ଭୁୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁ ୧୦୦ ଡେଇଁଛି । ଗତ ୨୪ ଘଣ୍ଟାରେ କେନ୍ଦ୍ରାପଡ଼ା, କଟକ, ଗଜପତି, ଜଗତସିଂହପୁର, ଖୋର୍ଦ୍ଧା ଓ ରାୟଗଡ଼ାରୁ ଜଣେ ଲେଖାଏଁ ଏହିଭଳି ୬ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । କଟକରୁ ମୃତକ ହେଉଛନ୍ତି ଯୁବତୀ ଏବଂ ତାଙ୍କର ବୟସ ୨୬ ବର୍ଷ । ତାଙ୍କର ଡାଇବେଟିସ୍ ଏବଂ ଉଚ୍ଚ ରକ୍ତଚାପ ଥିଲା । ଏମାନଙ୍କୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ ୧୦୩ ଜଣଙ୍କର ମୁଣ୍ଡ ନେଲାଣି କରୋନା ।
ସେହିପରି, ୨୪ ଘଣ୍ଟାରେ ରାଜ୍ୟର ୨୩ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ନୂଆ ୬୪୭ କରୋନା ଆକ୍ରାନ୍ତ । ସେଥିମଧ୍ୟରୁ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ହେଉଛି ୨୧୬ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୨୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୮୪, ଖୋର୍ଦ୍ଧା ଜିଲ୍ଲାରୁ ୬୮ ଆକ୍ରାନ୍ତ ଅଛନ୍ତି ।
ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮,୭୫୭ ପହଞ୍ଚିଛି । ୧୨,୯୦୯ ସୁସ୍ଥ ହୋଇଥିବାରୁ ଏବେ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୫,୭୧୫ ।
ସେପଟେ ଦେଶରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୭,୧୪୮ ନୂଆ ଆକ୍ରାନ୍ତ । ୫୮୭ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୫୫ ହଜାର ୧୯୧ ଏବଂ ମୃତ୍ୟୁ ସଂଖ୍ୟା ୨୮,୦୮୪ କୁ ବୃଦ୍ଧି ପାଇଛି । ଦେଶରେ ଏବେ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୨ ହଜାର ୫୨୯ ।
ଆଜି କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ
ଅନୁଗୁଳ-୩୭, ବାଲେଶ୍ୱର-୪୦, ବରଗଡ଼-୪, ଭଦ୍ରକ-୧୨, ବଲାଙ୍ଗୀର-୫, କଟକ-୮୪, ଢ଼େଙ୍କାନାଳ-୧୦, ଗଞ୍ଜାମ-୨୨୫, ଜଗତସିଂହପୁର-୭, ଯାଜପୁର-୨, କନ୍ଧମାଳ-୫, କେନ୍ଦ୍ରାପଡ଼ା-୧୩, ଖୋର୍ଦ୍ଧା-୬୮, କେନ୍ଦୁଝର-୮,କୋରାପୁଟ-୨୮, ମାଲକାନଗିରି-୧୦, ମୟୁରଭଞ୍ଜ-୩, ନବରଙ୍ଗପୁର-୨, ନୟାଗଡ଼-୪, ରାୟଗଡ଼ା-୪୭, ସମ୍ବଲପୁର-୧୦, ସୋନପୁର-୧, ସୁନ୍ଦରଗଡ଼-୨୨ ।