Monday, May 25, 2026 01:11 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସବୁ ସେଇ କାଳିଆର ଇଚ୍ଛା !!

by Our Correspondent
18 Jun, 2020- 05:02 PM
in Latest News, News
1 min read
0
ସବୁ ସେଇ କାଳିଆର ଇଚ୍ଛା !!
ଭୁବନେଶ୍ୱର: ରଥଯାତ୍ରା ପାଇଁ ମଝିରେ ଆଉ ମାତ୍ର ୪ ଦିନ ଥିଲା ବେଳେ ତିନି ରଥର ନିର୍ମାଣ କାର୍ଯ୍ୟ ସରି ଆସିଥିଲା । ପ୍ରଶାସନ ପକ୍ଷରୁ ଗତକାଲିଠାରୁ ବଡ଼ଦାଣ୍ଡ କଡ଼ରୁ ଦୋକାନ ଉଠାଇବା ଆରମ୍ଭ ହୋଇଥିଲା । ପୁରୀର ବିଭିନ୍ନ ସାହି, ଗଳି, କନ୍ଦିରେ ପୁଲିସ ବ୍ୟାରିକେଡିଂ କରିଥିଲା । ମୋଟାମୋଟି ଭାବେ ରଥଯାତ୍ରା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିଲା । ତେବେ ଭକ୍ତଙ୍କ ମନରେ ଯେଉଁ ବଡ଼ ଆଶଙ୍କା ଥିଲା ତାହା ହିଁ ହେଲା । କରୋନା ପାଇଁ ଏବର୍ଷ ରଥଯାତ୍ରାକୁ ବନ୍ଦ କରି ଦେଇଛନ୍ତି ସୁପ୍ରିମକୋର୍ଟ ।
ସୁପ୍ରିମ୍ କୋର୍ଟ ତାଙ୍କ ରାୟରେ କହିଛନ୍ତି, କରୋନା ମହାମାରୀ ବେଳେ ଲୋକମାନେ ଏକାଠି ହେବା ଠିକ୍ ନୁହେଁ । ଏଣୁ ଏବର୍ଷ ରଥଯାତ୍ରା ହୋଇପାରିବନି । ଲୋକଙ୍କ ସୁରକ୍ଷା ଓ ଜନସ୍ୱାର୍ଥ ପାଇଁ ରଥଯାତ୍ରା ବନ୍ଦ କରିବାକୁ ପଡୁଛି । ଖାଲି ଶ୍ରୀକ୍ଷେତ୍ର ପୁରୀ ନୁହେଁ, ଓଡ଼ିଶାର କେଉଁ ସ୍ଥାନରେ ବି ରଥଯାତ୍ରା ହୋଇପାରିବନି ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି । ରଥଯାତ୍ରା ପାଇଁ ଅନୁମତି ଦେଲେ ମହାପ୍ରଭୁ ଜଗନ୍ନାଥ ଆମକୁ କ୍ଷମା ଦେବେନି ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ.ଏ.ବୋବଡେ ମନ୍ତବ୍ୟ ଦେଇଛନ୍ତି ।
କରୋନା ଯୋଗୁଁ ରଥଯାତ୍ରା ବନ୍ଦ ପାଇଁ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ସୁପ୍ରିମକୋର୍ଟ ରେ ମୂଳ ପିଟିସନ୍ ଫାଇଲ୍ ହୋଇଥିଲା । ଏଥିସହ ଅନ୍ୟାନ୍ୟ ୭ଟି ପିଟିସନ୍ ବି ଆସିଥିଲା । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ.ଏ.ବୋବଡେ, ବିଚାରପତି ଏ.ଏସ୍.ବୋପନ୍ନା ଓ ବିଚାରପତି ହୃଷିକେଶ ରାୟଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠରେ ଏହାର ଶୁଣାଣି ହୋଇଥିଲା ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଲଢ଼ୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ରଥଯାତ୍ରା ସପକ୍ଷରେ ଯୁକ୍ତି ରଖିଥିଲେ । ବିନା ଶ୍ରଦ୍ଧାଳୁରେ ବିଭିନ୍ନ ନୀତିକାନ୍ତି କରାଯାଇପାରିବ ବୋଲି ସେ ଦର୍ଶାଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ତାଙ୍କ ଯୁକ୍ତିରେ କହିଥିଲେ ଯେ ଯେତେବେଳେ ବି କୌଣସି ପାର୍ବଣ ହୁଏ, ଗହଳି ହୁଏ । ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ତାଙ୍କ ଯୁକ୍ତି ରଖିଥିଲେ । ମୁଖ୍ୟ ବିଚାରପତି ଜଷ୍ଟିସ୍ ବୋବଡେ ଶ୍ରୀ ସାଲଭେ ଏବଂ ଶ୍ରୀ ରୋହତଗୀଙ୍କ ଯୁକ୍ତିକୁ ଗ୍ରହଣ କରିଥିଲେ ।
କରୋନା ସଙ୍କଟର ବାସ୍ତବତା ସତ୍ତ୍ୱେ ସର୍ବୋଚ୍ଚ ଅଦାଲତଙ୍କ ଏହି ରାୟ ଦେଶ ବିଦେଶର ଅଗଣିତ ଜଗନ୍ନାଥପ୍ରେମୀଙ୍କୁ ଦାରୁଣ କଷ୍ଟ ଦେଇଛି । ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଏବେ ସବୁଆଡ଼େ ସେଇ ଚର୍ଚ୍ଚା । ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ରଥ ଗଡ଼ିବନି, ଏକଥା ଭାବି ପାରୁନାହାନ୍ତି ଭକ୍ତ । ସେବାୟତମାନଙ୍କ ମଧ୍ୟରେ ଏହାକୁ ନେଇ ଭୀଷଣ ଅସନ୍ତୋଷ ଓ ପ୍ରତିକ୍ରିୟା ସୃଷ୍ଟି ହେଲାଣି । ଅଣସରରେ ଥିବା ମହାପ୍ରଭୁଙ୍କ ନୀତିକାନ୍ତିକୁ ନେଇ ଏବେ ଜଟିଳ ସମସ୍ୟା ଦେଖାଗଲାଣି ।
ଏପଟେ ଆଜି ସଂଧ୍ୟା ୭.୪୫ ମିନିଟ୍ ରେ ରାଜ୍ୟ କ୍ୟାବିନେଟ୍ ର ଜରୁରୀ ବୈଠକ ଡକାଯାଇଥିବାରୁ ସରକାରଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି । ବୈଠକରେ ଆଡଭୋକେଟ୍ ଜେନେରାଲ୍, ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶଶସକ, ଆଇନ ବିଭାଗର ପ୍ରମୁଖ ସଚିବ ଉପସ୍ଥିତ ରହୁଥିବାରୁ ସୁପ୍ରିମକୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ରାଜ୍ୟ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାର ଆଭାସ ମିଳୁଛି ।
Previous Post

ବିନା ସିମେଣ୍ଟରେ କଂକ୍ରିଟ୍‌ ‌ରାସ୍ତା

Next Post

ରଥଯାତ୍ରା ଅଧ୍ୟାୟ ଶେଷ; ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହେବ

Next Post
ରଥଯାତ୍ରା ଅଧ୍ୟାୟ ଶେଷ; ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହେବ

ରଥଯାତ୍ରା ଅଧ୍ୟାୟ ଶେଷ; ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହେବ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA