Monday, May 25, 2026 11:27 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୃତ୍ୟୁ ଧୀରେ ଆସିଲା, କେହି ଜାଣି ପାରିଲେନି !

by Our Correspondent
07 Jul, 2020- 06:02 PM
in Latest News, News
1 min read
0
ମୃତ୍ୟୁ ଧୀରେ ଆସିଲା, କେହି ଜାଣି ପାରିଲେନି !

ଭୁୁବନେଶ୍ୱର: ଜୀବନର ଜଟିଳତା ଭୁଲି ଅନ୍ୟମାନଙ୍କୁ ଖୁସିରେ ବଞ୍ଚିବାର ପ୍ରେରଣା ଦେଉଥିବା ମଣିଷଟି କେଉଁ ପରିସ୍ଥିତିରେ ନିଜେ ହାରିଯାଏ? କମ ବୟସରେ ସଫଳତାର ଶୀର୍ଷ ଛୁଉଁଥିବା ମଣିଷ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନିଏ କାହିଁକି? ଆଜି ପୁଣି ଏହି ଅସମାହିତ ପ୍ରଶ୍ନ ସମସ୍ତଙ୍କୁ ଆନ୍ଦୋଳିତ କରିଛି । ଭୁବନେଶ୍ୱରର ଯୁବ ସ୍ୱେଚ୍ଛାସେବୀ ତଥା ପ୍ରେରଣାଦାୟୀ ବକ୍ତା(ମୋଟିଭେସନାଲ୍ ସ୍ପିକର୍) ଆଦିତ୍ୟ ଦାଶଙ୍କ ଆତ୍ମହତ୍ୟା ଖବର ତାଙ୍କର ଅଗଣିତ ପ୍ରଶଂସକଙ୍କୁ ସ୍ତବ୍ଧ କରିଦେଇଛି । ଆଦିତ୍ୟଙ୍କ ଭଳି ଜଣେ ପ୍ରତିଭାବାନ୍ ଯୁବକଙ୍କ ଆତ୍ମହତ୍ୟା ଖବରରେ ସମସ୍ତେ ବିବ୍ରତ ।

ଆଜି ସକାଳୁ ପୁରୁଣା ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେସନ୍ ର ଅନତି ଦୂର ରେଳ ଲାଇନ୍ ରୁ ମିଳିଥିଲା ଆଦିତ୍ୟଙ୍କ କ୍ଷତାକ୍ତ ଶରୀର । ପାରିପାଶ୍ୱିର୍କ ଅବସ୍ଥାରୁ ସେ ଆତ୍ମହତ୍ୟା କରିଥିବା ଜଣାପଡୁଥିଲା । ଆଦିତ୍ୟଙ୍କ ଆତ୍ମହତ୍ୟା ଖବରକୁ କେହି ବିଶ୍ୱାସ କରିପାରୁନାହାନ୍ତି । ମୃତ୍ୟୁ ପଛରେ ଅନ୍ୟ କିଛି ଷଡ଼ଯନ୍ତ୍ରର ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ।
ଗତକାଲି ଦିନ ତମାମ ସୁନ୍ଦରପଦା ଘରେ ନବ ବିବାହିତା ପତ୍ନୀଙ୍କ ସହ ହସଖୁସିରେ ସମୟ ବିତାଇଥିଲେ ଆଦିତ୍ୟ । ଶ୍ରାବଣ ମାସର ପ୍ରଥମ ସୋମବାର ଥିବାରୁ ପତ୍ନୀଙ୍କୁ ମନ୍ଦିର ନେଇଥିଲେ । ଦିନ ତମାମ ଘରେ ରହି ପ୍ରଚୁର ମଜାଖୁସି କରିଥିଲେ । ପତ୍ନୀ ବିଦ୍ୟାଶ୍ରୀଙ୍କ କହିବାନୁଯାୟୀ, ଗତକାଲି ଆଦିତ୍ୟ କାହିଁକି କେଜାଣି ତାଙ୍କୁ ଅଧିକ ସ୍ନେହ ଦେଇଥିଲେ । ତାଙ୍କୁ ମୂହୂର୍ତ୍ତେ ବି ଛାଡ଼ୁ ନ ଥିଲେ । ନିଜର ପ୍ରେମର ପରିପ୍ରକାଶ କରିବା ସହ ଅତ୍ୟଧିକ ଭାବବିହ୍ୱଳ ହେଉଥିଲେ । ତେବେ ସଂଧ୍ୟାରେ ତାଙ୍କର ଆଚରଣ ବଦଳିଯାଇଥିଲା । ଯାହା କହିଲେ ଭୀଷଣ ରାଗି ଯାଉଥିଲେ । ଏପରିକି, ‘ତମ ଘରକୁ ପଳାଅ ବୋଲି ମତେ ରାଗିକି କହିଥିଲେ । ତାଙ୍କର ଏଭଳି ମତିଗତିର ଗଭୀରତା ମୁଁ ବୁଝିପାରି ନ ଥିଲି । ତାଙ୍କ ରାଗ କମାଇବା ପାଇଁ ଘରୁ ବାହାରି ଆସିଥିଲି’ ବୋଲି କହିଛନ୍ତି ପତ୍ନୀ ।
ବୋଧହୁଏ ଏଭଳି ସୁଯୋଗକୁ ଡାକି ଆଣିବାରେ ଆଦିତ୍ୟ ସଫଳ ହେବା ପରେ ଘରେ ତାଲା ପକାଇ ବାହାରି ଯାଇଥିଲେ । ଭିତରେ ତାଙ୍କର ଦୁଇଟି ଯାକ ମୋବାଇଲ୍ ଓ ଘରର ଚାବିକାନ୍ଥି ରଖି ଯାଇଥିଲେ । ସକାଳୁ ରେଳ ଲାଇନ୍ ଉପରୁ ମିଳିଲା ତାଙ୍କର ଖଣ୍ଡ ବିଖଣ୍ଡିତ ଶରୀର ।
ସଂଧ୍ୟା ୭.୧୪ ମିନିଟ୍ ରେ ଆଦିତ୍ୟ ତାଙ୍କ ଫେସବୁକ୍ ଏକ ଲେଖା ପୋଷ୍ଟ କରିଥିଲେ । ଲେଖିଥିଲେ.. ମୃତ୍ୟୁ ଯେତେବେଳେ ଆସେ ବହୁତ୍ ଧୀରେ ଧୀରେ ଆସେ କେହି ଜାଣି ପାରନ୍ତି ନାହିଁ । ଅର୍ଥାତ୍ ଜୀବନକୁ ଶେଷ କରି ଦେବା ଭଳି ନିଷ୍ପତ୍ତି ହୁଏତ ବହୁପୂର୍ବରୁ ନେଇସାରିଥିଲେ ଆଦିତ୍ୟ ।
ଆଦିତ୍ୟଙ୍କ ଭଳି ଜଣେ ଦୃଢ଼ମନା ମଣିଷ ଆତ୍ମହତ୍ୟା କରିବା କଥାକୁ ତାଙ୍କ ପତ୍ନୀ, ପରିବାର ଓ ପ୍ରଶଂସକ ଗ୍ରହଣ କରିପାରିନାହାନ୍ତି । ଏହା ପଛରେ ଆଉ କିଛି ଷଡ଼ଯନ୍ତ୍ର(ଗୁଣିଗାରେଡ଼ି) ଥାଇପାରେ ବୋଲି ପରିବାରର ବିଶ୍ୱାସ । ପତ୍ନୀ ବିଦ୍ୟାଶ୍ରୀ କହିଛନ୍ତି, ଗତ କିଛି ଦିନ ହେଲାଣି ତାଙ୍କଠାରେ ମାନସିକ ପରିବର୍ତ୍ତନ ଲକ୍ଷ୍ୟ କରୁଥିଲି । ଲମ୍ବା ଚୁଟି ରଖୁଥିବା ଆଦିତ୍ୟ ୩ ଦିନ ତଳେ ହଠାତ ଲଣ୍ଡା ହୋଇ ଘରକୁ ଫେରିଥିଲେ । କାହିଁକି ଲଣ୍ଡା ହେଲ ବୋଲି ପଚାରିବାରୁ ନୂଆ ଏକ୍ସପେରିମେଣ୍ଟ ବୋଲି କହିଥିଲେ । କିଛି ଦିନ ହେଲାଣି ଅଜଣା ଭୟରେ ଭୟଭୀତ ରହୁଥିଲେ । ଏମିତି କି ରାତିରେ ଏକା ବାଥରୁମ୍ ଯିବାକୁ ଏବଂ ଘର ଗେଟ୍ ଦେବାକୁ ଡରୁଥିଲେ ।

ନିଜ କ୍ଷେତ୍ରରେ ଆଦିତ୍ୟ ଖାଲି ଜଣେ ସଫଳ ମଣିଷ ନଥିଲେ ସଫଳତାର ଶୀର୍ଷ ଛୁଉଁଥିଲେ । ଦୁଃଖୀ ରଙ୍କିଙ୍କୁ ଆଶ୍ରା ଦେଇ ସେମାନଙ୍କ ପେଟକୁ ଦାନା ଦେବାରେ ତାଙ୍କୁ ବହୁତ ଖୁସି ମିଳୁଥିଲା । ସୁନ୍ଦରପଦାରେ ପିପୁଲ୍ ଫର ସେବା ନାମରେ ଏକ ବୃଦ୍ଧାଶ୍ରମ ଚଳାଉଥିଲେ । ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ ରଖୁଥିଲେ । ବିଭିନ୍ନ ପ୍ରସଙ୍ଗକୁ ନେଇ ଫେସବୁକ୍ ଓ ୟୁଟ୍ୟୁବ୍ ରେ ତାଙ୍କର ପ୍ରେରଣାଦାୟକ ବାର୍ତ୍ତା ବହୁତ ଲୋକପ୍ରିୟ ଥିଲା । ଗୋଟେ ଗୋଟେ ଭିଡ଼ିଓକୁ ଲକ୍ଷ ଲକ୍ଷ ଲୋକ ଦେଖୁଥିଲେ । ତାଙ୍କର ୮୨ ହଜାର ଫଲୋଅର୍ ଥିଲେ । ମାତ୍ର ୨୮ ଦିନ ତଳେ ଜୁନ୍ ୯ ତାରିଖରେ ସେ ନିଜର ସହକର୍ମୀଙ୍କୁ ବିବାହ କରିଥିଲେ ।
ନିକଟରେ ବଲିଉଡ୍ ୟଙ୍ଗ୍ ସୁପର୍ ଷ୍ଟାର୍ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବରରେ ଭୀଷଣ ପ୍ରତିକ୍ରିୟା ପ୍ରକାଶ କରିଥିଲେ ଆଦିତ୍ୟ ଦାଶ । ସୁଶାନ୍ତ ଏତେ ଭୀରୁ କାହିଁକି ହେଲେ ବୋଲି ପ୍ରଶ୍ନ ଝାଡ଼ିଥିଲେ ସେ । ଆଉ ସେଇ ସୁଶାନ୍ତଙ୍କ ଆତ୍ମହତ୍ୟାର ମାସେ ପୂରିନି.. ଆଜି ସକାଳୁ ଆସିଛି ଆଦିତ୍ୟଙ୍କ ମୃତୁ୍ୟ ଖବର । ତାହାପୁଣି ଆତ୍ମହତ୍ୟା!
ଜୀବନର ଅଙ୍କାବଙ୍କାରେ ଅନ୍ୟମାନଙ୍କୁ ହସଖୁସିର ବାଟ ଦେଖାଉଥିଲେ ଆଦିତ୍ୟ । ଜଣେ ସଂସ୍କାରବାଦୀ, ପ୍ରେରଣାଦାୟୀ, ଦୃଢ଼ ମନୋବଳ ଏବଂ ପରୋପକାରୀ ଯୁବକ ଯିଏ ଜୀବନକୁ ଭଲ ଭାବରେ ବୁଝିଥିଲେ । ଅନ୍ୟମାନଙ୍କୁ ଖୁସିର ମନ୍ତ୍ର ବାଣ୍ଟୁଥିଲେ । ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ନାଁକୁ ସାର୍ଥକ କରିଥିଲେ । ସେହି ମଣିଷଟି ଆଜି ଜୀବନ ଆଗରେ ହାରିଯିବା ସମସ୍ତଙ୍କୁ ଚକିତ କରିଛି ।
ହଜାର ହଜାର ପ୍ରଶଂସକଙ୍କର ଆଜି ଗୋଟିଏ କଥା । ଆଦିତ୍ୟ ତମେ ମସ୍ତବଡ଼ ଭୁଲ୍ କରିଦେଲ ।
Previous Post

୧୦ ହଜାର ଟପିଲା କରୋନା: ଆଜି ୫୭୧ ପଜିଟିଭ୍, ୪ ମୃତ

Next Post

ନୂଆ ନିଯୁକ୍ତି, ଯୋଜନା, ବିଳାସପୂର୍ଣ୍ଣ ଯାତ୍ରାରେ କରୋନା ବେଡି

Next Post
ନୂଆ ନିଯୁକ୍ତି, ଯୋଜନା, ବିଳାସପୂର୍ଣ୍ଣ ଯାତ୍ରାରେ କରୋନା ବେଡି

ନୂଆ ନିଯୁକ୍ତି, ଯୋଜନା, ବିଳାସପୂର୍ଣ୍ଣ ଯାତ୍ରାରେ କରୋନା ବେଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA