତିରେ। ବିଭିନ୍ନ ବ୍ୟବସାୟୀଙ୍କ ଜରିଆରେ, ସେହି କର୍ମଜୀବି ଶ୍ରମିକଙ୍କ ପଇସାରୁ ରାଜ୍ୟ ରାଜକୋଷକୁ ପର୍ଯ୍ୟାପ୍ତ ରାଜସ୍ବ ଯାଉଛି। ରାଜ୍ୟ ସରକାର ନିଜ ରାଜ୍ୟରେ ଯୁବକ ଯୁବତୀଙ୍କ ପାଇଁ କର୍ମ ସଂସ୍ଥାନ ବ୍ୟବସ୍ଥା କରିପାରୁନଥିବା ବେଳେ, ସେମାନେ ଅନ୍ୟ ରାଜ୍ୟରେ ଦାଦନ ଖଟି ରାଜ୍ୟର ମୁଣ୍ଡପିଛା ଆୟ ବୄଦ୍ଧି କରୁ ନାହାଁନ୍ତି କି? ସେହି ସବୁ ଶ୍ରମିକଙ୍କୁ ନିଜ ରାଜ୍ୟରେ ପର୍ଯ୍ୟାପ୍ତ ରୋଜଗାରର ଯୋଜନା “୨୦ଲକ୍ଷ କୋଟି” ଭିତରେ ଅଛି ତ?
କୄଷି କ୍ଷେତ୍ରରେ ଆଗରୁ ଲାଗିରହିଥିବା ଅଭାବୀ ବିକ୍ରି ତାଲାବନ୍ଦ କଟକଣାରେ ସଙ୍ଗିନ ସ୍ଥିତିରେ। ତାଲାବନ୍ଦରେ ସବୁଜ ପନିପରିବା ଏବଂ ଫଳମୁଳ ବଜାର ଚାହିଦା ନଥିବାରୁ ଦରଦାମ୍ ମାଗେଣା ସହ ସମାନ। ଲଜିଷ୍ଟିକ ଏବଂ ଲୋକାଲ ଭୋକାଲ କଥା କହୁଥିବା ସରକାର ଚାଷୀମାନଙ୍କୁ ଉପଯୁକ୍ତ ମୁଲ୍ୟ କେବେ ଦେବେ? ଏବେ କୁହା ଯାଉଥିବା କଥା ଯଦି ହୁଏ ତାହେଲେ ୠଣ ପରେ ୠଣ ନେଇ ତାକୁ ଚାଷୀ ପରିଷୋଦ୍ଧ କରିବ କେମିତି ନା ଅସହ୍ୟ ୠଣବୋଝ ସହିନପାରି ପୁଣି ଚାଷୀକୁ ଆତ୍ମହତ୍ୟା କରିବାକୁ ବାଟ ଦେଖେଇ ଦିଆଯାଉଛି।
ତା’ଛଡ଼ା ଏହି ୨୦ଲକ୍ଷ କୋଟି ଟଙ୍କାର ଆୟୋଜନ କେଉଁଠୁ? ଯୋଜନା ନା ଅଣ ଯୋଜନା? ବଜେଟରେ ବ୍ୟବସ୍ଥା ଅଛି ନା ବାହାରୁ ଖୋଲା ବଜାରରୁ ୠଣ? ଦେଶର ନାଗରିକଙ୍କର ମଧ୍ୟ ଜାଣିବାର ଅଧିକାର ଅଛି। କାରଣ ହୁଏତ ପୁଣି ଜିଜିୟା କର ବସିପାରେ। ଆଗରୁ ଅନେକ ଏମିତି ଅନେକ ମନଲୋଭା ଯୋଯନା ବିଷୟରେ ଅନେକ ପ୍ରଚାର ହୋଇଛି। ମୁଦ୍ରା ୠଣ, ଷ୍ଟାଟଅପ୍ ଏବଂ କୌଶଳ ବିକାଶ ତାଲିମ୍ ପରବର୍ତ୍ତୀ ଥଇଥାନ ଯୋଯନାରେ ମୋଟ୍ କେତେ ଲୋକ ଉପକୄତ ହେଇଛନ୍ତି? କେତେ ଲୋକ କର୍ମ ନିଯୁକ୍ତି ପାଇଛନ୍ତି?
ତାଲାବନ୍ଦ ଯୋଗୁଁ ଦେଶର ସମସ୍ତ ମନ୍ଦିର ମସ୍ଜିଦ ଗୀର୍ଜା ପ୍ରାର୍ଥନା ସ୍ଥଳୀ ବନ୍ଦ। ସେସବୁ ଯାଗାରେ ନିୟୋଜିତ ଲକ୍ଷ ଲକ୍ଷ ପଣ୍ଡିତ, ପୁରୋହିତ ସେଇଥିରୁ ତାଙ୍କର ପରିବାର ନିର୍ବାହ କରନ୍ତି। ଆସୁଥିବା ଶ୍ରଦ୍ଧାଳୁ ଦର୍ଶନାର୍ଥିଙ୍କର ଦାନ ଦକ୍ଷିଣା ସେମାନଙ୍କ ରୋଜଗାରର ଏକମାତ୍ର ପନ୍ଥା। ଏବେ ସେମାନେ ସମସ୍ତେ କେମିତି ଅଛନ୍ତି, କିପରି ତାଙ୍କର ଗୁଜୁରାଣ ମେଣ୍ଟୁଛି? ତାଙ୍କ ପାଇଁ କେବେ କେଉଁ ଯୋଯନା କିଏ କରିବେ?
ଲକ୍ଷ ଲକ୍ଷ ପ୍ରବାସୀ ନାଗରିକ ଅର୍ଥାଭାବରୁ ଖାଦ୍ୟାଭାବରୁ ରାସ୍ତାରେ ଡହଡହ ଖରାରେ କିଭଳି ପିଲାଛୁଆଙ୍କୁ କାଖେଇ ମୁଣ୍ଡେଇ ଭୋକ ଉପାସରେ ଚାଲି ଚାଲି ନିଜ ଗାଁ ଗଣ୍ଡାକୁ ଫେରିବାକୁ ବାଧ୍ୟ ହେଉଛନ୍ତି, ଏହା ଦେଖିବା ହେଉ ଛାମୁ। ସେମାନଙ୍କୁ ରାସ୍ତାରେ ଗଣ୍ଡେ ଖାଇବାକୁ ତ ଦୁର କଥା ପାଣି ଟୋପେ ମଧ୍ୟ ପିଇବାକୁ ଏପର୍ଯ୍ୟନ୍ତ ଯୋଗେଇପାରୁନାହଁ। ଏହା ହିଁ, ଶାସନର ଆନ୍ତରିକତା, ଏଇ ୨୦ଲକ୍ଷ କୋଟି ଟଙ୍କିଆ ଯୋଯନାର ଭବିଷ୍ୟତକୁ ସୁଚଉଛି।
ସର୍ବଶେଷରେ ଏତିକି କୁହାଯାଇପାରେ ହେ ମହାଭାଗ, ଏପରି ମହାମାରୀ ମହାବିପଦ ସମୟରେ ପ୍ରତି ମୁହୁର୍ତ୍ତରେ ରାସ୍ତାଘାଟ ଗାଁ ଗହଳି ସହର ବସ୍ତିରୁ ଶୁଭୁଥିବା ଅଗଣିତ ଅସହାୟ ଦୁଃଖିରଙ୍କି ଲୋକ, ଶିଶୁ ବୄଦ୍ଧ ବୄଦ୍ଧାଙ୍କର ଆର୍ତ୍ତନାଦକୁ ହୄଦୟଙ୍ଗମ କରନ୍ତୁ। କୋଟି କୋଟି ଲୋକ ଚାକିରୀ ହରେଇ ସାରିଲେଣି, ଆହୁରି କେତେ ହରେଇବେ ତାହା ଆକଳନ କରିବା ବର୍ତ୍ତମାନ କଷ୍ଟକର। ହେ ସରକାର ସର୍ବଶ୍ରେଷ୍ଠ ଆନ୍ତରିକତାର ସହିତ ସମସ୍ତଙ୍କୁ ମାଗେଣା ଖାଦ୍ୟ ବଦଳରେ ଖଟି ଖାଇବାକୁ ଯଥେଷ୍ଟ ସୁଯୋଗ ଦିଅନ୍ତୁ। କୄଷି, କୁଟୀର ଶିଳ୍ପ ଏବଂ ଗ୍ରାମ୍ୟ ଅର୍ଥନୀତିକୁ ସମୄଦ୍ଧ କରାଯିବା ବର୍ତ୍ତମାନ ସମୟର ସର୍ବମୁଖ୍ଯ ଆହ୍ଵାନ, ଏହାକୁ ସମ୍ମାନ ଦିଅନ୍ତୁ, କାର୍ଯ୍ୟକାରୀ କରନ୍ତୁ। ଅଗଣିତ ଜନସାଧାରଣ ସବୁବେଳେ ସହଯୋଗ କରୁଛନ୍ତି କରିବେ ମଧ୍ୟ। ଘଣ୍ଟ ପିଟି ଦ୍ଵୀପ ଜାଳି ଏହା ଦେଖେଇଛନ୍ତି। ଜନସାଧାରଣଙ୍କୁ ପ୍ରତାରଣା କରି ରାଜନୀତି ନହେଉ। ଜନତା ଜନାର୍ଦ୍ଦନଙ୍କ ଲୁହ ଲହୁରେ କାହାର ମଙ୍ଗଳ ହେବନାହିଁ।
ଆଉ ପ୍ରତ୍ୟେକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସରକାରଙ୍କ ପ୍ରତ୍ୟେକଟି ନିତି ନିୟମ ଆଇନ କାନୁନ ବାସ୍ତବବାଦୀ ହେବା ସହିତ ସବୁ ବର୍ଗର ସବୁ ଶ୍ରେଣୀର ନାଗରିକଙ୍କ ସ୍ଵାର୍ଥକୁ ଦୄଷ୍ଟିରେ ରଖି ପ୍ରଜା ମଙ୍ଗଳ ଯୋଜନା ପ୍ରସ୍ତୁତ ହେବା ଉଚିତ୍। କୌଣସି କାରଣରୁ କେହି ନିରିହ ଜନସାଧାରଣ ରାସ୍ତା ଘାଟରେ କେବେ ଭୋକ ଉପାସରେ ହନ୍ତସନ୍ତ ହେବା ରାଷ୍ଟ୍ର ପାଇଁ କଦାପି ଶୁଭ ସୁଚନା ନୁହେଁ। ଭୋଟ୍ ବ୍ୟାଙ୍କ୍ ଯୋଜନା ବଦଳରେ ଦୀର୍ଘସ୍ଥାୟୀ ଜନକଲ୍ୟାଣ ଯୋଜନା ସରକାରକୁ ଦୀର୍ଘ ଏବଂ ସ୍ଥିର କ୍ଷମତା ସୁଯୋଗରୁ ବଞ୍ଚିତ କରିବ ନାହିଁ।
(ଲେଖକଙ୍କ ଯୋଗାଯୋଗ ନଂ 7978394203)
Previous Post

ଖୁବ୍ ଶୀଘ୍ର କରୋନା ଟୀକା !

Next Post

ମାଡ଼ି ଆସୁଛି ବାତ୍ୟା; ୪ ଜିଲ୍ଲାକୁ ବେଶୀ ବିପଦ!

Next Post
ମାଡ଼ି ଆସୁଛି ବାତ୍ୟା; ୪ ଜିଲ୍ଲାକୁ ବେଶୀ ବିପଦ!

ମାଡ଼ି ଆସୁଛି ବାତ୍ୟା; ୪ ଜିଲ୍ଲାକୁ ବେଶୀ ବିପଦ!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA