Saturday, May 9, 2026 10:57 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ

by Our Correspondent
21 Jul, 2020- 09:50 AM
in Latest News, News
1 min read
0
ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ
ଭୁୁବନେଶ୍ୱର: ଓଡ଼ିଶା ଆଉ ଜଣେ ସୁଦକ୍ଷ ମଣିଷଙ୍କୁ ହରାଇଛି । ଅବସରପ୍ରାପ୍ତ ଆଇଏଏସ୍ ପ୍ରିୟବ୍ରତ ପଟ୍ଟନାୟକ ଆଉ ନାହାନ୍ତି । ଲିଭର୍ କ୍ୟାନସର୍ ରେ ପୀଡ଼ିତ ଶ୍ରୀ ପଟ୍ଟନାୟକ ମୁମ୍ବାଇରେ ଚିକିତ୍ସିତ ହେଉଥିଲେ । ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ୬୭ ବର୍ଷ ବୟସ ହୋଇଥିଲା । ତାଙ୍କର ନିଧନ ବିଭିନ୍ନ ମହଲରେ ଶୋକର ଛାୟା ଖେଳାଇ ଦେଇଛି ।
୧୯୭୬ ବ୍ୟାଚ୍ ର ଆଇଏଏସ୍ ଅଧିକାରୀ ଥିଲେ ପ୍ରିୟବ୍ରତ ପଟ୍ଟନାୟକ । ଚାକିରି ଜୀବନ କାଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ସମ୍ଭାଳିଥିଲେ । ତାଙ୍କର ଦକ୍ଷତା ଓ ଭିନ୍ନ କାର୍ଯ୍ୟଶୈଳୀ ପାଇଁ ସେ ବେଶ୍ ପରିଚିତ ଥିଲେ । ପାରମ୍ପରିକ କାର୍ଯ୍ୟଶୈଳୀଠାରୁ ସେ ନିଜକୁ ଅଲଗା ରଖୁଥିଲେ । ଯୋଜନା କାର୍ଯ୍ୟକାରିତାରେ ସେ ବେଶ୍ କଠୋର ଆଭିମୁଖ୍ୟ ରଖୁଥିଲେ । ଲୋକଙ୍କ ସମସ୍ୟା ଓ ଆପତ୍ତି ଅଭିଯୋଗକୁ ସବୁବେଳେ ପ୍ରାଧାନ୍ୟ ଦେଉଥିବା ଶ୍ରୀ ପଟ୍ଟନାୟକ କୌଣସି ରାଜନୈତିକ ଚାପର ବଶବର୍ତ୍ତୀ ହେଉ ନ ଥିଲେ । ସେଥିପାଇଁ ଅନେକ ସମୟରେ ବିବାଦ ଘେରରେ ରହୁଥିଲେ ।
ଓଡ଼ିଶାକୁ ଶିଳ୍ପାୟନରେ ଦ୍ରୁତ ପ୍ରଗତି ଆଣିବା ପାଇଁ ତାଙ୍କର ଉଦ୍ୟମ ଚିର ସ୍ମରଣୀୟ । ଚାକିରି ଜୀବନର ଶେଷରେ ମୁଖ୍ୟ ଶାସନ ସଚିବ ପାହ୍ୟାରେ ସେ ଇଡ଼କୋର ସିଏମଡି ଭାବେ କାର୍ଯ୍ୟ କରିଥିଲେ । ସେହି ସମୟରେ ଓଡ଼ିଶାକୁ ବଡ଼ ବଡ଼ ଶିଳ୍ପ ଆଣିବା ପାଇଁ ସେ ନିରନ୍ତର ଉଦ୍ୟମ କରିଥିଲେ । ଜଗତସିଂହପୁରରେ ପୋସ୍କୋ ପ୍ରକଳ୍ପ ପାଇଁ ତାଙ୍କର ପ୍ରବଳ ପ୍ରଚେଷ୍ଟା ଥିଲା । ଅବଶ୍ୟ ବିଭିନ୍ନ କାରଣରୁ ତାହା ହୋଇ ପାରି ନ ଥିଲା ।
ମୋଟାମୋଟି ଭାବେ ଜଣେ ଦକ୍ଷ ପ୍ରଶାସକ ଭାବେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ଥିଲା । କୌଣସି ଚାପ ଆଗରେ ମୁଣ୍ଡ ନୂଆଁଇ ହାର୍ ମାନିବା ଅଧିକାରୀ ନ ଥିଲେ ।
ଖାଲି ପ୍ରଶାସକ ନୁହଁନ୍ତି, ଜଣେ କ୍ରୀଡ଼ା ସଂଗଠକ ଭାବେ ତାଙ୍କର ଅଶେଷ ଖ୍ୟାତି ଥିଲା । ଓଡ଼ିଶା ଜୁଡୋ ଆସୋସିଏସନ୍ ର ସେ ସଭାପତି ଥିଲେ । ‘ଭୁବନେଶ୍ୱର କ୍ଲବ୍’ ପ୍ରତିଷ୍ଠା ତଥା ଏହାର ସଭାପତି ଭାବେ ତାଙ୍କର କାର୍ଯ୍ୟ ତରିକା ପ୍ରଶଂସନୀୟ ଥିଲା ।
ସ୍ୱର୍ଗତ ପଟ୍ଟନାୟକଙ୍କର ପତ୍ନୀ ବିଜେବି କଲେଜରେ ଅର୍ଥନୀତି ପ୍ରାଧ୍ୟାପିକା ଅଛନ୍ତି । ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ । ବଡ଼ପୁଅ ଓ ଝିଅ ଆମେରିକାରେ ରହୁଥିବା ବେଳେ ସାନପୁଅ ଏଠି ପାଠ ପଢ଼ୁଛନ୍ତି ।
ସ୍ୱର୍ଗତ ପଟ୍ଟନାୟକଙ୍କ ମରଶରୀର ଆସନ୍ତାକାଲି ଭୁବନେଶ୍ୱର ଅଣାଯାଇ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡିଛି ।
Previous Post

ଆଉ ନାହାନ୍ତି ବିଜୟ ମହାନ୍ତି

Next Post

୧୦୦ ଡେଇଁଲା କରୋନା ମୃତ୍ୟୁ,୨୩ ଜିଲ୍ଲାରୁ ୬୪୭ ନୂଆ ଆକ୍ରାନ୍ତ

Next Post
୧୦୦ ଡେଇଁଲା କରୋନା ମୃତ୍ୟୁ,୨୩ ଜିଲ୍ଲାରୁ ୬୪୭ ନୂଆ ଆକ୍ରାନ୍ତ

୧୦୦ ଡେଇଁଲା କରୋନା ମୃତ୍ୟୁ,୨୩ ଜିଲ୍ଲାରୁ ୬୪୭ ନୂଆ ଆକ୍ରାନ୍ତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA