Friday, August 7, 2026 09:08 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଭକ୍ତଙ୍କଠୁ ଦୂରରେ ଭକ୍ତବତ୍ସଳଙ୍କ ସ୍ନାନଯାତ୍ରା

by Our Correspondent
06 Jun, 2020- 02:47 PM
in Entertainment, Guest Column, Latest News, News
1 min read
0
ଭକ୍ତଙ୍କଠୁ ଦୂରରେ ଭକ୍ତବତ୍ସଳଙ୍କ ସ୍ନାନଯାତ୍ରା
ଗୋପାଳ ସାହୁ, ସ୍ୱତନ୍ତ୍ର ପ୍ରତିନିଧି

ଭାବ ବିନୋଦିଆ ଠାକୁର ଭକ୍ତ ବତ୍ସଳ ହରି ।
ଭକ୍ତଙ୍କ ପାଇଁ କଳେବର ଦଶ ମୁରତି ଧରି ।।
ଭକ୍ତ ପାଇଁ ଯା’ର ବାରଯାତ୍ରା, ସବୁଲୀଳା ଖେଳା ଆଉ ହୄଦୟ ସବୁବେଳେ କାନ୍ଦୁଥାଏ, ସେଇ ଭାବ ବିନୋଦିଆ ଜଗନ୍ନାଥ, ଭକ୍ତ ମାନଙ୍କୁ ନଆଣି ନିଜ ଭଉଣୀ ଏବଂ ବଡ଼ଭାଇଙ୍କ ସହିତ ସ୍ନାନବେଦୀରେ, ଏବର୍ଷର ଆଦ୍ୟପର୍ବ ସ୍ନାନଯାତ୍ରା ସମାପନ କରିଦେଲେ। ଗହଳ ଚହଳ ପ୍ରୀୟ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ନା ଥିଲା ଭକ୍ତଙ୍କ ଗହଳି ନା ଗଗନ ପବନକୁ ପ୍ରକମ୍ପିତ କରୁଥିବା ଭକ୍ତଙ୍କ ହରିବୋଲ ହୁଳହୁଳି। ହେ କାଳିଆ ସାଆନ୍ତେ ତମର ଇଏ କେଉଁ ମାନବୀୟ ଲୀଳା?
ସାରା ଜଗତ ଏବେ ଜୁଝୁଛି ମହାମାରୀ କରୋନା ସହିତ। ଜୀବନଘାତି କରୋନା ଭୁତାଣୁ ସଙ୍କ୍ରମଣରୁ ରକ୍ଷା ପାଇବାକୁ ସମସ୍ତେ ସବୁଜାଗାରେ ସାମାଜିକ ଦୁରତା ରକ୍ଷା କରିବା ଜରୁରୀ ବୋଲି ସରକାରଙ୍କର କଡ଼ା ନିର୍ଦ୍ଦେଶ। ଦେଶସାରା ମଠ, ମନ୍ଦିର, ମସ୍ଜିଦ୍, ଗୀର୍ଜା ଏବଂ ପ୍ରାର୍ଥନା କେନ୍ଦ୍ର ଇତ୍ୟାଦିରେ ସବୁଠି ଶ୍ରଦ୍ଧାଳୁଙ୍କ ପ୍ରବେଶ ଦର୍ଶନ ପ୍ରାର୍ଥନା ମନା। ଭଗବାନ ଏବଂ ଭକ୍ତଙ୍କ ମଝିରେ ପ୍ରକାଣ୍ଡ ପାଚେରୀ। ଜୀବନରେ ବିପଦ ଆସିଲେ, ଆଶାଭରସା ରଖି ଯେଉଁ ପ୍ରଭୁ ପାଖକୁ ମଣିଷ ଦୌଡ଼ିଯାଏ ଆଜି ଏ ମହାବିପଦ ବେଳରେ ତା’ପାଖକୁ ଯିବା ମନା। କାହା ଆଗେ ଦୁଃଖ ଜଣେଇବ, କାହା ଆଗେ ହାତପାତି ମଙ୍ଗଳ କାମନା କରିବ ଏ ବିଚରା ମଣିଷ!
ମହାପ୍ରଭୁ ଜଗନ୍ନାଥଙ୍କର ଲୀଳା ବଡ଼ ରହସ୍ୟମୟ ଆଉ ଅଭେଦ୍ୟ। ସାଧୁ ସନ୍ଥ ମୁନିଋଷି ଦେବାଦେବୀଙ୍କୁ ମଧ୍ୟ ଅଗୋଚର। ପରବ୍ରହ୍ମ ଶ୍ରୀପୁରଷୋତ୍ତମଙ୍କ ବିନା ଇଛାରେ ଗଛରେ ପତ୍ରଟିଏ ମଧ୍ୟ ହଲେନି ବୋଲି କୁହାଯାଏ। ସେ କେବଳ ଭାବର ବନ୍ଧନରେ ବନ୍ଧା। ଭକ୍ତିର ଡୋରିରେ ଛନ୍ଦା।
ପୁରାତନ ଗ୍ରନ୍ଥ ଅନୁସାରେ ଜ୍ୟେଷ୍ଠମାସ ଅମାବାସ୍ୟା ଦିନ ବ୍ରହ୍ମାଙ୍କ ମାନସପୁତ୍ର ମନୁ ଏକ ଯଜ୍ଞ କରୁଥିଲେ ଏବଂ ସେହି ଯଜ୍ଞବେଦୀରେ ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ସ୍ୱୟଂ ଭଗବାନ ଜଗନ୍ନାଥ ଅବତୀର୍ଣ୍ଣ ହୋଇଥିଲେ। ତେଣୁ ସ୍ଵାଭାବିକ ଭାବେ ଜ୍ୟେଷ୍ଠମାସର ପୂର୍ଣ୍ଣିମା ତିଥି ପ୍ରଭୁଙ୍କ ଜନ୍ମ ଉତ୍ସବ ଭାବରେ ପରିଚିତ। ଏହି ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ମହାପ୍ରଭୁଙ୍କର ଆଦ୍ୟପର୍ବ ମଞ୍ଚସ୍ନାନ ଅନୁଷ୍ଠିତ ହେଉଛି ତେଣୁ ଏହା ଦେବସ୍ନାନ ପୂର୍ଣ୍ଣିମା ଭାବେ ପରିଚିତ ବୋଲି ବିଭିନ୍ନ ପୁରାଣ ଶାସ୍ତ୍ରରେ ଉଲ୍ଲେଖ ହୋଇଛି। “ଅବତୀର୍ଣ୍ଣଃ ସ୍ୱୟଂ ଜ୍ୟେଷ୍ଠାଂ ତତ୍ର ଜନ୍ମଦିନମ୍ ମମ ।” ବର୍ଷକେ ବାରଯାତ୍ରା ମଧ୍ୟରେ ଏହା ଠାକୁରଙ୍କର ଆଦ୍ୟଯାତ୍ରା ବା ଆଦ୍ୟପର୍ବ ଭାବରେ ପ୍ରସିଦ୍ଧ।
ଲୀଳାମୟ ଭଗବାନଙ୍କର ମାନବୀୟ ଲୀଳା ମଧ୍ୟ ଆହୁରି ହୄଦୟଗ୍ରାହୀ। ରକ୍ତମାଂସ ଦେହଧାରୀ ମଣିଷ ପରି ସାଂସାରିକ ରୋଗ, ଦୁଃଖ, ଶୋକ ପ୍ରଭୃତି ତାଙ୍କର ଏହି ଲୀଳା। ତେଣୁ ଲୋକ ମୁଖରେ କଥିତ ଅଛି – “ଯଥା ଦେହେ ତଥା ଦେବେ ।” ମହାପ୍ରଭୁ ଜଣେ ସାଧାରଣ ମଣିଷଟିଏ ପରି ବୈଶାଖ ଜ୍ୟେଷ୍ଠ ମାସର ଅସହ୍ୟ ଖରା ଦାଉରେ ଅତିଷ୍ଠ ହୋଇ ପୂର୍ଣ୍ଣିମା ତିଥିରେ ମଞ୍ଚସ୍ନାନ କରନ୍ତି। ବିଭିନ୍ନ ପୁରାଣରେ ବର୍ଣ୍ଣିତ ଅଛି ଯେ ସ୍ନାନ ପୂର୍ଣ୍ଣିମାରେ ଦାରୁବ୍ରହ୍ମଙ୍କର ପରମ ଅଲୌକିକ ମଞ୍ଚସ୍ନାନ ବା ସ୍ନାନବେଦୀ ଦର୍ଶନ କରିବା ପାଇଁ ଆକାଶରେ ଦେବାଦେବୀ ଉପସ୍ଥିତ ରହି ପୁଷ୍ପବୃଷ୍ଟି କରନ୍ତି। ପ୍ରମାଣ ସ୍ଵରୁପ ପ୍ରତିବର୍ଷ ସ୍ନାନଯାତ୍ରା ସମୟରେ ଅଳ୍ପ ବହୁତ ବର୍ଷା ନିଶ୍ଚୟ ହୋଇଥାଏ। ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ କଲେ କୋଟି ପୁଣ୍ୟ ଫଳ ମିଳିଥାଏ ବୋଲି ପୁରାଣରେ ଅଛି। ସ୍ଵୟଂ ସୄଷ୍ଟିକର୍ତ୍ତା ଭଗବାନ ବ୍ରହ୍ମା କହିଛନ୍ତି :-
ଯତ୍ ଫଳଂ ସ୍ନାନ ଦାନେନ ରାହୁଗ୍ରସ୍ତେ ଦିବାକରେ!
ତତ ଫଳଂ କୃଷ୍ଣ ମା ଲୋକ୍ୟ ମହା ଜ୍ୟେଷ୍ଠା ଲଭେନରଃ ॥
ଅର୍ଥାତ ରାହୁଗ୍ରସ୍ତ ସୂର୍ଯ୍ୟପରାଗ ସମୟରେ ସ୍ନାନ ଦାନାଦିର ଫଳ ଅପେକ୍ଷା ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନ ମଣ୍ଡପରେ ପରବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଆହୁରି ଅଧିକ ଫଳ ମିଳିଥାଏ। ସମସ୍ତ ଯାନିଯାତ୍ରା ମହୋତ୍ସବରେ ଶ୍ରୀଜୀଉମାନଙ୍କର ଚଳନ୍ତି ପ୍ରତିମା ମଦନମୋହନ ବିଜେ ହେଉଥିବା ବେଳେ କେବଳ ସ୍ନାନଯାତ୍ରା ଓ ଶ୍ରୀଗୁଣ୍ଡିଚା ଯାତ୍ରା, ଏଇ ଦୁଇଟିରେ ସ୍ଵୟଂ ଶ୍ରୀଜୀଉମାନେ ରତ୍ନବେଦୀରୁ ବିଜେ ହୁଅନ୍ତି। ଆଗକାଳରେ ସ୍ନାନ ମଣ୍ଡପଟି ଗୋଟିଏ ମଞ୍ଚ ସଦୃଶ କାଠରେ ନିର୍ମାଣ କରାଯାଇ ସ୍ନାନଯାତ୍ରା ସମ୍ପର୍ଣ୍ଣ ହେଉଥିଲା। ତେଣୁ ଏହାକୁ ‘’ମଞ୍ଚସ୍ନାନ’’ ମଧ୍ୟ କୁହାଯାଉଥିଲା। ସମୟକ୍ରମେ ମହାପ୍ରଭୁଙ୍କ ସ୍ନାନଯାତ୍ରା ନିମନ୍ତେ ଏହି ସ୍ୱତନ୍ତ୍ର ସ୍ନାନମଣ୍ଡପ ନିର୍ମାଣ ହେଇଛି, ଏହାକୁ ସ୍ନାନବେଦୀ ଭାବରେ ସମସ୍ତ ଜାଣନ୍ତି।
ସମସ୍ତ ବିଧି ବିଧାନ ମୁତାବକ ୧୦୮ ନୁଆ ଗରାରେ ସୁନା କୁଅରୁ ଜଳ ଆଣି ଅଭିମନ୍ତ୍ରିତ କରି ସେହି ଜଳରେ ପୂର୍ବରୁ ପ୍ରସ୍ତୁତ ଚୁଆ, କେଶର, ଚନ୍ଦନ ଏବଂ କର୍ପୂର ଇତ୍ୟାଦି ମିଶେଇ ସୁବାସିତ କରାଯାଇ ଅଙ୍ଗଲାଗି ସେବାୟତ ମାନଙ୍କ ଦ୍ଵାରା ସ୍ନାନ ପର୍ବ ସରିଲେ ଶ୍ରୀଜଗନ୍ନାଥଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଏ । ଶାସ୍ତ୍ରୀୟ ମତରେ କୌଣସି କାର୍ଯ୍ୟ ବା ପୂଜାର୍ଚ୍ଚନା ଆରମ୍ଭରୁ ପ୍ରଥମେ ଗଣପତିଙ୍କୁ ଶ୍ରେଷ୍ଠତ୍ୱ ଦିଆଯାଇ ଆଦ୍ୟପୂଜା କରାଯାଏ। ତେଣୁ ସେହିଭଳି ଜଗତର କଲ୍ୟାଣ ନିମନ୍ତେ, ବର୍ଷର ଆଦ୍ୟଯାତ୍ରାରେ ଶ୍ରୀଜୀଉଙ୍କର ପ୍ରଥମ ବେଶ ଭାବେ “ଗଜାନନ ବେଶ” ପାଳନ କରାଯାଇଥାଏ। ଏକଥା ମଧ୍ୟ ଶୁଣାଯାଏ, ସୁଦୂର କର୍ଣ୍ଣାଟକ ରାଜ୍ୟରୁ ଆସୁଥିବା ଭକ୍ତ ଏବଂ ସାଧକ ଗଣପତି ଭଟ୍ଟଙ୍କ ମନବାଞ୍ଛା ପୂର୍ଣ୍ଣ ନିମନ୍ତେ ମହାପ୍ରଭୁ ଦାରୁବ୍ରହ୍ମ ଚତୁର୍ଦ୍ଧା ମୁର୍ତ୍ତି – ଗଜାନନ ଗଣପତି ବା ହାତୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି।

ପୌରାଣିକ ଦୃଷ୍ଟିରୁ ଠାକୁରଙ୍କର ସ୍ନାନଯାତ୍ରା ହେଉଛି ବାସ୍ତବରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଗଜପତି ମହାରାଜା ସ୍ନାନ ମଣ୍ଡପରେ ଛେରା ପହଁରା କରିବା ସାଙ୍ଗକୁ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ସ୍ନାନବେଦୀ ଓ ବଡ଼ଦାଣ୍ଡ ଉତ୍ସବ ମୁଖର ହୋଇଉଠେ। ଗଜପତିଙ୍କ ଅନୁପସ୍ଥିତିରେ ମୁଦିରସ୍ତ ସେବକ ଛେରାପହଁରା କରିବାର ବିଧି ଅଛି। ଏହି ବର୍ଷ ମଧ୍ୟ ମୁଦିରସ୍ତ ସେବକ ଛେରାପହଁରା କାର୍ଯ୍ୟ ସମ୍ପାଦନ କରିଛନ୍ତି। ପ୍ରତ୍ୟେକ ଓଡ଼ିଆର ଜୀବନ ସର୍ବସ୍ୱ, ହୃଦୟର ଠାକୁର, ସାମ୍ପ୍ରଦାୟିକ ସଦ୍ଭାବ ଓ ସର୍ବଧର୍ମ ସମନ୍ୱୟର ମୂର୍ତ୍ତିମନ୍ତ ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଲୌକିକ ସ୍ନାନପର୍ବକୁ ଚର୍ମ ଚକ୍ଷୁରେ ଦର୍ଶନ କରି ଭକ୍ତଗଣ ନିଜକୁ ଧନ୍ୟ ମନେକରନ୍ତି। ଏହା ମଧ୍ୟ ମହାପ୍ରଭୁଙ୍କ ଆବିର୍ଭାବ ଦିବସ ହୋଇଥିବାରୁ ଭକ୍ତମାନେ ନିଜ ହୃଦୟର ଆରାଧ୍ୟ ଦେବତାଙ୍କ ସାନ୍ନିଧ୍ୟ ଲାଭକରି ଜନ୍ମ ଦିନର ଶୁଭେଚ୍ଛା ଓ ଭକ୍ତି ନିବେଦନ କରିବାକୁ ପରମ ସୌଭାଗ୍ୟ ମନେକରିଥାନ୍ତି। ତେଣୁ ଶାସ୍ତ୍ରରେ ବର୍ଣ୍ଣନା ହୋଇଛି-
“ଜଗତ୍ପତେସ୍ତସ୍ୟ ମହୋତ୍ସବପ୍ରଦେ
ସଦା ତ୍ରିଲୋକୀଜନ ଚେତସାଂ ଚ ଯେ
କୁର୍ବନ୍ତି ଭକ୍ତିଂ ପରମାଂ ଭବାର୍ଣ୍ଣିକା
ସ୍ନାନୋତ୍ସବେତେ ତରସା ବିମୁକ୍ତକାଃ ॥”

କିନ୍ତୁ ସବୁଠାରୁ ବିଡ଼ମ୍ବନାର କଥା ଏବର୍ଷ ନା ଥିଲେ ପ୍ରିୟ ଭକ୍ତ ନା ଥିଲା ଭକ୍ତ ମାନଙ୍କର ହରିବୋଲ ହୁଳହୁଳି, ନା ଥିଲା ମହାପ୍ରଭୁଙ୍କ ମୁହଁରେ ସେଭଳି ପ୍ରସନ୍ନତା। ଶ୍ରଦ୍ଧାଳୁ ଭକ୍ତମାନେ ଘରେ ବସି ଦାରୁବ୍ରହ୍ମଙ୍କୁ ଝୁରୁଛନ୍ତି। ଭକ୍ତମାନେ ବିକଳରେ ନିଜର ପ୍ରଭୁଙ୍କୁ, ଅଭିମାନରେ କହୁଛନ୍ତି ମହାପ୍ରଭୁ ତୁମର ଇଏ କି ଲୀଳା। ତମର ସବୁ ଲୀଳା ପରା କୁଆଡ଼େ ଭକ୍ତଙ୍କ ପାଇଁ? ବିନା ଦର୍ଶନାର୍ଥିରେ କେମିତି ତମର ଆଦ୍ୟପର୍ବ ସାରି ଅଣସରରେ ଲୁଚିଗଲ ପ୍ରଭୁ? କେମିତି ତୁମର ଏ ପତିତ ଉଦ୍ଧାର ଲୀଳା ସଫଳ ହେବ? ଭକ୍ତମାନଙ୍କୁ ଛାଡ଼ି, ଏଇମିତି କ’ଣ ତମେ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ଯାତ୍ରା ମଧ୍ୟ ସାରିଦେବ? “ରଥେ ତୁ ବାମନଂ ଦୄଷ୍ଟ୍ଵା ପୁନର୍ଜନ୍ମ ନ ବିଦ୍ୟତେ” କେମିତି ସାକାର ହେବ? ଚର୍ମ ଚକ୍ଷୁରେ ଦର୍ଶନ ନକଲେ କେମିତି ଭକ୍ତ ମୋକ୍ଷ ପାଇବ? ତୁମ ପତିତପାବନ ବାନା କେଉଁ ଯଶ କ୍ଷାତି ଉଡ଼େଇବ ହେ ପ୍ରଭୁ? କେମିତି ଜଗତର କଲ୍ୟାଣ ହେବ? ତୁମେ ଭକ୍ତ ମାନଙ୍କୁ କେତେଦିନ ଏମିତି ତାଲାବନ୍ଦରେ ତୁମଠାରୁ ଦୁରେଇକି ରହିବେ? ପୄଥିବୀରୁ ଏ କରୋନା ରାକ୍ଷସକୁ ତଡ଼ି ଦିଅ ପ୍ରଭୁ ସଂସାରରେ ସମସ୍ତଙ୍କର ମଙ୍ଗଳ କର। ପୁର୍ବଭଳି ଭକ୍ତ ମାନଙ୍କ ଗହଣରେ ତୁମର ଶ୍ରୀଗୁଣ୍ଡିଚା ଯାତ୍ରାହେଉ। କାଳ କାଳକୁ ତୁମ ଯଶବାନା ଏମିତି ଉଡ଼ୁଥାଉ ପ୍ରଭୁ।

(ଯୋଗାଯୋଗ ନଂ7978394203 )

Previous Post

ରାଜ୍ୟରୁ ସର୍ବାଧିକ ୧୭୩ ପଜିଟିଭ୍

Next Post

ଅଭିଭାବକଙ୍କୁ ଶୋଷଣ ପାଇଁ ନାମଲେଖା!

Next Post
ଅଭିଭାବକଙ୍କୁ ଶୋଷଣ ପାଇଁ ନାମଲେଖା!

ଅଭିଭାବକଙ୍କୁ ଶୋଷଣ ପାଇଁ ନାମଲେଖା!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA