ପୁରୀ: ଆଜି(ଶନିବାର) ରଥ ଚାନ୍ଦିରେ ତିନି ରଥର ତୃତୀୟ ଭୂଇଁ କାମ ଆରମ୍ଭ ହୋଇ ଶେଷ ହୋଇଛି । ଗତକାଲି ତିନି ରଥରେ ‘ଚଣକା’ ଫିଟିଙ୍ଗ୍ ହୋଇ ତାହା ଉପରେ ଛ୩ କାଠ ଚାରି ନାହାକାରେ ଲାଗିଥିଲା । ଆଜି ତିନି ରଥରେ ନଡିଆ ଗର ରଥଦଣ୍ଡା ଦେହରେ ୧୪ ନାହାକା ପାଇଁ ଫିଟିଙ୍ଗ୍ କରାଯାଇଛି ।

ଋୂପକାର ସେବକମାନେ ରଥ ଚାନ୍ଦିରେ ନାଟ ଗୋଡ଼ରେ ରାହୁରୂପ ଖୋଦେଇ ସହ ‘ଚାର ପରିଛା’ ଦେହରେ ଡାଳିଲତା ସହ ହାତୀ ମୂର୍ତ୍ତି ଖୋଦେଇ କାମ ଜାରି ରଖିଛନ୍ତି ।
ଦୋଳବେଦୀ ଅସ୍ଥାୟୀ ଶାଳରେ ଓଝା ସେବକମାନେ ‘ଜୋକିଆ’ କଣ୍ଟା ନିର୍ମାଣରେ ଲାଗିଛନ୍ତି ।







