Sunday, May 31, 2026 02:46 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୈଦାନ୍ କୁ ଫେରିଲେ ବାଗଚୀ

by Our Correspondent
06 Jun, 2020- 10:31 PM
in Latest News, News
1 min read
0
ମୈଦାନ୍ କୁ ଫେରିଲେ ବାଗଚୀ
Spread the love
ଭୁବନେଶ୍ୱର: ଫେରିଛନ୍ତି ସୁବ୍ରତ ବାଗଚୀ । ଦୀର୍ଘ ଦିନ ଧରି ଗାଏବ ରହିଥିବା ଓଡ଼ିଶା ସରକାରଙ୍କ କୋଭିଡ୍ ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ଆଜି ପୁଣି ମୈଦାନକୁ ଆସିଛନ୍ତି । ବାଗଚୀ ଆଜି ତାଙ୍କ ସମ୍ବୋଧନରେ ଚିରାଚରିତ ଭାବେ ବିଭିନ୍ନ ଢ଼ଗଢ଼ାଗ ଦେଇ କରୋନା ସମ୍ପର୍କରେ ସଚେତନତା ବାଣ୍ଟିଛନ୍ତି । କରୋନା ଲମ୍ବା ଲଢ଼େଇରେ ଜୁନ୍ ମାସ ନିର୍ଣ୍ଣାୟକ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟକୁ ନିଜ ଶୈଳୀରେ ଉପସ୍ଥାପିତ କରିଛନ୍ତି ।
ବାଗଚୀ କହିଥିଲେ, ଜୁନ୍ ମାସ ହେଉଛି କରୋନାର ଚତୁର୍ଥ ପର୍ଯ୍ୟାୟ ସମୟ । ଆମେ ଜୀବନ, ଜୀବିକା ଦ୍ୱନ୍ଦ ଭିତରେ ରହିଥିବା ବେଳେ ବାସ୍ତବତାକୁ ଗ୍ରହଣ କରିବାକୁ ପଡ଼ିବ । କରୋନାକୁ ନ ଜଗିଲେ ଜଙ୍ଗଲର ମଣିଷଖିଆ ବାଘ ପରି ଆମ ଆଡକୁ ମାଡ଼ି ଆସିବ । ଆମେ ନିଜକୁ, ପରିବାରକୁ, ସମାଜକୁ ଆସନ୍ନ ବିପଦରୁ ରକ୍ଷା କରିବାକୁ ପଡ଼ିବ ।
ଜୁନ୍ ମଝିରୁ ଜୁଲାଇ ମଝି ପର୍ଯ୍ୟନ୍ତ କରୋନା ସଂକ୍ରମଣ ବିସ୍ଫୋରଣ ଆକାର ଗ୍ରହଣ କରିବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଥିବାରୁ ଆମକୁ ଯଥେଷ୍ଟ ସତର୍କ ରହିବାକୁ ପଡ଼ିବ । ଲକ୍ ଡାଉନ୍ କୋହଳକୁ କରୋନା ସରିଗଲା ବୋଲି ଭାବିଲେ ଭୟଙ୍କର ପରିସ୍ଥିତି ହେବ । ଜୁନ୍ ଘାଟି ପାରିହେଲେ ଯାଇ ଆମ ଉପରୁ ବିପଦ ଟଳିବ । ମହାପ୍ରଭୁ ତିନି ମାସ ଧରି ଭକ୍ତଙ୍କଠାରୁ ଦୂରରେ ରହି କଷ୍ଟ ସହୁଛନ୍ତି । ନିଜେ ମହାପ୍ରଭୁ ବେଢ଼ି ପିନ୍ଧୁଛନ୍ତି, ଆସନ୍ତୁ ଆମେ ବେଢ଼ି ପିନ୍ଧିବା ଏବଂ ସୁସ୍ଥରେ ରହିବା ବୋଲି କହିଥିଲେ ବାଗଚୀ ।
ବାଗଚୀ ଆରମ୍ଭରୁ ଶ୍ରୀଜୀଉଙ୍କ ସ୍ନାନଯାତ୍ରାର ସଫଳତା ଉପରେ କହିଥିଲେ । କୋଭିଡ୍ ନିୟମ ଭିତରେ ସ୍ନାନଯାତ୍ରା ଅତ୍ୟନ୍ତ ସମନ୍ୱିତ, ଶୃଙ୍ଖଳା ଓ ସୁରୁଖୁରୁରେ ଶେଷ ହେଲା । ସେଥିପାଇଁ ସମସ୍ତ ସେବାୟତ, ଶ୍ରୀମନ୍ଦିର ସେବକ ଏବଂ ପ୍ରଶାସନ ଧନ୍ୟବାଦର ପାତ୍ର । ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ବଧେଇ ଓ ଧନ୍ୟବାଦ ଜଣାଇଛନ୍ତି । ସେହିଭଳି ଗଜପତି ମହାରାଜା କୋଭିଡ୍ ଯୁଦ୍ଧରେ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ବୟସ ଦୃଷ୍ଟିରୁ କୋଭିଡ୍ ନିୟମ ମାନି ଛେରା ପହଁରାରୁ ନିବୃତ ରହି ଶ୍ରୀନଅରରେ ରହିଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ।
କୋଭିଡ୍ ମ୍ୟାନେଜମେଣ୍ଟ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀଙ୍କ ଅଦଳବଦଳକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ସ୍ପଷ୍ଟୀକରଣ ଦେଇଥିଲେ ବାଗଚୀ । ଯୁଦ୍ଧ ପୂର୍ବରୁ ସେମାନଙ୍କୁ ଦାୟିତ୍ୱ ଦିଆଯାଇ ପ୍ରସ୍ତୁତି ଜୋରଦାର କରାଯାଇଥିଲା । ଏବେ ପ୍ରଶାସନର ସୁବିଧା ପାଇଁ ସେମାନଙ୍କୁ ମୂଳ ବିଭାଗର ଦାୟିତ୍ୱ ବୁଝିବାକୁ ଦିଆଯାଇଛି । ସେମାନଙ୍କ କ୍ଲାନ୍ତ ଦୂର କରି ନୂଆ ଯୋଦ୍ଧାମାନଙ୍କୁ ଦାୟିତ୍ୱ ଦେବାର ବେଳ ଆସିଛି । ତେଣୁ ଏହି ଅଦବଳବଦଳକୁ ନେଇ ସୃଷ୍ଟି କରାଯାଉଥିବା ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ । ଏହା ହେଲେ କରୋନା ଯୁଦ୍ଧର ସମ୍ମୁଖ ଭାଗରେ ଲଢ଼ୁଥିବା ଏହି ଯୋଦ୍ଧାମାନେ ହତୋତ୍ସାହିତ ବୋଲି ବାଗଚୀ କହିଥିଲେ ।
ସୂଚନାଯୋଗ୍ୟ, ଦୀର୍ଘ ଦିନ ପରେ ବାଗଚୀଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ସୋସିଆଲ୍ ମିଡ଼ିଆରେ ସରଗରମ ଚର୍ଚ୍ଚା ହେଉଛି । କୋଭିଡ୍ ମୁକାବିଲା ପାଇଁ ଶ୍ରୀ ବାଗଚୀ ଏବଂ ତାଙ୍କ ପତ୍ନୀ ସୁସ୍ମିତା ବାଗଚୀ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଅଢ଼େଇ କୋଟି ଦାନ କରି ପ୍ରଶଂସିତ ହେବା ସହ ଅଧିକ ଚର୍ଚ୍ଚାରେ ଅଛନ୍ତି ।
Previous Post

ଅଭିଭାବକଙ୍କୁ ଶୋଷଣ ପାଇଁ ନାମଲେଖା!

Next Post

ରଥଖଳାରୁ.. ତିନି ରଥର ତୃତୀୟ ଭୂଇଁ କାମ ଶେଷ

Next Post
ରଥଖଳାରୁ.. ତିନି ରଥର ତୃତୀୟ ଭୂଇଁ କାମ ଶେଷ

ରଥଖଳାରୁ.. ତିନି ରଥର ତୃତୀୟ ଭୂଇଁ କାମ ଶେଷ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA