Friday, May 8, 2026 10:10 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଗାମୀ ୧୫ ଦିନରୁ ମାସେ ଅଧିକ ଚାଲେଂଜ ହେବ: ମୁଖ୍ୟମନ୍ତ୍ରୀ

by Our Correspondent
26 May, 2020- 04:32 PM
in Latest News, News
1 min read
0
ଆଗାମୀ ୧୫ ଦିନରୁ ମାସେ ଅଧିକ ଚାଲେଂଜ ହେବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କରୋନା ପରିପ୍ରେକ୍ଷୀରେ ଆଗାମୀ ୧୫ ଦିନରୁ ମାସେ ଆମ ପାଇଁ ଅଧିକ ଚାଲେଂଜ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ବିମାନ ଓ ରେଳ ଚଳାଚଳ ଆରମ୍ଭ ହୋଇଥିବାରୁ ଅଧିକ ଲୋକଙ୍କ ଯିବା ଆସିବା ଦୃଷ୍ଟିରୁ ଆମକୁ ଅଧିକ ସତର୍କ ରହିବାକୁ ହେବ । ତେବେ ଏହାକୁ ମୁକାବିଲା କରିବାରେ ଆମେ ସଫଳ ହେବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରାଜ୍ୟରେ କରୋନା ଓ ବାତ୍ୟା ପରବର୍ତ୍ତୀ ସ୍ଥିତି ଉପରେ ମୁଖ୍ୟମନ୍ତ୍ରୀ ଆଜି ଏକ ସମୀକ୍ଷା ବୈଠକ କରିଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୁଇ ମାସ ଲକ୍ ଡାଉନ୍ ରେ ଆମେ ଅନେକ କଥା ଶିକ୍ଷାଲାଭ କରିପାରିଛୁ । ବୈଜ୍ଞାନିକ, ସାମାଜିକ ଏବଂ ପ୍ରଶାସନିକ ଉପଲବ୍ଧି ହାସଲ କରିଛୁ । ଏହି ଉପଲବ୍ଧିକୁ ଭିତ୍ତି କରି ଆମକୁ ଭବିଷ୍ୟତ ପାଇଁ ଷ୍ଟ୍ରାଟେଜି ପୁନଃ ନିର୍ଦ୍ଧାରଣ କରିବାକୁ ହେବ । ଯାହାଦ୍ୱାରା ଆମେ କରୋନା ସଂକ୍ରମଣକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା ସହ ଅର୍ଥନୈତିକ ଓ ଜୀବନଜୀବିକା କାର୍ଯ୍ୟକ୍ରମରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିପାରିବା ।
ଭାରତବର୍ଷ ବିଶେଷକରି ଓଡ଼ିଶାରେ କରୋନା ଭୂତାଣୁ ଆଚରଣ ନେଇ ଆମେ ଯେଉଁ ଶିକ୍ଷା ପାଇଛୁ ତାହା ଆମକୁ ଆଶା ଦେଇଛି । ସାମାଜିକ ଦୂରତ୍ୱର କଡ଼ାକଡ଼ି ପାଳନ, ମୁହଁରେ ମାସ୍କ ପିନ୍ଧିବା ଏବଂ ବାରମ୍ବାର ହାତ ସଫା କରିବା ଦ୍ୱାରା ମହାମାରୀ ବିସ୍ତାରକୁ ରୋକାଯାଇପାରିବ । ଏଥିସହ ବିପଦଶଙ୍କୁଳ ଜନସାଧାରଣ, ବୟସ୍କ ତଥା ଗୁରୁତର ରୋଗଦ୍ୱାରା ପୀଡ଼ିତ ବ୍ୟକ୍ତିଙ୍କର ଅଧିକ ଯତ୍ନ ଆବଶ୍ୟକ । ଏହିସବୁ ବିଷୟକୁ ପ୍ରାଧାନ୍ୟ ନେଇ ୧୫ ଦିନ ବ୍ୟାପୀ ବ୍ୟାପକ ଜନସଚେତନତା ସଚେତନତା କାର୍ଯ୍ୟକ୍ରମ କରାଯିବ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସାମାଜିକ ଦୂରତା ସାମାଜିକ ବୟକଟ୍ ନୁହେଁ । ଏଥିପାଇଁ ସଚେତନତା ସୃଷ୍ଟି ସହ କଡ଼ା କାର୍ଯ୍ୟାନୁଷ୍ଠାନ ଆବଶ୍ୟକ । ଏହାକୁ ଲକ୍ଷ୍ୟ ରଖି ଚଳିତ ସପ୍ତାହର କାର୍ଯ୍ୟକ୍ରମ କରାଯିବ ।
ଆଗ ଧାଡ଼ିରେ ଲଢ଼ୁଥିବା ଯୋଦ୍ଧା ଏବଂ ବିପଦ ସଙ୍କୁଳ ଲୋକଙ୍କର ସଠିକ ସମୟରେ ପରୀକ୍ଷା କରାଯିବା ଦରକାର । କରୋନା ଟେଷ୍ଟିଂରେ ସାରା ଦେଶର ଅଗ୍ରଣୀ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ରହିଛି । ଏହାକୁ ଅଧିକ ବିକେନ୍ଦ୍ରୀକରଣ କରାଯାଇ ସାରା ରାଜ୍ୟର କୋଣ ଅନୁକୋଣରେ ଟେଷ୍ଟିଂ ସୁବିଧା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଆଇସିଏମଆର ଅନୁମୋଦକ୍ରମେ କ୍ୱାରେଣ୍ଟାଇନ୍ ଅବଧି ନିୟମରେ ପରିବର୍ତ୍ତନ କରାଯାଇଥିବା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବା ସହ ଆବଶ୍ୟକତା ଦେଖି ସରକାରୀ କ୍ୱାରେଣ୍ଟାଇନ୍ ସୁବିଧାର ସମୟସୀମା ବୃଦ୍ଧି କରିବାକୁ ଜିଲ୍ଲାପାଳମାନଙ୍କୁ କ୍ଷମତା ଦିଆଯାଇଥିବା କହିଛନ୍ତି ।
ସଂକ୍ରମଣ ରୋକିବା କ୍ଷେତ୍ରରେ ଗ୍ରାମ ପଞ୍ଚାୟତସ୍ତରରେ କାର୍ଯ୍ୟକାରୀ ହେଉଥିବା ଟିଏମସି ଗୁଡ଼ିକର ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ । ୯୫% ପଜିଟିଭ୍ କେସ୍ ଏହି ସବୁ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଆସୁଛି । ସରପଞ୍ଚ, ସ୍ଥାନୀୟ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ତଳୁ ଉପର ପର୍ଯ୍ୟନ୍ତ ସରକାରୀ କଳ ଓ ବ୍ୟବସ୍ଥା ଯୋଗୁଁ ଏହା ସମ୍ଭବ ହୋଇପାରିଛି । କୋଭିଡ୍ ବିରୋଧରେ ଦିନ ରାତି ଅକ୍ଲାନ୍ତ ପରିଶ୍ରମ କରୁଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପ୍ରଶଂସା କରିଥିଲେ ।
ପ୍ରବାସୀମାନଙ୍କୁ ସାହାଯ୍ୟ କରିବା ପାଇଁ ସରକାର ଜିରୋ ୱାକିଂ ଇନସାଇଡ୍ ଓଡ଼ିଶା ନୀତି କାର୍ଯ୍ୟକାରୀ କରୁଛନ୍ତି । ଏହାକୁ ସଫଳତାର ସହ କାର୍ଯ୍ୟକାରୀ କରିବାରେ ରାଜ୍ୟ ପୁଲିସର କାର୍ଯ୍ୟଦକ୍ଷତାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ ।
ଗୋଟିଏ ପକ୍ଷରେ କୋଭିଡ ୧୯ ର ମୁକାବିଲା ଏବଂ ଅନ୍ୟପକ୍ଷରେ ମହାବାତ୍ୟାର ସଫଳ ମୁକାବିଲାରେ ସରକାରୀ କଳକୁ ରାଜ୍ୟବାସୀଙ୍କ ଅକୁଣ୍ଠ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପ୍ରଶଂସା ଓ ଧନ୍ୟବାଦ ଜଣାଇଥିଲେ । ସମସ୍ତଙ୍କ ତ୍ୟାଗ ଆମକୁ ଆଗକୁ ବଢ଼ିବାରେ ପ୍ରେରଣା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ପ୍ରବାସୀଙ୍କ ପାଇଁ କ୍ୱାରେଣ୍ଟାଇନ୍ ସମସ୍ୟା ନାହିଁ

ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ କହିଛନ୍ତି, ଓଡ଼ିଶାରେ କ୍ୱାରେଣ୍ଟାଇନ୍ ପାଇଁ ଯେତିକି ସୁବିଧା ଅଛି ତାହାର ମାତ୍ର ୩୦ ପ୍ରତିଶତ ବ୍ୟବହୃତ ହୋଇଛି । ତେଣୁ ଅଧିକ ପ୍ରବାସୀଙ୍କ ପାଇଁ କୌଣସି ସମସ୍ୟା ନାହିଁ । ବର୍ତ୍ତମାନ ସୁଦ୍ଧା ୮୦ ହଜାର ପ୍ରବାସୀ ହୋମ୍ କ୍ୱାରେଣ୍ଟାଇନ୍ କୁ ଯାଇସାରିଛନ୍ତି ।
କୋଭିଡ ରୋଗରେ ଓଡ଼ିଶାରେ ସୁସ୍ଥତା ହାର ୪୨.୭୮ ପ୍ରତିଶତ ଯାହାକି ଜାତୀୟ ହାରଠାରୁ ଭଲ । ସେହିଭଳି ମୃତୁ୍ୟହାର ହେଉଛି ୦.୪୬% । ରାଜ୍ୟରେ ବର୍ତ୍ତମାନ ୧୪ଟି ପରୀକ୍ଷାଗାରରେ ଟେଷ୍ଟିଂ କରାଯାଉଛି ଏବଂ ଟେଷ୍ଟିଂ କ୍ଷମତା ଦିନକୁ ୫୫୦୦ କୁ ବୃଦ୍ଧି ପାଇଛି ।
ବର୍ତ୍ତମାନ ସୁଦ୍ଧା ୧୦୯ ଟି ସ୍ୱତନ୍ତ୍ର ଟ୍ରେନ୍ ରେ ୧,୫୩,୭୩୮ ଜଣ ପ୍ରବାସୀ ରାଜ୍ୟରେ ପହଞ୍ଚିଛନ୍ତି । ଅନ୍ୟ ପରିବହନ ମାଧ୍ୟମ ଜରିଆରେ ଓଡ଼ିଶା ଆସୁଥିବା ଲୋକଙ୍କ ସୁବିଧା ପାଇଁ ରାଜ୍ୟ ସରକାର ‘ମୋ ସରକାର କଲ୍ ସେଣ୍ଟର୍’ ଆରମ୍ଭ କରିଥିବା ବୈଠକରେ ସୂଚନା ଦିଆଯାଇଛି ।
ନରେଗାରେ ବର୍ତ୍ତମାନ ଦିନକୁ ୧୦ ଲକ୍ଷ ଶ୍ରମ ଦିବସ ସୃଷ୍ଟି ହୋଇଥିବା ବେଳେ ଏହାକୁ ଦୈନିକ ୨୦ ଲକ୍ଷକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଥିବା ବୈଠକରେ ମୁଖ୍ୟ ଶାସନ ସଚିବ କହିଛନ୍ତି ।
Previous Post

ସୋଆ ପ୍ରସ୍ତୁତ କଲା ସ୍ୱତନ୍ତ୍ର ସାନିଟାଇଜର୍

Next Post

ବୋମାମାଡ଼ କରି ପଶିଲେ, ଘର ଲୋକଙ୍କୁ ହାଣି ସବୁ ଲୁଟିନେଲେ

Next Post
ବୋମାମାଡ଼ କରି ପଶିଲେ, ଘର ଲୋକଙ୍କୁ ହାଣି ସବୁ ଲୁଟିନେଲେ

ବୋମାମାଡ଼ କରି ପଶିଲେ, ଘର ଲୋକଙ୍କୁ ହାଣି ସବୁ ଲୁଟିନେଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA