ଭୁୁବନେଶ୍ୱର: ରାଜ୍ୟ ସରକାର ସମସ୍ତ ସ୍କୁଲ, କଲେଜକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଛନ୍ତି । ଅଥଚ ଜୁଲାଇ ମାସରେ ସ୍କୁଲ୍ ର ନାମଲେଖା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ଏଭଳି ବିପରୀତଧର୍ମୀ ଆଦେଶକୁ ଓଡ଼ିଶା ଅଭିଭାବକ ମହାସଂଘ ପ୍ରଶ୍ନ କରିବା ସହ ଅଭିଭାବକମାନଙ୍କୁ ଶୋଷଣ ପାଇଁ ଉଦ୍ଦିଷ୍ଟ ବୋଲି ଅଭିଯୋଗ କରିଛନ୍ତି ।
ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି, ଓଡିଶାରେ ପ୍ରତିଦିନ ଶହ ଶହ ସଂଖ୍ୟାରେ କରୋନା ରୋଗୀ ଚିହ୍ନଟ ହେଉଛନ୍ତି l ଏହି ସଂଖ୍ୟା ପ୍ରତିଦିନ ବଢି ବଢି ଚାଲିଛି l ଏବେ ଓଡ଼ିଶାର ତିରିଶଟି ଜିଲ୍ଲା ଆକ୍ରାନ୍ତ l ମାନ୍ୟଵର ମୁଖ୍ୟମନ୍ତ୍ରୀ ଜନସାଧାରଣ ମାନଙ୍କୁ ଏ ସଂକ୍ରାନ୍ତରେ ସମ୍ବୋଧନ କରି ସଚେତେନ କରାଇବା ସହ ଆଗକୁ ବହୁତ ଅସମ୍ଭବ ପରିସ୍ଥିତି ପାଇଁ ସଜାଗ ରହିବା ଆହ୍ୱାନ ଦେଇଛନ୍ତି, ତାସାହିତ କଠୋର ନିଷ୍ପତି ନେଇ ସପ୍ତାହରେ ଦୁଇଦିନ ଏଗାରଟି ଜିଲ୍ଲାରେ ସମ୍ପୂର୍ଣ ବନ୍ଦ କରିଛନ୍ତି l ଏହା ଜୀବିକା ଉପରେ ପ୍ରଭାବ ପକାଇଲେ ମଧ୍ୟ କରୋନା କୁ ରୋକିବାକୁ କଠୋର ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର l ଏଗାରଟି ଜିଲ୍ଲା ବନ୍ଦ ହେଵା ସହ ଓଡ଼ିଶାରେ ସବୁ ଶିକ୍ଷାନୁଷ୍ଠାନ ଗୁଡିକୁ ଜୁଲାଇ 31 ପର୍ଯ୍ୟନ୍ତ ବନ୍ଦ ରଖିଛନ୍ତି l ଏହା ପୁଣି ମୁଖ୍ୟଶାସନ ସଚିବଙ୍କ ଦସ୍ତଖସ୍ତରେ ଗତ 02.06.20 ରେ ସ୍ଵଂତନ୍ତ୍ର ରିଲିଫ କମିଶନର ଅର୍ଡର କରିଛନ୍ତି l ସେହି ଅର୍ଡ଼ରରେ ବରିଷ୍ଟ ନାଗରିକ ଓ ଦଶ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ବାହାରକୁ ସମ୍ପୂର୍ଣ ବାରଣ କରାଯାଇଛି l
ଗତ କଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରାଥମିକ ଓ ମାଧ୍ୟମିକ ଛାତ୍ରଛାତ୍ରୀ ମାନଙ୍କ ନାମଲେଖା ଆସନ୍ତା ଜୁଲାଇ 15 ତାରିଖ ସୁଦ୍ଧା ସମ୍ପୂର୍ଣ କରିବା ପାଈଁ ନିର୍ଦ୍ଦେଶ ଦେଇ ଥିବାରୁ ଏହା ମୁଖ୍ୟଶାସନ ସଚିବଙ୍କ ନିର୍ଦ୍ଦେଶର ସମ୍ପୂର୍ଣ ବିପରୀତ l ଏହାକୁ ଆଳ କରି ବେସରକାରୀ ବିଦ୍ୟାଳୟ ମାନେ ନାମଲେଖା ନାମରେ ଅଭିଭାବକ ମାନଙ୍କୁ ଶୋଷଣ କରିବେ, ପୁଣି ନାମଲେଖା ପରେ ମାସିକ ଫି ମାଗିବେ ଏବଂ ରି-ଆଡ଼ମିସନ ନାମରେ ଲୁଟ କରିବେ l ଏହାକୁ ରୋକିବା ଅସମ୍ଭବ ହୋଇପଡିବ l ଏପରି ପରିସ୍ଥିତିରେ କରୋନା ବୃଦ୍ଧି ପାଇବାସହ ଲୁଟର ଶିକାର ଅଭିଭାବକ ମାନେ ହେବେ l
କେଉଁ ନିର୍ଦ୍ଦେଶ କୁ ମାନିବେ ପ୍ରଶ୍ନ ଉଠାଇଛି ଓଡିଶା ଅଭିଭାବକ ମହାସଂଘ l ସବୁ ଅଭିଭାବକ ମାନେ ପିଲାଙ୍କୁ ସ୍କୁଲ ନ ପଠାଇବାକୁ ଚାହୁଁଛନ୍ତି, ତେଣୁ ଏହାକୁ ଫେରାଇ ନିଆଗଲେ ସମସ୍ତେ ଖୁସି ହେବେ l ଭାରତ ସରକାର ଶିକ୍ଷା ବର୍ଷ ଓ ପାଠ୍ୟକ୍ରମ ଘୋଷଣା କଲାପରେ ସ୍କୁଲ ଖୋଲିବା ଉପରେ ନିଷ୍ପତି ନିଆଗଲେ ଆମେ ସହଯୋଗ କରିବାକୁ ପ୍ରସ୍ତୁତ ଅଛୁ ଅଛୁ ବୋଲି ଶ୍ରୀ ଭଟ୍ଟ କହିଛନ୍ତି ।