ଭୁୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଛି । ଆଜି ନୂଆ ୫୭୧ ପଜିଟିଭ୍ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୯୭ ରେ ପହଞ୍ଚିଛି । ସେହିଭଳି ଗଞ୍ଜାମର ଆଉ ୩ ଜଣ ଏବଂ କଟକ ଜିଲ୍ଲାରୁ ଜଣଙ୍କର ମୁଣ୍ଡ ନେଇଛି କରୋନା । ଏବେ ସୁଦ୍ଧା ରାଜ୍ୟରୁ ୪୨ ଜଣଙ୍କର ମୁଣ୍ଡ ନେଲାଣି କରୋନା । ଯେଉଁଥିରେ ଗଞ୍ଜାମରୁ ଅଛନ୍ତି ସର୍ବାଧିକ ୨୪ ଜଣ ।
ପଜିଟିଭ୍ ତାଲିକାରେ କ୍ରମାଗତ ରେକର୍ଡ କରୁଥିବା ଗଞ୍ଜାମ ଜିଲ୍ଲାରୁ ଆଜି ସର୍ବାଧିକ ୨୭୩ ରୋଗୀ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୨୧ରେ ପହଞ୍ଚିଛି । ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ଜିଲ୍ଲା(୧୦୨୯)ଏବଂ ତୃତୀୟ ସ୍ଥାନରେ କଟକ ଜିଲ୍ଲା(୮୫୫) ଅଛି ।
ଆଜି କେଉଁ ଜିଲ୍ଲାରୁ କେତେ ପଜିଟିଭ୍
ଅନୁଗୁଳ-୪, ବାଲେଶ୍ୱର-୨୮, ଭଦ୍ରକ-୧, ବଲାଙ୍ଗୀର-୫, କଟକ-୨୯, ଢ଼େଙ୍କାନାଳ-୧, ଗଜପତି-୫୬, ଗଞ୍ଜାମ-୨୭୩, ଜଗତସିଂହପୁର-୧୭, ଯାଜପୁର-୧୬, ଝାରସୁଗୁଡ଼ା-୧, କେନ୍ଦ୍ରାପଡ଼ା-୩ ,କେନ୍ଦୁଝର-୬, ଖୋର୍ଦ୍ଧା-୩୭, ମୟୁରଭଞ୍ଜ-୧୪, ନବରଙ୍ଗପୁର-୭, ନୟାଗଡ-୧, ପୁରୀ-୪, ରାୟଗଡ଼ା-୧୦, ସମ୍ବଲପୁର-୬, ସୁନ୍ଦରଗଡ଼-୫୧ ।
୨୪ ଘଣ୍ଟା ଭିତରେ ୨୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟରେ ସମୁଦାୟ ୧୦,୦୯୭ ଆକ୍ରାନ୍ତଙ୍କ ମଧ୍ୟରୁ ୬,୪୮୬ ସୁସ୍ଥ ହୋଇଛନ୍ତି । ଏବେ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୫୫୭ ।